ନିମ୍ନମାନର ରାସ୍ତା ନିର୍ମାଣକୁ ବିରୋଧ: ଠିକାଦାରଙ୍କୁ ଘେରିଲେ ଗ୍ରାମବାସୀ

ବନ୍ତ, ୩୧।୫ (ଡି.ଏନ.ଏ.) – ଭଦ୍ରକ ଜିଲା ବନ୍ତ ବ୍ଲକ ଷେଣ୍ଡତିରା ପଞ୍ଚାୟତ ପରମାନନ୍ଦପୁରଠାରେ ନିର୍ମାଣାଧୀନ ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡ଼କ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ରାସ୍ତାକାମକୁ ବିରୋଧ କରି ଶୁକ୍ରବାର ଗ୍ରାମବାସୀ ସମ୍ପୃକ୍ତ ଠିକାଦାରଙ୍କୁ ଘେରିଥିଲେ। ଏହି ରାସ୍ତା ଉପରେ ଗ୍ରାମର ପ୍ରାୟ ୩ ଶହରୁ ଊଦ୍ଧର୍‌ବ ଲୋକ ନିର୍ଭର କରୁଥିବାରୁ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯିବାକୁ ଗଁା ଲୋକେ ଦାବି କରିଛନ୍ତି।
ଉଲ୍ଲେଖନୀୟ ଯେ, ପିଡବ୍ଲ୍ୟୁଡି ରାସ୍ତାଠାରୁ ପରମାନନ୍ଦପୁର ପର୍ଯ୍ୟନ୍ତ ୧ କି.ମି. ୨୦୦ ମିଟର ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡ଼କ ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇ ୨୦୧୮ ଏପ୍ରିଲ ୧୯ରୁ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ରାସ୍ତା ପାଇଁ ୪୮ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିବା ବେଳେ ଗତ ଜାନୁୟାରୀ ୧୮ ତାରିଖ ସୁଦ୍ଧା କାମ ଶେଷ ହେବାର ଥିଲା। ହେଲେ ଏଯାଏ ରାସ୍ତାକାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଆରମ୍ଭରୁ ନିମ୍ନମାନର କାମ ହେଉଥିବା ନେଇ ଗ୍ରାମବାସୀ ସମ୍ପୃକ୍ତ ଠିକାଦାର ଓ ବିଭାଗୀୟ ଅଧିକାରୀମାନଙ୍କୁ ବିଭିନ୍ନ ସମୟରେ ଅଭିଯୋଗ କରିଆସୁଥିଲେ। କୌଣସି ସୁଫଳ ନ ମିଳିବରୁ ଶେଷରେ ଗ୍ରାମର ଗଜେନ୍ଦ୍ର ମହାପାତ୍ର, ପ୍ରଶାନ୍ତ ବାରିକ, ସୁରେନ୍ଦ୍ର ବେହେରା, ରମାକାନ୍ତ ମଙ୍ଗଳ, ରତ୍ନାକର ମହାଳିକ, ପାଣ୍ଡବ ମହାଳିକ, କୋଦଣ୍ଡ ମହାଳିକ, ରଞ୍ଜିତା ମହାଳିକ, ନିର୍ମଳା ମହାଳିକ ପ୍ରମୁଖ ଠିକାଦାରଙ୍କୁ ଘେରାଉ କରି ରାସ୍ତାକାର୍ଯ୍ୟ ଠିକ୍‌ ଭାବେ କରିବା ପାଇଁ ଦାବି କରିଛନ୍ତି। ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠଯନ୍ତ୍ରୀ କୃଷ୍ଣପଦ ମହାନ୍ତିଙ୍କୁ ପଚାରିବାରୁ କହିଛନ୍ତି, ରାସ୍ତା ନିର୍ମାଣ କାର୍ଯ୍ୟ ଠିକ୍‌ ଭାବେ ଚାଲିଛି। ଗୋଟିଏ ସ୍ଥାନରେ କିଛି ମାଟି କାମ ରହିଯାଇଥିବାରୁ ଗ୍ରାମବାସୀ ଏହାକୁ ବିରୋଧ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନବସତି ମୁହାଁ ଜୀବଜନ୍ତୁ

ବାଲେଶ୍ୱର ଅଫିସ,୨୭।୩: ଜଙ୍ଗଲ କ୍ଷୟକ୍ଷତି, ଖାଦ୍ୟ ଅଭାବ ପାଇଁ ଜୀବଜନ୍ତୁ ଜନବସତି ଆଡ଼କୁ ମୁହାଁଉଛନ୍ତି। ବାଲେଶ୍ୱର ଜିଲାର ବସ୍ତା ବ୍ଲକ ତାଡ଼ଦା ପଞ୍ଚାୟତ ବେଣ୍ଟପୁର ଗ୍ରାମକୁ...

ପ୍ରଚାର ବେଳେ ଉତ୍ତେଜନା

ଚାନ୍ଦବାଲି, ୨୩।୪ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅଧୀନ ଯଶୀପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ସୋମବାର ବିଜେଡି ପକ୍ଷରୁ ନିର୍ବାଚନ ପ୍ରଚାର ହୋଇଥିଲା।...

ବର୍ଷା ପାଇଁ ମାଜଣା: ଠାକୁରାଣୀଙ୍କୁ ପୂଜାକଲେ ଶତାଧିକ ମହିଳା

କେନ୍ଦୁଝର, ୧୯ା୭ (ସ୍ବ.ପ୍ର.)-ଚଳିତ ବର୍ଷା ଅଭାବରୁ ଅନେକ ସ୍ଥାନରେ ଚାଷ କାର୍ଯ୍ୟ ବ୍ୟାହତ ହୋଇଛି ା ଜଳ ଅଭାବରୁ ଅନେକ ଅଞ୍ଚଳରେ ତଳି ମରିବାକୁ ବସଥିବାବେଳେ...

ନୀଳଗିରି ଏନ୍‌ଏସି ତରଫରୁ ବିଶୋଧନ ହେଲା

ସଜନାଗଡ଼, ୨।୪(ଡି.ଏନ.ଏ.)-ମହାମାରୀ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇଁ ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ବିଶୋଧନ ଓ ସ୍ବଚ୍ଛତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି...

ଅନଶନ ବେଳେ ଅସୁସ୍ଥ ହୋଇପଡ଼ିଲେ ୨ ବୃଦ୍ଧ

ଜଳେଶ୍ୱର, ୬।୧(ଡି.ଏନ.ଏ.)  ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ନାମ୍ପୋ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ବହୁବର୍ଷ ହେଲା ସ୍ଥାୟୀ ଡାକ୍ତର ନ ଥିବାରୁ ଗ୍ରାମବାସୀ ସ୍ବାସ୍ଥ୍ୟ ବିଭାଗ ଓ ପ୍ରଶାସନର...

ବ୍ୟାଙ୍କ ଡକାୟତି ଘଟଣା: ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଆରମ୍ଭ

ରୂପ୍‌ସା, ୧୨।୭(ଡି.ଏନ.ଏ.): ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ଶ୍ରୀରାମପୁର ଶାଖାରୁ ଗୁରୁବାର ୩୨ଲକ୍ଷ ୪୨ହଜାର ଟଙ୍କା ଡକାୟତି ହୋଇଥିବା ଫିଲ୍‌ଡ଼...

ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ: ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଆରମ୍ଭ

ରୂପ୍‌ସା/ବସ୍ତା, ୧୮।୧୦(ଡି.ଏନ.ଏ./ସ୍ବ.ପ୍ର.)-ବାଲେଶ୍ୱର ସଦର ବ୍ଲକ ସାର୍ଥା ବଜାରରେ ଥିବା ଏଟିଏମ୍‌କୁ ଦୁର୍ବୃତ୍ତମାନେ ଗୁରୁବାର ରାତିରେ ଭାଙ୍ଗି ଲୁଟ୍‌ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ...

ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ଦିବ୍ୟାଂଶୀ

ବାଲେଶ୍ୱର ଅଫିସ, ୧୮।୧୨: ବାଲେଶ୍ୱର ସହର ଫକୀରମୋହନ ନଗରରେ ବସବାସ କରୁଥିବା ଇଂ. ସନ୍ତୋଷ କୁମାର ଆଚାର୍ଯ୍ୟ ଓ ପ୍ରିୟମ୍ବଦା ମହାପାତ୍ରଙ୍କ କନ୍ୟା ଦିବ୍ୟାଂଶୀ ୨ବର୍ଷ...

Advertisement
Archives

Model This Week