ନିମ୍ନମାନର ରାସ୍ତାକାମ, ବନ୍ଦ କଲେ ଗ୍ରାମବାସୀ

ଅମରପାଲି, ୧୧।୭(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ମୁଖ୍ୟ ଛକଠାରୁ ରେଢ଼ାଖୋଲ- ବୀରମହାରାଜପୁର ସୀମାବର୍ତ୍ତୀ ଅମରପାଲି ପର୍ଯ୍ୟନ୍ତ ହେଉଥିବା ରାସ୍ତା କାମ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି। ଗୁରୁବାର ଅମରପାଲି ଗ୍ରାମବାସୀ କାମକୁ ବନ୍ଦ କରି ପ୍ରତିବାଦ ଜଣାଇଛନ୍ତି । ବିଭାଗୀୟ ଯନ୍ତ୍ରୀ ଓ ଏସଡିଓ ନ ଆସିବା ପର୍ଯ୍ୟନ୍ତ କାମ ଆରମ୍ଭ କରାଇ ଦିଆଯିବ ନାହିଁ ବୋଲି ସେମାନେ କହିଛନ୍ତି । ଉକ୍ତ ରାସ୍ତାଟି ଗତବର୍ଷଠାରୁ ପୂର୍ତ୍ତ ବିଭାଗକୁ ଯାଇଛି। ଉକ୍ତ ରାସ୍ତାକୁ ପୁର୍ନ ନିର୍ମାଣ ପାଇଁ ପ୍ରାୟ ୨୬ କୋଟି ୨୯ ଲକ୍ଷ ୩୮ ହଜାର ୭୧୦ ଟଙ୍କା ଅଟକଳ ହୋଇ କାର୍ଯ୍ୟ ଆରମ୍ଭ ମଧ୍ୟ ହୋଇସାରିଛି । ୨୩ କିମି ୫୫୦ ମିଟର ଦୀର୍ଘ ଉକ୍ତ ରାସ୍ତାର କାମକୁ ବ୍ରିଲିଏଣ୍ଟ ଇନଫ୍ରା ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ ନାମକ ଏକ ସଂସ୍ଥା କାମ କରୁଛି । ଏବେ ରାସ୍ତାର ଉଭୟ ପାର୍ଶ୍ୱରେ ମାଟି ଖୋଳି ବାଲି ଓ ଚିପ୍ସ ଦିଆ ଯାଉଛି। ମାତ୍ର ଉଭୟ ପାର୍ଶ୍ୱରେ ଆବଶ୍ୟକୀୟ ଗଭୀର ପର୍ଯ୍ୟନ୍ତ ମାଟି ଖୋଳାଯାଉ ନାହିଁ । ସେଥିରେ ନାମକୁ ମାତ୍ର ବାଲି ଦିଆଯାଉଛି । ଚିପ୍ସ ଓ ଡଷ୍ଟ ଆବଶ୍ୟକ ପରିମାଣ ଅନୁଯାୟୀ ଦିଆ ନ ଯାଇ ମାତ୍ରାଧିକ ଡଷ୍ଟ ଦେଇ କାଁ ଭାଁ ଚିପ୍ସ ଦିଆଯାଉଛି । ଉଭୟ ପାର୍ଶ୍ୱକୁ ସମାନ ପରିମାଣର ଓସାର କରାଯାଉ ନାହିଁ । କେତେକ ସ୍ଥାନରେ ଲୋକଙ୍କୁ ଅନୁଗ୍ରହୀତ ହୋଇ ସେହି ସ୍ଥାନ ମାନଙ୍କରେ ଓସାର କରାଯାଉ ନଥିବା ଅଭିଯୋଗ ହୋଇଛି । ରାସ୍ତାର ଉଭୟ ପାର୍ଶ୍ୱରେ ମୋରମ ବଦଳରେ ମାଟି ଓ ନିମ୍ନମାନର ମୋରମ ଦିଆଯାଉଛି। କାମ କରୁଥିବା ବେଳେ କାର୍ଯ୍ୟରତ କର୍ମଚାରୀଙ୍କୁ କହିଲେ ମଧ୍ୟ ସେମାନେ କାହାରି କଥା ଶୁଣୁ ନାହାନ୍ତି । କାର୍ଯ୍ୟ ତଦାରଖ କରୁଥିବା କେତେକ ଅସାଧୁ କର୍ମଚାରୀ ମୋରମ ବଦଳରେ ମାଟି ଦେଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀ କିଛି କହିବେ ନାହିଁ ବୋଲି କହୁଛନ୍ତି। ଏନେଇ ବିଭାଗୀୟ ଯନ୍ତ୍ରୀ ମହେଶ୍ୱର ପାଶାଙ୍କୁ ପଚାରିବାରୁ ସେ କହିଲେ ଯେ, ମୁଁ ଶୁକ୍ରବାର ଯାଇ କାମ ତଦାରଖ କରିବି । ବହଲପଦର ସମିତି ସଭ୍ୟ ପୀତାମ୍ବର ସାହୁଙ୍କ ନେତୃତ୍ୱରେ ଗ୍ରାମର ସୁଶୀଲ ସାହୁ, ଜନ୍ମେଜୟ ପଧାନ, ପ୍ରଫୁଲ୍ଲ ସାହୁ, ଦଫା ସାହୁ, ବିକ୍ରମ ସେ, ଭଗବତ ପଧାନ, ସୁରେଶ ସାହୁ, ବାଞ୍ଝା ଅଙ୍ଗ୍ରିଆ, ଲକ୍ଷୀନ୍ଦ୍ର ପଧାନ ପ୍ରମୁଖ ଅମରପାଲିଠାରେ କାମକୁ ବନ୍ଦ କରି ପ୍ରତିବାଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାୟ ପାଇଁ ଛାତ୍ରୀଛାତ୍ରଙ୍କ ୧୬ କି.ମି. ପଦଯାତ୍ରା

ସମ୍ବଲପୁର,୬ା୧୧(ବ୍ୟୁରୋ):ସମନ୍ବିତ ବା ଇଣ୍ଟିଗ୍ରେଟେଡ୍‌ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ଯୁବତୀ ଯୁବକଙ୍କୁ ସରକାର ଚାକିରି ଦେବା ପାଇଁ କୌଣସି ସୁବିଧା କରି ନାହାନ୍ତି। କିଛି ଦିନ ତଳେ ଶିକ୍ଷକ...

ପରୀକ୍ଷାମୂଳକ ଭାବେ ବାଇପାସ ରାସ୍ତାରେ ଗଡ଼ିଲା ଗାଡ଼ି

ଜମନକିରା,୭ା୮(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ବାଇପାସ ରାସ୍ତାରେ ଗାଡ଼ି ଚଳାଚଳ ପାଇଁ ପରୀକ୍ଷାମୂଳକ ଭାବେ ଭାରିଯାନ ଛଡ଼ା ଯାଇଛି। ତେବେ ଆନୁଷ୍ଠାନିକ ଭାବେ ଆଗାମୀ ୭...

ଚାଷୀଙ୍କ ଆନ୍ଦୋଳନ ଜାରି, ଜାତୀୟ ରାଜପଥ ଅବରୋଧ

ସମ୍ବଲପୁର, ୨୧।୧୧(ବ୍ୟୁରୋ): ସମ୍ବଲପୁର ଜିଲାରେ ଟୋକନକୁ ବିରୋଧ ଏବଂ ବିଭିନ୍ନ ଦାବି ନେଇ ଚାଷୀ ଆନ୍ଦୋଳନ ଜାରି ରହିଛି। ଗୁରୁବାର ଚାଷୀ ସଂଗଠନ ପକ୍ଷରୁ ଘୋଷଣା...

ମନ୍‌ବଲ ଆଗ୍‌କେ ବଢ଼ବାର ବାଟ କଢ଼ାସି

ଲାଠୋର, ୧୫ା୪ (ଡି.ଏନ୍‌.ଏ): ସମାଜରେ ସଭେ ଜିଁବାର ଖାଏବାର ଲାଗି କିଛି ନାଇଁ କିଛି କରୁଛନ୍‌। କିଏ ବୁଧି ବିବେକ ଖଟେ ତ ଆର କିଏ...

ବାଇକକୁ ସ୍କାନ୍‌ଷ୍ଟିଲ ବସ୍‌ ଧକ୍କା ଦେବା ଘଟଣା: ହତ୍ୟା ଉଦ୍ୟମ ଅଭିଯୋଗ, ଥାନା ଘେରିଲେ ଗ୍ରାମବାସୀ

ବଡଗାଁ, ୨୪।୭(ଡି.ଏନ୍‌.ଏ.): ୧୦ ନମ୍ବର ରାଜ୍ୟ ରାଜପଥ ସୁନ୍ଦରଗଡ଼ ଜିଲା ବଡଗାଁ ଥାନା ଅଧୀନ କଣ୍ଟିଆମୁରା ପେଟ୍ରୋଲ ପମ୍ପ ସମ୍ମୁଖରେ ଗତ ୨୧ ତାରିଖ ରାତି...

ଭିମ୍‌ସାର ଡାକ୍ତରଙ୍କ ପଦୋନ୍ନତିକୁ ନେଇ ବିବାଦ

ସମ୍ବଲପୁର,୨୩ା୭(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମ୍‌ସାର)ରେ ପ୍ରଫେସର ଓ ଆସୋସିଏଟ ପ୍ରଫେସର ପଦୋନ୍ନତିରେ...

ବେଆଇନ ଜବରଦଖଲ: ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଅମରପାଲି, ୧୮ା୬(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ତିଲେଇମାଲ ଗ୍ରାମବାସୀ ସୋମବାର ଗ୍ରାମର ବେଆଇନ ଜବରଦଖଲ ଉଚ୍ଛେଦ କରିବା ପାଇଁ ତହସିଲଦାରଙ୍କୁ ଦାବିପତ୍ର ଦେବା...

ବୋଲେରୋ ଦୁର୍ଘଟଣାଗ୍ରସ୍ତ : ବରଗଡ଼ ଯୋଗାଣ ଅଧିକାରିଣୀ ଗୁରୁତର

ସରଣ୍ଡା, ୪ା୭(ଡି.ଏନ୍‌.ଏ.) : ବରଗଡ଼ – ସମ୍ବଲପୁର ୫୩ ନଂ ଜାତୀୟ ରାଜପଥର ସରଣ୍ଡା ଛକ ନିକଟରେ ଗୁରୁବାର ସକାଳେ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି।...

Advertisement
Archives

Model This Week