Posted inଖେଳ

ନିଜକୁ ପ୍ରମାଣ କଲେ ଅର୍ଜୁନ ତେନ୍ଦୁଲକର

ନୂଆଦିଲ୍ଲୀ,୧୮।୬- କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ପୁଣି ଥରେ ନିଜକୁ ପ୍ରମାଣ କରି ଦେଖାଇଛନ୍ତି। ବର୍ତ୍ତମାନ ଇଂଲଣ୍ଡରେ ଏମ୍‌ସିସି ୟଙ୍ଗ କ୍ରିକେଟର୍ସ ଦଳ ପକ୍ଷରୁ ଖେଳୁଥିବା ଅର୍ଜୁନ ଦ୍ୱିତୀୟ ଏକାଦଶ ଚାମ୍ପିୟନଶିପ୍‌ ମ୍ୟାଚ୍‌ରେ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବାମହାତୀ ପେସର ଏକ ଚମତ୍କାର ବଲରେ ସରେ ଓପନର ନାଥନ ଟିଲେଙ୍କୁ କ୍ଲିନ ବୋଲ୍ଡ କରିଥିଲେ। ୩ୟ ଓଭରର ପ୍ରଥମ ବଲରେ ଡାହାଣହାତୀ ବ୍ୟାଟ୍ସମ୍ୟାନଙ୍କୁ ଓଭର ଦ ଉଇକେଟ ଅଞ୍ଚଳରୁ କୋଣ କରି ବୋଲିଂ କରିଥିଲେ, ଯାହା କି ଅଫ୍‌ ଷ୍ଟମ୍ପର ଶୀର୍ଷରେ ବାଜିଥିଲା। ଏହାର ଏକ ଭିଡିଓ ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡ ପକ୍ଷରୁ ସୋସିଆଲ ମିଡିଆରେ ଶେୟାର କରାଯାଇଛି। ମୁମ୍ବାଇ ୨୩ ବର୍ଷରୁ କମ୍‌ ଦଳର ସଦସ୍ୟ ୧୧ ଓଭର ବୋଲିଂ କରି ୫୦ ରନ୍‌ ବ୍ୟୟରେ ୨ ଉଇକେଟ ନେଇ ସ୍ପେଲ ଶେଷ କରିଥିଲେ। ଗତବର୍ଷ ତାଙ୍କୁ ୧୯ ବର୍ଷରୁ କମ୍‌ ଭାରତୀୟ ଦଳରେ ପ୍ରଥମ ଥର ଲାଗି ସ୍ଥାନ ମିଳିଥିଲା। ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଏକ ଯୁବ ଟେଷ୍ଟ ମ୍ୟାଚ୍‌ରେ ସେ ୨ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଥିୟା ସେଟ୍ଟୀଙ୍କ ବୋଲ୍ଡ ଫଟୋରେ ଏମିତି କମେଣ୍ଟ ଦେଲେ ଏହି କ୍ରିକେଟର୍‌

ଭାରତୀୟ କ୍ରିକେଟର କେଲ୍‌ ରାହୁଲ ଏବଂ ଅଭିନେତ୍ରୀ ଆଥିୟା ସେଟ୍ଟୀଙ୍କ ମଧ୍ୟ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଚାଲିଛି। ଦୁହେଁ ଏନେଇ କୌଣସି ମନ୍ତବ୍ୟ...

ଟେନ୍‌ସନ୍‌ ବଢାଇଲା ନ୍ୟୁଜିଲାଣ୍ଡ

କାନପୁର,୨୯।୧୧: କାନପୁରରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଜିତିବା ପାଇଁ ନ୍ୟୁଜିଲାଣ୍ଡକୁ ଭାରତ ୨୮୪ ରନ ଟାର୍ଗେଟ ଦେଇଛି। ଏବେ ବୋଲରଙ୍କ ଉପରେ ଭାରତର ବିଜୟ...

ଧୋନୀଙ୍କୁ ଆଉଟ୍‌ କରିବା ପରେ ଭାବପ୍ରବଣ ହେଲେ ଏହି ବୋଲର୍‌: କହିଦେଲେ ଏମିତି

ମୁମ୍ବାଇ,୨୦।୪: ଆଇପିଏଲ ୨୦୨୧ରେ ରାଜସ୍ଥାନ ରୟାଲ୍ସ (ଆରଆର) ପାଇଁ ଖେଳୁଥିବା ବାମହାତୀ ଦ୍ରୁତ ବୋଲର ଚେତନ ସାକରିଆ ତାଙ୍କ ଖେଳ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି।...

ସେଦିନ କୋହଲିଙ୍କ ପରିବାର ନେଇଥିଲେ ବଡ ନିଷ୍ପତ୍ତି, ନହେଲେ ଆଜି ପାକିସ୍ତାନ ପାଇଁ ଖେଳୁଥାନ୍ତେ ବିରାଟ

ନୂଆଦିଲ୍ଲୀ,୫।୧୧: ବିରାଟ କୋହଲି, ବିଶ୍ୱକ୍ରିକେଟର ଏକ ଜଣାଶୁଣା ନାଁ। ଆଜି ସେ ନିଜର ୩୧ତମ ଜନ୍ମଦିବସ ପାଳନ କରୁଛନ୍ତି। କେବଳ ଭାରତରେ ନୁହେଁ, ବିଶ୍ୱ କ୍ରିକେଟରେ...

ଶ୍ରୀଲଙ୍କା ସ୍ପିନର ଦନଞ୍ଜୟ ବାସନ୍ଦ

ଦୁବାଇ, ୨୦।୯(ପି.ଟି.)- ନିୟମ ବହିର୍ଭୁତ ବୋଲିଂ ଆକ୍ସନ ପାଇଁ ଶ୍ରୀଲଙ୍କା ଅଫ୍‌ ସ୍ପିନର ଆକିଲା ଦନଞ୍ଜୟଙ୍କୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ୧୨ ମାସ ବାସନ୍ଦ...

ରାବାଡା ନୋର୍ଜେ ପହଞ୍ଚିଲେ, ଓପନିଂ ମ୍ୟାଚ ଖେଳିବେନି

ମୁମ୍ବାଇ, ୭ା୪(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳିବା ଲାଗି ଦିଲ୍ଲୀ କ୍ୟାପିଟାଲ୍ସ ପେସ୍‌ ବୋଲର କାଗିସୋ ରାବାଡା ଓ ଆନରିଚ୍‌ ନୋର୍ଜେ ମଙ୍ଗଳବାର ଏଠାରେ...

ମଲ୍ଲିକାଙ୍କ ପ୍ରଶଂସାରେ ଶତମୁଖ ହେଲେ କାର୍ତ୍ତିକ

ନୂଆଦିଲ୍ଲୀ,୧୪।୨: ମୁମ୍ବାଇରେ ଆୟୋଜିତ ମହିଳା ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ୍‌) ନିଲାମରେ ଅନେକ ଭାରତୀୟ ଖେଳାଳି କୋଟିପତି ହୋଇଛନ୍ତି। ସେହିଭଳି ବିଦେଶୀ ଖେଳାଳିମାନେ ମଧ୍ୟ ଅଧିକ ଦାମ୍‌ରେ ବିକ୍ରି...

ଭାରତୀୟ ମହିଳା ହକି ଟିମ୍‌କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୮(ବ୍ୟୁରୋ): ଟୋକିଓ ଅଲିମ୍ପିକ୍ସରେ ସୋମବାର ଦମ୍‌ଦାର ପ୍ରଦର୍ଶନ କରି ଇତିହାସ ରଚିଛି ଭାରତୀୟ ହକି ଟିମ୍‌ । ଅଲିମ୍ପିକ୍ସରେ ସେମି ଫାଇନାଲରେ ପ୍ରବେଶ କରିବା ପରେ...

Advertisement
Archives

Model This Week