ନିଜକୁ କରୋନା ପଜିଟିଭ୍‌ କହି ଗାଡ଼ିରେ ଆଗରେ ଶୋଇଗଲେ ଯୁବକ

ଲକ୍ଷ୍ନୌ,୧୯।୬: ଦେଶରେ କରୋନା ଭାଇରସ୍‌ ସଙ୍କଟ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏହାର ମୁକାବିଲା ପାଇଁ ଏଯାଏଁ କୌଣସି ଭ୍ୟାକସିନ୍‌ ବାହାରି ନ ଥିବା ବେଳେ ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି। ଗୋଟିଏ ପଟେ ସରକାର କରୋନାକୁ ନେଇ ସଚେତନ କରୁଥିବା ବେଳେ ଅନ୍ୟପଟେ ଏହାକୁ ନେଇ କେତେକ ସ୍ଥାନରେ ଗୁଜବ ସୃଷ୍ଟି ହେଉଥିବା ଘଟଣା ସାମ୍ନାକୁ ମଧ୍ୟ ଆସୁଛି। ଇତିମଧ୍ୟରେ ଜଣେ ଯୁବକ ରାସ୍ତା ମଝିରେ ନିଜକୁ କରୋନା ପଜିଟିଭ୍‌ କହି କିଛି ସମୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଥିବା ଦେଖିବାକୁ ମିଳିଛି। ଏ ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ମିରଟରେ। ସୂଚନାଯୋଗ୍ୟ, ମିରଟ ସହରର ବେଗମୁପୁଲ ଛକଠାରେ ଜଣେ ଯୁବକ ଆସି ନିଜକୁ କରୋନା ପଜିଟିଭ୍‌ କହିଥିଲେ। ବାରମ୍ବାର ରାସ୍ତା ମଝିକୁ ଆସି ତାଙ୍କୁ କରୋନା ହୋଇଛି ବୋଲି କହିବା ସହ ଏକ କାର୍‌ ସମ୍ମୁଖରେ ଶୋଇପଡ଼ିଥିଲେ। ଏହା ଶୁଣି ସେଠାରେ ଉପସ୍ଥିତ ଥିବା ଲୋକମାନେ ଭୟଭୀତ ହୋଇଯାଇଥିଲେ। କିଛି ସମୟ ପାଇଁ ସେଠାରେ ଆତଙ୍କ ଖେଳିଯାଇଥିଲା। ଏଥିସହ ସେ ସ୍ବାସ୍ଥ୍ୟ ବିଭାଗ ନାଁରେ ଅଭିଯୋଗ ଆଣିଥିଲେ। ସେ କହିଛନ୍ତି, ବାରମ୍ବାର କହିବା ସତ୍ତ୍ୱେ ସ୍ବାସ୍ଥ୍ୟ ବିଭାଗ ତାଙ୍କର କରୋନା ଯାଞ୍ଚ କରୁନାହାନ୍ତି। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରିବା ସହ ଏକ ଆମ୍ବୁଲାନ୍ସକୁ ଡକାଇଥିଲେ। ହେଲେ ଆମ୍ବୁଲାନ୍ସ ଆସିବା ପରେ ଉକ୍ତ ଯୁବକ ନିଜକୁ ସୁସ୍ଥ ବୋଲି କହିଥିଲେ। ପରେ ପୋଲିସ ତାଙ୍କୁ ଜବରଦସ୍ତି ଆମ୍ବୁଲାନ୍ସରେ ହସ୍ପିଟାଲକୁ ପଠାଇ ଯାଞ୍ଚ କରିବାକୁ ସ୍ବାସ୍ଥ୍ୟକର୍ମୀଙ୍କୁ କହିଥିଲେ। ଅନ୍ୟପଟେ ଉକ୍ତ ଯୁବକଙ୍କ ମାନସିକ ଅବସ୍ଥା ଠିକ୍‌ ନ ଥିବାରୁ ସେ ଏଭଳି ନାଟକ କରୁଛନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। କିନ୍ତୁ ପୋଲିସ ଓ ହସ୍ପିଟାଲ ପ୍ରଶାସନ ଏହାକୁ ଗୁରୁତର ନେବା ସହ ଯାଞ୍ଚ କରୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଲଟି ଗଲେ କି ପଲଟୁରାମ! ନୀତି ଆୟୋଗ ବୈଠକରେ ଯୋଗ ଦେଲେନି ନୀତିଶ କୁମାର

ନୂଆଦିଲ୍ଲୀ,୨୭।୭: ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ NITI ଆୟୋଗର ପରିଚାଳନା ପରିଷଦର ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ରାଜ୍ୟର ଅନେକ ମୁଖ୍ୟମନ୍ତ୍ରୀ ଅଂଶଗ୍ରହଣ କରିଛନ୍ତି। ରାଷ୍ଟ୍ରପତି...

୨୩ ଅଗଷ୍ଟକୁ ୟୁକ୍ରେନ ଯାଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି, ରୁଷିଆ ସହିତ ଯୁଦ୍ଧ ମଧ୍ୟରେ ଏହା ପ୍ରଥମ ଗସ୍ତ

ନୂଆଦିଲ୍ଲୀ,୨୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 23 ଅଗଷ୍ଟରେ ୟୁକ୍ରେନ ଗସ୍ତ କରିବେ। ଏହି ସମୟରେ ସେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିବେ। ରୁଷିଆ-ୟୁକ୍ରେନ ସହିତ...

ୟୁଟ୍ୟୁବରଙ୍କ ଉପରେ ଲଗାମ ଲଗାଇବାକୁ ଅଣ୍ଟା ଭିଡିଲେ ସରକାର, ଆଣିବେ ବିଲ୍‌

ନୂଆଦିଲ୍ଲୀ,୨୭।୭: ୟୁଟ୍ୟୁବରଙ୍କ ଉପରେ ଲଗାମ ଲଗାଇବା ପାଇଁ ଅଣ୍ଟା କଷିଲେଣି ମୋଦି ସରକାର। ଏନେଇ ସବୁ ପ୍ରସ୍ତୁତି ମଧ୍ୟ ଶେଷ କରି ସାରିଲେଣି। ଏଥିପାଇଁ ମୋଦି...

ଯଦି ବିଜେଡି ଇଣ୍ଡିଆ ମେଣ୍ଟରେ ସାମିଲ ହୁଏ, ରାଜ୍ୟ ସଭାରେ ପଲଟିଯିବ ନମ୍ବର ଗେମ୍‌, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୨୭।୭: ଏଥର ଲୋକ ସଭା ନିର୍ବାଚନ ପରେ ଦେଶର ରାଜନୈତିକ ପରିସ୍ଥିତି ଅନେକାଂଶରେ ବଦଳିଥିବା ପରି ମନେ ହେଉଛି। ପୂର୍ବରୁ ଭାରତୀୟ ଜନତା ପାର୍ଟି (ଭାଜପା)...

ମାୟାନଗରୀରେ ଭଶୁୁଡ଼ିଲା ୩ ମହଲା କୋଠା, ଚାପିହୋଇ ରହିଛନ୍ତି ଲୋକେ

ମୁମ଼୍ବାଇ,୨୭।୦୭: ମୟାନଗରୀ ମୁମ଼୍ବାଇ ସହରର ନିକଟବର୍ତ୍ତୀ ଶାହବାଜ ଗ୍ରାମରେ ଏକ ୩ ମହଲା ଘର ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି । ଭଙ୍ଗା ଛାତ ତଳେ କିଛି...

ବୈଠକ ପୂର୍ବରୁ ମମତାଙ୍କ ବଡ଼ ବୟାନ : ନୀତି ଆୟୋଗକୁ ରଦ୍ଦ କରି…

କୋଲକାତା,୨୭ା୭: ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଶନିବାର ନୂଆଦିଲ୍ଲୀରେ ନୀତି ଆୟୋଗର ୯ମ ଗଭର୍ନିଂ କାଉନସିଲ୍‌ ବୈଠକ ବସିବ। ୨୦୪୭...

ଶାହରୁଖଙ୍କ ବଡ଼ ଉପଲବ୍ଧି: ଗୋଲ୍ଡ କଏନରେ ରହିଲା କିଙ୍ଗଖାନ୍‌ଙ୍କ ଫଟୋ

ମୁମ୍ବାଇ,୨୭।୭: ବଲିଉଡ ବାଦଶାହା ଶାହରୁଖ ଖାନ୍‌ଙ୍କୁ ମିଳିଛି ଆଉ ଏକ ବଡ଼ ଉପଲବ୍ଧି। ପୂର୍ବରୁ କୌଣସି କଳାକାର ହାସଲ କରି ନ ଥିବା ସମ୍ମାନର ହକ୍‌ଦାର...

କର୍ନାଟକରେ ୧,୬୦୦ ଟନ୍‌ର ଲିଥିୟମ ଖଣି ଠାବ

ନୂଆଦିଲ୍ଲୀ, ୨୭ା୭: କର୍ନାଟକର ମାଣ୍ଡ୍ୟା ଏବଂ ୟାଦଗିରି ଜିଲାରେ ଲିଥିୟମ୍‌ ଖଣିର ସନ୍ଧାନ ମିଳିଥିବା କେନ୍ଦ୍ର ଭୂବିଜ୍ଞାନ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ରାଜ୍ୟ ସଭାକୁ ସୂଚନା ଦେଇଛନ୍ତି।...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri