ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନ, ୯ା୩ (ଡି.ଏନ୍‌.ଏ.)- ଢେଙ୍କାନାଳ ଜିଲା ଭୁବନ ଥାନା ସୁରପ୍ରତାପପୁର ଗ୍ରାମର ରବି ଗୁରୁ ରବିବାର ଗାଧୋଇବାକୁ ଯାଇ ଘରକୁ ଫେରି ନ ଥିବାବେଳେ ଗ୍ରାମ ନିକଟ ପୋରୋଇଝରା ନାଳରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବହୁ ଖୋଜାଖୋଜି ପରେ ପରିବାର ଲୋକେ ତାଙ୍କ ସନ୍ଧାନ ପାଇ ନ ଥିଲେ । ସ୍ଥାନୀୟ ଲୋକେ ରବିଙ୍କ ମୃତଦେହ ଭାସୁଥିବା ଦେଖି ତାଙ୍କ ଘରେ ଜଣାଇଥିଲେ । ଖବରପାଇ ସୁରପ୍ରତାପପୁର ଫାଣ୍ଡି ଅଧିକାରୀ ମୁରଲୀଧର ନାୟକ ମୃତଦେହ ଜବତ କରିଥିଲେ। ଭୁବନ ଡାକ୍ତରଖାନାରେ ମୃତଦେହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏ ସଂକ୍ରାନ୍ତରେ ଭୁବନ ଥାନାରେ ନଂ. ୪/୨୦୨୦ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ସମ୍ପ୍ରସାରଣ ପାଇଁ ଦାବିପତ୍ର

ବ୍ରହ୍ମପୁର ଅଫିସ୍‌,୮ା୧୧-ଗଞ୍ଜାମ ଜିଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ଏକ ବୈଠକ ସ୍ଥାନୀୟ ପାତାଳେଶ୍ୱର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେ।ଇଥିଲା। ଏହି ଅବସରରେ ବରିଷ୍ଠ...

ଶାରୀଶୁଆ ପାହାଡରେ ଖଣି ଖନନ ଉପରେ ରହିତାଦେଶ

ଖଇରା,୧୯।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୂଆ ପାହାଡ ପାଦଦେଶରେ ରହୁଥିବା ବାସିନ୍ଦାଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଶୁକ୍ରବାର କଲିକତା ଗ୍ରୀନ ଟ୍ରିବ୍ୟୁନାଲର ଏକ ଚିଠି...

ଜାଲଚାଷୀ ଠାବ ପରେ ଏବେ ଚିହ୍ନଟ ହେବେ ଭାଗଚାଷୀ

ଜୟପୁର,୧୧।୧(ଡି.ଏନ୍‌.ଏ.): ଜୟପୁର ବ୍ଲକ ଫାମ୍ପୁଣି ପଞ୍ଚାୟତରେ ଜାଲଚାଷୀ ଧରାପଡ଼ିବା ପରେ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଛି। ଜିଲାର ସମସ୍ତ ବ୍ଲକରେ ପ୍ରକୃତ ଭାଗଚାଷୀଙ୍କୁ ଚିହ୍ନଟ ପ୍ରକ୍ରିୟା...

ସାପୁଆ ନଦୀରେ ଭାସି ବୃଦ୍ଧା ନିଖୋଜ: ଉଦ୍ଧାର କାର୍ଯ୍ୟ ଜାରି

ଭାପୁର,୧୫।୯(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ସଦର ଥାନା ଭାପୁର ସାପୁଆ ନଦୀରେ ଭାସି ଯାଇ ଜଣେ ବୃଦ୍ଧା ନିଖୋଜ ଅଛନ୍ତି। ସେ ହେଲେ ଗୋଡ଼ିସାହିର ସତୀ ଘଡେଇ...

ସାମାଜିକ ଦୂରତ୍ୱ ରକ୍ଷା କରି ରକ୍ତଦାନ, ୩୫ ୟୁନିଟ୍‌ ରକ୍ତ ସଂଗ୍ରହ

ପାଟଣା,୨୨ା୪(ସ୍ବ.ପ୍ର.) : କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡ଼ା ବ୍ଲକ ଉପାନ୍ତ ଅଞ୍ଚଳ ମାଛଗଡ଼ ପଞ୍ଚାୟତ ରାଜୀବଗାନ୍ଧୀ ସେବାକେନ୍ଦ୍ରଠାରେ ବୁଧବାର ସାହାରପଡ଼ା ବ୍ଲକ ବିଜେଡି ପକ୍ଷରୁ...

୨୦ କଲେଜ ପାଇଁ ନାହାନ୍ତି ଛାତ୍ରୀଛାତ୍ର

ବ୍ରହ୍ମପୁର ଅଫିସ୍‌,୧୫ା୭-ଚଳିତବର୍ଷର ଯୁକ୍ତ ୨ ନାମଲେଖା ଚାଲୁ ରହିଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ସରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଶନିବାର କଟ୍‌ଅଫ୍‌ ମାର୍କ ପ୍ରକାଶ...

ଗାଡ଼ିରେ ମହାକାଶ ବିଜ୍ଞାନ ପ୍ରଦର୍ଶନୀ

ଫୁଲବାଣୀ ଅଫିସ, ୧୦ା୧୦- କନ୍ଧମାଳ ଜିଲା ଫୁଲବାଣୀ କରୋନେଶନ ପଡିଆରେ ୨ ଦିନ ଧରି ଏକ ବସ୍‌ରେ ମହାକାଶ ବିଜ୍ଞାନ ପ୍ରଦର୍ଶନୀ ଆୟୋଜନ ହୋଇଥିଲା। ମହାକାଶ...

କରୋନା ଚକ୍ରବ୍ୟୁହରୁ ବାହାରିଲେ ଅଭିମନ୍ୟୁ

ଛତ୍ରପୁର,୨୯।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର କୁକୁଡାଖଣ୍ଡି ବ୍ଲକ ଦକ୍ଷିଣପୂର ପଞ୍ଚାୟତର ଜଣେ ୮୫ ବର୍ଷୀୟ ବୃଦ୍ଧ ଅଭିମନ୍ୟୁ ସାହୁ କରୋନାକୁ ହରାଇ ଘରକୁ ଫେରିଛନ୍ତି। ହସ୍ପିଟାଲରୁ ଡିସ୍‌ଚାର୍ଜ...

Coronavirus Update


Archives

Model This Week

Why Dharitri