Posted inଜାତୀୟ

ନିଖୋଜ ପାକ୍‌ ବୁଡ଼ାଜାହାଜର ତଲାସି ନେଇଥିଲା ଭାରତ

ନୂଆଦିଲ୍ଲୀ,୨୪।୬: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଅଧିକାଂଶ ଆଣବିକ ତଥା ପାରମ୍ପରିକ ବୁଡାଜାହାଜ ପାକିସ୍ତାନ ଜଳସୀମାରେ ମୁତୟନ କରିଥିଲା। ଭାରତର ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖି ପାକିସ୍ତାନ ଆଶଙ୍କା କରିଥିଲା ପ୍ରତିଶୋଧ ନେବା ଲାଗି ନୂୂଆଦିଲ୍ଲୀ ନୌସେନାକୁ ବ୍ୟବହାର କରିପାରେ। ବାଲାକୋଟରେ ଥିବା ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନା ଏୟାରଷ୍ଟ୍ରାଇକ୍‌ କରିବା ପରେ ପାକିସ୍ତାନର ଅତ୍ୟାଧୁନିକ ଅଗୋସ୍ତା ଶ୍ରେଣୀର ବୁଡାଜାହାଜ ପିଏନ୍‌ଏସ୍‌ ସାଦ୍‌ ଏହାର ଜଳରାଶିରୁ ଉଭାନ ହୋଇଯାଇଥିଲା। ଏହା ପାକିସ୍ତାନ ନୌସେନାର ଏକ କୌଶଳ ଥିଲା। କରାଚି ନିକଟସ୍ଥ ଯେଉଁ ସ୍ଥାନରୁ ପିଏନ୍‌ଏସ୍‌ ସାଦ୍‌ ଉଭାନ୍‌ ହେଲା ତାହା ଗୁଜରାଟ ଉପକୂଳରେ ପହଞ୍ଚତ୍ବାକୁ ୩ ଦିନ ଓ ମୁମ୍ବାଇରେ ପହଞ୍ଚତ୍ବାକୁ ୫ ଦିନ ଲାଗିଥାନ୍ତା। ଏହା ଭାରତର ସୁରକ୍ଷା ପ୍ରତି ବଡ଼ ବିପଦ ସୃଷ୍ଟି କରିଥାନ୍ତା। ଗାଏବ ହୋଇଥିବା ପାକିସ୍ତାନୀ ବୁଡାଜାହାଜକୁ ଖୋଜିବା ଓ ଧ୍ୱଂସ କରିବା ଲାଗି ଭାରତ ସ୍ବତନ୍ତ୍ର ଯୁଦ୍ଧଜାହାଜ ଓ ଲଢ଼ୁଆ ବିମାନକୁ ନିୟୋଜିତ କରିଥିଲା। ୨୧ ଦିନର ତଲାସି ପରେ ପିଏନ୍‌ଏସ୍‌ ସାଦ୍‌ର ସନ୍ଧାନ ପାଇଥିଲା ଭାରତୀୟ ନୌସେନା।


Enter your email to get our daily news in your inbox.

All Right Reserved By Dharitri.Com

ରେଳବାଇ ଭାରତର ସମ୍ପତ୍ତି, ଏହାର ଘରୋଇକରଣ କେବେ ବି ହେବନାହିଁ: ରେଳମନ୍ତ୍ରୀ

ନୂଆଦିଲ୍ଲୀ,୧୬।୩: ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର ସ୍ପଷ୍ଟ କରିଛନ୍ତି ଯେ ରେଳବାଇ ଭାରତର ସମ୍ପତ୍ତି। ଏହାର ଘରୋଇକରଣ କେବେହେଲେ କରାଯିବ ନାହିଁ। ଯାତ୍ରୀମାନଙ୍କୁ ଭଲ...

ମାର୍ଚ୍ଚରେ ଅବସର ନେବାକୁ ଥିବା ଡାକ୍ତର, ନର୍ସ ଆଉ ୨ ମାସ ଯୋଗାଇବେ ସେବା

ଚେନ୍ନାଇ,୩୧।୩: କରୋନା ଭାଇରସ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି। ଭାରତରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ ସବୁ ରାଜ୍ୟରେ...

ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲେ ଗୋବିନ୍ଦା

ଲକ୍ଷ୍ନୌ,୨୯।୧୨: ବଲିଉଡ୍‌ ଅଭିନେତା ଗୋବିନ୍ଦା ରବିବାର ଉତ୍ତର ପ୍ରଦେଶ ଗସ୍ତ କରିଛନ୍ତି। ଏହି ସମୟରେ ସେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାକ୍ଷାତ୍‌ କରିଛନ୍ତି।...

୨୦୨୨ ନିର୍ବାଚନ: ଗୋଟିଏ ବୁଥରେ ସର୍ବାଧିକ ୧୨୫୦ଜଣ କରିପାରିବେ ମତଦାନ

ନୂଆଦିଲ୍ଲୀ,୭ ।୧: ଦେଶରେ କରୋନା ମହାମାରୀର ପ୍ରକୋପକୁ ଦେଖି ଦେଶରେ ୫ ରାଜ୍ୟରେ ହେବାକୁ ଯାଉଥିବା ନିର୍ବାଚନକୁ ଶୀଘ୍ର ଶେଷ କରିବାକୁ ନିର୍ବାଚନ କମିଶନ ଚିନ୍ତା...

ପୁଣି କରୋନା ଆକ୍ରାନ୍ତ ହେଲେ ବିହାର ମୁଖ୍ୟମନ୍ତ୍ରୀ

ପାଟନା,୨୬।୭: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଥରେ କରୋନା ପଜିଟିଭ ହୋଇଛନ୍ତି। ଗତ ଦୁଇ ଦିନ ଧରି ନୀତୀଶ କୁମାର ଜ୍ୱରରେ ପୀଡିତ ଥିଲେ।...

ଏଣିକି ୮-୧୨ ସପ୍ତାହ ମଧ୍ୟରେ ଦିଆଯିବ କୋଭିଶିଲ୍ଡର ଦ୍ୱିତୀୟ ଡୋଜ୍‌

ନୂଆଦିଲ୍ଲୀ,୨୦।୩:ଭାରତରେ ଟିକାକରଣର ନିୟମ ସ୍ଥିର କରିବା ପାଇଁ ସରକାରଙ୍କ ଦ୍ୱାରା ଗଠିତ ଟାସ୍କ ଫୋର୍ସ ଏନ୍‌ଟିଏଜିଆଇ(NTAGI) କରୋନା ଟିକା କୋଭିଶିଲ୍ଡର ଦୁଇ ଡୋଜ ମଧ୍ୟରେ ଅବଧି...

ଆଇଏନଏସ ବିକ୍ରମାଦିତ୍ୟରେ ନିଆଁ

ବେଙ୍ଗାଲୁରୁ,୨୧ ।୭: ଭାରତୀୟ ନୌସେନାର ଏୟାରକ୍ରାପ୍ଟ କ୍ୟାରିୟର ଆଇଏନଏସ ବିକ୍ରମାଦିତ୍ୟରେ ପୁଣିଥରେ ନିଆଁ ଲାଗି ଯାଇଥିବା ଜଣାପଡିଛି । ବୁଧବାର କର୍ନାଟକର ବ୍ୟବସାୟୀକ ବନ୍ଦର ନିକଟରେ...

ମହିଳା ହୋମଗାର୍ଡଙ୍କ ଅନ୍ତଃବସ୍ତ୍ରରେ ମୋବାଇଲ୍‌: ୫ ମିନିଟ୍‌ କଲିଂ ପାଇଁ ୧୦୦ ଟଙ୍କା ଦେଉଥିଲେ କଏଦୀ

ଗ୍ରେଟର ନୋଏଡା,୧୧।୪: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାଠାରେ ଥିବା ଲୁକସାର ଜେଲ୍‌ରେ ଜଣେ ହୋମଗାର୍ଡଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିଛି। ଜେଲ୍‌ର ମହିଳା ବାରାକ୍‌ରେ ମୁତୟନ ଥିବା...

Advertisement
Archives

Model This Week