ନିଆରା ହୋଲି: ପ୍ରାକୃତିକ ରଙ୍ଗରେ ସ୍ନେହ, ସୁସ୍ଥତା ବାର୍ତ୍ତା

ଚନ୍ଦାହାଣ୍ଡି,୧୦ା୩(ଡି.ଏନ୍‌.ଏ.): ସବୁଠି ଆନନ୍ଦର ସହ ପାଳନ କରାଯାଉଛି ରଙ୍ଗର ପର୍ବ ହୋଲି। ନବରଙ୍ଗପୁର ଜିଲାର ଚନ୍ଦାହାଣ୍ଡିଠାରେ ମଧ୍ୟ ଭାଇଚାରାର ଏହି ପର୍ବ ପାଳନ କରାଯାଉଛି। ଚାରିଆଡ଼େ କରୋନାକୁ ନେଇ ମନରେ ଭୟ ରହିଛି। ଫଳରେ ଏ ବର୍ଷ ହୋଲି ସାମାନ୍ୟ ଫିକା ପଡ଼ିଛି। ହେଲେ ଚନ୍ଦାହାଣ୍ଡି ବ୍ଲକ୍‌ର ପାଟଖଲିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପିଲାଠାରୁ ବୃଦ୍ଧ ସମସ୍ତେ ହୋଲିକୁ ଏକ ନିଆରା ଢଙ୍ଗରେ ପାଳନ କରିବା ଦେଖିବାକୁ ମିଳିଛି। କରମର୍ଦ୍ଧନ ବଦଳରେ ନମସ୍କାର କରି ହୋଲି ଶୁଭେଚ୍ଛା ଜଣାଉଥିବା ଦେଖିବାକୁ ମିଳୁଛି। ସେହିପରି ରାସାୟନିକ ଦ୍ରବ୍ୟ ମିଶ୍ରିତି ରଙ୍ଗ ବଦଳରେ ଏଠାରେ ପ୍ରାକୃତିକ ରଙ୍ଗରେ ପରସ୍ପରଙ୍କୁ ରଙ୍ଗ ଲଗାଇବା ସହ ସ୍ନେହ ଓ ପ୍ରେମର ବାର୍ତ୍ତା ଆଦାନ ପ୍ରଦାନ କରୁଛନ୍ତି। ଲୋକେ ହଳଦୀ ଓ ଚାଉଳ ଚୂନାରେ ରଙ୍ଗ ତିଆରି କରି ହୋଲି ପାଳନ କରିବା ଦେଖିବାକୁ ମିଳିଛି। ଏହାଦ୍ୱାରା ସେମାନେ ସ୍ନେହ, ପ୍ରେମ ସହ ସୁସ୍ଥତାର ବାର୍ତ୍ତା ମଧ୍ୟ ଦେଇଛନ୍ତି। ବଜାରରେ ଏଥର ବହୁ ଦୋକାନୀ ରଙ୍ଗ ବିକ୍ରି ମଧ୍ୟ କରି ନ ଥିଲେ। ଯାହା ପୁରୁଣା ବର୍ଷର ବଳକା ଥିଲା, ତାହାକୁ ବିକ୍ରି କରିଥିେଲେ। ହୋଲି ପୂର୍ବରୁ ପ୍ରତ୍ୟେକ ଗ୍ରାମରେ ଗ୍ରାମସଭା କରି ଏଥର ହଳଦୀ ଓ ଚାଉଳ ଚୂନାରେ ହୋଲି ଖେଳିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ପ୍ରସ୍ତାବକୁ ସ୍ଥାନୀୟ ବିଧାୟକ ପ୍ରକାଶ ଚନ୍ଦ୍ର ମାଝି ସ୍ବାଗତ କରିବା ସହ ପାଟଖଲିଆ ଗାଁକୁ ଯାଇ ଲୋକଙ୍କ ସହ ହୋଲି ଖେଳିବା ସହ ଶୁଭେଚ୍ଛା ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୃତୀ ଛାତ୍ରୀଛାତ୍ରଙ୍କୁ ଗଛ ଉପହାର

ସିମୁଳିଆ, ୧୫।୧୨(ଡି.ଏନ.ଏ.)-ସିମୁଳିଆ ବ୍ଲକ ମାର୍କୋଣା ରଘୁନାରାୟଣ ଉଚ୍ଚ ବିଦ୍ୟାଳୟର ୬୪ତମ ବାର୍ଷିକ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବ ଶନିବାର ବିଜୁ ପଟ୍ଟନାୟକ ମିନିଷ୍ଟାଡିୟମ ପରିସରରେ ଅନୁଷ୍ଠିତ...

ବିଧାୟିକାଙ୍କୁ ୭ କି.ମି. ଚଲାଇଲେ ଲୋକେ

ଠାକୁରମୁଣ୍ଡା,୨୩।୧(ଡି.ଏନ.ଏ.): ଝାଡ଼ଖଣ୍ଡୀ ହାତୀପଲଙ୍କ ଉତ୍ପାତରେ ଅତିଷ୍ଠ ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ ଅଞ୍ଚଳବାସୀ ଶୁକ୍ରବାର କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମଙ୍କୁ ୭ କି.ମି....

ଫେରିବ ହକିର ହୃତଗୌରବ

ଢେଙ୍କାନାଳ ଅଫିସ, ୨୩।୧ ଢେଙ୍କାନାଳ ଜିଲାରେ ଶେଷନିଃଶ୍ୱାସ ନେଉଥିବା ହକିକୁ ମିଳିବ ପୁନର୍ଜନ୍ମ। ଏହି ଲୋକପ୍ରିୟ ଖେଳ ନୂଆ ରୂପରେ ପଡ଼ିଆକୁ ଫେରିବ। ହକିକୁ କ୍ୟାରିୟର...

ଟ୍ରାଫିକ୍‌ ସମସ୍ୟା, ବିଏମ୍‌ସିର ଜବରଦଖଲ ଉଚ୍ଛେଦ

ବ୍ରହ୍ମପୁର ଅଫିସ,୧୬ା୧୧-ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଶୁକ୍ରବାର ସହରର ବିଭିନ୍ନ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ କରାଯାଇଛି। ବିଏମ୍‌ସି ଏନ୍‌ଫୋର୍ସମେଣ୍ଟ ଅଫିସର ତରୁଣ କାନ୍ତଙ୍କ ନେତୃତ୍ୱରେ ଗଠିତ...

ପୋଖରୀରେ ଓଲଟିଲା ମିନିବସ୍‌: ଡ୍ରାଇଭରଙ୍କ ସମେତ ୧୩ ଆହତ

ପରଜଙ୍ଗ, ୧୪।୯(ଡି.ଏନ.ଏ.) – ଢେଙ୍କାନାଳ ଜିଲା ୫୩ନଂ. ଜାତୀୟ ରାଜପଥର ପରଜଙ୍ଗ ଗଁ। ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ମିନିବସ୍‌ (ନଂ. ଓଡ଼ି ୩୫ ବି...

ବିପଦ ସଂକେତ ଊର୍ଦ୍ଧ୍ୱରେ ଜଳକା: ଦିନ୨ଟା ସୁଦ୍ଧା ଜଳସ୍ତର ୬.୧୭ ମିଟର

ବସ୍ତା,୧୯।୮(ସ୍ବ.ପ୍ର.): ବିପଦ ସଂକେତ ଊର୍ଦ୍ଧ୍ୱରେ ବାଲେଶ୍ୱର ଜିଲାର ଜଳକା ନଦୀ ପ୍ରବାହିତ ହେଉଛି। ମଥାନୀଠାରେ ଜଳ ସ୍ତରର ବିପଦ ସଂକେତ ୫.୫୦ ମିଟର ଥିବା ବେଳେ.େସାମବାର...

ଅନୁଗୋଳରେ ବାରବାଟୀ କ୍ରେଜ୍‌: ଉପସଭାପତିଙ୍କ ଘରେ ପ୍ରବଳ ଗହଳି

ଅନୁଗୋଳ ଅଫିସ, ୨୦।୧୨- କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ୨୨ ତାରିଖରେ ୱେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ସିରିଜ୍‌ର ନିର୍ଣ୍ଣାୟକ ତଥା ତୃତୀୟ ମ୍ୟାଚ...

ନିର୍ଦ୍ଧାରଣ ହୋଇପାରୁନି ଅବଢ଼ା ଦର

ପୁରୀ ଅଫିସ,୭।୨: ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ ସେଥିଲାଗି ସବୁପ୍ରକାର ବ୍ୟବସ୍ଥା କରିବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଶ୍ରୀମନ୍ଦିର ପ୍ରଶାସନ...

Advertisement


Archives

Model This Week

Why Dharitri