ନିଃଶୁଲ୍କ ଅସ୍ଥି, ମେରୁଦଣ୍ଡ ଚିକିତ୍ସା ଶିବିର

ସିନାପାଲି,୨୪।୯(ଡି.ଏନ.ଏ.)
ନୂଆପଡା ଜିଲା ସିନାପାଲିସ୍ଥିତ ଅଗ୍ରସେନ ଭବନଠାରେ ମାରୱାଡି ଯୁବାମଞ୍ଚ ଶାଖା ପକ୍ଷରୁ ଦିନିକିଆ ନିଃଶୁଲ୍କ ଅସ୍ଥି ଓ ମେରୁଦଣ୍ଡ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ସୋମବାର ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ୧୩୦ ଜଣ ରୋଗୀ ଚିକିତ୍ସିତ ହେବା ସହିତ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ମୁମ୍ବାଇ ସ୍ଥିତ ଏକ ଡାକ୍ତରଖାନାରେ କାର୍ଯ୍ୟରତ ଅସ୍ଥି ଓ ମେରୁଦଣ୍ଡ ବିଶେଷଜ୍ଞ ଡ.ବିପୁଲ କୁମାର ଗର୍ଗ ଯୋଗଦେଇ ରୋଗୀମାନଙ୍କୁ ଚିକିତ୍ସିତ କରିଥିଲେ। ଯୁବାମଞ୍ଚ ସଭାପତି ଉମାଶଙ୍କର ଅଗ୍ରୱାଲ, ସମ୍ପାଦକ ଅମିତ କୁମାର ଜୈନ, ରିତେଶ ଜୈନ, ମହେନ୍ଦ୍ର ଅଗ୍ରୱାଲ, ବିକ୍ରମ ଅଗ୍ରୱାଲ, ରାଜେଶ ଅଗ୍ରୱାଲ, ପ୍ରମୋଦ ଜୈନ, ଦିନେଶ ଅଗ୍ରୱାଲ, ମୁକେଶ ଅଗ୍ରୱାଲ, ରାହୁଲ ଗର୍ଗଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ରୋଗୀମାନଙ୍କୁ ଚିକିତ୍ସା କରାଇବାରେ ସହଯୋଗ କରିଥିଲେ। ଏଥିରେ ସିନାପାଲି ବିଭିନ୍ନ ଅଞ୍ଚଳରୁ ରୋଗୀମାନେ ଆସି ଚିକିତ୍ସିତ ହୋଇଥିଲେ। ଆଗାମୀ ଦିନରେ ଏଭଳି ସେବା କାର୍ଯ୍ୟ ଜାରି ରହିବ ବୋଲି ଯୁବାମଞ୍ଚ ତରଫରୁ ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଖେଳାଳି, କାହିଁକି ଜାଣନ୍ତୁ…

ନୂଆପଡ଼ା,୪ା୯(ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦିବ୍ୟାଙ୍ଗ କ୍ରିକେଟ ଖେଳର ବିକାଶ ପାଇଁ ଗୁରୁବାର ଜନସଂଘର୍ଷ ଦିବ୍ୟାଙ୍ଗ କ୍ରିକେଟ ଆସୋସିଏଶନ (ଜେଏସ୍‌ଡିସିଏ) ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛି। କୋଚ୍‌ କପିଳଦେବ…

୧୮ଦିନ ହେଲା ଘରକୁ ଫେରିନାହାନ୍ତି ଜୟଲାଲ: ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଯାଇଥିଲେ ଛତିଶଗଡ଼

ନୂଆପଡ଼ା,୪ା୯ (ମକାରୁ ବେମାଲ):ଜଣେ ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଛତିଶଗଡ଼ର ଦୁର୍ଗ ଅଞ୍ଚଳକୁ ଯାଇଥିବା ନୂଆପଡା ଜିଲାର ଜଣେ ଯୁବକ ୧୮ଦିନ ହେଲା ଘରକୁ ଫେରିନାହାନ୍ତି। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri