ନାଳରେ ଭାସିଗଲେ ନାବାଳକ, ସାହସିକତା ଦେଖାଇଲେ ଅଗ୍ନିଶମ ବିଭାଗ କର୍ମଚାରୀ; ମିଳିଲା ନୂଆ ଜୀବନ

ବଣାଇ,୧୫ା୬(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇ ଉପଖଣ୍ଡର କେ.ବଳଙ୍ଗା ଥାନା ଅନ୍ତର୍ଗତ କମାରପୋଷ ଗ୍ରାମର ଜଣେ ନାବାଳକ ନାଳରେ ଗାଧୋଉଥିବା ବେଳେ ହଠାତ୍‌ ପାଣି ଚାଲିଆସିବାରୁ ସେ ଭାସିଯାଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ଉଦ୍ୟମରେ ତାଙ୍କୁ ଉଦ୍ଧାର କରାଯାଇଥିବାରୁ ସେ ନୂଆ ଜୀବନ ପାଇଛନ୍ତି।
ସୂଚନାଯୋଗ୍ୟ, ରବିବାର ଅପରାହ୍ନରେ ପୋଷଗ୍ରାମ କୁରାଢ଼ି ନାଳରେ ଗ୍ରାମର ପ୍ରାୟ ୧୦ ଜଣ ନାବାଳକ ଗାଧୋଉଥିବା ବେଳେ ହଠାତ୍‌ ସ୍ରୋତ ଆସିବାରୁ ସମସ୍ତେ ଭାସି ଯାଇଥିଲେ। ତାଙ୍କ ମଧ୍ୟରୁ ୯ ଜଣ କୂଳକୁ ଫେରିବାରେ ସକ୍ଷମ ହୋଇଥିଲା ବେଳେ ସୁନୀଲ ମହାନ୍ତଙ୍କ ନାବାଳକ ପୁଅ ଫେରି ପାରି ନ ଥିଲେ l ଏକ ବୁଦାକୁ ଧରି ସେ ଅଟକି ଯାଇଥିଲେ। ଏ ସମ୍ପର୍କରେ ବଣାଇ ଅଗ୍ନିଶମ ବିଭାଗକୁ ସୂଚନା ଦେବା ପରେ କର୍ମଚାରୀମାନେ ବିଭାଗୀୟ ଅଧିକାରୀ ବିଜୟ ସାମଲଙ୍କ ନେତୃତ୍ୱରେ କୁରାଢି ନାଳରେ ପହଞ୍ଚି ନାବାଳକଙ୍କୁ ଉଦ୍ଧାର କରିଥିଲେ। ବଣାଇ ସମେତ ସମଗ୍ର ଜିଲାରେ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ଏଭଳି ସାହସିକତାକୁ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୦ ରାତିରୁ ପୁରୀ ଜିଲାରେ କର୍ଫ୍ୟୁ

ପୁରୀ ଅଫିସ,୨୭।୬- ବିଶ୍ୱ ପ୍ରସିଦ୍ଧ ବାହୁଡା ରଥଯାତ୍ରା ପାଇଁ ପୁଣି ପୁରୀ ଜିଲାରେ ଜାରି ହେବ କର୍ଫ୍ୟୁ। ଜୁନ ୩୦ ରାତି ୧୦ଟାରୁ ଜୁଲାଇ୨ ରାତି...

ଓଲଟି ପଡ଼ିଲା ପ୍ରବାସୀ ଶ୍ରମିକଙ୍କ ବସ୍‌: ୪ ଗୁରୁତର

ବାଲେଶ୍ୱର ଅଫିସ,୨୧ା୫: ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧିନସ୍ଥ ୫୬ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମଣନାଥ ଗେଟ୍‌ ନିକଟରେ କେରଳରୁ ପଶ୍ଚିମବଙ୍ଗକୁ ୫୦ ପ୍ରବାସୀ ଶ୍ରମିକଙ୍କୁ...

ଫୁଲବାଣୀରେ ତାଣ୍ଡବ ରଚିଲା ବର୍ଷା, ପବନ: ୮ ଶିଶୁ ସମେତ ୧୫ରୁ ଊର୍ଦ୍ଧ୍ୱ ଆହତ

ଫୁଲବାଣୀ ଅଫିସ, ୨୬ା୨-କନ୍ଧମାଳ ଜିଲା ଫୁଲବାଣୀ ସହରରେ ମଙ୍ଗଳବାର ସକାଳେ ପ୍ରବଳ ବର୍ଷା, ପବନ ହୋଇଥିଲା। ସକାଳ ପ୍ରାୟ ସାଢ଼େ ୭ଟାରେ ପବନ ବହିବା ଆରମ୍ଭ...

ଦେଶୀ ବନ୍ଧୁକ ସହ ଶିକାରୀ ଗିରଫ

ସଜନାଗଡ଼, ୫।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡ଼ିହା ଅଭୟାରଣ୍ୟ ଭିତରେ ଦିନକୁ ଦିନ ଶିକାରୀମାନଙ୍କ ପ୍ରାର୍ଦୁଭାବ ବଢିବାରେ ଲାଗିଛି। ଏହାକୁ ରୋକିବା ପାଇଁ କୁଲଡ଼ିହା...

ଜଳିଗଲା ୮ ବଖରା

ତିହିଡ଼ି,୧୮।୧(ଡି.ଏନ.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ ସୟା ପଞ୍ଚାୟତ ଅଧୀନ ବାଉଁଶବାଗ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୩ ପରିବାରର ୮ ବଖରା ଘର ଜଳିଯାଇଛି। ଗ୍ରାମର...

ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଅଞ୍ଚଳବାସୀ

ଅନୁଗୋଳ ଅଫିସ, ୧୧।୬ଛେଣ୍ଡିପଦା ବ୍ଲକ କୁଶକିଳା ସରପଞ୍ଚଙ୍କ ବିରୋଧରେ ଜିଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି। ଉକ୍ତ ପଞ୍ଚାୟତର କେତେଜଣ ବ୍ୟକ୍ତି ଜିଲାପାଳଙ୍କ ନିକଟରେ ଅଭିଯୋଗ...

ମୋହନାରେ ଜିତିଲା କଂଗ୍ରେସ

ମୋହନା,୨୪।୫(ଡି.ଏନ୍‌.ଏ.)- ଗଜପତି ଜିଲା ମୋହନା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଦାଶରଥୀ ଗମାଙ୍ଗ ୫୩,୭୦୫ ଭୋଟ ପାଇ ବିଜୟୀ ହୋଇଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି...

ସିଲ୍‌ ହେଲା ଦୂତିପଡା ପଞ୍ଚାୟତ

ଖଜୁରିପଡା,୭ା୪(ଡି.ଏନ୍‌.ଏ.)- ଖଜୁରିପଡା ବ୍ଲକ ଦୂତିପଡା ପଞ୍ଚାୟତକୁ ମଙ୍ଗଳବାର ସିଲ୍‌ କରାଯାଇଛି। ରାଜ୍ୟରେ ୪୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ଜଣଙ୍କ ମୃତ୍ୟୁ ଘଟିଛି। ସବୁଠାରୁ ଅଧିକ...

Play 250+ Trending Games
Archives

Model This Week

Why Dharitri