ନାରୀ କୈନ୍ଦ୍ରୀକ ଫିଲ୍ମ ଦେଖିବାକୁ ପସନ୍ଦ କରୁଛନ୍ତି ଦର୍ଶକେ: ଦୀପିକା ସବୁଠାରୁ ଦାମୀ ନାୟିକା

ମୁମ୍ବାଇ: ନିକଟରେ ବଲିଉଡ୍‌ ନାୟିକା ବିଦ୍ୟା ବଲାନ କହିଥିଲେ ଆଉ ସେହି ସମୟ ଦୂରରେ ନାହିଁ ଯେତେବେଳେ ନାରୀ କୈନ୍ଦ୍ରୀକ ଫିଲ୍ମ ୨ଶହରୁ ୫ଶହ କୋଟି ବ୍ୟବସାୟ କରିବ। ଏହା ଗୋଟିଏ ଦୃଷ୍ଟିରୁ ସତ ବୋଲି ମଧ୍ୟ କେହି କେହି କହିଲେଣି। ଏବେ ଦେଖାଯାଉଛି ନାରୀ କୈନ୍ଦ୍ରୀକ ଫିଲ୍ମ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ନିକଟରେ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଛପାକ’ ରିଲିଜ୍‌ ହୋଇଥିବା ବେଳେ ଅପେକ୍ଷାରେ ରହିଛି ‘ପଙ୍ଗା’ ଓ ‘ଶକୁନ୍ତଳା’। ଏହାମଧ୍ୟ ନାରୀ କେନ୍ଦ୍ରୀକ କାହାଣୀ ଉପରେ ଆଧାରିତ। ଏମିତି ଆହୁରି ୭ଟି ଫିଲ୍ମ ପ୍ରସ୍ତୁତ କରାଯାଉଛି ବୋଲି ଶୁଣିବାକୁ ମିଳିଛି। କେବଳ ସେତିକି ନୁହେଁ ନାରୀ କୈନ୍ଦ୍ରୀକ ଫିଲ୍ମ ନିର୍ମାଣ କରାଯିବା ସହ ଏବେ ନାୟିକାମାନଙ୍କର ପାରିଶ୍ରମିକ ମଧ୍ୟ ବୃଦ୍ଧି ପାଇଛି। ଆଉ ଏହି ରେସ୍‌ରେ ସବୁଠାରୁ ଆଗରେ ଅଛନ୍ତି ଦୀପିକା। ଏବେ କୁଆଡେ ସେ ଗୋଟିଏ ଫିଲ୍ମ ପାଇଁ ନେଉଛନ୍ତି ୨୬ କୋଟି ଟଙ୍କା। ନିକଟରେ କଙ୍ଗନା ରାନାଓ୍ବତ ମଧ୍ୟ ଗୋଟିଏ ଫିଲ୍ମ ପାଇଁ ୨୫ କୋଟି ଟଙ୍କା ପାରିଶ୍ରମିକ ନେଇଥିଲେ ବୋଲି କୁହାଯାଏ। ଏବେ ସମୟ ବଦଳିଛି। ପୂର୍ବରୁ କୁହାଯାଉଥିଲା ନାୟକ ନ ହେଲେ ଫିଲ୍ମ କରିବା ଅସମ୍ଭବ। ହେଲେ ଏବେ ଏହି ନାରୀ କୈନ୍ଦ୍ରୀକ ଫିଲ୍ମ କହୁଛି ନାୟକ ନୁହେଁ ନାୟିକାକୁ ନେଇ ମଧ୍ୟ ଫିଲ୍ମ ଭଲ ବ୍ୟବସାୟ କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟଙ୍କ କେଶ କାଟି ବାହାବା ସାଉଁଟୁଛନ୍ତି ଅନୁଷ୍କା: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କରୋନା(କୋଭିଡ-୧୯) ସଂକ୍ରମଣକୁ ନେଇ ସମଗ୍ର ବିଶ୍ୱ ଏବେ ଚିନ୍ତାରେ। ଏହି ଭାଇରସକୁ ରୋକିବା ପାଇଁ ସମଗ୍ର ଦେଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଏପ୍ରିଲ ୧୪...

ପ୍ରିୟଙ୍କାଙ୍କୁ ଭାରି ପଡ଼ିଲା ସମୁଦ୍ରକୂଳ ରୋମାନ୍ସ

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କିଛିଦିନ ତଳେ ମିଆମୀରେ ତାଙ୍କ ଜନ୍ମଦିନ ପାଳିଥିଲେ। ଏହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଫଟୋରେ...

ସୁଶାନ୍ତ ଆତ୍ମହତ୍ୟା ମାମଲା: ସାମ୍ନାକୁ ଆସିଲା ଆଉ ଏକ ଭିଡିଓ, ପଣ୍ଡିତ କହିଲେ…

ମୁମ୍ବାଇ,୧୦ା୮: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ପ୍ରାୟ ୨ ମାସ ପରେ ତାଙ୍କ ଜୀବନ ସହ ଜଡ଼ିତ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି।...

କହୁ କହୁ କହିଦେଲେ

କ୍ୟାଟ୍ରିନା ଆଉ କେତେଦିନ ଜିଭକୁ ଲଗାମ ଦେଇଥାଆନ୍ତେ। ନିଜକୁ ଯେତେ ନିୟନ୍ତ୍ରଣରେ ରଖିଲେ ମଧ୍ୟ ଶେଷକୁ ଅସଲ କଥାଟି ତାଙ୍କ ପାଟିରୁ ବାହାରିଗଲା। ଏବେ ତ...

ସ୍ତ୍ରୀଙ୍କ ସହ ମନଖୋଲି ନାଚିଲେ ଗୋବିନ୍ଦା

ମୁମ୍ବାଇ: ବଲିଉଡ୍‌ ଡ୍ୟାନ୍ସ କିଙ୍ଗ ଗୋବିନ୍ଦାଙ୍କର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ଗୋବିନ୍ଦା ତାଙ୍କ ସ୍ତ୍ରୀ ସୁନିତା ଆହୁଜାଙ୍କ ସହ ମନ...

ବାପାଙ୍କ ବାୟୋପିକ କରିବାକୁ ଚାହୁଁଛନ୍ତି ରିତେଶ

ବଲିଉଡ୍‌ ଅଭିନେତା ରିତେଶ ଦେଶମୁଖ ବାପା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଲାଶରାଓ ଦେଶମୁଖଙ୍କ ବାୟୋପିକ୍‌ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଭଲ ସ୍କ୍ରିପ୍ଟ ଅପେକ୍ଷାରେ...

ଅଶାଳୀନ ଶବ୍ଦ ବ୍ୟବହାର ଯୋଗୁ ଆଲିୟାଙ୍କୁ ଟ୍ରୋଲ୍‌

ମୁମ୍ବାଇ: ଉଚ୍ଚକୋଟୀର ଅଭିନୟ ସହ ବେପରୁଆ ମନ୍ତବ୍ୟ ଯୋଗୁ ବଲିଉଡ୍‌ ଅଭିନେତ୍ରୀ ଆଲିୟା ଭଟ୍ଟ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତେବେ ଏ କଥା ମଧ୍ୟ ସତ...

ଝିଅକୁ ସତ ଜଣାଇଲେ ସୁସ୍ମିତା

ମୁମ୍ବାଇ,୪।୬: ବିଶ୍ୱ ସୁନ୍ଦରୀ ସୁସ୍ମିତା ସେନ୍‌ଙ୍କ ସୁନ୍ଦରତା ଓ ଜିରୋ ଫିଗର ସମସ୍ତଙ୍କ ମନମୋହିଥାଏ। ଏବେ ତାଙ୍କର ବ୍ୟକ୍ତିଗତ ଜୀବନିକୁ ନେଇ ସେ ଏକ ବଡ଼...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *