ନାବାଳିକା ବଳାତ୍କାର ମାମଲା: ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷ ସାବ୍ୟସ୍ତ

ବ୍ରହ୍ମପୁର ଅଫିସ,୨୪।୯: ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରାଜଜ୍‌- ୨ ତଥା ସ୍ବତନ୍ତ୍ର ପୋକ୍ସୋ ଜଜ୍‌ ଜଗଦୀଶ ପ୍ରସାଦ ମହାନ୍ତି ଏକ ବଳାତ୍କାର ମାମଲାର ମଙ୍ଗଳବାର ଶୁଣାଣି କରିଛନ୍ତି। ପ୍ରମାଣ ଅଭାବରୁ ଅଭିଯୁକ୍ତ ବାବୁ ରାଉଳଙ୍କୁ ସେ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି।
ପ୍ରକାଶ ଯେ, ୨୦୧୭ ଜାନୁୟାରୀ ୨୩ରେ ଜଣେ ନାବାଳିକାଙ୍କୁ ନଳକୂପ ନିକଟରୁ ଅପହରଣ କରିନେଇ ବଳାତ୍କାର କରିଥିବା ପୀଡ଼ିତାଙ୍କ ମା’ ଗୋଶାଣିନୂଆଗାଁ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ପୋଲିସ କେସ୍‌ ନଂ. ୬/୧୭ ରେ ଏକ ମାମଲା ରୁଜୁକରି ଗୁଡ୍ସ ରୋଡ ତ୍ରିନାଥ ମନ୍ଦିରର ବାବୁ ରାଉଳଙ୍କୁ ଗିରଫକରି କୋର୍ଟଚାଲାଣ କରିଥିଲା। ତଦନ୍ତକାରୀ ଅଧିକାରୀ ତଥା ଉକ୍ତ ଥାନାର ତତ୍କାଳୀନ ଏସ୍‌ଆଇ ସୌଦାମିନୀ ବେହେରା ୨୦୧୭ ମାର୍ଚ୍ଚ୨୩ ତାରିଖରେ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଥିଲେ। ମଙ୍ଗଳବାର ଏହି ମାମଲାର ବିଚାରବେଳେ ୧୪ଜଣ ସାକ୍ଷୀଙ୍କ ବୟାନକୁ ଆଧାରକରି ଉପଯୁକ୍ତ ପ୍ରମାଣ ଅଭାବରୁ ପୋକ୍ସୋ ଜଜ୍‌ ମହାନ୍ତି ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ନାରାୟଣ ପଣ୍ଡା ଓ ମୁଦାଲାଙ୍କ ପକ୍ଷରୁ ଆଇନଜୀବୀ ସାୟିଦ ଇକ୍‌ବଲ ଓ ସଂଜୀବ ବେହେରା ମକଦ୍ଦମା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଖିରେ ପଟି ବାନ୍ଧି ପଢ଼ିପାରୁଛନ୍ତି ବହି

ଭୁବନ, ୫।୪(ଡି.ଏନ.ଏ.)-ଆଖିରେ ପଟିବାନ୍ଧି ପଢ଼ିପାରୁଛନ୍ତି ବହି। ନିର୍ଭୁଲ ଭାବେ କହିପାରୁଛନ୍ତି ଏଟିଏମ୍‌ କାର୍ଡ ଉପରେ ଲେଖାଯାଇଥିବା ସଂଖ୍ୟା। ଧରିପାରୁଛନ୍ତି କ୍ୟାଚ୍‌। ଏଭଳି ବିସ୍ମୟ ପ୍ରତିଭାର ଅଧିକାରୀ...

ଗ୍ରାମରାସ୍ତାକୁ କେନ୍ଦ୍ର କରି ଘର ପୋଡ଼ିଦେଲେ

ବାଲେଶ୍ୱର ଅଫିସ,୬ା୬ ବାଲେଶ୍ୱର ଜିଲାର ବାଲିଆପାଳ ଥାନା ଶ୍ରୀରାମପୁର ପଞ୍ଚାୟତର ଗୋକୁଳାନନ୍ଦପୁର ଗ୍ରାମ ରାସ୍ତାକୁ କେନ୍ଦ୍ର କରି ସଂଘବଦ୍ଧ ଭାବେ ବଂଶୀଧର ଜେନାଙ୍କ ଦୁଇବଖରା ପୋଡ଼ି...

ରାଶନ ସାମଗ୍ରୀ ପ୍ରଦାନରେ ଅନିୟମିତତା ଅଭିଯୋଗ

ରସୁଲପୁର, ୫।୬ (ଡି.ଏନ୍‌.ଏ.)-କରୋନା ପାଇଁ ରାଶନକାର୍ଡଧାରୀଙ୍କୁ ୯୦ ଦିନର ରାଶନ ଆଗୁଆ ପ୍ରଦାନ କରିବାକୁ କେନ୍ଦ୍ର ସରକାର ଗତ ମାର୍ଚ୍ଚରେ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକ୍ରମେ...

ମୟୂରଭଞ୍ଜ ଜିଲାବାସୀ ପୁଣି ନିରାଶ

ବାରିପଦା ଅଫିସ,୪।୨ରେଳପଥର ବିକାଶ ନିମନ୍ତେ କେନ୍ଦ୍ର ବଜେଟରେ ମୟୂରଭଞ୍ଜ ଜିଲାବାସୀଙ୍କୁ ଉପହାସ କରାଯାଇଥିବା ଅଭିଯୋଗ ହୋଇଛି। ଦୀର୍ଘ ଦିନରୁ ହୋଇଆସୁଥିବା ଦାବି ପ୍ରତି ଗୁରୁତ୍ୱ ଦିଆଯାଇନାହିଁ।...

ପିଲାଙ୍କୁ ଛାଡ଼ିବାକୁ ଅଭିଭାବକ ଅମଙ୍ଗ

ବଇଣ୍ଡା, ୨୭।୨(ଡି.ଏନ୍‌.ଏ.): କରୋନାର ତୃତୀୟ ଲହର ନିୟନ୍ତ୍ରଣକୁ ଆସିବା ପରେ ଦୀର୍ଘ ଦୁଇବର୍ଷ ପରେ ସୋମବାରଠାରୁ ଆରମ୍ଭ ହେଉଛି ପ୍ରାଥମିକ ସ୍କୁଲ। ଶ୍ରେଣୀଗୃହରେ ପ୍ରତ୍ୟକ୍ଷ ଶିକ୍ଷାଦାନ...

ସ୍ବର୍ଗଦ୍ୱାରରୁ ହଟିଲା କଟକଣା

ପୁରୀ ଅଫିସ,୧୯ା୧୦: ମହାମାରୀ କରୋନା ପାଇଁ ସ୍ବର୍ଗଦ୍ୱାରରେ ମୃତଦେହ ଦାହ ଉପରେ ଲଗାଯାଇଥିବା କଟକଣା ହଟିଛି । ସୋମବାର ଜିଲାପାଳ ବଲୱନ୍ତ ସିଂ ଏ ସମ୍ପର୍କରେ...

ଅପହୃତ ଜୁନିୟର ଇଞ୍ଜିନିୟରଙ୍କୁ ଜଙ୍ଗଲରେ ଖୋଜୁଛନ୍ତି ସ୍ତ୍ରୀ

ମାଲକାନଗିରି,୧୪ା୧୧(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ମାଓବାଦୀମାନେ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଅପହରଣ କରିନେଇଛନ୍ତି। ତାଙ୍କୁ ଉଦ୍ଧାର କରିବାରେ ପୋଲିସ ପ୍ରଶାସନ ଫେଲ୍‌ ମାରିବା...

ଗାଁ ଗାଁ ବୁଲି ବିଜେଡି ପ୍ରାର୍ଥିନୀଙ୍କ ମାରାଥନ ପ୍ରଚାର

ପଦ୍ମପୁର/ବରଗଡ ଅଫିସ, ୧।୧୨: ପଦ୍ମପୁର ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ ଗ୍ରାମପଞ୍ଚାୟତରେ ମାରାଥନ ପ୍ରଚାର କରାଯାଛଛି। ଏହି କ୍ରମରେ ଗୁରୁବାର ଲଖମରା,...

Advertisement
Archives

Model This Week