ନାବାଳିକା ବଳାତ୍କାରୀଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ

ଫୁଲବାଣୀ ଅଫିସ, ୧୭-୯:ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ରେଡ ଫ୍ଲାଗ ତାଲିକାଭୁକ୍ତ ଏହି ମାମଲାର ବିଚାର କରି ଫୁଲବାଣୀ ଅତିରିକ୍ତ ଦୌରାଜଜ୍‌ ତଥା ପୋକ୍‌ସୋ କୋର୍ଟ ବିଚାରପତି ସମର ବିଳାସ ବେହେରା ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧୫ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ କ୍ଷେତ୍ରରେ ଅଧିକ ୬ ମାସ ଜେଲ ଭୋଗିବା ପାଇଁ ରାୟରେ ଉଲ୍ଲେଖ କରଛନ୍ତି। ଅଭିଯୁକ୍ତ ଜଣକ ହେଲେ ରାଇକିଆ ଥାନା ଅଞ୍ଚଳର ମନେନ୍ଦ୍ର ଦିଗାଲ।
୨୦୧୬ ନଭେମ୍ବର ୧୬ ତାରିଖରେ ରାଇକିଆ ଥାନା ଅଞ୍ଚଳର ନାବାଳିକା (୭ ବର୍ଷ) ଜଣକ ସ୍କୁଲରୁ ଫେରି ପାଖ ଘରକୁ ଟିଭି ଦେଖିବାକୁ ଯାଇଥିଲେ। ସନ୍ଧ୍ୟା ସୁଦ୍ଧା ଝିଅ ନ ଫେରିବାରୁ ମା’ ସେଠାକୁ ଯାଇଥିଲେ ା ଝିଅକୁ ନ ପାଇ ସେଠାରୁ ନଦୀ ଆଡ଼େ ଖୋଜିବାକୁ ଯାଇଥିଲେ। ବାଟରେ ମନେନ୍ଦ୍ରକୁ ଦେଖି ଝିଅ ସମ୍ପର୍କରେ ପଚାରିବାରୁ ଆମେ କାଠ ଗୋଟାଇବାକୁ ଯାଇଥିଲୁ ବୋଲି ସେ କହିଥିଲେ। ମା’ଙ୍କ ପାଟି ଶୁଣି ନାବାଳିକା ଜଣକ କାନ୍ଦି କାନ୍ଦି ସେଠାରେ ପହଞ୍ଚିଥିଲେ। ମନେନ୍ଦ୍ର ତାଙ୍କୁ ନଦୀ ଆଡ଼େ ଡାକି ନେଇ ବଳାତ୍କାର କରିଥିବା ଓ ଏ ସମ୍ପର୍କରେ କାହାକୁ କହିଲେ ଜୀବନରେ ମାରି ଦେବେ ବୋଲି ଧମକ ଦେଇଥିବା ନାବାଳିକା ଜଣକ ଘରକୁ ଆସିବା ପରେ ମା’ଙ୍କୁ କହିଥିଲେ। ଘଟଣା ପରଦିନ ଏ ନେଇ ନାବାଳିକାଙ୍କ ମା’ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୧୧୧/୧୬ରେ ଏକ ମାମଲା ରୁଜୁ କରି ମନେନ୍ଦ୍ରଙ୍କୁ କୋର୍ଟଚାଲାଣ କରିଥିଲା। ଉପଯୁକ୍ତ ସାକ୍ଷ୍ୟପ୍ରମାଣକୁ ଆଧାର କରି ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଅସୀମ କୁମାର ପ୍ରହରାଜ ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ଢାଳି ପୋଡ଼ିବା ଘଟଣା, ଆହତ ଯୁବକଙ୍କ ମୃତ୍ୟୁ

ଭଞ୍ଜନଗର,୯।୩(ଡି.ଏନ.ଏ.)-ବେଲଗୁଣ୍ଠା ଫାଣ୍ଡି ଧୁମୁଛାଇର ସନ୍ତୋଷ ନାୟକ (୨୫)ଙ୍କୁ ତାଙ୍କର ୨ ସାଙ୍ଗ କୌଣସି କାରଣକୁ ନେଇ ଗତ ଜାନୁୟାରୀ ୨୫ ତାରିଖରେ ପେଟ୍ରୋଲ ଢାଳି ପୋଡ଼ି...

ଧାନ ଅମଳ ସମୟରେ ଝିପିଝିପି ବର୍ଷା: ଚାଷୀ ମନରେ ଛନକା

ବନ୍ତ,୨୭।୧୨(ସ୍ବ.ପ୍ର.)-ଏବେ ଚଳିତବର୍ଷ ଖରିଫ୍‌ ଧାନ ଅମଳ ଚାଲିଥିବାବେଳେ ଗୁରୁବାର ଅପରାହ୍ନରେ ଝିପିଝିପି ବର୍ଷା ଆରମ୍ଭ ହୋଇଥିବାରୁ ଚାଷୀ ମନରେ ଛନକା ପଶିଛି। ବର୍ଷାର ପରିମାଣ ବଢ଼ିଲେ...

ନଦୀପଠାରେ ହସିଲାଣି କାଶତଣ୍ଡୀ

ମହାକାଳପଡ଼ା,୧୦ା୯(ଡି.ଏନ.ଏ.): ଶରତର ଆଗମନରେ ସଜେଇ ହେଲାଣି ପ୍ରକୃତିରାଣୀ, ଶସ୍ୟ ଶ୍ୟାମଳା ଧରିତ୍ରୀ ଉପରେ ଧୋବ ଫରଫର କାଶତଣ୍ଡୀ ଫୁଲ ପବନର ଝିପି ଝିପି ବର୍ଷାରେ ସତେ...

ଦୁର୍ଘଟଣାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ

ଆନନ୍ଦପୁର,୨୩ା୧୧(ସ୍ବ.ପ୍ର.): ଦୁର୍ଘଟଣାକୁ କେନ୍ଦ୍ର କରି ଆନନ୍ଦପୁର ସହରରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦର ସୂତ୍ରପାତ ହୋଇଛି। ଉଭୟପକ୍ଷର ଆଭିଯୋଗକୁ ଆଧାର କରି ଆନନ୍ଦପୁର ପୋଲିସ ଦୁଇଟି...

ହଷ୍ଟେଲରୁ ଛାତ୍ର ନିଖୋଜ ଘଟଣା: ବିଦ୍ୟାଳୟ ଘେରିଲେ ଶତାଧିକ ମହିଳା

ଜଳେଶ୍ୱର, ୨୩।୭(ଡି.ଏନ.ଏ.)-ଜଳେଶ୍ୱର ସହର ବଡ଼ବଜାରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ହଷ୍ଟେଲରେ ରହୁଥିବା ଅଷ୍ଟମ ଶ୍ରେଣୀ ଛାତ୍ର ତଥା ଭୋଗରାଇ ଥାନା ଅଧିନ ହାଣ୍ଡିପଡ଼ା ଗ୍ରାମନିବାସୀ କାହ୍ନୁ...

କଣ୍ଟିଲୋ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର: ୧୦୨ ଆମ୍ବୁଲାନ୍ସ ବନ୍ଦ ପରେ ପ୍ରସୂତି ସେବା ବାଧାପ୍ରାପ୍ତ

ଖଣ୍ଡପଡ଼ା,୩ା୭(ସ୍ବ.ପ୍ର)-ଗତ ମେ ୩୧ ତାରିଖଠାରୁ ଖଣ୍ଡପଡା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ତଥା ପ୍ରସୂତି ସେଣ୍ଟରରେ ୧୦୨ ଆମ୍ବୁଲାନ୍ସ ସେବା ବନ୍ଦ ହୋଇଯିବା ପରେ...

କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ

କଟକ ଅଫିସ,୧୭।୫ : ଡି ବ୍ରଦର୍ସ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ ମଙ୍ଗଳବାର କୋର୍ଟରେ ହାଜର ହୋଇଛନ୍ତି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଉଭୟଙ୍କୁ କଟକ...

ଫୁଲବାଣୀରେ ୫, ଦାରିଙ୍ଗବାଡ଼ିରେ ୫.୫ ଡିଗ୍ରୀ ତାପମାତ୍ରା

ଫୁଲବାଣୀ ଅଫିସ, ୩୦ା୧୨-କନ୍ଧମାଳ ଜିଲାରେ ଅଥୟ ହେଲାଣି ଶୀତ। ସକାଳଠୁ ରାତି ପର୍ଯ୍ୟନ୍ତ ଶୀତ ପ୍ରକୋପରେ ଲୋକେ ନାହିଁ ନ ଥିବା ଯନ୍ତ୍ରଣା ଭୋଗୁଛନ୍ତି। ଗତ...

Advertisement
Archives

Model This Week