ନାବାଳିକା ଅପହରଣ, ବଳାତ୍କାର ମାମଲା: ଦୋଷୀଙ୍କୁ ୧୦ବର୍ଷ ସଶ୍ରମ ଜେଲ୍‌

ଫୁଲବାଣୀ ଅଫିସ,୧୬ା୧୨-ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ସୋମବାର ଫୁଲବାଣୀ ଅତିରିକ୍ତ ଦୌରାଜଜ୍‌ ତଥା ସ୍ବତନ୍ତ୍ର ବିଚାରପତି ସମର ବିଳାସ ବେହେରା ଅଭିଯୁକ୍ତଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୫ ହଜାର ଟଙ୍କା ଜରିମାନା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ଅନାଦେୟ ଅଧିକ ୬ ମାସ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଯୁବକ ହେଲେ ଅନୁଗୋଳ ଜିଲା ଛେଣ୍ଡିପଦା ଥାନା କସଲା ଗ୍ରାମର ନିତ୍ୟାନନ୍ଦ ବେହେରା ା
୨୦୧୭ ଏପ୍ରିଲ ୧୦ ତାରିଖରେ ବାଲିଗୁଡ଼ା ଥାନା ଅଞ୍ଚଳର ଜଣେ ନାବାଳିକା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରକୁ ଟିଭି ଦେଖିବାକୁ ଯାଇଥିଲେ ା ଲାଇନ୍‌ ଚାଲିଯିବାରୁ ଅନ୍ଧାରରେ ସେ ଘରକୁ ଫେରୁଥିଲେ। ଏହି ସମୟରେ ନିଜ ସାଙ୍ଗ ଘରକୁ ଯାଇଥିବା ନିତ୍ୟାନନ୍ଦ ତାଙ୍କୁ ଏକୁଟିଆ ପାଇ ରାସ୍ତାରୁ ଟେକି ନେଇ ନିକଟସ୍ଥ ଜଙ୍ଗଲରେ ବଳାତ୍କାର କରିଥିଲେ ା ଏହାପରେ ନାବାଳିକାଙ୍କୁ ନେଇ ପାଖରେ ଚାଲିଥିବା ଦଣ୍ଡନାଚ ସ୍ଥାନରେ ଛାଡ଼ି ଦେଇଥିଲେ ା ପରିବାର ଲୋକେ ଖୋଜାଖୋଜି କରି ଝିଅକୁ ଦଣ୍ଡନାଚ ସ୍ଥାନରୁ ପାଇଥିଲେ ା ନାବାଳିକା ଜଣକ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇବା ପରେ ପରଦିନ ଅର୍ଥାତ୍‌ ୧୧ ତାରିଖରେ ଦାଦା ବାଲିଗୁଡା ଥାନାରେ ଏତଲା ଦେଇଥିଲେ ା ପୋଲିସ ନଂ. ୪୯/୧୭ରେ ଏକ ମାମଲା ରୁଜୁ କରିବା ସହ ନିତ୍ୟାନନ୍ଦଙ୍କୁ ଗିରଫ କରିଥିଲା ା ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଅସୀମ ପ୍ରହରାଜ ମାମଲା ପରିଚାଳନା କରୁଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ଚୋରି ରୋକିବାକୁ ପ୍ରିପେଡ୍‌ ସ୍ମାର୍ଟ ମିଟର ପ୍ରଚଳନ ନିଷ୍ପତ୍ତି: ‘ପ୍ରଥମେ ସରକାରୀ ସ୍ତରରେ ଲାଗୁ ହେଉ’

ଓଡ଼ଗାଁ, ୨୨।୮(ସ୍ବ.ପ୍ର.): ସମ୍ପ୍ରତି ରାଜ୍ୟରେ ବିଦ୍ୟୁତ୍‌ ଚୋରି ରୋକିବାକୁ ରାଜ୍ୟ ଶକ୍ତି ମନ୍ତ୍ରୀ ପ୍ରିପେଡ୍‌ ସ୍ମାର୍ଟ ମିଟର ପ୍ରଚଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ...

ନୟାନ୍ତ କଲାଣି ନିଷିଦ୍ଧ ନିଶା

ଢେଙ୍କାନାଳ ଅଫିସ, ୭।୧୨: ଢେଙ୍କାନାଳ ଜିଲାରେ ବେଆଇନ ନିଶା କାରବାର ଉପରେ ଅଙ୍କୁଶ ଲାଗି ପାରୁନାହିଁ। ପୋଲିସ, ଅବକାରୀ ବିଭାଗର ଉଦ୍ୟମ ସତ୍ତ୍ୱେ ମାଫିଆମାନେ ମଧ୍ୟସ୍ଥଙ୍କ...

ନାରାୟଣପାଟଣାରେ ମାଓବାଦୀ ପୋଷ୍ଟର

କୋରାପୁଟ,୨୨।୮(ଅମିତାଭ ବେହେରା) ନାରାୟଣପାଟଣାରେ ଲାଗିଛି ମାଓବାଦୀ ପୋଷ୍ଟର। ପୋଷ୍ଟର ଲଗାଇ ବହୁ ପ୍ରତୀକ୍ଷିତ ପ୍ରସ୍ତାବିତ ଚିନ୍ତାଗୁଡା ପ୍ରକଳ୍ପକୁ ବିରୋଧ କରିଛନ୍ତି ମାଓବାଦୀ। ସୂଚନାଯୋଗ୍ୟ, କୋରାପୁଟ ଜିଲାର...

ଆଜିଠାରୁ ମା’ ଭଗବତୀଙ୍କ ପୀଠରେ ୧୪୪ ଧାରା

ଖୋର୍ଦ୍ଧା ଅଫିସ,୬।୧୦: ଖୋର୍ଦ୍ଧା ବାଣପୁର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ପୀଠରେ ବୁଧବାର ୧୪୪ ଧାରା ଲାଗୁ ହେବ। ଏହା ସନ୍ଧ୍ୟାରେ ଲାଗୁ ହେବା ନେଇ...

ଧାନବିକ୍ରି ନ ସରୁଣୁ ଟୋକନ ଗାଏବ, ମଣ୍ଡିରେ ଭିଜୁଛି ଧାନ

ବରଗଡ଼ ଅଫିସ୍‌,୧୬।୬- ବରଗଡ଼ ଜିଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଏବେ ମଧ୍ୟ ଅବ୍ୟବସ୍ଥିତ ହୋଇ ପଡ଼ିଛି। ଜିଲାର ବିଭିନ୍ନ ମଣ୍ଡିରେ ସଂଗୃହୀତ ବହୁ ପରିମାଣର...

ବର୍ଷା ଅଭାବ: ଚାଷଜମିରୁ ଫେରି ଘରେ ବିଷ ପିଇଲେ ଚାଷୀ

ବଲାଙ୍ଗୀର ଅଫିସ, ୩।୯: ଚାଷଜମିରୁ ଫେରି ଘରେ ବିଷ ପିଇ ଦେଇଥିଲେ ଚାଷୀ। ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା...

ନିଜ ହାତରେ ଆବର୍ଜନା ସଫା କଲେ ରାଇକିଆ ବିଡିଓ

ରାଇକିଆ,୨୬।୭(ଡି.ଏନ୍‌.ଏ.)- ମହାମାରୀ କରୋନା ପାଇଁ ସବୁଠି ଲକ୍‌ ଡାଉନ୍‌, ଶଟ୍‌ଡାଉନ ଚାଲିଛି। ଏଭଳି ସମୟରେ କନ୍ଧମାଳ ଜିଲା ରାଇକିଆ ବିଡିଓ ପ୍ରବୀଣ କୁମାର ବାଣୁଆ ନିଜ...

ନିର୍ମାଣାଧୀନ ରେଲଓ୍ବେ ଟ୍ରାକ୍‌ ଖାତରେ ପଡ଼ି ଛେଳି ଚରାଳି ମୃତ : କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ପରଜଙ୍ଗ, ୧୬।୮(ଡି.ଏନ.ଏ.)-ଅନୁଗୋଳ-ଡୁବୁରି ରେଲଓ୍ବେ ଟ୍ରାକ୍‌ ନିର୍ମାଣ ପାଇଁ ଖୋଳାଯାଇଥିବା ଖାତରେ ଖସିପଡ଼ି ଜଣେ ଛେଳିଚରାଳିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପରଜଙ୍ଗ ଥାନା ବାରିହାପୁର ଗ୍ରାମର...

Advertisement
Archives

Model This Week