ନାବାଳିକାଙ୍କ ବିବାହ ରୋକିଲା ଶିଶୁ ସୁରକ୍ଷା କମିଟି

କେନ୍ଦୁଝର, ୧୪ା୫ (ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ସୁଲେଇଖମାର ଗ୍ରାମରେ ସୋମବାର ଜଣେ ନାବାଳିକାଙ୍କ ବିବାହ ଚାଲିଥିଲା। ଖବର ପାଇ ଶିଶୁ ସୁରକ୍ଷା କମିଟି ପକ୍ଷରୁ ପୋଲିସ ସହାୟତାରେ ବିବାହ ବନ୍ଦକରି କନ୍ୟାକୁ ଉଦ୍ଧାର କରାଯାଇଛି। ଝିଅର ବୟସ ୧୭ ହୋଇଥିବା ବେଳେ ପୁଅର ବୟସ ୨୨ ବୋଲି ଜଣାପଡିଛି ା
ପ୍ରକାଶ ଯେ, ଝୁମ୍ପୁରା ବ୍ଲକ ବାଲିବନ୍ଧ ଗ୍ରାମର ଉକ୍ତ ଯୁବକଙ୍କ ସହ ନିକଟସ୍ଥ ଗ୍ରାମର ନାବାଳିକାଙ୍କ ସହିତ ସୋମବାର ସନ୍ଧ୍ୟାରେ ବିବାହ କାର୍ଯ୍ୟକ୍ରମ ହେବାକୁ ଥିଲା ା ବରଯାତ୍ରୀ ପହଞ୍ଚିବା ପରେ ବିବାହ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଶିଶୁ ସୁରକ୍ଷା କମିଟିର ସଦସ୍ୟମାନେ ପୋଲିସ ସହାୟତାରେ ପହଞ୍ଚିିଥିଲେ ା ଉଭୟ ଘରର ଲୋକଙ୍କ ସହ ଆଲୋଚନା କରିଥିଲେ ା କନ୍ୟା ସାବାଳିକା ହେବା ପରେ ବିଭାଘର କରିବାକୁ ପରାମର୍ଶ ଦେଇଥିଲେ ା ଏଥିରେ ଉଭୟ ବର ଓ କନ୍ୟା ପରିବାର ସହମତି ପ୍ରକାଶ କରି ବିବାହ ବାତିଲ କରିଦେଇଥିଲେ ା ଶିଶୁ ସୁରକ୍ଷା କମିଟିର ସଦସ୍ୟ ଅକ୍ଷୟ କୁମାର ମହାନ୍ତ, ଚାଇଲ୍ଡଲାଇନର ସଦସ୍ୟା ରୀନାରାଣୀ ଗିରି, ସିଡିପିଓ ପ୍ରଭାସିନୀ ଚକ୍ର, ଟାଉନ ଥାନା ଏଏସ୍‌ଆଇ ସୁଶାନ୍ତ କୁମାର ସେଠୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବିଚିତ୍ରପୁର ଜଙ୍ଗଲରେ ବିରଳ ପ୍ରଜାତିର ଜୀବ: ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼

ଭୋଗରାଇ, ୮।୯ (ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସମୁଦ୍ରକୂଳକୁ ଲାଗିଥିବା ବିଚିତ୍ରପୁର ଜଙ୍ଗଲରୁ ୫ଟି ଅଜଣା ଜୀବ ଉଦ୍ଧାର ହୋଇଛି। ଏକାଥରେ ୫ଟି ବିରଳ…

ହଷ୍ଟେଲରେ ଝୁଲିପଡ଼ିଲେ ଇଞ୍ଜିନିୟରିଂ ଛାତ୍ରୀ: ମା’ଙ୍କୁ ଫୋନ୍‌ କରି କହିଲେ…

ବାହାନଗା,୮।୯(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ଘରୋଇ ଇଞ୍ଜିନିୟରିଂ କଲେଜ ବିସିଇଟି (ବାଲେଶ୍ବର କଲେଜ ଅଫ ଇଞ୍ଜିନିୟରିଙ୍ଗ ଏଣ୍ଡ ଟେକ୍ନୋଲୋଜି )ର ମହିଳା ଛାତ୍ରବାସରେ ଜଣେ ଛାତ୍ରୀଙ୍କ…

ନାନା ସମସ୍ୟାରେ ଛନ୍ଦି ହୋଇଛି ବରି ହାଇସ୍କୁଲ, ମଧ୍ୟାହ୍ନଭୋଜନ ଅର୍ଥରେ କିଣାଯାଉଛି ଚକ୍‌ଖଡ଼ି

ସିମୁଳିଆ,୭ା୯(ସନ୍ତୋଷ ନାୟକ): ୨୦୨୪-୨୫ ଶିକ୍ଷାବର୍ଷରୁ ବାଲେଶ୍ୱର ଜିଲାରେ ପ୍ରଥମ ପିଏମ୍‌ଶ୍ରୀ ବିଦ୍ୟାଳୟର ମାନ୍ୟତା ପାଇଥିବା ସିମୁଳିଆ ବ୍ଲକର ବରି ହାଇସ୍କୁଲ ନାନା ସମସ୍ୟା ମଧ୍ୟରେ ଛନ୍ଦି ହୋଇରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri