ନାବାଳିକାଙ୍କୁ ବଳାତ୍କାର, ଅଶ୍ଳୀଳ ଫଟୋ ଭାଇରାଲ

ଗୋପାଳପୁର,୭ା୯-ଗଞ୍ଜାମ ଜିଲାର ବିଭିନ୍ନ ଗ୍ରାମାଞ୍ଚଳରେ ଏବେ ମଧ୍ୟ ବାଲ୍ୟବିବାହ ଚାଲିଛି। ଗୋଳନ୍ଥରା ଥାନା ଅଞ୍ଚଳର ଜଣେ ନାବାଳିକା ବିବାହ ପରେ ଗଁ।କୁ ଆସିଥିବାବେଳେ ତାଙ୍କୁ ବଳାତ୍କାର କରାଯାଇଥିବା ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତ ତାଙ୍କ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିଥିବା ମଧ୍ୟ ଏତଲାରେ ଉଲ୍ଲେଖ ରହିଛି। ନଂ.୨୧୬/୧୯ରେ ମାମଲା ରୁଜୁକରି ପୋଲିସ ତଦନ୍ତ ଚଳାଇଛି। ଘଟଣା ପରେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଛନ୍ତି।
ପ୍ରକାଶ ଯେ, ଏହି ଥାନା ଅଞ୍ଚଳର ଜଣେ ନାବାଳିକା ବର୍ଷେତଳେ ପାଖ ଗ୍ରାମରେ ବିବାହ କରିଥିଲେ। କିଛିଦିନ ତଳେ ସେ ବାପଘରକୁ ବୁଲିବାକୁ ଆସିଥିଲେ। ତାଙ୍କ ଘରକୁ ଆସୁଥିବା ଉକ୍ତ ଥାନା ଅନ୍ତର୍ଗତ ମାଝି ଗ୍ରାମର ଜଣେ ଯୁବକ ଅଗଷ୍ଟ ୧୭ରେ ନାବାଳିକାଙ୍କୁ ବଜାର ବୁଲାଇବାକୁ କହି ସାଙ୍ଗରେ ନେଇଥିଲେ। ସେଠାରେ ସର୍ବତ ପିଇବାକୁ ଦେବାପରେ ସେ ଚେତାଶୂନ୍ୟ ହୋଇ ପଡିଥିଲେ। ଚେତା ଫେରିବା ବେଳକୁ ନାବାଳିକା ସୁରାଟର ଏକ ଲଜ୍‌ରେ ଥିବା ଜାଣିପାରିଥିଲେ। ସେଠାରେ ୧୦ଦିନ ରଖି ଯୁବକ ଜଣକ ତାଙ୍କୁ ବଳାତ୍କାର କରିଥିଲେ। ଏଥିସହ ତାଙ୍କର ଅଶ୍ଳିଳ ଫଟୋ ମଧ୍ୟ ଉଠାଇଥିଲେ। ପରେ ତାଙ୍କ ପାଖରେ ଥିବା ସୁନା ଗହଣା ଓ ଟଙ୍କା ନେଇ ଯୁବକ ଜଣକ ଲଜ୍‌ରେ ଛାଡି କେଉଁଆଡେ ପଳାଇଥିଲେ। ପରେ ନାବାଳିକା ଜଣକ ହୋଟେଲର ଜଣେ ଯୁବକଙ୍କୁ ସାହାଯ୍ୟ ମାଗି ସେପ୍ଟେମ୍ବର ୨ରେ ଘରକୁ ଫେରିଥିଲେ। ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇବା ସହ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋକ୍ସୋ ଆକ୍ଟରେ ମାମଲା ରୁଜୁକରି ପୋଲିସ ଘଟଣାର ତଦନ୍ତ ଚଳାଇଛି। ଗୁରୁବାର ବ୍ରହ୍ମପୁର ବଡ଼ ମେଡିକାଲରେ ନାବାଳିକାଙ୍କ ଡ଼ାକ୍ତରୀ ମାଇନା କରାଯାଇ ଶୁକ୍ରବାର ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରାଜଜ୍‌-୨ଙ୍କ ନିକଟରେ ଧାରା ୧୬୪ରେ ବୟାନ ରେକର୍ଡ କରାଯାଇଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ଗୋଳନ୍ଥରା ଥାନାଧିକାରୀ ବାବୁଲି ନାୟକଙ୍କ ନେତୃତ୍ୱରେ ସ୍ବତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।କ


Enter your email to get our daily news in your inbox.

All Right Reserved By Dharitri.Com

୫ ଦିନ ବର୍ଷା ନାହିଁ

ଭୁବନେଶ୍ୱର,୨୫।୧୦(ବ୍ୟୁରୋ): ରାଜ୍ୟରେ ଆଉ ବର୍ଷାର ସମ୍ଭାବନା ନାହିଁ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଲେଉଟାଣି ନେଇ ପାଗ ଅନୁକୂଳ ହେଲାଣି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର...

କୋରାପୁଟରେ ହେବ ଗୁମ୍ଫା ପର୍ଯ୍ୟଟନର ବିକାଶ

କୋରାପୁଟ,୨୬ା୮(ସ୍ବ.ପ୍ର.): କୋରାପୁଟ ଜିଲାର ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ ସର୍ବଦା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏହି ପ୍ରାକୃତିକ ବିଭବକୁ ଅଧିକ ଆକର୍ଷଣୀୟ କରିବା ଲାଗି କୋରାପୁଟ ଜିଲାରେ...

କୁଳସଚିବ, ପରୀକ୍ଷା ନିୟନ୍ତ୍ରକଙ୍କୁ ଘେରିଲେ ଛାତ୍ରୀଛାତ୍ର

ବ୍ରହ୍ମପୁର ଅଫିିସ,୨୫ା୭- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନ ଡିଗ୍ରୀ କଲେଜ ଛାତ୍ରୀଛାତ୍ରଙ୍କ ଦ୍ୱିତୀୟ ଓ ତୃତୀୟ ସେମିଷ୍ଟର ବ୍ୟାକ ପେପର ପରୀକ୍ଷା ଫଳ ବର୍ଷକ ପରେ ବି...

ଗାଁକୁ ଯାଇ ପାଠ ପଢ଼ାଇବେ ଶିକ୍ଷକ

ଭୁବନେଶ୍ୱର,୧୫।୮(ବ୍ୟୁରୋ): କରୋନା ସଂକ୍ରମଣ ଯୋଗୁ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଦୋହଲିଯାଇଛି। କେବେ ସ୍କୁଲ ଖୋଲିବ ଏବଂ ଶ୍ରେଣୀରେ ପାଠପଢ଼ା ସ୍ବାଭାବିକ ହେବ ସେନେଇ ନିର୍ଦ୍ଦିଷ୍ଟ କହିହେଉନାହିଁ।...

ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କଲେ ଦୁଇ ନାବାଳକ

କେନ୍ଦୁଝର,୧୬ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ଯୋଡ଼ା ଥାନା ଅଞ୍ଚଳରେ ରବିବାର ରାତିରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ଦୁଇ ନାବାଳକ ଭାଇ। ତେବେ ପୋଲିସ...

କୁଲଡ଼ିହା ଅଭୟାରଣ୍ୟରେ ହାତୀମଡ଼କ

ସଜନାଗଡ଼,୨୨ ।୩(ଡି.ଏନ.ଏ.) ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡରେ ଅବସ୍ଥିତ କୁଲଡ଼ିହା ଅଭୟାରଣ୍ୟ ଏବେ ବନ୍ୟଜନ୍ତୁଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି। ଗତ ୩ମାସ ମଧ୍ୟରେ ୩ ମାଈହାତୀଙ୍କ...

କଳାଭୂମିରେ ଖୋଲିଲା ଶ୍ରୀଜଗନ୍ନାଥ ସଂସ୍କୃତି ଗ୍ୟାଲେରି

ଭୁବନେଶ୍ୱର,୨।୪(ବ୍ୟୁରୋ): ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଭୁବନେଶ୍ୱର ଗଣ୍ଡମୁଣ୍ଡାସ୍ଥିତ ହସ୍ତଶିଳ୍ପ ସଂଗ୍ରହାଳୟ ‘କଳାଭୂମି’ ପରିସରରେ ଶ୍ରୀଜଗନ୍ନାଥ ସଂସ୍କୃତି ଗ୍ୟାଲେରି ଖୋଲିଛି। ଶୁକ୍ରବାର...

ବିଭୂତି ଓ ରୁଦ୍ରଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରଚାର

ପରଜଙ୍ଗ,୧୮ା୪(.) : ଢେଙ୍କାନାଳ ଜିଲା ପରଜଙ୍ଗ ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ବିଭୂତି ପ୍ରଧାନ ଓ ଢେଙ୍କାନାଳ ଏମ୍‌ପି ପ୍ରାର୍ଥୀ ରୁଦ୍ରନାରାୟଣ ପାଣିଙ୍କ ପାଇଁ ଗୁରୁବାର...

Advertisement
Archives

Model This Week