ଅନୁଗୋଳ ଅଫିସ, ୧୪।୮-ଅନୁଗୋଳ ବସ୍ଷ୍ଟାଣ୍ଡ ନିକଟରେ ବଳାତ୍କାରର ଶିକାର ହୋଇଥିବା ନାବାଳିକାଙ୍କୁ ଥଇଥାନ କରିବା ନେଇ ପୋଲିସ ଓ ଜିଲା ଶିଶୁ ମଙ୍ଗଳ ସମିତି ମଧ୍ୟରେ ବିବାଦ ଜଟିଳ ହେବାରେ ଲାଗିଛି। ପୋଲିସ କିଶୋର ନ୍ୟାୟ ଆଇନ ୨୦୧୫ (ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷା)କୁ ଉଲ୍ଲଂଘନ କରିଥିବା ଜିଲା ଶିଶୁ ମଙ୍ଗଳ ସମିତି ଅଭିଯୋଗ କରୁଥିବା ବେଳେ ପୋଲିସ ପକ୍ଷରୁ ତାହାକୁ ଖଣ୍ଡନ କରାଯାଇ ଆସୁଛି। ତେବେ ନାବାଳିକା ଏବେ କେଉଁଠି ରହିବେ ସେ ନେଇ ଦ୍ୱନ୍ଦ୍ୱ ଉପୁଜିଥିବା ବେଳେ ମଙ୍ଗଳବାର ନାବାଳିକାଙ୍କ ବାପା ଝିଅକୁ ପାଖରେ ରଖିବା ପାଇଁ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ମଙ୍ଗଳବାର ଜିଲାସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ ଆଠମଲ୍ଲିକରେ ଥିବାବେଳେ ଜିଲା କାର୍ଯ୍ୟାଳୟ କୋର୍ଟ ରୁମ୍ରେ ଅତିରିକ୍ତ ଜିଲାପାଳ ଜନଶୁଣାଣି କରୁଥିଲେ। ଅପରାହ୍ନ ଗୋଟାଏରେ ନାବାଳିକାଙ୍କୁ ତାଙ୍କ ବାପା ଓ ପିଉସୀ ଧରି ଜିଲା କାର୍ଯ୍ୟାଳୟରେ ପହଞ୍ଚତ୍ ପ୍ରଶାସନର ଅନୁମତି ଲୋଡ଼ିଥିଲେ। ତେବେ ଜିଲାପାଳ ଆସିଲେ ଆଲୋଚନା କରାଯିବ ବୋଲି ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ ନାବାଳିକାଙ୍କ ପରିବାର ଲୋକଙ୍କୁ କହିବା ସହ ବୁଧବାର ପୂର୍ବାହ୍ନରେ ଜିଲାପାଳଙ୍କ ନିକଟକୁ ଆସିବାକୁ ପରାମର୍ଶ ଦେଇଥିବା ଜଣାପଡ଼ିଛି। ଅପରପକ୍ଷରେ ପୋଲିସ ବିବାଦରୁ ବର୍ତ୍ତିବା ପାଇଁ ନାବାଳିକାଙ୍କ ବାପାଙ୍କୁ ପ୍ରଶାସନ ନିକଟକୁ ପଠାଇଥିବା ଚର୍ଚ୍ଚା ହେଉଛି। କିନ୍ତୁ ଏହାକୁ ଅନୁଗୋଳ ଥାନା ଆଇଆଇସି ରମେଶ ଚନ୍ଦ୍ର ବିଶୋଇ ଖଣ୍ଡନ କରିଛନ୍ତି। ପୋଲିସ ପକ୍ଷରୁ ଏପରି କିଛି କରାଯାଇ ନ ଥିବା ଆଇଆଇସି କହିଛନ୍ତି। ସୂଚନାଯୋଗ୍ୟ ଯେ, ନାବାଳିକା କଟକରୁ ଚିକିତ୍ସିତ ହୋଇ ଆସିବା ପରେ ପୋଲିସ ତାଙ୍କୁ ଜିଲା ଶିଶୁ ସୁରକ୍ଷା ସମିତିରେ ହାଜର କରିଥିଲା। କିନ୍ତୁ ସୁସ୍ଥତା ନେଇ କୌଣସି ରିପୋର୍ଟ ସିଡବ୍ଲ୍ୟୁସିକୁ ପ୍ରଦାନ କରି ନ ଥିଲା। ଫଳରେ ସିଡବ୍ଲ୍ୟୁସି ତୁରନ୍ତ ନାବାଳିକାକୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। କିନ୍ତୁ ସେଠାରେ ନାବାଳିକା ସୁସ୍ଥ ହେବା ପରେ ଅନୁଗୋଳ ପୋଲିସ ତାଙ୍କୁ ସିଡବ୍ଲ୍ୟୁସିକୁ ହସ୍ତାନ୍ତର ନ କରି ତାଙ୍କ ବାପାଙ୍କ ଜିମାରେ ଛାଡ଼ି ଦେଇଥିଲା। ଏହାକୁ ନେଇ ସିଡବ୍ଲ୍ୟୁସି ଓ ପୋଲିସ ମଧ୍ୟରେ ବିବାଦ ଦେଖାଦେଇଥିଲା। ଜିଲା ଶିଶୁ ମଙ୍ଗଳ ସମିତି ପକ୍ଷରୁ ନାବାଳିକା ଓ ତାଙ୍କ ବାପାଙ୍କୁ ଆଣି ସମିତିର କାର୍ଯ୍ୟାଳୟରେ ହାଜିର କରିବାକୁ ଶନିବାର ଚିଠି (ନଂ. ୪୨୬/୧୯) କରାଯାଇଥିଲେ ମଧ୍ୟ ପୋଲିସ ତାହା ପାଳନ କରି ନ ଥିଲା।
ନାବାଳିକାଙ୍କୁ ନେଇ ସିଡବ୍ଲ୍ୟୁସି-ପୋଲିସ ବିବାଦ ଘଟଣା: ଝିଅକୁ ପାଖରେ ରଖିବାକୁ ବାପା ପ୍ରଶାସନର ଦ୍ୱାରସ୍ଥ
Posted inଅନୁଗୋଳ, ଆମ ଜିଲା ଖବର View All
ମାଘ ପୂର୍ଣ୍ଣିମାରେ ଶହ ଶହ ଭକ୍ତଙ୍କ ସମାଗମ
ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ବଡପଦା ଗ୍ରାମ ସ୍ଥିତ ଶ୍ରୀ ଉଦୟନାଥେଶ୍ୱର ଶୈବ ପୀଠରେ ଚାଲିଥିବା ପଞ୍ଚକୁଣ୍ଡିୟ ଶ୍ରୀରାମ ତାରକ…
ଶୌଚ ପାଇଁ ଯାଇ ଆଉ ଫେରି ନଥିଲେ, ଗାଡ଼ିଆରୁ ଉଦ୍ଧାର ହେଲା ମୃତଦେହ
ପାଟଣା,୧।୨(ବୀର କିଶୋର ଦାଶ): ଇଟା ଗଢ଼ିବାକୁ ଯାଇ ଜଣେ ୨୫ବର୍ଷିୟ ଯୁବକଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି । ପାଟଣା ବ୍ଲକ ଡୁମୁରିଆ ପଂଚାୟତ କୋଠା…
ବଜେଟ ଉପରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା, ଲାଭ ଉଠାଇବା ପାଇଁ କେନ୍ଦ୍ରାପଡାରେ…
କେନ୍ଦ୍ରାପଡା,୧।୨(ଜଗନ୍ନାଥ ଧଳ ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଚଳିତ ବର୍ଷର ବଜେଟ ରବିବାର ଉପସ୍ଥାପନ କରିଛନ୍ତି । ଏଥିରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ପାଇଁ ଅର୍ଥ…
ବଜେଟ୍ ପରେ ସାଧାରଣ ଜନତାଙ୍କ ପ୍ରତିକ୍ରିୟା, ଗରିବ-ମଧ୍ୟବିତ୍ତଙ୍କୁ ଅଣଦେଖା କହି…
କେସିଙ୍ଗା,୧ା୨(ତୁମେଶ୍ୱର ସାହୁ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ଏହି ବଜେଟ୍ ଘୋଷଣା ପରେ କଳାହାଣ୍ଡି…
ବଜେଟକୁ ନେଇ ପ୍ରତିକ୍ରିୟା ଦେଲେ ଶିକ୍ଷାବିତ୍, ସବୁ ଦିଗକୁ ଖୁସି…
ଦେବଗଡ,୧ା୨(ଶଶାଙ୍କ ଶେଖର ଝାଙ୍କର): ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୬ ବଜେଟ ଉପସ୍ଥାପିତ କରିଛନ୍ତି । ଏହାପରେ ଶିକ୍ଷାବିତଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ…
ରାସ୍ତାରେ ଆଣ୍ଠୁଏ ପାଣି: ଓଲଟା ଅଧିକାରୀଙ୍କୁ ଗାଳିଗୁଲଜ, ତଦନ୍ତ କଲେ…
କେସିଙ୍ଗା,୧।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କାଣ୍ଡେଲ ପଞ୍ଚାୟତ ୱାର୍ଡ ନଂ ୩ରେ ପାଇପ ଫାଟି ମୁଖ୍ୟ ଗଳି ରାସ୍ତାରେ ପାଣି ଜମିରହୁଛି। ଏ…
ଭଞ୍ଜନଗର ବିଧାୟକଙ୍କ ପିତୃ ବିୟୋଗ, ଅଞ୍ଚଳରେ ଖବର ପ୍ରଚାରିତ ପରେ…
ଭଞ୍ଜନଗର,୧ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପିତା ଶ୍ୟାମସୁନ୍ଦର ନାୟକ ( ୯୬) ରବିବାର ଅପରାହ୍ନରେ ବିଧାୟକଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ…
ଦୁର୍ଘଟଣା ହୋଇଛି ପାଣି ଦିଅ କହି ଘରେ ପଶିଲେ, ବନ୍ଧୁକ ଭୁଜାଲି ବେକରେ ଲଗାଇ ଲୁଟିନେଲେ ସର୍ବସ୍ବ
ପାଟଣା,୧ା୨(ବୀର କିଶୋର ଦାଶ): ଦୁର୍ଘଟଣା ହୋଇଛି ପାଣି ଦିଅ କହି ପ୍ରଥମେ ଘରର ରୋଷେୟାକୁ ମାଡ଼ ମାରିବା ସହ ବାନ୍ଧି ପକାଇବା ପରେ ଉପର ମହଲାକୁ ଯାଇ…
Archives

