ନାବାଳିକାଙ୍କୁ ଅସଦାଚରଣ: ଅଭିଯୋଗ, ଯୁବକ ଗିରଫ

ଆଳି, ୫।୧୨ (ଡି.ଏନ୍‌.ଏ.): ଆଳି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୋଲିସ ବାଳକାଟି ଅଞ୍ଚଳର ହରିଶ୍ଚନ୍ଦ୍ର ଦାସଙ୍କ ପୁଅ ଲିଟୁଙ୍କୁ ଗିରଫ କରିଛି। ଅଭିଯୋଗ ମୁତାବକ, ମଙ୍ଗଳବାର ନାବାଳିକାଙ୍କ ବାପା ଆଳି ଡାକ୍ତରଖାନା ଯାଇଥିବା ବେଳେ ଲିଟୁ ନାବାଳିକାଙ୍କୁ ତାଙ୍କ ସାଙ୍ଗ ଡାକୁଥିବା କହି ବାହାରକୁ ଡାକିଥିଲେ। ବାହାରକୁ ଆସିବା ପରେ ଲିଟୁ ନାବାଳିକାଙ୍କୁ ଅସଦାଚରଣ କରିଥିଲେ। ତେବେ ନାବାଳିକାଙ୍କ ପାଟି ଶୁଣି ପାଖ ପଡିଶା ଲୋକ ଆସିଯିବାରୁ ଲିଟୁ ସେଠାରୁ ଦୌଡ଼ି ପଳାଇଥିଲେ ବୋଲି ପୀଡ଼ିତାଙ୍କ ବାପା ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ୨୦୪/୧୯ ନଂ.ରେ ମାମଲା ରୁଜୁ କରିବା ସହ ଲିଟୁଙ୍କୁ ଗିରଫ କରିଛି। ବୁଧବାର ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରାଯିବା ସହ ଲିଟୁଙ୍କୁ କେନ୍ଦ୍ରାପଡା କୋର୍ଟରେ ହାଜର କରାଯାଇଥିଲା। ତେବେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବାରିମୂଳ ଜେଲକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିବିରିରେ ଜଳିଗଲା ସଂସାର

ପାଟଣା,୧୦ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚାକୁଣ୍ଡାପାଳ ପଞ୍ଚାୟତ ଜଡ଼ିଚାତର ଗାଁ ଉପରସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଡିବିରିରୁ ନିଆଁ ଲାଗି ବୃଦ୍ଧ ଦମ୍ପତିଙ୍କ...

ଡକାୟତ ଗ୍ୟାଙ୍ଗ୍‌ ଠାବ, ୩ ଗିରଫ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ)/ ପାତ୍ରପଡ଼ା (ଡି.ଏନ୍‌.ଏ.):  କମିଶନରେଟ ପୋଲିସ ଆଖିରୁ ନିଦ ହଜାଇ ଦେଇଥିବା ଏକ ଡକାୟତ ଗ୍ୟାଙ୍ଗ୍‌କୁ ସ୍ପେଶାଲ ସ୍କ୍ବାଡ୍‌ ଠାବ କରିଛି। ଗ୍ୟାଙ୍ଗ୍‌ର ଦୁଇ ମୁଖ୍ୟଙ୍କ...

ପୋଲ ଭାଙ୍ଗି ୫୦ରୁ ଊର୍ଦ୍ଧ୍ୱ ଗାଁ ବାହ୍ୟ ଜଗତରୁ ଛିନ୍ନ

ନୂଆପଡା ଅଫିସ:୧୦।୦୮: ନୂଆପଡା ଜିଲା ସଦର ମହକୁମାଠାରୁ ଛତିଶଗଡ ରାଜ୍ୟକୁ ସଂଯୋଗ କରୁଥିବା ଜୋଙ୍କ ନଦୀ ପୋଲ ସାରାବଙ୍ଗଠାରେ ଭାଙ୍ଗିଯାଇଛି। ପୋଲଟି ଭାଙ୍ଗିଯିବାରୁ ୫୦ରୁ ଊର୍ଦ୍ଧ୍ୱ...

କରୋନା ଛଡ଼ାଇ ନେଇଛି ଜୀବିକା

ଖୋର୍ଦ୍ଧା ଅଫିସ,୧୬ା୧୨: ରାଜ୍ୟରେ କୋଭିଡ୍‌-୧୯ ସ୍ଥିତି ସୁଧୁରିଥିବା ବେଳେ ଏବେ ବି ଦିନ ମଜୁରିଆ, ମିସ୍ତ୍ରି କାମ ନ ପାଇ ଘରେ ବସି ରହିଛନ୍ତି। କରୋନା...

ନିଆରା ଢଙ୍ଗରେ ଭୋଟ୍‌ ପ୍ରଚାର

ଯାଜପୁର ଟାଉନ,୨୪ା୧(ଡି.ଏନ.ଏ.): ଯାଜପୁର ବ୍ଲକ ଅଞ୍ଚଳର ପ୍ରତ୍ୟେକ ପଞ୍ଚାୟତରେ ପ୍ରଚାର ଆରମ୍ଭ ହୋଇଛି। ଏବେ ପ୍ରାର୍ଥୀପ୍ରାର୍ଥିନୀ ଘରଘର ବୁଲି ଭୋଟରଙ୍କୁ ଭୋଟ ଭିକ୍ଷା କରୁଛନ୍ତି। ତେବେ...

ପରୀକ୍ଷା ଦେଇ ଫେରୁଥିବାବେଳେ ଯୁକ୍ତ ଦୁଇ ଛାତ୍ରୀଙ୍କ ଗଳା କାଟିଲେ ଯୁବକ

ଭୁବନେଶ୍ୱର,୨।୩(ବ୍ୟୁରୋ): ପରୀକ୍ଷା ଦେଇ ଫେରୁଥିବାବେଳେ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କ ଗଳା କାଟିଲେ ଯୁବକ। ଏଭଳି ଘଟଣା ରାୟଗଡା ଜିଲା ଗୁଣୁପୁର ଅଞ୍ଚଳରେ ଘଟିଛି। ତେବେ...

ପ୍ରତିଶ୍ରୁତି ଦେଇ ଶ୍ରମିକଙ୍କୁ ପ୍ରତାରଣା

ଯାଜପୁର/କଳିଙ୍ଗନଗର, ୨୨।୭ (ହର୍ଷବର୍ଦ୍ଧନ ବେହେରା/ ଶୁଭାଶିଷ ରାଉତ): କଳିଙ୍ଗନଗରରେ ପ୍ରତିଷ୍ଠିତ ଡବଲ ବୁଲ ସିମେଣ୍ଟ କମ୍ପାନୀ ନୁଭୋକୋ (ପୂର୍ବ ନାମ ଇମାମି ସିମେଣ୍ଟ)କାରଖାନା କର୍ତ୍ତୃପକ୍ଷ ଜମି...

ଆରମ୍ଭ ହେଲା ଭୋଟର ତାଲିକା ସଂଶୋଧନ

ଭୁବନେଶ୍ବର, ୨ା୮(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଆଇନ ଓ ବିଚାର ବିଭାଗ ମନ୍ତ୍ରଣାଳୟ ଦ୍ୱାରା ଲୋକପ୍ରତିନିଧି ଆଇନ ୧୯୫୦/୧୯୫୧ର ପରିବର୍ତ୍ତନ କରାଯାଇ ଭୋଟର ତାଲିକାରେ କେତେଗୁଡ଼ିଏ ସଂଶୋଧନ...

Advertisement
Archives

Model This Week