ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ମାମଲା: ୩ ବର୍ଷ ପରେ ଗିରଫ ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି,୩ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଥିବା ଜଣେ ଯୁବକଙ୍କୁ ଘଟଣାର ୩ ବର୍ଷ ପରେ ଦିଗପହଣ୍ଡି ପୋଲିସ ବୁଧବାର ବ୍ରହ୍ମପୁର କୋର୍ଟକୁ ଚାଲାଣ କରିଛନ୍ତି। କେସ୍‌ ନଂ ୭୭/୨୦୧୭ ଦଫା – ୩୧୩/୩୬୩/୩୭୬(୨)(ଏନ୍‌) ଧାରା – ୬ ଅନୁଯାୟୀ, ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ଜଣକ ହେଲେ ପାଟପୁର ଥାନା ଅଧୀନ ଏକ ଗାଁର ସନ୍ତୋଷ ନାୟକ।
ତଦନ୍ତକାରୀ ପୋଲିସ ଅଧିକାରୀ ଏସ୍‌ଆଇ ମଧୁସ୍ମିତା ପ୍ରଧାନଙ୍କ ସୂଚନାନୁସାରେ, ନାବାଳିକା ଜଣକ ତାଙ୍କ ଗାଁ ନିକଟ ଏକ ଇଟାଭାଟିରେ ଦିନ ମଜୁରିଆ ଭାବେ କାମ କରୁଥିଲେ। ଅନ୍ୟ ଗାଁର ସନ୍ତୋଷ ମଧ୍ୟ ସେଠାକାର ଇଟାଭାଟିରେ କାମ କରୁଥିଲେ। ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ଜଣକ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ସେ ଗର୍ଭବତୀ ହେବା ପରେ ଅଭିଯୁକ୍ତ ଜଣକ ତାଙ୍କୁ ଔଷଧ ଖୁଆଇ ଗର୍ଭପାତ କରାଇଥିଲେ। ପରେ ନାବାଳିକାଙ୍କୁ ଅପହରଣ କରି ବ୍ରହ୍ମପୁର ନେଇଯାଇଥିଲେ। ଏକ ସାମାଜିକ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ନାବାଳିକାଙ୍କୁ ବ୍ରହ୍ମପୁର ଷ୍ଟେଶନରୁ ଉଦ୍ଧାର କରି ସହରର ଏକ ବାଳାଶ୍ରମକୁ ହସ୍ତାନ୍ତର କରିଥିଲେ। ବାଳାଶ୍ରମ କର୍ତ୍ତୃପକ୍ଷଙ୍କ ସହଯୋଗ କ୍ରମେ ନାବାଳିକା ଜଣକ ଦିଗପହଣ୍ଡି ଥାନାରେ ପହଞ୍ଚି ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ନାବାଳିକାଙ୍କ ଡାକ୍ତରୀ ମାଇନା କରାଯିବା ପରେ ତାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ ହୋଇଥିବା ଖବରପାଇ ସେ ଫେରାର ହୋଇଯାଇଥିଲେ। ଲକ୍‌ଡାଉନ୍‌ ପରେ ଅଭିଯୁକ୍ତ ଜଣକ ଚେନ୍ନାଇରୁ ଗାଁକୁ ଫେରିଥିବା ଖବରପାଇ ପୋଲିସ ଟିମ୍‌ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ମଙ୍ଗଳବାର ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ତାଙ୍କ ଡାକ୍ତରୀ ମାଇନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପିଲା, ବୟସ୍କଙ୍କୁ ବାରଣ

ଢେଙ୍କାନାଳ ଅଫିସ,୨୮ା୨: ଢେଙ୍କାନାଳ ଜିଲା କପିଳାସ୍ଥିତ ମହାପ୍ରଭୁ ଚନ୍ଦ୍ରଶେଖର ଜୀଉ ମହାଦେବଙ୍କ ପୀଠରେ ଆସନ୍ତା ୧ ତାରିଖରେ ହେବାକୁ ଥିବା ମହାଶିବରାତ୍ରୀ ଓ ଜାଗରଯାତ୍ରା ପ୍ରସ୍ତୁତି ନିମନ୍ତେ...

ମାଛ ଧରିବାକୁ ଯାଇ ଭାସି ଯାଇଥିଲେ ଯୁବକ: ମିଳିଲା ମୃତଦେହ

ପାଟଣା,୧୨।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା କପୁଣ୍ଡି ଗ୍ରାମ ଦେଇଯାଇଥିବା ବୈତରଣୀ ନଦୀରେ ମାଛ ଧରିବାକୁ ଯାଇ ସୋମବାର ଜଣେ ଯୁବକ ଭାସି ଯାଇଥିଲେ। ମଙ୍ଗଳବାର...

ନୂଆପଡ଼ାରେ ବାଘ ଆତଙ୍କ

ନୂଆପଡ଼ା ଅଫିସ,୨।୧୧: ନୂଆପଡ଼ା ଜିଲାରେ କିଛି ଦିନର ବ୍ୟବଧାନରେ ପୁଣି ବାଘ ଆତଙ୍କ ଦେଖାଦେଇଛି । ନୂଆପଡା ସଦର ବ୍ଲକ କେନ୍ଦୁବାହାରା ପଞ୍ଚାୟତ ଜାମୁରସାଲେଭଟା ଗ୍ରାମରେ...

ପଞ୍ଚାୟତ କାର୍ଯ୍ୟାଳୟରେ ତାଲା: ଫେରିଗଲେ ତଦନ୍ତକାରୀ ଅଧିକାରୀ

ଖଇରା, ୨୩।୧୧(ଡି.ଏନ.ଏ.)-ଖଇରା ବ୍ଲକ ଗରସଙ୍ଗ ପଞ୍ଚାୟତରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଏହାର ତଦନ୍ତ ପାଇଁ ଆସିଥିବା ତଦନ୍ତକାରୀ ଅଧିକାରୀ ପଞ୍ଚାୟତ କାର୍ଯ୍ୟାଳୟକୁ...

ଗଞ୍ଜାମ ଗସ୍ତରେ ଆସିବେ ଓଡ଼ିଶା ଉନ୍ନୟନ କମିଶନର, ୫ଟି ସଚିବ

ଛତ୍ରପୁର,୧୫ା୫(ଡି.ଏନ୍‌.ଏ.) : ଓଡ଼ିଶା ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ ୫ଟି ସଚିବ ଭିକେ ପାଣ୍ଡିଆନ ଶୁକ୍ରବାର ଗଞ୍ଜାମ ଜିଲା ଗସ୍ତରେ ଆସିବେ ଜିଲାର...

ଦ୍ୱିତୀୟ ଦିନରେ ନଛିପୁରରେ ଧୂମଧାମ୍‌ରେ ଚାଲିଛି ରଜପର୍ବ

ନୟାଗଡ଼,୧୫ା୬(ଲୋକନାଥ ମିଶ୍ର): ଓଡ଼ିଶାର ଲୋକ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାର ନିଚ୍ଛକ ପ୍ରୟାସ ସ୍ବରୂପ ନୟାଗଡ଼ ଜିଲା, ଇକିରି ପଞ୍ଚାୟତର ନଛିପୁରରେ ପ୍ରତିବର୍ଷ ବେଶ୍‌...

ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ: ସଫଳ ମୁକାବିଲା ପାଇଁ ପ୍ରସ୍ତୁତ ରୁହ

ଢେଙ୍କାନାଳ ଅଫିସ,୨୫ା୧୨: ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ମଙ୍ଗଳବାର ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏମ୍‌ପି...

ଅର୍ଥ ସାଜିଛି ପ୍ରତିବନ୍ଧକ, ପାର୍ବତୀଙ୍କ ପାଠପଢ଼ା ଅଧାରୁ ବନ୍ଦ

ବୈପାରିଗୁଡ଼ା,୧୬ା୯(ଡି.ଏନ୍‌.ଏ.): ଆଦିବାସୀ ଝିଅ ପାର୍ବତୀ ପୂଜାରୀ (୧୦)। ଘର ବୈପାରିଗୁଡ଼ା ବ୍ଲକ ମାଠପଡ଼ା ପଞ୍ଚାୟତର ବାଣୁଆଗୁଡ଼ା ଗ୍ରାମରେ । ଚଳିତ ବର୍ଷ ମାଠପଡ଼ା ପ୍ରାଥମିକ ବିଦ୍ୟାଳୟରେ...

Advertisement
Archives

Model This Week