ନାବାଳକ ଗାଡ଼ି ଚଳାଇଲେ ଅଭିଭାବକ ଜେଲ ଯିବେ

ଭଞ୍ଜନଗର,୨୧।୮(ଡି.ଏନ.ଏ): ଛାତ୍ରୀଛାତ୍ରଙ୍କ ମଧ୍ୟରେ ସଚେତନତା ଅଭାବ ଯୋଗୁ ଦୁର୍ଘଟଣା ହାର ବଢ଼ୁଛି। ମୋଟର ଯାନ ଆଇନ ସମ୍ପର୍କରେ ସେମାନଙ୍କ ମଧ୍ୟରେ ସଚେତନତା ଲୋଡ଼ା। ସରକାର ମୋଟର ଯାନ ଆଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଯାଉଛନ୍ତି। ଯେଉଁ ନାବାଳିକା, ନାବାଳକ ଗାଡ଼ି ଚଳାଇବେ ସେମାନଙ୍କ ଅଭିଭାବକଙ୍କୁ ଜେଲଦଣ୍ଡ ସହ ଜରିମାନା ବ୍ୟବସ୍ଥା ଅଛି। ତେଣୁ ଏନେଇ ଅଭିଭାବକମାନେ ମଧ୍ୟ ସଚେତନତା ହେବାକୁ ପଡ଼ିବ। ଯେଉଁମାନେ ବିନା ଲାଇସେନ୍ସରେ ଗାଡ଼ି ଚଳାଉଛନ୍ତି ପୂର୍ବ ଅପେକ୍ଷା ଅଧିକ ଜରିମାନା ପଡ଼ିବ। ଗାଡ଼ିର ଇନ୍ସୁରାନ୍ସ, ହେଲମେଟ୍‌, ଲାଇସେନ୍ସ ନିହାତି ଆବଶ୍ୟକ। ନିଶାସକ୍ତ ଗାଡ଼ି ଚାଳକଙ୍କୁ ଧରିବାମାତ୍ରେ ଏଣିକି ଗିରଫ କରାଯିବ। ସ୍ଥାନୀୟ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜରେ ସଡ଼କ ସୁରକ୍ଷା ସଚେତନତା ଉପରେ ବୁଧବାର ଆୟୋଜିତ ଏକ ସଭାରେ ଯୋଗଦେଇ ବକ୍ତାମାନେ ଉପରୋକ୍ତ ମତବ୍ୟକ୍ତ କରିଥିଲେ। କଲେଜ ଅଧ୍ୟକ୍ଷ ଡ. ନୀଳାଞ୍ଚଳ ମୁନି ସଭାରେ ଅଧ୍ୟକ୍ଷତା କରିଥିଲେ। ଏସ୍‌ଡ଼ିପିଓ ଶୁଭ୍ରାଶୁଂ ମିଶ୍ର, ପୂର୍ବତନ କଲେଜ ଅଧ୍ୟକ୍ଷ କୃତିବାସ ବିଶ୍ୱାଳ, ଡ଼. ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ଏମ.ଭି.ଆଇ ସବ୍‌ ଇନ୍ସପେକ୍ଟର ଯଶୱନ୍ତ ଚିନାରା, ଥାନା ଅଧିକାରୀ ସୁଦିପ୍ତ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁପମ ବାନାର୍ଜି ସଭା ସଂଯୋଜନା କରିଥିବାବେଳେ ସୁଶାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସଭାପୂର୍ବରୁ କଲେଜ ଛାତ୍ରୀଛାତ୍ର, ଅଟୋ ଆସୋସିଏଶନ ସଭ୍ୟ, ଆମ ପୋଲିସ ସମିତି ସଭ୍ୟାସଭ୍ୟ ପ୍ରମୁଖ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ଏସ୍‌ଆଇ ନିରଞ୍ଜନ ଦାସ, କଲେଜ ଏନ୍‌ସିସି ଅଫିସର ଅଧ୍ୟାପକ ରଜନୀକାନ୍ତ ତ୍ରିପାଠୀ, ପ୍ରାଧ୍ୟାପକ ସୁବାସ ଚନ୍ଦ୍ର ପ୍ରଧାନ, ଏସ୍‌.କେ.ମିଶ୍ର, ଡ଼.ଆର.ଏନ.ପାଳ, ଡ଼.ବିନୋଦ ଚନ୍ଦ୍ର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ରାତିରେ ଏକାଧିକ ଦୋକାନ, ଘରୁ ଚୋରି

ବ୍ରହ୍ମପୁର ଅଫିସ,୧୨।୬: କିଛି ଦିନର ନୀରବତା ପରେ ସହରରେ ପୁଣି ଚୋରଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି। ଏକ ଚୋର ଗ୍ୟାଙ୍ଗ ଶନିବାର ରାତିରେ ଇଞ୍ଜିନିୟରିଂ ସ୍କୁଲ...

ଶହୀଦ ମିନାରରେ ଉଡ଼ୁଛି ଫଟା ତ୍ରିରଙ୍ଗା

ପାପଡାହାଣ୍ଡି, ୧୪।୪(ଡି.ଏନ୍‌.ଏ.): ଉଦଘାଟନର ଚାରି ମାସ ପରେ ଫାଟିଗଲା ଶହୀଦ ମିନାରରେ ଲାଗିଥିବା ପତାକା। ଶହୀଦ ମୀନାରରେ ଏବେ ଉଡୁଛି ଫଟା ତ୍ରିରଙ୍ଗା। ଏହାକୁ ନେଇ ସାଧାରଣରେ...

ଆଖି ଲାଗିଯିବାରୁ ଗଛରେ ପିଟିହେଲା ପରିବା ବୋଝେଇ ଅଟୋ, ଚାଳକ ଗୁରୁତର

ପରଜଙ୍ଗ,୧୭।୭(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ. ଜାତୀୟ ରାଜପଥର ଖଇରାମୁଣ୍ଡା ଗାଁ ନିକଟରେ ବୁଧବାର ଭୋରରେ ଏକ ପରିବା ବୋଝେଇ ଅଟୋ...

ବୈତରଣୀରେ ଭାସିଗଲେ ଶ୍ରମିକ

ଯାଜପୁର ଟାଉନ,୭ା୫(ଡି.ଏନ.ଏ.): ଯାଜପୁର ସହରର ଦଶାଶ୍ୱମେଧ ଘାଟ ନିକଟ ବୈତରଣୀ ନଦୀରେ ଏକ ବ୍ୟାରେଜ ନିର୍ମାଣ ଚାଲିଛି। ତେବେ ଏହି କାର୍ଯ୍ୟରେ ନିୟୋଜିତ ଜଣେ ଶ୍ରମିକଙ୍କ...

ଧାନ ଫସଲ ଉଜାଡ଼ିଲେ ହାତୀପଲ

କାଳିଆପାଣି,୨୩ା୧୨ (ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଭାଲୁକିପାତଳା ଗ୍ରାମରେ ବୁଧବାର ରାତିରେ ଏକ ହାତୀ ପଲ ପସି ଧାନ ଫସଲ ନଷ୍ଟ କରିଛନ୍ତି।...

୮ ବର୍ଷ ହେଲା ଆସୁନି ବିଦ୍ୟୁତ୍‌

ବନ୍ତଳା,୧୫ା୧: ଜଙ୍ଗଲ ମଧ୍ୟରେ ଗାଁ। ଯୋଗାଯୋଗ ପାଇଁ ରାସ୍ତାଟିଏ ନାହିଁ। ତେଣୁ ମୌଳିକ ସୁବିଧା ପାଇବା ଏହି ଆଦିବାସୀ ମହ୍ଲାର ସମ୍ପ୍ରଦାୟଙ୍କ ପାଇଁ ସାତସପନ ହୋଇଛି।...

ଶ୍ରୀମନ୍ଦିରରେ ଗହ୍ମାପୂର୍ଣ୍ଣିମା: ପାଟ ରାଖୀ ପିନ୍ଧିଲେ ମହାପ୍ରଭୁ

ପୁରୀ ଅଫିସ,୩ା୮: ପବିତ୍ର ଗହ୍ମାପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ବଳଭଦ୍ର ଜନ୍ମ ଏବଂ ରାଖୀ ଲାଗି ନୀତି ସମ୍ପନ୍ନ ହୋଇଛି । ଦୁଇଭାଇ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ...

ସଂସାରଫଳ ପଞ୍ଚାୟତରେ ପାନୀୟ ଜଳ ଉତ୍କଟ

ପଟ୍ଟାମୁଣ୍ଡାଇ,୮ା୪(ସ୍ବ.ପ୍ର.): ରାଜ୍ୟ ସରକାର ପ୍ରତି ପରିବାରକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା କ୍ଷେତ୍ରରେ ଗୁରୁତ୍ୱ ଦେଉଛନ୍ତି। ଏଥିଲାଗି ପ୍ରକଳ୍ପ ନିର୍ମାଣ ନିମନ୍ତେ...

Advertisement
Archives

Model This Week