Posted inଜାତୀୟ

ନାନ୍‌କାନା ସାହିବ୍‌ ଗୁରୁଦ୍ୱାର ଆକ୍ରମଣ ଘଟଣା: ପାକିସ୍ତାନ ବିରୋଧରେ ବିକ୍ଷୋଭ

ନୂଆଦିଲ୍ଲୀ/ଚଣ୍ଡିଗଡ଼,୫।୧(ପି.ଟି.):ପାକିସ୍ତାନର ନାନ୍‌କାନା ସାହିବସ୍ଥିତ ଗୁରୁଦ୍ୱାର ଉପରେ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣ ଘଟଣାକୁ ବିରୋଧ କରି ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭାଜପା ସଦସ୍ୟମାନେ ପାକିସ୍ତାନ ବିରୋଧରେ ସ୍ଲୋଗାନ ଦେଇ ଶୋଭାଯାତ୍ରାରେ ପାକ୍‌ ଦୂତାବାସ ଅଭିମୁଖେ ଯାଉଥିବାବେଳେ ସେମାନଙ୍କୁ ଚାଣକ୍ୟପୁରୀ ଥାନା ନିକଟରେ ଅଟକାଯାଇଥିଲା। ଶିଖ୍‌ ଗୁରୁ ନାନକଦେବଙ୍କ ଜନ୍ମସ୍ଥାନ ନାନକାନା ସାହିବରେ ସଂଖ୍ୟାଲଘୁ ଶିଖ୍‌ମାନେ ହିଂସାର ଶିକାର ହେଉଛନ୍ତି ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆକ୍ରମଣ ଘଟଣାକୁ ଶିଖ୍‌ ସମ୍ପ୍ରଦାୟ ନିନ୍ଦା କରିଛି। ଆକ୍ରମଣକାରୀଙ୍କ ବିରୋଧରେ ପାକିସ୍ତାନ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶନିବାର ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି (ଏସ୍‌ଜିପିସି) ମୁଖ୍ୟ ଗୋବିନ୍ଦ ସିଂ ଲଙ୍ଗୋଓ୍ବାଲ ଆହ୍ବାନ ଦେଇଛନ୍ତି। ଏଥିସହିତ ଶିଖ୍‌ମାନଙ୍କୁ ନିରାପତ୍ତା ସୁନିଶ୍ଚିତ କରିବାକୁ ସେ ଅନୁରୋଧ କରିଛନ୍ତି। ପରିସ୍ଥିତି ଅନୁଧ୍ୟାନ ଲାଗି ଏସ୍‌ଜିପିସି ଏକ ଚାରିଜଣିଆ ପ୍ରତିନିଧି ଦଳ ପାକିସ୍ତାନ ପଠାଇବ ବୋଲି ସେ କହିଛନ୍ତି। ଏହି ପ୍ରତିନିଧି ଦଳ ପାକ୍‌ ପଞ୍ଜାବ ପ୍ରଦେଶର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବ। ଏହାବ୍ୟତୀତ ଏସ୍‌ଜିପିସି ଏହି ପ୍ରସଙ୍ଗକୁ ଜାତିସଂଘରେ ଉଠାଇବ ବୋଲି ଲଙ୍ଗୋଓ୍ବାଲ କହିଛନ୍ତି। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ନାନକାନା ସାହିବ ଗୁରୁଦ୍ୱାର ଆକ୍ରମଣ ଘଟଣାର ନିନ୍ଦା କରିଛନ୍ତି। ଗୁରୁଦ୍ୱାର ଆକ୍ରମଣ ଘଟଣାରେ ଶନିବାର କଶ୍ମୀରରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ଅନ୍ୟପକ୍ଷରେ ଗୁରୁଦ୍ୱାର ଆକ୍ରମଣ ଘଟଣାକୁ ପାକିସ୍ତାନ ଖଣ୍ଡନ କରିଛି। ଶିଖ୍‌ ଧର୍ମର ପ୍ରତିଷ୍ଠାତା ନାନକଙ୍କ ଜନ୍ମସ୍ଥାନରେ ଥିବା ଗୁରୁଦ୍ୱାର ଅକ୍ଷତ ରହିଛି। ଆକ୍ରମଣ ଖବର ମିଥ୍ୟା ବୋଲି ଇସ୍‌ଲାମାବାଦ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ବିଏସ୍‌ଏଫ୍‌

ନୂଆଦିଲ୍ଲୀ,୨୫ା୧୦: ଗୁଜରାଟର କଚ୍ଛ ଜିଲାର ସମ୍ବେଦନଶୀଳ ସିର୍‌ କ୍ରିକ ଅଞ୍ଚଳରେ ବେଆଇନ ଭାବେ ଭାରତୀୟ ଜଳସୀମାରେ ପ୍ରବେଶ କରିଥିବା ଅଭିଯୋଗରେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ୪ଜଣ ପାକିସ୍ତାନୀ…

ଉପାନ୍ତ ଗ୍ରାମରେ ପହଞ୍ଚିଲେ କଳାହାଣ୍ଡି ଜିଲାପାଳ, କନ୍ଦାଗୁଡା-କେନ୍ଦୁଗୁଡାର ହେବ ବିକାଶ

ଥୁଆମୂଳ ରାମପୁର, ୨୫।୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ଗ୍ରାମପଞ୍ଚାୟତ ଅଧୀନସ୍ଥ ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳ କନ୍ଦାଗୁଡା,…

ନିର୍ବାଚନ ପୂର୍ବରୁ ଇରାନକୁ ନେଇ ନେତାନ୍ୟାହୁଙ୍କ ଚେତାବନୀ,’ପରମାଣୁ ବିପଦ…’

ନୂଆଦିଲ୍ଲୀ, ୨୫।୧୦: ଇରାନର ପରମାଣୁ ଅସ୍ତ୍ର ହାସଲ ଉଦ୍ୟମକୁ ଇସ୍ରାଏଲର ଅସ୍ତିତ୍ୱ ପ୍ରତି ବଡ଼ ବିପଦ ବୋଲି ଦର୍ଶାଇଛନ୍ତି ଲେଖକ ୟୁଭାଲ ବ୍ଲୁମବର୍ଗ । ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଦିଗପହଣ୍ଡିରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ, ୧୦ରୁ ଅଧିକ ଯୁବକ….

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମର କାଳୁ ଗୌଡ଼ ନାମକ ଜଣେ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।…

ବଂଶଧାରାରେ ବିଦାୟ ନେଲେ ମା’ ଦୁର୍ଗା, ଆରବର୍ଷକୁ ଅପେକ୍ଷା…

ଗୁଡାରି,୨୫।୧୦(ପ୍ରମୋଦ କୁମାର ପତି): ଗୁଡାରି ଟାଉନ ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ଦୁର୍ଗା ପୂଜାର ରବିବାର ରାତିରେ ଭଷାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭସାଣି ଉତ୍ସବ…

ଖାର୍ଗେଙ୍କ ବିବାଦୀୟ ବୟାନକୁ ନେଇ ବର୍ଷିଲେ ଅମିତ ଶାହା, ସବୁ ମର୍ଯ୍ୟାଦା….

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଏକ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହାକୁ…

ଗଜଲକ୍ଷ୍ମୀ ପୂଜା ପାଇଁ ଭଞ୍ଜନଗର ଉତ୍ସବ ମୁଖର

ଭଞ୍ଜନଗର,୨୫।୧୦(ବାବୁଲା ପ୍ରଧାନ): ଗଜଲକ୍ଷ୍ମୀ ପୂଜା ପାଇଁ ଗଞ୍ଜାମ ଜିଲା ଭଞ୍ଜନଗର ସହର ଉତ୍ସବ ମୁଖର ହୋଇଉଠିଛି। ରବିବାର ଭଞ୍ଜନଗର ସହରର ବିଭିନ୍ନ ସ୍ଥାନ ସମେତ ସହରତଳି ଅଞ୍ଚଳ…

ଧାର ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ: ଜେଲ ଗଲେ ବାପ-ପୁଅ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଏକ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମର ଜି. ଆପ୍ପା ରାଓ ଏବଂ ତାଙ୍କ ପୁଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?