ନାତୁଣୀକୁ ମାଡ଼ ମାରି ଜେଜେ ମା’ ଗିରଫ

ବନ୍ତଳା, ୫।୮(ଡି.ଏନ.ଏ.) ୩ ବଷର୍ର୍ର ନାତୁଣୀକୁ ମାଡ଼ ମାରିବା ଓ ଦୀର୍ଘ ସମୟ ଘରେ ତାଲା ପକାଇ ରଖିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜେଜେ ମା’। ଏଭଳି ଘଟଣା ରବିବାର ଅନୁଗୋଳ ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି। କ୍ଷତାକ୍ତ ଅବସ୍ଥାରେ ପୋଲିସ ଶିଶୁଟିକୁ ଉଦ୍ଧାର କରି ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁକନ୍ୟାର ଚିକିତ୍ସା ଚାଲିଥିବା ଜଣାପଡିଛି।
ସୂଚନା ମୁତାବକ, ଅନୁଗୋଳ ଜିଲା ବନ୍ତଳା ଥାନା ଗଡ଼ତରାସ ଗ୍ରାମର ଅସିତ ରାଉତ ସ୍ତ୍ରୀ ଦୀପ୍ତି ରାଉତ(୨୨)ଙ୍କ ୫ ଓ ୩ ବର୍ଷର ଦୁଇ କନ୍ୟା ସନ୍ତାନ ରହିଛନ୍ତି। ବର୍ଷେ ପୂର୍ବରୁ ଦୀପ୍ତିଙ୍କ ମୃତ୍ୟୁ ହୋଇଯାଇଥିବାରୁ ଦୁଇ ଶିଶୁ ବାପା, ଜେଜେ ମା’ ଓ ଜେଜେ ବାପାଙ୍କ ସହ ରହୁଛନ୍ତି। ଗ୍ରାମବାସୀଙ୍କ କହିବା ମୁତାବକ, ଜେଜେ ମା’ କୁମୁଦିନୀ ରାଉତ ଶିଶୁଙ୍କୁ ଅଧିକାଂଶ ସମୟରେ ମାର୍‌ପିଟ କରିଥାନ୍ତି। ରବିବାର ସକାଳେ କୁମୁଦିନୀ ତାଙ୍କ ସାନ ନାତୁଣୀକୁ ମାଡ଼ ମାରିବା ସହିତ ଘରେ ପୂରାଇ ତାଲା ପକାଇଦେଇଥିଲେ। ଦୀର୍ଘ ସମୟ ଧରି ତାଲା ନ ଖୋଲିବାରୁ ଅଙ୍ଗନଓ୍ବାଡ଼ି କର୍ମୀ ଓ ସମିତିସଭ୍ୟ ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇବା ସହ ଜିଲା ଶିଶୁ ମଙ୍ଗଳ ଅଧିକାରୀ, ବନ୍ତଳା ଥାନା ଆଇଆଇସିଙ୍କୁ ସୂଚନା ଦେଇଥିଲେ। ଗ୍ରାମବାସୀ ଓ ସରପଞ୍ଚଙ୍କ ହସ୍ତକ୍ଷେପ ପରେ ଶିଶୁକନ୍ୟାକୁ ତାଲା ଖୋଲି ବାହାର କରାଯାଇଥିଲା। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ସେଠାରୁ ଉଦ୍ଧାର କରି ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରିଥିଲା। ବନ୍ତଳା ଥାନାରେ ଆୟୁସିଏଡବ୍ଲ୍ୟୁ(ଇନଭେଷ୍ଟିଗେଶନ ୟୁନିଟ କ୍ରାଇମ ଏଗେନ୍ସଷ୍ଟ ଓମେନ)ର ଅତିରିକ୍ତ ଏସପି ବସନ୍ତ କୁମାର ପ୍ରଧାନ ପହଞ୍ଚି ଶିଶୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ଗ୍ରାମର ତାପସ ସାମଲଙ୍କ ଅଭିଯୋଗ କ୍ରମେ ପୋଲିସ ନଂ. ୧୩୫/୧୯ରେ ମାମଲା ରୁଜୁ କରିବା ସହ ଅପରାହ୍ନରେ କୁମୁଦିନୀଙ୍କୁ ଗିରଫ କରାଯାଇଥିଲା।

ଘଟଣା ସମ୍ପର୍କରେ ଅଙ୍ଗନଓ୍ବାଡ଼ି କର୍ମୀ ବିଦ୍ୟୁତପ୍ରଭା ସିଂ, ସମିତି ସଭ୍ୟା କାମିନୀ ସାମଲ କୁହନ୍ତି, କୁମୁଦିନୀ ଏକ ବାଡିରେ ଶିଶୁଟିକୁ ମାଡ଼ ମାରି ତାଲା ପକାଇଦେଇଥିଲେ। ଶିଶୁଟି ଜୋରରେ କାନ୍ଦିବା ସହ ପାଣି ମାଗିଥିଲା। ହେଲେ କୁମୁଦିନୀ କବାଟ ଖୋଲି ନ ଥିଲେ। ତେଣୁ ଶିଶୁଟିକୁ ବାଳାଶ୍ରମରେ ସୁରକ୍ଷିତ ଛାଡିବାକୁ ସରପଞ୍ଚ ରୁନୁବାଳା ମାଝି, ଗ୍ରାମ ସଭାପତି ଧୂଳିଆ ସାହୁ, ତାପସ ସାମଲ, ବୀରେନ୍ଦ୍ର ସାମଲ, ସୁଶାନ୍ତ ମାଝି, ଆଶୁତୋଷ ଦେବତା, ଲୁଲୁ ମାଝି ପ୍ରମୁଖ ଦାବି କରିଛନ୍ତି। ବାପା ଅସିତ କୁହନ୍ତି, ମୋ ଅନୁପସ୍ଥିତିରେ ମା’ ବାଡେଇଛନ୍ତି। ମୁଁ ଏ ବିଷୟରେ ଜାଣି ନ ଥିଲି। ଆଗରୁ କେବେ ବାଡେଇବା ଜାଣିନି। ଝିଅକୁ ମୋ ପାଖରେ ରଖିବି। ଏ ନେଇ ଜିଲା ଶିଶୁ ମଙ୍ଗଳ ଅଧିକାରୀ ଗୌରୀଶଙ୍କର ବେହେରା କହିଛନ୍ତି, ସୂଚନା ପାଇବା ପରେ ତୁରନ୍ତ ଆଇଆଇସିଙ୍କୁ ଜଣାଇ ଦିଆଯାଇଥିଲା। ପୋଲିସ ଶିଶୁକୁ ଉଦ୍ଧାର କରି ମହିଳା ପୋଲିସ ଦ୍ୱାରା ଶିଶୁ ମଙ୍ଗଳ ଅଧିକାରୀଙ୍କ ପାଖରେ ହାଜର କରିଥିଲେ। ଶିଶୁଟି ସୁସ୍ଥ ହେଲା ପରେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣା ହୋଇଛି ପାଣି ଦିଅ କହି ଘରେ ପଶିଲେ, ବନ୍ଧୁକ ଭୁଜାଲି ବେକରେ ଲଗାଇ ଲୁଟିନେଲେ ସର୍ବସ୍ବ

ପାଟଣା,୧ା୨(ବୀର କିଶୋର ଦାଶ): ଦୁର୍ଘଟଣା ହୋଇଛି ପାଣି ଦିଅ କହି ପ୍ରଥମେ ଘରର ରୋଷେୟାକୁ ମାଡ଼ ମାରିବା ସହ ବାନ୍ଧି ପକାଇବା ପରେ ଉପର ମହଲାକୁ ଯାଇ…

ଭଡ଼ାଘରୁ ମିଳିଲା ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ, ମହାବିଦ୍ୟାଳୟର ପଛ ପଟେ…

ଖୋର୍ଦ୍ଧା,୧ା୨(ପ୍ରଭାତ ପାଣିଗ୍ରାହୀ): ଭଡ଼ାଘରୁ ଜଣେ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ଖୋର୍ଦ୍ଧା ଜିଲା ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପିକା ବର୍ଷା ରାଣୀ ଗଜେନ୍ଦ୍ରଙ୍କ…

ଫେବୃଆରୀ ୬ରୁ ରାମଚଣ୍ଡୀ ମହୋତ୍ସବ: ଦର୍ଶକଙ୍କ ମନମୋହିବ…

ଗଞ୍ଜାମ,୧।୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ନୀଳାଦ୍ରିପୁରସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀଙ୍କ ଶକ୍ତିପୀଠରେ ଫେବୃଆରୀ ୬, ୭ ଓ ୮ ତାରିଖ ୩ଦିନ ଧରି…

 ୭୨ ବର୍ଷୀୟ ବୃଦ୍ଧଙ୍କ ନାଁରେ ଅସଦାଚରଣ ଅଭିଯୋଗ: କୋର୍ଟ ଚାଲାଣ ପରେ ଥାନା ଘେରିଲେ ଗ୍ରାମବାସୀ 

ତିହିଡ଼ି,୧।୨(ସଞ୍ଜିତ ବଳ): ତିହିଡି଼ ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଆରସା ଗ୍ରାମର ଶତାଧିକ ଅଧିବାସୀ ରବିବାର ପୂର୍ବାହ୍ନରେ ଥାନା ଘେରାଉ କରିଛନ୍ତି l ଗ୍ରାମର ଜଣେ ବୃଦ୍ଧଙ୍କୁ…

 ବିରି ମାଡ଼ଦେଖି କୋଳଥ ଚେପା : ଗୋରୁ ମାଫିଆଙ୍କୁ ଗୋଡ଼ାଇଲା ବେଳେ, ସ୍କୁଟିରୁ ପଡ଼ିଲେ ଗଞ୍ଜେଇ ବେପାରୀ  

ଭଞ୍ଜନଗର,୧।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଡହ ଅଞ୍ଚଳରେ କିଛି ଗୋରୁ ମାଫିଆ ଗୋରୁ ଧରି ଯାଉଥିଲେ। ସମ୍ପୃକ୍ତ ଅଞ୍ଚଳବାସୀ ସେମାନଙ୍କୁ ଗୋଡାଇ ଧରିଥିଲେ। ପରେ…

ଜଙ୍ଗଲରେ ଲୁଚିଥିଲେ ସିପୁ: ଏନକାଉଣ୍ଟର କଲା ପୋଲିସ

ଭୁବନେଶ୍ୱର,୧।୨: କେନ୍ଦୁଝର ବଡ଼ବିଲରେ ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଡକାୟତ ସିପୁ କୁମାରଙ୍କୁ ଏନକାଉଣ୍ଟର କଲା ବଡ଼ବିଲ ପୋଲିସ। ଓଡ଼ିଶା-ଝାଡ଼ଖଣ୍ଡ ସିମା ଟାଙ୍କୁରା ଜଙ୍ଗଳରେ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି।…

ନାବାଳିକା ପ୍ରେମିକା ଉଦ୍ଧାର : ବଳାତ୍କାର ଅଭିଯୋଗରେ ପ୍ରେମିକ ଗିରଫ

ଦେବଗଡ, ୧।୨ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାର ଜଣେ ନାବାଳିକା ପ୍ରେମିକାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବଳାତ୍କାର ଅଭିଯୋଗରେ ପ୍ରେମିକଙ୍କୁ ଗିରଫ କରି ଦେବଗଡ ପୋଲିସ…

ନାବାଳିକାଙ୍କୁ ବ୍ଲାକମେଲିଂ: ଫେକ ଆକାଉଣ୍ଟ ଖୋଲି ଛାଡୁଥିଲେ…

ଜଗତ୍‌ସିଂହପୁର,୩୧ା୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନନ୍ଦିପଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri