Posted inଖେଳ

ନାଡ଼ାଲଙ୍କୁ ରେକର୍ଡ ଦ୍ୱାଦଶ ଟାଇଟଲ

ପ୍ୟାରିସ୍‌,୧୦।୬(ଏଏଫ୍‌ପି)- କ୍ଳେ କୋର୍ଟର ରାଜା ସ୍ପେନ୍‌ ତାରକା ରାଫାଲ ନାଡାଲ ଇତିହାସ ସୃଷ୍ଟି କରିଛନ୍ତି। ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍‌ ଓପନ୍‌ରେ ଏଥର ସେ ଚାମ୍ପିୟନ ହୋଇଛନ୍ତି। ରବିବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ଫାଇନାଲ ମ୍ୟାଚ୍‌ରେ ନାଡ଼ାଲ ୬-୩, ୫-୭, ୬-୧, ୬-୧ ସେଟରେ ଅଷ୍ଟ୍ରିଆର ଡୋମିନିକ୍‌ ଥିମ୍‌ଙ୍କୁ ପରାସ୍ତ କରି ଟାଇଟଲ ହାସଲ କରିଛନ୍ତି। ଏଥିସହିତ ସେ ରେକର୍ଡ ୧୨ଥର ପାଇଁ ପ୍ରେଞ୍ଚ୍‌ ଓପନ୍‌ ଚାମ୍ପିୟନ ହେବା ସହ ଐତିହାସିକ ସଫଳତା ପାଇଛନ୍ତି। ଏହି କ୍ରମରେ ସେ କ୍ୟାରିୟରର ୧୮ତମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବାର ଗୌରବ ଅର୍ଜନ କରିଛନ୍ତି।
୩୩ ବର୍ଷୀୟ ନାଡ଼ାଲ ପ୍ରଥମ ପୁରୁଷ କିମ୍ବା ମହିଳା ଖେଳାଳିଭାବେ ଗୋଟିଏ ସମାନ ଗ୍ରାଣ୍ଡସ୍ଲାମ ୧୨ଥର ପାଇଁ ଜିତି ବିରଳ ସଫଳତା ପାଇଛନ୍ତି। ଆଉ ଦୁଇଟି ଗ୍ରାଣ୍ଡସ୍ଲାମ୍‌ ଟାଇଟଲ ହାସଲ କଲେ ନାଡ଼ାଲ ସର୍ବିୟାର ନୋଭାକ ଜୋକୋଭିଚ୍‌ଙ୍କ ୨୦ଟି ମେଜର ଟାଇଟଲ ହାସଲ ରେକର୍ଡର ସମକକ୍ଷ ହେବେ। ଜୋକୋଭିଚ୍‌ଙ୍କୁ ଏଥର ଥିମ୍‌ ସେମିଫାଇନାଲରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ।
ପୁଣି ନାଡ଼ାଲ ଫ୍ରେଞ୍ଚ୍‌ ଓପନ୍‌ରେ ରେକର୍ଡ ୯୩ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ମାତ୍ର ୨ଟି ମ୍ୟାଚ୍‌ରେ ପରାସ୍ତ ହୋଇଛନ୍ତି। ପୂର୍ବରୁ ନାଡ଼ାଲ ୨୦୦୫ରୁ ୨୦୦୮ , ୨୦୧୦ରୁ ୨୦୧୪, ୨୦୧୭ ଓ ୨୦୧୮ରେ ଫ୍ରେଞ୍ଚ୍‌ ଓପନ ଟାଇଟଲ ହାସଲ କରିଥିଲେ। ନିଜ ପ୍ରଦର୍ଶନରେ ନାଡ଼ାଲ ଖୁସି ଜାହିର କରିଛନ୍ତି। ତେବେ ସାହସିକ ପ୍ରଦର୍ଶନ ପାଇଁ ସେ ଥିମ୍‌ଙ୍କୁ ବେଶ୍‌ ପ୍ରଶଂସା କରିଛନ୍ତି। ୨୦୦୫ରେ ପ୍ରଥମଥର ପାଇଁ ପ୍ରେଞ୍ଚ୍‌ ଓପନ୍‌ ଖେଳିଥିଲି। ସେତେବେଳେ ଭାବି ନ ଥିଲି ଯେ, ମୁଁ ୨୦୧୯ରେ ଏହି ଟୁର୍ନାମେଣ୍ଟ ଖେଳିବି। ଏହି ବିଜୟ ମୋ ପାଇଁ ସ୍ବତନ୍ତ୍ର ବୋଲି ନାଡ଼ାଲ କହିଛନ୍ତି। ଏଥିସହିତ ନାଡ଼ାଲ କ୍ୟାରିୟରରେ ମୋଟ ୮୨ତମ ଟାଇଟଲ ହାସଲ କରିଛନ୍ତି ଓ ୯୫୦ତମ ମ୍ୟାଚ୍‌ ଜିତିଛନ୍ତି। ୧୯୯୫ ପରେ ଦ୍ୱିତୀୟ ଅଷ୍ଟ୍ରିଆ ଖେଳାଳିଭାବେ ଥିମ୍‌ ଫ୍ରେଞ୍ଚ୍‌ ଓପନ୍‌ ଟାଇଟଲ ଜିତିଥାନ୍ତେ। ତେବେ ଶେଷରେ ତାଙ୍କ ଆଶା ଧୂଳିସାତ୍‌ ହୋଇଛି। ଗତବର୍ଷ ମଧ୍ୟ ନାଡ଼ାଲ ଫାଇନାଲରେ ଥିମ୍‌ଙ୍କୁ ହରାଇ ଫ୍ରେଞ୍ଚ୍‌ ଓପନ୍‌ ଟାଇଟଲ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri