ନାଉଗାଁରେ ନାହିଁ ଉଦ୍ୟାନ କୃଷି କାର୍ଯ୍ୟାଳୟ: ଉଚିତ ପରାମର୍ଶ ପାଉନାହାନ୍ତି ଚାଷୀ

ନାଉଗାଁ,୩ା୧୨(ସ୍ବ.ପ୍ର.): ଚାଷୀଙ୍କୁ ଆଧୁନିକ ପ୍ରଣାଳୀରେ ଚାଷ କରିବା ପାଇଁ କୃଷି ବିଭାଗ ପକ୍ଷରୁ ବିଭିନ୍ନ ପରାମର୍ଶ ଦିଆଯାଇଥାଏ। ସେହିପରି କୃଷି ବିଭାଗ ସହିତ ଉଦ୍ୟାନ କୃଷି ଅଙ୍ଗାଙ୍ଗି ଭାବେ ଜଡିତ। ମାତ୍ର ନାଉଗଁା ବ୍ଲକରେ ଉଦ୍ୟାନ କୃଷି କାର୍ଯ୍ୟାଳୟ ନାହିଁ। ଫଳରେ ଚାଷୀଙ୍କୁ ଉଦ୍ୟାନ ବିଭାଗ ପକ୍ଷରୁ ଉପଯୁକ୍ତ ପରାମର୍ଶ ମିଳି ପାରୁ ନ ଥିବା ଅଭିଯୋଗ ହୋଇଛି। ସାଧାରଣତଃ ଏହି ବିଭାଗ ମାଧ୍ୟମରେ ଚାଷୀଙ୍କୁ ବିଭିନ୍ନ ଚାରା, ଶାଗ, ପନିପରିବା ମଞ୍ଜି, ଆଳୁ ଓ ପିଆଜ ବିହନ ଆଦି ଯୋଗାଇ ଦିଆଯାଇ ଥାଏ। କିନ୍ତୁ ସଚେତନତା ଅଭାବ ସହିତ ବିଭାଗୀୟ କର୍ମଚାରୀଙ୍କ ଦେଖା ନ ମିଳିବାରୁ ଚାଷୀ ଏହି ବିଭାଗ ଦ୍ୱାରା ପ୍ରଦତ ବିଭିନ୍ନ ସହାୟତାରୁ ବଞ୍ଚତ୍ତ ହେଉଛନ୍ତି ବୋଲି ଅନେକ ଚାଷୀ ଅଭିଯୋଗ କରିଛନ୍ତି। ତେଣୁ ତୁରନ୍ତ ଏଠାରେ ଉଦ୍ୟାନ କୃଷି କାର୍ଯ୍ୟାଳୟ ଖୋଲିବାକୁ ସେମାନେ ଦାବି କରିଛନ୍ତି।
ଜିଲା ଉଦ୍ୟାନ ବିଭାଗ କାର୍ଯା୍ୟଳୟରୁ ମିଳିଥିବା ସୂଚନା ଅନୁସାରେ, ଯେଉଁ ଚାଷୀ ନଡିଆ ଚାଷ କରିବେ ସେମାନେ ନଡିଆ ଗଛ ପିଛା ୫୦ ଟଙ୍କା ଦାମରେ କ୍ରୟ କରିବେ ଓ ସରକାରଙ୍କଠାରୁ ନିଜ ଜମା ଖାତାରେ ଗୋଟିଏ ନଡିଆଗଛ ପ୍ରତି ୧୩୭ ଟଙ୍କା ଆର୍ଥିକ ସହାୟତା ପାଇବେ। କିନ୍ତୁ ସଚେତନତା ଅଭାବରୁ ଅନେକ ଚାଷୀ ଏକଥା ଜାଣି ପାରୁ ନାହାନ୍ତି। ୨୦୧୯-୨୦ ଆର୍ଥିକ ବର୍ଷରେ ଜାମୁଗଁାରେ ୨, ଶିଖରରେ ୩ ଜଣ, ଅଲଣା ପଞ୍ଚାୟତରେ ୮ଜଣ ଚାଷୀ ଏହି ଚାଷ କରିଥିବା କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ସେହିପରି ବର୍ତ୍ତମାନ ପନିପରିବା ଚାଷ ଆରମ୍ଭ ହୋଇଥିବା ବେଳେ ଚାଷୀ ଉନ୍ନତ ମାନର ମଞ୍ଜି ବିଭନ୍ନ ଦୋକାନରୁ କ୍ରୟ କରୁଛନ୍ତି। ମାତ୍ର ବିଭାଗ କର୍ମଚାରୀଙ୍କ ଦେଖାମିଳୁନି। ଅନ୍ୟପକ୍ଷରେ ଉକ୍ତ ବ୍ଲକ ଦାୟିତ୍ୱରେ ଥିବା ଅଧିକାରୀ ବ୍ଲକର ୧୦ ପଞ୍ଚାୟତକୁ ବିଭିନ୍ନ ପନିପରିବା ମଞ୍ଜି ୫୦ରୁ ୬୦ ପ୍ୟାକେଟ ପ୍ରଦାନ କରାଯାଇଥିବା ସୂଚନା ଦେଇଛନ୍ତି। ତେଣୁ ଏହି ମଞ୍ଜି ଠିକ ଭାବେ ଚାଷୀଙ୍କ ପାଖରେ ପହଞ୍ଚତ୍ଛି କି ନାହିଁ ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳି ପାରୁନାହିଁ। ସେହିପରି ପର୍ଯ୍ୟାୟକ୍ରମେ ଚାଷୀଙ୍କୁ ଆଳୁ ଓ ପିଆଜ ବିହନ ଯୋଗଇବାର ବ୍ୟବସ୍ଥା ରହିଥିଲେ ମଧ୍ୟ ତାହା ଠିକ ଭାବେ ଚାଷୀଙ୍କ ନିକଟରେ ପହଞ୍ଚତ୍ ପାରିବ ନାହିଁ ବୋଲି ନବନର୍ମାଣ ସଙ୍ଗଠନ ଜିଲା ସହ ସଂଯୋଜକ ଅଶୋକ ସ୍ବାଇଁ ଅଭିଯୋଗ କରିଛନ୍ତି। ସ୍ବାଇଁ କହିଛନ୍ତି, ଉଦ୍ୟାନ ବିଭାଗର କୌଣସି କର୍ମଚାରୀ ବ୍ଲକ ଅଞ୍ଚଳକୁ ଅସୁନାହାନ୍ତି। ଏସମ୍ପର୍କରେ ୧୧ ନଭେମ୍ବର ୨୦୧୯ ହୋଇଥିବା ଜିଲାପାଳଙ୍କ ଜନଶୁଣାଣିରେ ଆମେ ଅଭିଯୋଗ କରିଥିଲୁ। ପରିବା ଚାଷୀ ବିଭିନ୍ନ ପ୍ରାକୃତିକ ବିପଯର୍‌ୟୟ ସମୟରେ କ୍ଷତି ସହୁ ଥିଲେ ମଧ୍ୟ ତାଙ୍କୁ ସରକାରୀ ସାହାଯ୍ୟ ମିଳୁନାହିଁ। କର୍ମଚାରୀଙ୍କ ଦେଖା ନ ମିଳିବାରୁ କ୍ଷେତ୍ର ପରିଦର୍ଶନ ଠିକ ଭାବେ ହେଉନାହିଁ। ଯଦ୍ଦ୍ବାରା ଚାଷୀ ଏହି ବିଭାଗ ଦ୍ୱାରା ଉପକୃତ ହୋଇ ପାରୁ ନାହାନ୍ତି। କେବଳ କାଗଜ କଲମରେ ବିଭାଗ ଉକ୍ତ ବ୍ଲ୍ଳକରେ ଚାଲୁଥିବା ସେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ନାଉଗଁା ବ୍ଲକ ଦାୟିତ୍ୱରେ ଥିବା ବ୍ଲକ ଉଦ୍ୟାନ ବିଭାଗ କର୍ମଚାରୀ ରଶ୍ମି ରଞ୍ଜନ ସ୍ବାଇଁଙ୍କୁ ପଚାରିବାରେ ସେ କହିଥିଲେ, ଏହି ବ୍ଲକରେ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ଖୋଲିବା ପାଇଁ ତହସିଲ ପଡ଼ିଆ ନିକଟରେ ସ୍ଥାନ ଚିହ୍ନଟ କରାଯାଇଛି। ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ। ଏବେ ଆମେ ଅଞ୍ଚଳକୁ ଯାଇ ଚାଷୀଙ୍କୁ ସାକ୍ଷାତ କରୁଛୁ। ବିଭିନ୍ନ ପ୍ରକାର ମଞ୍ଜି ମଧ୍ୟ ପ୍ରଦାନ କରାଯାଇଛି। ତେଣୁ ବ୍ଲକରେ କାର୍ଯ୍ୟାଳୟ ହୋଇଗଲେ ଚାଷୀଙ୍କୁ ସବୁ ସୁବିଧା ସହଜରେ ମିଳିବ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦଶରଥପୁର ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ

ଦଶରଥପୁର,୧୧-୯(ଡି.ଏନ୍‌.ଏ.)- ଦଶରଥପୁର ବ୍ଲକ ଦଶରଥପୁର ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଦୁଇଦିନିଆ ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। ଦଶରଥପୁର ବ୍ଲକ ଅଧ୍ୟକ୍ଷା ସୁଜାତା ସାହୁ...

ଦେଶୀ ମାଟିରେ ହସୁଛି ବିଦେଶୀ ଫଳ

ସାରସକଣା,୧୦ା୧(ସ୍ମୃତି ଶୋଭନ ପାଲ୍‌): ଧାନଚାଷ କରି ଚଳି ଆସୁଥିଲେ। ମାତ୍ର ଏଥିରେ ବେଶୀ ଲାଭ ହେଲାନି। କିଛି ନୂଆ ଚାଷ କରି ସ୍ବାବଲମ୍ବୀ ହେବାକୁ ମନ...

ମୁଖ୍ୟ ଜୀବିକାରେ ବାଧକ ଜଳସେଚନ

କେନ୍ଦ୍ରାପଡ଼ା ଅଫିସ, ୫।୩: କେନ୍ଦ୍ରାପଡ଼ା ଜିଲାର ୬୯ ପ୍ରତିଶତ ଅଧିବାସୀ କୃଷି ଉପରେ ନିର୍ଭରଶୀଳ ା ପରିବାର ପ୍ରତିପୋଷଣ ପାଇଁ ସେମାନେ ମୁଖ୍ୟତଃ କୃଷି ଉପରେ ନିର୍ଭର...

ସଂଯୋଗ ନ ଥାଇ ପହଞ୍ଚିଲା ବିଲ୍‌

ବନ୍ତଳା, ୧୫।୩(ଡ଼ି.ଏନ୍‌.ଏ) – ୪ ବର୍ଷ ହେଲା ଟ୍ରାନ୍ସଫର୍ମର ଚୋରି ହୋଇଯାଇଛି। ସେବେଠାରୁ ନୂଆ ଟ୍ରାନ୍ସଫର୍ମର ଲାଗିନି କି ବିଦ୍ୟୁତ୍‌ ସଂଯୋଗ ହୋଇନି। ତଥାପି ବିଦ୍ୟୁତ୍‌...

ଗୋଟିଏ ରାସ୍ତା ପାଇଁ ୨୧ଥର ବିଲ୍‌

ନୟାଗଡ଼ ଅଫିସ,୨୨ା୩: ନୟାଗଡ଼ ଜିଲା ଭାପୁର ବ୍ଲକରେ ମହାମତ୍ା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ଏହି ବ୍ଲକ୍‌...

ଚାକିରି, ଋଣ ଦେବା ଆଳରେ ୭.୧୩ ଲକ୍ଷ ଠକେଇ

ଖୋର୍ଦ୍ଧା ଅଫିସ,୨୯ା୭: ନିଜକୁ ଆର୍‌ବିଏଲ ବ୍ୟାଙ୍କ ଓଡ଼ିଶା ମୁଖ୍ୟ ପରିଚୟ ଦେଇ ଋଣ ଓ ଚାକିରି କରାଇଦେବାକୁ କହି ଏକାଧିକ ବ୍ୟକ୍ତିଙ୍କଠାରୁ ୭ ଲକ୍ଷ ୧୩...

ରାଜସ୍ବ ମନ୍ତ୍ରୀଙ୍କୁ ପୌରାଞ୍ଚଳ ପଟ୍ଟା ବିହୀନ ବାସିନ୍ଦା ସଂଘର ଦାବିପତ୍ର

ବାରିପଦା ଅଫିସ,୧୩ା୮- ମୟୂରଭଞ୍ଜ ଜିଲା ବାରିପଦା ପୌରାଞ୍ଚଳ ପଟ୍ଟା ବିହୀନ ବାସିନ୍ଦା ସଂଘ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ସେମାନଙ୍କ...

ବିଚାରପତିଙ୍କ ଘରୁ ଚୋରି

କେନ୍ଦୁଝର,୧୯ା୩ : କେନ୍ଦୁଝର ସହର ନୂଆସାହିରେ ରହୁଥିବା ଜଣେ ବିଚାରପତିଙ୍କ ଘରୁ ମୋବାଇଲ ଫୋନ ଓ ଲ୍ୟାପଟପ୍‌ ଚୋରି ହୋଇଛି। ଏନେଇ ଟାଉନ ଥାନାରେ ଅଭିଯୋଗ...

Advertisement
Archives

Model This Week