Posted inଖେଳ

ନଳୀନିକାନ୍ତ ସ୍ମାରକୀ ରାଜ୍ୟ ବ୍ୟାଡ୍‌ମିଣ୍ଟନ ଆରମ୍ଭ

ଭୁବନେଶ୍ୱର, ୨୯।୧୧(କ୍ରୀଡ଼ା ପ୍ରତିନିଧି)- ଆମେଚର ବ୍ୟାଡ୍‌ମିଣ୍ଟନ କ୍ଲବ ଆନୁକୂଲ୍ୟରେ ୬ଷ୍ଠ ନଳିନୀକାନ୍ତ ମହାନ୍ତି ସ୍ମାରକୀ ରାଜ୍ୟ ଓପନ ର଼୍ୟାଙ୍କିଙ୍ଗ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଗୁରୁବାର ଇଷ୍ଟକୋଷ୍ଟ ରେଲଓ୍ବେ ଇନ୍‌ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି। ୫୦ ମହିଳାଙ୍କ ସମେତ ପ୍ରତିଯୋଗିତାରେ ମୋଟ ୩୮୧ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ସର୍ବାଧିକ ୮୯ ପ୍ରତିଯୋଗୀ ଭାଗ ନେଇଛନ୍ତି। ପୁରୁଷ ସିଙ୍ଗଲ୍ସ, ଡବଲ୍ସ, ୧୫, ୧୭ ଓ ୧୯ ବର୍ଷରୁ କମ୍‌ ବାଳକ ବିଭାଗ ମ୍ୟାଚ ଆରମ୍ଭ ହୋଇ ଯାଇଛି। ୪ ଦିନିଆ ଏହି ପ୍ରତିଯୋଗିତାରେ ୧୩ଟି ବିଭିନ୍ନ କାଟେଗୋରିରେ ମୁକାବିଲା ହେବ। ରାଜ୍ୟ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ସ୍ବିକୃତିପ୍ରାପ୍ତ ଏହି ର଼୍ୟାଙ୍କିଙ୍ଗ୍‌ ଟୁର୍ନାମେଣ୍ଟ ପାଇଁ ୩.୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖା ଯାଇଛି। ଉଦ୍‌ଯାପନୀ ଉତ୍ସବରେ ଅର୍ଜୁନ ପୁରସ୍କାରପ୍ରାପ୍ତ ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ ପ୍ରକାଶ କରାଯାଇଛି। ଅନୁଗୋଳ-ସୁକିନ୍ଦା ରେଲଓ୍ବେ ଏମ୍‌ଡି ଦିଲୀପ ସାମନ୍ତରାୟ ଓ ଫାଲକନ ମାରାଇନର ପ୍ରତିଷ୍ଠାତା ଅଧ୍ୟକ୍ଷ ତାରାରଞ୍ଜନ ପଟ୍ଟନାୟକ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆସୋସିଏଶନ ସଭାପତି ପୃଥ୍ବୀବଲ୍ଲଭ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ବିବେକାନନ୍ଦ ମିଶ୍ର, ଉପସଭାପତି କମଳଲୋଚନ ମହାନ୍ତି, ସାଧାରଣ ସମ୍ପାଦକ ଚଣ୍ଡି ପ୍ରସାଦ ଦାସ, ବିକ୍ରମ କେଶରୀ ମହାନ୍ତି ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପିଙ୍କ୍‌ ବଲ୍‌ ଓ୍ବାର୍ମଅପ୍‌ ମ୍ୟାଚ: ଅଷ୍ଟ୍ରେଲିଆ ଏ’ ଦଳରେ ଗ୍ରୀନ୍‌, ସ୍ବେପସନ

ସିଡ୍‌ନୀ, ୧୦ା୧୨ (ପି.ଟି.)-ସ୍ଥାନୀୟ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି) ଭ୍ରମଣକାରୀ ଭାରତୀୟ ଦଳ ବିପକ୍ଷରେ ଶୁକ୍ରବାର ଖେଳାଯିବାକୁଥିବା ଦିବାରାତ୍ର ଅଭ୍ୟାସ ମ୍ୟାଚ୍‌ ପାଇଁ ବୁଧବାର ୧୨ଜଣିଆ...

ବିବାହ ମୁଦି କଥା ଭୁଲି ଯାଇଥିଲେ ରୋହିତ୍‌ ଶର୍ମା: କୋହଲି ଦେଲେ ବଡ଼ ଖବର

ଭାରତୀୟ କ୍ରିକେଟ ଦଳ ସହ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର୍‌ ଫାଇନାଲ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି ଷ୍ଟାର୍‌ କ୍ରିକେଟର୍‌ ରୋହିତ ଶର୍ମା। ଜୁନ ୧୮ରୁ ୨୨...

ବିଶ୍ୱକପ୍‌ ବିଜେତା ଡି ରୋସିଙ୍କ ଅବସର

ବୁଏନ୍ସ ଏରିଜ୍‌, ୭।୧ (ଏଏଫ୍‌ପି)- ବିଶ୍ୱକପ୍‌ ବିଜେତା ଭେଟେରାନ ଇଟାଲୀ ଫୁଟ୍‌ବଲ ଖେଳାଳି ଡାନିଏଲ ଡି ରୋସି ଅବସର ଘୋଷଣା କରିଛନ୍ତି। ୩୬ ବର୍ଷୀୟ ରୋସି...

ଏହି ଦେଶର ମୁଖ୍ୟ କୋଚ୍‌ ହେବେ ଜଣ୍ଟି ରୋଡ୍ସ

ଜୋହାନ୍ସବର୍ଗ, ୧୦।୯: ବିଶ୍ୱ କ୍ରିକେଟ୍‌ରେ ଫିଲ୍ଡିଂ ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳି ଜଣ୍ଟି ରୋଡ୍ସ ସ୍ବିଡେନ ଜାତୀୟ...

ପୁଣି ଏକାଠି ଖେଳିବେ ବୀରୁ, ଭଜି, ଯୁବି

ନୂଆଦିଲ୍ଲୀ,୪।୧: ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହ୍ବାଗ(ବୀରୁ), ଅଲରାଉଣ୍ଡର ଯୁବରାଜ ସିଂ (ଯୁବି) ଓ ସ୍ପିନର ହରଭଜନ ସିଂ (ଭଜି) ପୁଣି ଥରେ ଏକାଠି କ୍ରିକେଟ...

ସିଂହ କଦାପି ଭୁଲେନି ଶିକାର କରିବା

ଜୟପୁର,୧୭।୩: କଥାରେ ଅଛି ସିଂହ କଦାପି ଭୁଲେନି ଶିକାର କରିବା। ଠିକ୍‌ ସେହିଭଳି ୨୦୧୯ରେ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ସାରିଥିବା ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ଯୁବରାଜ...

‘ଇଂଲଣ୍ଡରେ ଭାରତ ୩-୨ରେ ସିରିଜ ଜିତିବ’

ନୂଆଦିଲ୍ଲୀ, ୧୦।୫: ଭାରତୀୟ କ୍ରିକେଟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଏବଂ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ...

ଫାଙ୍କା ଷ୍ଟାଡିୟମରେ ମଜା ଆସିବନି: କୋହଲି

ନୂଆଦିଲ୍ଲୀ,୮।୫(ପି.ଟି.): କୋଭିଡ-୧୯ ମହାମାରୀ ସାରା ବିଶ୍ୱକୁ କବଳିତ କରିଥିବା ବେଳେ ଦର୍ଶକଙ୍କ ଉପସ୍ଥିତି ବିନା ଷ୍ଟାଡିୟମରେ କ୍ରିକେଟ ଖେଳାଯାଇ ପାରିବ। କିନ୍ତୁ ଏଥିରେ ମଜା ରହିବ...

Advertisement
Archives

Model This Week