ନମସ୍କାରର ସଠିକ୍‌ ଅର୍ଥ ବୁଝାଇଲେ ବିଗ୍‌ ବି

ମୁମ୍ବାଇ: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍‌ ରହିଥାନ୍ତି। ପ୍ରାୟ ସମୟରେ ସେ ମନରୋଞ୍ଜନ ହେଉ କି କିଛି ଶିକ୍ଷଣୀୟ ଟୁଇଟ ଶେୟାର କରିଥାନ୍ତି। ଇତିମଧ୍ୟରେ ଅମିତାଭ ଟୁଇଟରରେ ‘ନମସ୍କାର’ର ସଠିକ୍‌ ଅର୍ଥକୁ ନେଇ ଏକ ଟୁଇଟ ଶେୟାର କରିଛନ୍ତି। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ବିଗ୍‌ ବି ଏହି ଟୁଇଟ୍‌ରେ ଲେଖିଛନ୍ତି, ନମସ୍କାର କେବଳ ଆମର ସଭ୍ୟତାର ପ୍ରତୀକ, ପ୍ରଥା ବା ପରମ୍ପରା ନୁହେଁ। ଏହା ହେଉଛି ଆମର ଆଦର୍ଶ ଓ ସଂସ୍କୃତିର ପରିଚୟ।

ଏହି ନମସ୍କାରକୁ ଆମେ ସମ୍ମାନ, ଆଦର, ପୂଜା, ଅନୁରୋଧ ଏବଂ ପ୍ରଣାମ ମଧ୍ୟ କହିଥାଉ। ଆଉ ବେଳେ ବେଳେ ଏହି ନମସ୍କାରକୁ ଆମେ ସଙ୍କୋଚ ଭାବେ ମଧ୍ୟ ବ୍ୟବହାର କରିଥାଉ। ନମସ୍କାରରେ ଶକ୍ତି ରହିବା ସତ୍ତ୍ୱେ ଏଥିରେ କ୍ରୋଧ ଏବଂ ହିଂସା ଜାଗ୍ରତ ହୋଇ ନ ଥାଏ। ଏଥିରେ ପ୍ରେମ, ସ୍ନେହ, ଶ୍ର୍ରଦ୍ଧା ଓ ଭେଦଭାବ ମଧ୍ୟ ରହିଥାଏ। ସେ ଆହୁରି ମଧ୍ୟ ଲେଖିଛନ୍ତି, ଏହି ନମସ୍କାର କେତେବେଳେ ଆତ୍ମା ସହ ଜଡିତ ହୋଇଥିବା ବେଳେ କେତେବେଳେ ଏହା ପ୍ରଥା ମଧ୍ୟରେ ଭିନ୍ନତା ଆଣିଥାଏ। ଏହା ସମ୍ମାନ ସହ ସମ୍ପର୍କର ପ୍ରତୀକକୁ ବୁଝାଏ। ଯେତେବେଳେ ଆମେ ନମସ୍କାର କରିଥାଉ ସେତେବେଳେ ସମସ୍ତ ସଂସ୍କୃତିକୁ ଆମେ ସମ୍ମାନ କରିଥାଉ ବୋଲି ବିଗ୍‌ ବି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୦ ମସିହାକୁ ଡିଲିଟ୍‌ କରିବାକୁ ଚାହୁଁଛନ୍ତି ଅମିତାଭ !

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ। ଏବେ କରୋନା ଭାଇରସକୁ ନେଇ ମଧ୍ୟ ସେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ...

ପୂର୍ବତନ ମିସ୍‌ ଇଣ୍ଡିଆ ଏବେ ଲାଇମ୍‌ଲାଇଟ୍‌ରୁ ଦୂରରେ

ମୁମ୍ବାଇ: ୮୦ ଓ ୯୦ ଦଶକର ଏହି ଅଭିନେତ୍ରୀ ନିଜର ସୌନ୍ଦର୍ଯ୍ୟ ଓ ଅଭିନୟ ଜାଦୁରେ ସମସ୍ତଙ୍କ ମନ୍ତ୍ରମୁଗ୍ଧ କରିଥିଲେ। ନିଜର ସୌନ୍ଦର୍ଯ୍ୟ ପାଇଁ ମିସ୍‌...

ସୋନାକ୍ଷୀଙ୍କ ନାଁରେ ମାନହାନି ମାମଲା

ମୁମ୍ବାଇ: ବଲିଉଡ ଦବଙ୍ଗ ଗର୍ଲ ଏବେ ଅଡୁଆରେ । ନିକଟରେ ଜଣେ ଇଭେଣ୍ଟ ମ୍ୟାନେଜର ସୋନାକ୍ଷୀଙ୍କ ନାଁରେ ଏକ ଠକେଇ ମାମଲା ରୁଜୁ କରିଥିଲେ ।...

ରୋମାଣ୍ଟିକ ହେଲେ ପଓ୍ବନଦୀପ୍‌-ଅରୁଣିତା

ମୁମ୍ବାଇ: ଇଣ୍ଡିଆନ ଆଇଡଲ୍‌ର ବିଜେତା ପଓ୍ବନଦୀପ୍‌ ରାଜନ ଏବଂ ଅରୁଣିତା କାଞ୍ଜିଲାଲ କିଛି ନା କିଛି କଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି। ଉଭୟଙ୍କ ମଧ୍ୟରେ...

ହିମେଶଙ୍କ ପରେ ଏବେ ରାନୁଙ୍କୁ ସୁଯୋଗ ଦେଲେ ରାକ୍ଷୀ

ବଲିଉଡ୍‌ ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତ ନିଜ ବିବାହକୁ ନେଇ ଏବେ ଖୁବ୍‌ ଚର୍ଚ୍ଚାରେ। ନିକଟରେ ତାଙ୍କ ବିବାହ ଶେଷ ହୋଇଥିବା ସେ ସୋସିଆଲ ମିଡିଆରେ କହିସାରିଛନ୍ତି।...

ଜୀବନରେ ଅନେକ ଦୁଃଖଦ ସମୟ ଦେଖିଛି, ସଲମାନ କେବେ ହାତ ଛାଡ଼ି ନାହାନ୍ତି: କଟ୍ରିନା

ମୁମ୍ବାଇ: ଏକଦା ବଲିଉଡ୍‌ର ଚର୍ଚ୍ଚିତ ଯୋଡ଼ି ଭିତରୁ ଗୋଟିଏ ଥିଲେ ସଲମାନ-କଟ୍ରିନା। ହେଲେ କଟ୍ରିନାଙ୍କ ଜୀବନରେ ରଣବିରଙ୍କ ଏଣ୍ଟ୍ରି ପରେ ସବୁକିଛି ବଦଳିଯାଇଥିଲା। ଅଲଗା ହୋଇଥିଲେ...

ସଲମାନଙ୍କ ବଦଳରେ ବିଗ୍‌ବସ୍‌ରେ ହୋଷ୍ଟ କରିବେ କରଣ

ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହର ବିଗ୍‌ବସ୍‌-୧୬ ରେ ନଜର ଆସିବେ। କିଛି ଦିନ ପାଇଁ ସେ ଅଭିନେତା ସଲମାନ ଖାନ୍‌ଙ୍କ ବଦଳରେ ବିଗ୍‌ବସ୍‌ରେ ହୋଷ୍ଟ...

ଶ୍ରେଷ୍ଠ ଚଳଚ୍ଚିତ୍ର ‘ଭିଜା ମାଟିର ସ୍ବର୍ଗ’

ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୨୦୧୮ ମସିହା ପାଇଁ ୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ବରିଷ୍ଠ ଚଳଚ୍ଚିତ୍ର...

Advertisement
Archives

Model This Week