Posted inଖେଳ

ନବୋଦୟ ବିଦ୍ୟାଳୟ ସମିତି ଜାତୀୟ ହକି ମିଟ୍‌:ପାଟନା କ୍ଷେତ୍ର ଚାମ୍ପିୟନ୍‌

ସୁନ୍ଦରଗଡ, ୧୩।୮ (ଡି.ଏନ୍‌.ଏ) -ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ବ୍ଲକ ଜିଙ୍କ୍‌ନଗରସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ଖେଳପଡିଆରେ ଚାଲିଥିବା ୨୯ତମ ଜାତୀୟ ଜବାହର ନବୋଦୟ ବିଦ୍ୟାଳୟ ସମିତି ହକି ମିଟ୍‌-୨୦୧୯ ରବିବାର ଉଦ୍‌ଯାପିତ ହୋଇଯାଇଛି। ଜବାହର ନବୋଦୟ ବିଦ୍ୟାଳୟ ଭୋପାଳ କ୍ଷେତ୍ର ଆନୁକୂଲ୍ୟରେ ଆୟୋଜିତ ଏହି ଜାତୀୟ ହକି ମିଟ୍‌ରେ ଦେଶର ବିଭିନ୍ନ କ୍ଷେତ୍ରରୁ ୧୬ଟି ହକି ଟିମ୍‌ ଅଂଶଗ୍ରହଣ କରିଥିଲେ। ଏଥିରେ ୧୯ବର୍ଷରୁ କମ୍‌ ବର୍ଗରେ ଜବାହର ନବୋଦୟ ବିଦ୍ୟାଳୟ ସମିତି ପାଟନା କ୍ଷେତ୍ର ଚାମ୍ପିୟନ ହୋଇଛି। ନବୋଦୟ ବିଦ୍ୟାଳୟ ଶିଲଂ କ୍ଷେତ୍ର ରନର୍ସ ଅପ୍‌ ହୋଇଛି। ସେହିପରି ୧୭ବର୍ଷରୁ କମ୍‌ ବର୍ଗରେ ପାଟନା କ୍ଷେତ୍ର ଚାମ୍ପିୟନ ହୋଇଥିବା ବେଳେ ଭୋପାଳ କ୍ଷେତ୍ର ରନର୍ସ ଅପ୍‌ ହୋଇଛି। ଉଦ୍‌ଯାପନୀ ସମାରୋହରେ ମୁଖ୍ୟଅତିଥି ଭାବେ ଭାରତୀୟ ହକି ଦଳର ପୂର୍ବତନ କ୍ୟାପଟେନ୍‌ ତଥା ପୂର୍ବତନ ରାଜ୍ୟ ସଭା ସଦସ୍ୟ ଦିଲୀପ ତିର୍କୀ ଓ ସମ୍ମାନିତ ଅତିଥି ଭାବେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ପୂର୍ବତନ କୁଳପତି ଡ. ଦୂବରାଜ ନାଏକ ଯୋଗଦେଇ ହକି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଏହି ସମାରୋହରେ ନବୋଦୟ ବିଦ୍ୟାଳୟ ସମିତି ଭୋପାଳ କ୍ଷେତ୍ରର ଅତିରିକ୍ତ କମିଶନର ଏମ୍‌. ମାରାପ୍ପାନ୍‌, ଅଧ୍ୟକ୍ଷ ଏ. ରାୟ, ଏନ୍‌.ସି. କର, ଜିଙ୍କ୍‌ନଗର ଜବାହର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ଟି.ଜେ. ଟୋନି, ଉପାଧ୍ୟକ୍ଷ ଟି. କେ. ଚଟ୍ଟୋପାଧ୍ୟାୟ ପ୍ରମୁଖ ଉପସ୍ଥିତ ଥିଲେ। ଜିଙ୍କ୍‌ନଗର ନବୋଦୟ ବିଦ୍ୟାଳୟର କ୍ରୀଡାଶିକ୍ଷକ ପ୍ରସନ୍ନ କୁମାର ଷଣ୍ଢ, ଖୋର୍ଦ୍ଧାର ପ୍ରଦୀପ ଦୋରା, ସୋନପୁରର ମନମୋହନ ପଟେଲ, ରାୟପୁରର ଡ. ମନୀଷ ଶୁକ୍ଳା ପ୍ରମୁଖ ଖେଳ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ବିଶ୍ୱର ଶ୍ରେଷ୍ଠ ୩ ପେସରଙ୍କ ମଧ୍ୟରେ ଶାମି ଜଣେ’

ସେଞ୍ଚୁରିଆନ,୩୦।୧୨: ମହମ୍ମଦ ଶାମି ବିଶ୍ୱର ଶ୍ରେଷ୍ଠ ୩ ପେସରଙ୍କ ମଧ୍ୟରୁ ଜଣେ। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟକୁ ୧୧୩ ରନ୍‌ରେ ଜିତିବା ପରେ ଭାରତୀୟ...

ଘୋଡା ନୁହେଁ ବରଂ ଗଧ ପିଠିରେ ବସିବାକୁ ଭଲ ପାଉଥିଲେ ଏହି ଭାରତୀୟ ସ୍ପିନର: ପିଲାଦିନୁ ଥିଲା କ୍ରିକେଟର ସଉକ

ନୂଆଦିଲ୍ଲୀ,୨୩।୧୨: ନିଜ ବିବାହକୁ ନେଇ ଭାରତୀୟ କ୍ରିକେଟ ଟିମ୍‌ର ସ୍ପିନର ୟୁଜବେନ୍ଦ୍ର ଚହଲ ଏବେ ଚର୍ଚ୍ଚାରେ। ସୋସିଆଲ ମିଡିଆରେ ଧନଶ୍ରୀଙ୍କ ସହ ତାଙ୍କର ଏକାଧିକ ଫଟୋ...

ଆଶେସ: ସଂଘର୍ଷପୂର୍ଣ୍ଣ ହେବ ଚତୁର୍ଥ ଟେଷ୍ଟ

ମାଞ୍ଚେଷ୍ଟର, ୪।୯(ଏ.ଏଫ୍‌.ପି.)- ବିଶ୍ୱ କ୍ରିକେଟର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଥିବା ହାଇପ୍ରୋଫାଇଲ ଆଶେସ ସିରିଜର ଚତୁର୍ଥ ଟେଷ୍ଟରେ...

ଡେଥ୍‌ ଓଭରରେ ସଠିକ୍‌ ୟର୍କର ପକାଇ କରିଥିଲେ ଆକର୍ଷଣ

ଜରିଆରେ ନୂଆଦିଲ୍ଲୀ,୮ା୭ : ଆଇପିଏଲ୍‌ରେ ଦମ୍‌ଦାର ପ୍ରଦର୍ଶନ ଜରିଆରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ ଅର୍ଶଦୀପ ସିଂ। ଏପରିକି ଡେଥ୍‌ ଓଭରରେ ଚମତ୍କାର ବୋଲିଂ ସହିତ...

ଟସ ଜିତିଲା ଏଲଏସଜି, ପ୍ରଥମେ ବୋଲିଂ…

ଅହମଦାବାଦ,୭।୫ : ଆଇପିଏଲ ୨୦୨୩ର ୫୧ ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ(ଜିଟି) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି) ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି।...

ଆଇପିଏଲ୍‌ ନିଲାମ ପୂର୍ବରୁ ପଞ୍ଜାବ କିଙ୍ଗ୍ସକୁ ବଡ ଝଟ୍‌କା

ନୂଆଦିଲ୍ଲୀ,୧୧।୨: ଟିମ୍‌ ଇଣ୍ଡିଆର ପୂର୍ବତନ ଓପନର୍‌ ଓ୍ବାସିମ୍‌ ଜାଫର ଶୁକ୍ରବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ ପଞ୍ଜାବ କିଙ୍ଗ୍ସର ବ୍ୟାଟିଂ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଛନ୍ତି।...

ୟୁରୋପିଆନ୍‌ ଓପନ୍‌ ଚାମ୍ପିୟନ ମୁରେଙ୍କ ମାନ୍ୟତା ବୃଦ୍ଧି

ପ୍ୟାରିସ୍‌, ୨୨।୧୦(ଏଏଫ୍‌ପି)- ବିଶ୍ୱର ପୂର୍ବତନ ଏକ ନମ୍ବର ଖେଳାଳି ଆଣ୍ଡି ମୁରେ ୟୁରୋପିଆନ୍‌ ଓପନ୍‌ ଟାଇଟଲ୍‌ ଜିତିଛନ୍ତି। ଫାଇନାଲରେ ମୁରେ ୩-୬, ୬-୪, ୬-୪ ସେଟ୍‌ରେ...

ମାତ୍ର ୩୮ ବଲ୍‌ରେ ଏମିତି କାରନାମା କଲେ ମହିଳା କ୍ରିକେଟର୍‌

ଅକଲାଣ୍ଡ,୧୪।୧: ନ୍ୟୁଜିଲାଣ୍ଡର ତାରକା ମହିଳା କ୍ରିକେଟର ସୋଫି ଡିଭାଇନ ଇତିହାସ ସୃଷ୍ଟି କରିଛନ୍ତି। ମହିଳା ଟି -୨୦ କ୍ରିକେଟ ଇତିହାସରେ ଦ୍ରୁତତମ ଶତକ ସୃଷ୍ଟି କରିବାରେ...

Advertisement
Archives

Model This Week