ନବାବଙ୍କ ସହ ପୂଜାଙ୍କ ଗୋପନୀୟ ବିବାହ: ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ୍‌ କଳାକାରମାନେ ନିଜ ବିବାହକୁ ଗୁପ୍ତ ରଖିବା କିଛି ନୂଆ କଥା ନୁହେଁ। ପୂର୍ବରୁ ରଣବୀର-ଦୀପିକା, ବିରାଟ-ଅନୁଷ୍କାଙ୍କ ଭଳି କଳାକାର ବିଦେଶରେ ବିବାହ କରିବାକୁ ଠିକ୍‌ ଭାବିଥିବା ବେଳେ ନେହା ଧୂପିଆ ଅଙ୍ଗଦ ବେଦୀଙ୍କୁ ଗୋପନୀୟ ଭାବେ ବିବାହ କରିଥିଲେ। ଏହି ବିବାହର ଫଟୋ ଭାଇରାଲ ହେବା ପରେ କଥା ଉପରୁ ପରଦା ଉଠିଥିଲା। ଏବେ ଏହି କ୍ରମରେ ସାମିଲ ହୋଇଛନ୍ତି ଅଭିନେତ୍ରୀ ପୂଜା ବାତ୍ରା। ସେ ପ୍ରେମିକ ନବାବ ଶାହଙ୍କୁ ଜୁଲାଇ ୪ ତାରିଖରେ ବିବାହ କରିଛନ୍ତି। ବିବାହ ପରେ ପୂଜାଙ୍କୁ ଲାଲ୍‌ ଚୁଡ଼ିରେ କ୍ୟାମେରାରେ କଏଦ କରାଯିବା ପରେ ସେ ବିବାହ କରିଥିବାକୁ ନେଇ ଚର୍ଚ୍ଚା ହୋଇଥିଲା। ଏବେ ଏହା ସତ ବୋଲି ଜଣାପଡ଼ିଛି। ପୂଜା ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏହା ଜଣାଇଛନ୍ତି। ବିବାହ ସମୟର ଅନେକ ଫଟୋ ଭାଇରାଲ ହେଉଥିବା ବେଳେ ଅନେକେ ପୂଜା ଏକ ସୁନ୍ଦର ବୋହୂ ଭଳି ଦେଖାଯାଉଥିବା କହିଛନ୍ତି। ବିବାହରେ ପୂଜା ସବୁଜ ରଙ୍ଗର ଶାଢ଼ି ପିନ୍ଧିଥିବା ବେଳେ ନବାବ ଗୋଲ୍ଡେନ୍‌ ରଙ୍ଗର ସେରଓ୍ବାନୀ ପିନ୍ଧିଛନ୍ତି। ଉଭୟ ଆର୍ଯ୍ୟ ସମାଜ ପରମ୍ପରାନୁଯାୟୀ ବିବାହ କରିଛନ୍ତି। ଏହାପରେ କୋର୍ଟରେ ଏହାକୁ ରେଜିଷ୍ଟ୍ରି ମଧ୍ୟ କରାଇ ନେଇଥିବା ପୂଜା ଏକ ସାକ୍ଷାତକାରରେ କହିଛନ୍ତି। ତେବେ ପୂର୍ବରୁ ପୂଜା ବିବାହ କରିଥିବା ବେଳେ ୨୦୧୧ରେ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଥିଲେ। ଏହାପରେ ତାଙ୍କ ଜୀବନରେ ନବାବ୍‌ ଆସିଛନ୍ତି। ଉଭୟ କିଛିଦିନ ଧରି ଡେଟ୍‌ କରିବା ପରେ ବିବାହ କରିନେବା ଉଚିତ ବୋଲି ଭାବିନେଇ ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରଣବୀରଙ୍କ ସହ ବ୍ରେକ୍‌ଅପ୍‌ ପରେ କେମିତି ରହୁଥିଲେ କ୍ୟାଟ୍ରିନା ଜାଣନ୍ତୁ

ବଲିଉଡ୍‌ ଷ୍ଟାର ରଣବୀର କପୁର-ଆଲିଆ ଭଟଙ୍କ ରିଲେସନଶିପ୍‌କୁ ନେଇ ଚର୍ଚ୍ଚା ଚାଲିଛି। ଦୁଇଜଣ ବହୁ ସମୟ ଏକାଠି ବିତାଇବା, ସାଥୀ ହୋଇ ଡିନର କରିବା ବିଷୟରେ...

ବିବାହ ଉପରେ ଭରସା ନାହିଁ: ସଲମାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନଙ୍କ ବିବାହକୁ ନେଇ ସବୁବେଳେ କିଛି ନା କିଛି ଖବର ଆସୁଛି ସାମ୍ନାକୁ। ନିକଟରେ ‘ଭାରତ’ ଫିଲ୍ମର ପ୍ରମୋଶନ ଇଭେଣ୍ଟରେ ଯୋଗ...

ଅଫ୍‌ଏୟାର ହେବ ଶେହନାଜ-ପାରସଙ୍କ ଶୋ’ ‘ମୁଝସେ ଶାଦି କରୋଗେ’

ବମ୍ବେ: ଖୁବ୍‌ଶୀଘ୍ର ଅଫ୍‌ଏୟାର ହେବ ଶେହନାଜ୍‌ ଗିଲ-ପାରସ ଛାବଡାଙ୍କ ଶୋ’ ‘ମୁଝସେ ଶାଦି କରୋଗେ’। ଏହା ସ୍ଥାନ ନେବ ଧାରାବାହିକ ‘ଇସ୍କ ମେ ମରଜାଓ୍ବା-୨’। ଯାହା...

ଖାଲି ପାଦରେ ୧୨ କିଲୋମିଟର ଚାଲି ତିରୁପତି ଦର୍ଶନ କଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ନବାଗତା ଅଭିନେତ୍ରୀ ଜାହ୍ନବୀ କପୁର ଯେତେ ଆଧୁନିକ ହେଲେ ମଧ୍ୟ ନିଜ ସଂସ୍କୃତିକୁ ସେ ବେଶ୍‌ ଭଲ ପାଆନ୍ତି। ପ୍ରାୟ ସମୟରେ ତାଙ୍କୁ...

ଅଭିନେତା ଚିରଞ୍ଜୀବୀ ସାରଜାଙ୍କ ପରଲୋକ

କନ୍ନଡ ଅଭିନେତା ଚିରଞ୍ଜୀବୀ ସାରଜାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୯ ବର୍ଷ ବୟସ ହୋଇଥିଲା। ହୃତରୋଗରେ ତାଙ୍କ ମୃତ୍ୟୁ ଘଟିଥିବା ସୂଚନା...

ଅପ୍ରୀତିକର ମନ୍ତବ୍ୟ ପାଇଁ ବଲିଉଡ୍‌ରୁ ଦୂରେଇଲି

ମୁମ୍ବାଇ: ଅପ୍ରୀତିକର ମନ୍ତବ୍ୟ ପାଇଁ ବଲିଉଡ୍‌ରୁ ଦୂରେଇ ରହିଛନ୍ତି ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିର ସଫଳ ଅଭିନେତ୍ରୀ ନୀରୁ ବାଜ୍‌ଓ୍ବା। ୧୯୯୮ରେ ଦେବାନନ୍ଦଙ୍କ ‘ମେଁ ସୋଲା ବରସ୍‌...

ପ୍ରଥମେ ସୈଫ, ତା’ପରେ ଶାହରୁଖ

ଥରେ ମନେପକାନ୍ତୁ ନା, ଶାହରୁଖ-କାଜୋଲ ଅଭିନୀତ ତଥା ୧୯୯୫ରେ ରିଲିଜ ହୋଇଥିବା ହିନ୍ଦୀ ଚଳଚ୍ଚିତ୍ର ‘ଦିଲ୍‌ଓ୍ବାଲେ ଦୁଲହନିୟଁ। ଲେ ଜାୟେଙ୍ଗେ’କୁ। ଏହି ଫିଲ୍ମଟି ସୁପରଡୁପର ହିଟ୍‌...

ସୁଶାନ୍ତଙ୍କ ଆତ୍ମହତ୍ୟାର ଆସିଲା ଶେଷ ରିପୋର୍ଟ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଭିସ୍ରା ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ସ୍ପଷ୍ଟ ଭାବରେ କୁହାଯାଇଛି, ଯେ ତାଙ୍କ ମୃତ୍ୟୁରେ କୌଣସି ସନ୍ଦେହଜନକ...

Coronavirus Update


Archives

Model This Week

Why Dharitri