ନବାଗତା ଅମ୍ରିତା

ଆଉ ଜଣେ ବଙ୍ଗୀୟ ସୁନ୍ଦରୀ ଓଡ଼ିଆ ସିନେମାରେ ନିଜ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ସେ ହେଲେ ଅମ୍ରିତା। ତାଙ୍କୁ ଏଭଳି ବ୍ରେକ୍‌ ଦେଇଛନ୍ତି ପ୍ରଯୋଜକ ସଚିକାନ୍ତ ଜେନା ଏବଂ ବିନି ପଟ୍ଟନାୟକ। ଖାସ୍‌ କଥା ହେଲା, ଓଡ଼ିଆ ସିନେମାରୁ ହିଁ ଅମ୍ରିତା ତାଙ୍କର ଅଭିନୟ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି। ଆଉ ଚଳଚ୍ଚିତ୍ରଟି ହେଲା ‘ହୀରାଲାଲ୍‌ ମୋତିଲାଲ୍‌’। ମୁନ୍‌ ଟିଭି ମୁଭିଜ୍‌ ବ୍ୟାନରରେ ଏହାର ଏକ୍‌ଜିକ୍ୟୁଟିଭ ପ୍ରଯୋଜନା ଦାୟିତ୍ୱ ସମ୍ଭାଳିଛନ୍ତି ପ୍ରଣୟ ଜେଠୀ। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ଅଶ୍ୱିନୀ ଗଡ଼ନାୟକ। ଖାଗୀତଗୁଡ଼ିକୁ ସ୍ବର ଦେଇଛନ୍ତି ଅନ୍ୟତମ ଆଗଧାଡିର ସ୍ବର ସଂଯୋଜକ ବୈଦ୍ୟନାଥ ଦାଶ। ବାଳକୃଷ୍ଣ, ଅମର, ଗୁଡ୍ଡୁ, କାଳିଆ, ସୁମନ, ବାବୁ ପ୍ରଧାନ, ବ୍ରଜ ସିଂ, ହାଡୁ, ଦେବୁ ବ୍ରହ୍ମା, ହରି ବାବୁ ପ୍ରଧାନ, ଜୀବନ ପଣ୍ଡା, ସଲିଲ ମିତ୍ର ବିଭିନ୍ନ ଭୂମିକାରେ ଅଭିନୟ କରୁଛନ୍ତି। ଖାସ୍‌ କଥା ହେଲା ଏଥିରେ ଛଅ ଜଣ ନୂଆ ନାୟିକା-ଅମ୍ରିତା, ଦିଶା, ପ୍ରଜ୍ଞା ପ୍ରଧାନ, ରୋଜି, ପୁଷ୍ପା, ଲକ୍ଷ୍ମୀଙ୍କୁ ଦେଖିବାକୁ ମିଳିବ। ସମ୍ପୂର୍ଣ୍ଣ କମେଡିଭିତ୍ତିକ ଏହି ଫିଲ୍ମଟି ଖୁବ୍‌ ଶୀଘ୍ର ରିଲିଜ ହେବ ବୋଲି କହିଛନ୍ତି ପ୍ରଯୋଜକ ସଚୀକାନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ଟୁଇଟ୍‌ କରି ଚର୍ଚ୍ଚାରେ ଆମିର

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପର୍‌ଫେକ୍ସନିଷ୍ଟ ଆମିର ଖାଁ ସବୁବେଳେ ସାମାଜିକ ବିଷୟ ବସ୍ତୁକୁ ନେଇ ରିସର୍ଚ୍ଚ କରୁଥିବା ବେଳେ ଏହାକୁ ଠିକ୍‌ ଢଙ୍ଗରେ ଉପସ୍ଥାପନ କରିବା...

ମଧୁବାଲା: ଦିଲ୍ଲୀପଙ୍କୁ ଭଲ ପାଇ କିଶୋରଙ୍କୁ କରିଥିଲେ ବିବାହ

ମୁମ୍ବାଇ: ବଲିଉଡ୍‌ ସୁନ୍ଦରୀ ଅଭିନେତ୍ରୀ ମଧୁବାଲାଙ୍କ ଜନ୍ମଦିନ ଶୁକ୍ରବାର ପାଳିତ ହେଉଛି। ସେ ୧୯୩୩ ଫେବୃୟାରୀ ୧୪ରେ ଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପୁରାନାମ ବେଗମ୍‌...

୨୦ ଜୁନରୁ ‘କସୌଟି ଜିନ୍ଦେଗୀ କେ-୨’ର ଶୁଟିଂ ହେବ ଆରମ୍ଭ

ମୁମ୍ବାଇ, ୧୬।୬: ଟିଭି ଧାରବାହିକ ‘କସୌଟି ଜିନ୍ଦେଗୀ କେ-୨’ର ଶୁଟିଂ ୨୦ ଜୁନରୁ ଆରମ୍ଭ ହେବ। ଏନେଇ ଏକତା କପୁର ନିର୍ଦ୍ଦେଶ ଦେଇଥିବା ଟିମ୍‌ ପକ୍ଷରୁ...

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ କାହିଁକି ଯୋଗଦେଲେନି ଅକ୍ଷୟ

ମୁମ୍ବାଇ: ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ଏହି ଅବସରରେ ଦେଶ ବିଦେଶର ବହୁ ନାମୀଦାମୀ ବ୍ୟକ୍ତିତ୍ୱ...

ରୁମ୍‌ରେ ଯେଉଁ ମଡେଲଙ୍କ ଲଗାଉଥିଲେ ପୋଷ୍ଟର, ତାଙ୍କୁ କଲେ ବିବାହ: ୨୧ବର୍ଷ ପରେ ହେଲା ବିଚ୍ଛେଦ

ମୁମ୍ବାଇ: ଅଭିନେତା ଅର୍ଜୁନ ରାମପାଲ ମଙ୍ଗଳବାର ନିଜର ୪୭ତମ ଜନ୍ମଦିନ ପାଳନ କରିଛନ୍ତି। ୧୯୭୨ ନଭେମ୍ବର ୨୬ରେ ମଧ୍ୟପ୍ରଦେଶର ଜବଲପୁର ସହରରେ ସେ ଜନ୍ମଗ୍ରହଣ କରିଥିଲେ।...

ଗଁ। ପ୍ରେମରେ ଜଗା

ଜଲିଉଡ୍‌ ଅଭିନେତା ଜଗା ଏବେ ଗଁ। ପ୍ରେମରେ ପଡ଼ିଯାଇଛନ୍ତି। କାରଣ ଗଁ। ପରିବେଶରେ ସେ ବଢ଼ିଛନ୍ତି। ତେଣୁ ଜନ୍ମ ମାଟିର ବାସ୍ନାକୁ ସେ ବା କେମିତି...

ହାସ୍ୟ ନାୟକ ବ୍ରଜ ପାଣି

ଚତୁର୍ଥ ଶ୍ରେଣୀର କଥା। ସାର୍‌ କହିଥିଲେ, ସ୍କୁଲରେ ‘ପେଟୁ’ ନାଟକ ହେବ। ଆଉ ତୁ ହିଁ ‘ପେଟୁ’ ଚରିତ୍ରରେ ଅଭିନୟ କରିବୁ। ସେଥିଲାଗି ପ୍ରସ୍ତୁତ ଥିଲା...

ଅମିତାଭ ବଚ୍ଚନ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ରୁଟିନ୍‌ ଚେକ୍‌ଅପ୍‌ ପାଇଁ ଯାଇଥିବାବେଳେ ତାଙ୍କୁ ସେଠାରେ ରଖାଯାଇଛି। ପେଟରେ ଅଧିକ...

Coronavirus Update


Archives

Model This Week

Why Dharitri