ନବଜାତକକୁ ସ୍ବାଗତକଲେ ଏଲନ୍‌ ମସ୍କ, ଗର୍ଲଫ୍ରେଣ୍ଡ ଗ୍ରୀମ୍‌ସ

ନୂଆଦିଲ୍ଲୀ,୬।୫: ଟେସ୍‌ଲା ମୁଖ୍ୟ ଏଲନ୍‌ ମସ୍କ ଏବଂ ଗର୍ଲଫ୍ରେଣ୍ଡ ଗ୍ରୀମ୍‌ସ ସେମାନଙ୍କ ପ୍ରଥମ ସନ୍ତାନକୁ ସ୍ବାଗତ କରିଛନ୍ତି। ୩୨ ବର୍ଷୀୟ ଗ୍ରୀମ୍‌ସଙ୍କ ପ୍ରକୃତ ନାମ କ୍ଲେୟାର ବାଉଚର। ଗର୍ଭବତୀ ଥିବା ଖବରକୁ ଗ୍ରୀମ୍‌ସ ଚଳିତ ବର୍ଷ ଜାନୁୟାରୀରେ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ଏଲନ୍‌ ମସ୍କ(୪୮) ମ୍ୟୁଜିସିଆନ ଗ୍ରୀମ୍‌ସଙ୍କୁ ୨୦୧୮ରୁ ଡେଟ୍‌ କରୁଛନ୍ତି। ନବଜାତକ ସମ୍ପର୍କରେ ମସ୍କ ତାଙ୍କୁ ଟୁଇଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି। ଗ୍ରୀମ୍‌ସଙ୍କ ଏହା ପ୍ରଥମ ସନ୍ତାନ ହୋଇଥିବା ବେଳେ ମସ୍କଙ୍କର ୫ ପୁତ୍ର ସନ୍ତାନ ରହିଛନ୍ତି। ବର୍ତ୍ତମାନ ଯାଏ ମସ୍କଙ୍କର ୩ଥର ଛାଡ଼ପତ୍ର ହୋଇଛି। ଗତ ସପ୍ତାହରେ ବେପରୁଆ ଟୁଇଟ ଯୋଗୁ ସେ କାମ କରୁଥିବା କମ୍ପାନୀକୁ ବୃହତ୍‌ ପରିମାଣର କ୍ଷତି ହୋଇଥିଲା। ଟେସ୍‌ଲାର ଶେୟାର ମୂଲ୍ୟ ମାତ୍ରାଧିକ ରହିଥିବା କହି ସେ ବିବାଦ ଘେରକୁ ଚାଲି ଆସିଥିଲା। ଏହା ପୂର୍ବରୁ ସେ ବିବାଦୀୟ ହୋଇ ରହିଛନ୍ତି। ଟେସ୍‌ଲା ସମ୍ପୂର୍ଣ୍ଣ ଘରୋଇ କମ୍ପାନୀ ହେବା ନେଇ ଅନ୍ୟ ଏକ ଟୁଇଟ କରି ସେ ଅଧିକ ବିବାଦୀୟ ହୋଇ ପଡ଼ିଥିଲେ। ଫଳରେ ତାଙ୍କୁ କମ୍ପାନୀରୁ ବାଦ୍‌ ଦେବା ଲାଗି ମଧ୍ୟ କଥା ଉଠିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୬ ହଜାର ଲୋକଙ୍କୁ ହତ୍ୟା କରିଥିବା ବ୍ୟକ୍ତି ଶେଷରେ ଆଖିବୁଜିଲେ

କାମ୍ବୋଡିଆ,୪।୯: ଏକଛତ୍ରବାଦୀ ଶାସକ ଖେମର ରୁଜଙ୍କ ଶାସନ କାଳରେ କାମ୍ବୋଡିଆର ୧୬ ହଜାର ସାଧାରଣ ନାଗରିକଙ୍କୁ ନିର୍ଯାତନା ଦେଇ ହତ୍ୟା କରିଥିବା ପୂର୍ବତନ ଜେଲର କିଆଙ୍ଗ...

ଡ୍ରାଗନ୍‌କୁ ଖୁସି କରିବା ପାଇଁ ଇମ୍ରାନ୍‌ କହିଲେ ଏଭଳି…

ଲାହୋର,୩୦।୬: ଚାଇନାକୁ ଖୁସି କରିବା ଲାଗି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ପ୍ରୟାସ ଜାରି ରଖିଛନ୍ତି। ଚାଇନାର କମ୍ୟୁନିଷ୍ଟ ଶାସକଙ୍କ ୧୦୦ ବର୍ଷ ଶାସନ ପୂରଣ...

ଚାଇନାରେ ବଡ଼ ଧରଣର ବିମାନ ଦୁର୍ଘଟଣା

ବେଜିଂ,୨୧।୩: ଚାଇନାରେ ସୋମବାର ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ୧୩୨ ଯାତ୍ରୀଙ୍କୁ ନେଇ ଯାଉଥିବା ଚାଇନାର ଇଷ୍ଟର୍ନ ପାସେଞ୍ଜର ଜେଟ ବିମାନ ଚାଇନାର...

ଆମକୁ ମିଳୁନି ଦିନକୁ ଦୁଇଥର ଖାଦ୍ୟ: କିମ୍‌ଙ୍କ ଝିଅଙ୍କ ମେଦବହୁଳତା ନେଇ ଲୋକେ ଅସନ୍ତୁଷ୍ଟ…

ପ୍ୟୋଙ୍ଗୟାଙ୍ଗ,୨୨।୩ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ବର୍ତ୍ତମାନ ତାଙ୍କ ଝିଅ ମଧ୍ୟ ଗଣମାଧ୍ୟମର ହେଡଲାଇନରେ...

ରୋହିଙ୍ଗ୍ୟା ଶରଣାର୍ଥୀ କ୍ୟାମ୍ପ୍‌ ଉପରେ ଆକ୍ରମଣ: ୭ ମୃତ

ଢାକା,୨୨।୧୦: ବାଂଲାଦେଶର ରୋହିଙ୍ଗ୍ୟା ଶରଣାର୍ଥୀ କ୍ୟାମ୍ପରେ ଶୁକ୍ରବାର ଏକ ବଡ଼ ବିସ୍ଫୋରଣ ଘଟିଛି। ଏଠାରେ ଥିବା କ୍ୟାମ୍ପ୍‌ରେ ଆକ୍ରମଣ ହୋଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ...

ଚାଇନା ବିରୋଧରେ ଆମେରିକା-ବ୍ରିଟେନ୍‌-ଅଷ୍ଟ୍ରେଲିଆର ସାମରିକ ମେଣ୍ଟ, ନିର୍ମାଣ ହେଉଛି ପରମାଣୁ ସବ୍‌ମେରାଇନ୍‌…

ଓ୍ବାଶିଂଟନ,୧୬।୯: ଚାଇନାକୁ ଘେରିବା ପାଇଁ ଆମେରିକା, ବିଟ୍ରେନ୍‌ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସାମରିକ ମେଣ୍ଟ ଗଠନ ହୋଇଛି। ଏହା ଅନ୍ତର୍ଗତ ଆମେରିକା ଓ ବ୍ରିଟେନ୍‌ର ସହାୟତାରେ...

୧୦୦ କୋଟି ଡୋଜ୍‌ ଟିକା ଦେବ ଜି ୭

କାର୍ବିସ୍‌ ବେ, ୧୪।୬: ବ୍ରିଟେନରେ ଚାଲିଥିବା ଜି ୭ ରାଷ୍ଟ୍ରଗୋଷ୍ଠୀ ସମ୍ମିଳନୀ ରବିବାର ଶେଷ ହୋଇଛି। ଗରିବ ରାଷ୍ଟ୍ରଗୁଡ଼ିକୁ ୧୦୦ କୋଟିରୁ ଊର୍ଦ୍ଧ୍ୱ କୋଭିଡ୍‌ ଟିକା...

ନାସାର ଭବିଷ୍ୟବାଣୀ: ୨୦୩୦ରେ ଆସିବ ଭୟଙ୍କର ବନ୍ୟା ପରିସ୍ଥିତି

ଓ୍ବାଶିଂଟନ୍‌,୧୩।୭: ଜଳବାୟୁ ପରିବର୍ତ୍ତନ ହେତୁ ପୃଥିବୀର ପାଗ ଦ୍ରୁତ ଗତିରେ ବଦଳୁଛି। ଏହି କାରଣରୁ ଗ୍ଲେସିୟର୍‌ ତରଳି ଯାଉଛି ଏବଂ ଅନେକ ଦେଶରେ ବନ୍ୟା ପରିସ୍ଥିତି...

Advertisement
Archives

Model This Week