ନନ୍ଦନକାନନ: ୩୫ହଜାର ପର୍ଯ୍ୟଟକ

ବାରଙ୍ଗ,୨ା୧(ଡି.ଏନ୍‌.ଏ): ନୂଆବର୍ଷର ପ୍ରଥମ ଦିନରେ ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ୩୫ହଜାର ୮୪୭ଜଣ ପର୍ଯ୍ୟଟକ ଆସିଥିବା ନନ୍ଦନକାନନ ଉପନିର୍ଦ୍ଦେଶ ଜୟନ୍ତ କୁମାର ଦାଶ କହିଛନ୍ତି। ଗତ କିଛିଦିନ ତଳେ ନନ୍ଦନକାନନର ପ୍ରତିଷ୍ଠା ଦିବସରେ ନୂଆ ଏନ୍‌କ୍ଲୋଜରରେ ଛଡ଼ାଯାଇଥିବା ଦୁଇ କଳାଲୋମଯୁକ୍ତ ବାଘଛୁଆକୁ ଦେଖିବା ପାଇଁ ଅଧିକ ଭିଡ଼ ରହିଥିଲା। ତେବେ ବୁଧବାର ଆସିଥିବା ପର୍ଯ୍ୟଟକମାନଙ୍କଠାରୁ ରାଜସ୍ବ ବାବଦରେ ୧୫ଲକ୍ଷ ୫ହଜାର ଟଙ୍କା ଆଦାୟ କରାଯାଇଛି। ସେହିଭଳି ବଟାନିକାଲ ଗାର୍ଡେନକୁ ନବବର୍ଷ ଅବସରରେ ୪ହଜାର ୨୬୮ଜଣ ପର୍ଯ୍ୟଟକ ଆସିଥିବା ଜଣାପଡିଛି। ଏଠାରେ ରାଜସ୍ବ ବାବଦରେ ୧ଲକ୍ଷ ୬୯ହଜାର ୧୦୦ଟଙ୍କା ଆଦାୟ କରାଯାଇଛି। ତେବେ ନନ୍ଦନକାନନକୁ ଗତବର୍ଷଠାରୁ ୭ହଜାର ୫୮୦ଜଣ ପର୍ଯ୍ୟଟକ କମ୍‌ ଆସିଥିବା ଜଣାପଡ଼ିଛି। ସେହିପରି ବଟାନିକାଲ ଗାର୍ଡେନକୁ ଗତବର୍ଷଠାରୁ ଚଳିତବର୍ଷ ୧୩୬୦ଜଣ ପର୍ଯ୍ୟଟକ ଅଧିକ ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭସାଣିକୁ ନେଇ ଆସିଲା ଗାଇଡ୍‌ଲାଇନ୍‌

ଭୁବନେଶ୍ୱର,୫ା୧୦(ବ୍ୟୁରୋ): ରାଜଧାନୀରେ ରାବଣ ପୋଡ଼ି ଏବଂ ଭସାଣିକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାବଣ ପୋଡ଼ି ଓ ଭସାଣିକୁ ନେଇ ଥିବା ଗାଇଡ୍‌ଲାଇନ୍‌ ସମ୍ପର୍କରେ...

ପରଲୋକରେ ପୂର୍ବତନ ବିଧାୟକ

ପାରଳାଖେମୁଣ୍ଡି,୧୨ା୧(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ବିଜୟ କୁମାର ଜେନାଙ୍କ ୯୦ ବର୍ଷ ବୟସରେ ପରଲୋକ ହୋଇଛି। କିଛିଦିନ ହେଲା ସେ ଅସୁସ୍ଥ ଥିଲେ।...

ଉପସ୍ଥାପନ ହେଲା ୨୦୨୩- ୨୪ ବଜେଟ

ଭୁବନେଶ୍ୱର,୨୪।୨(ବ୍ୟୁରୋ): ୨୦୨୩-୨୪ ଆର୍ଥିକ ବର୍ଷର ସାଧାରଣ ବଜେଟ ଶୁକ୍ରବାର ଆରମ୍ଭ ହୋଇଛି। ଅପରାହ୍ନ ୪ଟାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ବଜେଟ ଉପସ୍ଥାପନ କରୁଛନ୍ତି। ମୁଖ୍ୟମନ୍ତ୍ରୀ...

ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା ଫି’ ପ୍ରସଙ୍ଗ: କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୪ା୮(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦଶମ ଓ ଦ୍ୱାଦଶ ପରୀକ୍ଷା ଫି’ ବୃଦ୍ଧିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କେନ୍ଦ୍ର...

ଶିଶୁଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ

ପୁରୀ ଅଫିସ, ୨୦ା୧୧ :  ବିଶ୍ୱମ୍ବର ବିଦ୍ୟାପୀଠ ପରିସରରେ ଗୁରୁବାର ଶିଶୁ ସମାଚାର ପକ୍ଷରୁ ବିଶ୍ୱ ଶିଶୁ ଅଧିକାର ଦିବସ ପାଳିତ ହୋଇଯାଇଛି। ଆଇନଜୀବୀ ଶରତ...

କଷ୍ଟ ବୁଝୁନାହାନ୍ତି କର୍ତ୍ତୃପକ୍ଷ

ଅନୁଗୋଳ ଅଫିସ, ୩।୧୧ – ଯନ୍ତ୍ରଣାରେ ଛଟପଟ ହେଉଥିବା ରୋଗୀଟିକୁ ତୁରନ୍ତ ଓ୍ବାର୍ଡରେ ଭର୍ତ୍ତି କରିବାକୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ମିଳିଥିଲା ଏକ ବ୍ୟାଟେରିଚାଳିତ ଗାଡ଼ି।...

ବୃଦ୍ଧା ମା’ ସାଜିଛି ଦୃଷ୍ଟିହୀନ ପୁଅର ସାହାରା, ଭିକ୍ଷାବୃତ୍ତି କରି ପୋଷୁଛନ୍ତି ପେଟ

ଯାଜପୁର ଟାଉନ,୧୧।୮(ଡିଏନଏ)- ଅନେକ ସ୍ଥାନରେ ପୁଅ ବୃଦ୍ଧ ମା’ବାପାଙ୍କୁ ନ ପଚାରିବା ଓ ଘରୁ ତଡ଼ି ଦେଉଥିବା ଭଳି ଘଟଣା ପ୍ରତିଦିନ କେଉଁଠି ନା କେଉଁଠି...

ଆଜି ୧୫ ମିନିଟ୍‌ ବିଦ୍ୟୁତ୍‌ ନ ଜାଳିବାକୁ ନିବେଦନ

ଭୁବନେଶ୍ୱର, ୨୨।୧୦(ବ୍ୟୁରୋ):ବିଦ୍ୟୁତ୍‌ ଦର ବୃଦ୍ଧିକୁ ବିରୋଧ କରି ପ୍ରତୀକାତ୍ମକ ପ୍ରତିବାଦ ଲାଗି ବିଦ୍ୟୁତ୍‌ ଉପଭୋକ୍ତା ମହାସଂଘ ସହ ଅନ୍ୟାନ୍ୟ ସଙ୍ଗଠନ ପକ୍ଷରୁ ଆହ୍ବାନ ଦିଆଯାଇଛି। ଗୁରୁବାର...

Advertisement
Archives

Model This Week