ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଫୁଲବାଣୀ ଅଫିସ, ୩୧ା୮-ଫୁଲବାଣୀ ସହର ଡାମିଗାଁ ପାଖ ସାଲୁଙ୍କି ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପାରିପାର୍ଶ୍ୱିକ ପରିସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ପୋଲିସ କହିଛି। ମୃତ ଜଣକ ହେଲେ ଫିରିଙ୍ଗିଆ ବ୍ଲକ ନୂଆପଦର ପଞ୍ଚାୟତ ବିଲୁପଦର ଗ୍ରାମର ରାଜୀବ ଲୋଚନ ବେହେରା। ସେ ଫୁଲବାଣୀ କେନ୍ଦୁପଦରରେ ରହୁଥିଲେ ଏବଂ ଡାମିଗାଁରେ ବିବାହ କରିଥିଲେ। ରାଜୀବ ଏଠାରେ ରହି ରଙ୍ଗ ମିସ୍ତ୍ରି ଭାବେ କାମ କରୁଥିଲେ। ଗୁରୁବାର ସେ ଶ୍ୱଶୁର ଘରକୁ ଯାଇଥିଲେ। ସକାଳେ ତାଙ୍କ ମୃତଦେହ ନଦୀରେ ଭାସୁଥିବା ଦେଖିବାକୁ ମିଳିଥିଲା। ରାଜୀବଙ୍କ ମୁହଁରେ ଆଘାତ ଲାଗିଥିବା ବେଳେ ଗୁପ୍ତାଙ୍ଗକୁ କାଟି ଦିଆଯାଇଛି। ତେଣୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ଭାଇ ପ୍ରକାଶ ବେହେରା ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି। ଅନ୍ୟପଟେ ରାଜୀବଙ୍କ ସ୍ତ୍ରୀ କହିଛନ୍ତି, ସ୍ବାମୀ ରାତିରେ ଆସିବେ ବୋଲି କହିଥିଲେ। ହେଲେ ଏତେ ରାତିରେ ନ ଆସିବାକୁ ତାଙ୍କୁ ବାରଣ କରିଥିଲି। ସକାଳେ ଦାଦା ନଦୀକୁ ଗାଧୋଇ ଯାଇଥିବା ବେଳେ ସ୍ବାମୀ ମୁହଁ ମାଡିହୋଇ ପଡିଥିବା ଦେଖି ଖବର ଦେଇଥିଲେ। ରାତିରେ ଆସିବା ବେଳେ ଗୋଡ ଖସି ଯିବାରୁ ମୃତ୍ୟୁ ହୋଇଥାଏ ପାରେ ବୋଲି ସେ କହିଛନ୍ତି। ଏ ନେଇ ଥାନାରେ ନଂ.୧୨୪/୧୯ରେ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଚାଲିଛି। ବ୍ୟବଚ୍ଛେଦ ରିପୋର୍ଟ
ଆସିଲେ ସତ୍ୟାସତ୍ୟ ଜଣାପଡିବ ବୋଲି ଦାୟିତ୍ୱରେ ଥିବା ଥାନାଧିକାରୀ
ବିଦ୍ୟାଭାରତୀ ନାୟକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଶ୍ୱିନୀ କୋଭିଡ ହସ୍ପିଟାଲରେ ୬ ଆକ୍ରାନ୍ତ , ଚାଲିଛି ଚିକିତ୍ସା

କଟକ ଅଫିସ,୪। ୪: କଟକ ସ୍ଥିତ ଅଶ୍ୱିନୀ ହସ୍ପିଟାଲକୁ ରାଜ୍ୟ ସରକାର କୋଭିଡ ହସ୍ପିଟାଲରେ ପରିଣତ କରିଛନ୍ତି। ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ ବଦଳରେ...

ଦ୍ୱିତୀୟ ରାଉଣ୍ଡରେ ବି ବିଜେଡି ଆଗରେ

ଝାରସୁଗୁଡ଼ା ଅଫିସ/ସରଣ୍ଡା,୩ା୬(ଡି.ଏନ୍‌.ଏ.): ବ୍ରଜରାଜନଗର ଉପନିର୍ବାଚନର ଦ୍ୱିତୀୟ ରାଉଣ୍ଡର ଗଣତି ଶେଷ ହୋଇଛି। ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୦,୨୪୮ ଭୋଟ୍‌ ପାଇଥିବା ବେଳେ ଭାଜପା...

ରାଜ୍ୟ ସ୍ବାର୍ଥ ପ୍ରସଙ୍ଗକୁ ଜୋରଦାର କରିବାକୁ ନବୀନଙ୍କ ପରାମର୍ଶ

ଭୁବନେଶ୍ୱର,୨୯।୧(ବ୍ୟୁରୋ): ଆସନ୍ତା ୩୧ ତାରିଖରେ ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହାର ଅବ୍ୟବହିତ ପୂର୍ବରୁ ବିଜେଡି ରଣନୀତି ପ୍ରସ୍ତୁତ କରିଛି। ରାଜ୍ୟର ସ୍ବାର୍ଥ...

ବରଗଡ଼ ସିରିଜ ଚୋରିର ପର୍ଦ୍ଦାଫାଶ, ବନ୍ଧା ହେଲେ ୮ ଅଭିଯୁକ୍ତ

ବରଗଡ଼ ଅଫିସ,୧୪।୧୦: ବରଗଡ଼ ସହରରେ ଚାଲିଥିବା ସିରିଜ ଚୋରି ମାମଲାର ଶୁକ୍ରବାର ପର୍ଦ୍ଦାଫାଶ ହୋଇଛି। ବରଗଡ଼ ଟାଉନ ଥାନା ପୋଲିସ ୫ ଚୋରି ମାମଲାରେ ୮...

ଝାଟିମାଟି ଘରେ ବିତୁଛି ଦିନ

ଦଶମନ୍ତପୁର,୧୪ା୧୧( ଡି.ଏନ.ଏ.): ପକ୍କା ଘର ଖଣ୍ଡିଏ ନାହିଁ । ଭଙ୍ଗା ଦଦରା ଝାଟିମାଟି କୁଡ଼ିଆ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ଦମ୍ପତି। ବର୍ଷା ଦିନେ ବର୍ଷାପାଣି ଘର...

୨ଟି ମତରେ ଶ୍ୟାମ୍‌ ଷ୍ଟିଲ୍‌ ସାମଗ୍ରୀ: ଆପତ୍ତି ଉଠାଇଥିଲା ପ୍ରକଳ୍ପର ଅଥରିଟି ଇଞ୍ଜିନିୟର୍ସ

ଯାଜପୁର ଅଫିସ,୮।୬: ଯାଜପୁର, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲାରେ ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ (ଓଏମ୍‌ବିଏଡିସି) ପାଣ୍ଠିରେ କାର୍ଯ୍ୟକାରୀ ହେଉଥିବା ମେଗା ପାଇପ୍‌ ଜଳ...

ସାମାଜିକ ଦୁରତ୍ୱ ପାଳନ ନ କଲେ ଦୋକାନ ହେବ ସିଲ୍‌

ବାରିପଦା ଅଫିସ,୬ା୪: ମୟୂରଭଞ୍ଜ ଜିଲାରେ ଥିବା ସମସ୍ତ ମାର୍କେଟ ଓ ଦୋକାନଗୁଡ଼ିକ ସାମଜିକ ଦୂରତ୍ୱ ପାଳନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି...

CORONAVIRUS UPDATE: ନୂଆ ୭ ଆକ୍ରାନ୍ତଙ୍କ ତଥ୍ୟ ପ୍ରକାଶ କଲେ ରାଜ୍ୟ ସରକାର: ମୋଟ ସଂଖ୍ୟା ୧୧୮ ଛୁଇଁଲା

ଭୁବନେଶ୍ୱର, ୨୮।୪(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସୁନ୍ଦରଗଡ଼ର ୪ ଓ ଭଦ୍ରକ ଜିଲାର ୩ ଜଣ...

Advertisement
Archives

Model This Week