ଭଦ୍ରକ ଅଫିସ, ୧୯।୧୧- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ସୁଅଁା ନିକଟସ୍ଥ ସୁଦର୍ଶନପୁର ଅଞ୍ଚଳର ଜଣେ ଯୁବକ ନକଲି ସାର୍ଟିଫିକେଟ ଦେଇ ୮ ବର୍ଷ ଧରି ଶିକ୍ଷକତା କରିଆସୁଥିଲେ। ନିକଟରେ ଶିକ୍ଷା ବିଭାଗ ଦ୍ୱାରା ଧରାପଡ଼ିବାରୁ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ଏ ନେଇ ଜିଲା ଶିକ୍ଷାଧିକାରୀଙ୍କ ଏତଲା କ୍ରମେ ଭଦ୍ରକ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି। ସମ୍ପୃକ୍ତ ଯୁବକ ଫେରାର ଥିବାରୁ ପୋଲିସ ତାଙ୍କୁ ଗିରଫ କରିବା ପାଇଁ ଖୋଜୁଛି।
ସୂଚନା ଅନୁଯାୟୀ, ଉକ୍ତ ଯୁବକ ଯୁକ୍ତ ୨ ଉପଶାସ୍ତ୍ରୀର ନକଲି ସାର୍ଟିଫିକେଟ୍ ଦେଇ ୨୦୧୧ ଡିସେମ୍ବରରେ ଶିକ୍ଷାସହାୟକ ଭାବେ ନିଯୁକ୍ତ ହୋଇଥିଲେ। ସେ ଧାମନଗର ବ୍ଲକ ଅଞ୍ଚଳର ଏକ ସ୍କୁଲରେ କନିଷ୍ଠ ଶିକ୍ଷକ ଭାବେ କାର୍ଯ୍ୟ କରିଆସୁଥିଲେ। ତାଙ୍କ ସାର୍ଟିଫିକେଟ୍ ନକଲି ବୋଲି ଜିଲା ଶିକ୍ଷା ବିଭାଗ ସମ୍ପୃକ୍ତ ବୋର୍ଡ଼ରୁ ତନଖି କରି ଜାଣିବାକୁ ପାଇଥିଲା। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଧାମନଗର ବ୍ଲକ ଶିକ୍ଷାଧିକାରୀ ସମ୍ପୃକ୍ତ ଶିକ୍ଷକଙ୍କୁ ବହିଷ୍କୃତ କରିଛନ୍ତି।

ରାଜ୍ୟରେ ଚିହ୍ନଟ ହେଲେ ୧୭୩ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ରାଜ୍ୟରେ ଗୁରୁବାର ୧୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୬ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ...

ବିଜୁ ସ୍ବାସ୍ଥ୍ୟ କାର୍ଡ ବଦଳିଥିବାରୁ ଚିକିତ୍ସା ସୁବିଧାରୁ ବଞ୍ଚିତ
ଲାଞ୍ଜିଗଡ,୮।୧୨(ଡି.ଏନ.ଏ.): ଅର୍ଥ ଅଭାବରୁ ଉଚ୍ଚ ଚିକିତ୍ସା ପାଇଁ ସାଜିଛି ବାଧକ। ଉଚ୍ଚ ଚିକିତ୍ସା ପାଇଁ ତାଙ୍କ ପାଖରେ ଅର୍ଥ ନାହିଁ। କୌଣସି ସଦୃଦୟ ବ୍ୟକ୍ତି କିମ୍ବା...

‘ଶିକ୍ଷା, ଦକ୍ଷତା ବିକାଶକୁ ନେଇ ଭାରତ-ସିଙ୍ଗାପୁର କାମ କରିବେ’
ଭୁବନେଶ୍ୱର ୨୬।୪ (ବ୍ୟୁରୋ): ନୂଆ ଜାତୀୟ ଶିକ୍ଷାନୀତି ଆଧାରରେ ଦେଶର ଯୁବବର୍ଗଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଶିକ୍ଷା ଓ ଦକ୍ଷତା ପରିସଂସ୍ଥାନର ରୂପାନ୍ତରଣ...

ରାଜ୍ୟରେ ସୁସ୍ଥ ହେଲେ ୧୫୨ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧୬।୩(ବ୍ୟୁରୋ): ରାଜ୍ୟରେ ଗୋଟିଏ ପଟେ ଦୈନିକ କୋଭିଡ ସଂକ୍ରମଣ ଖସୁଥିବା ବେଳେ ସୁସ୍ଥ ହାର ବୃଦ୍ଧି ପାଉଛି। ରାଜ୍ୟରେ ୧୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ...

୨୦୨୨ ସୁଦ୍ଧା ସମସ୍ତ ସହରର ସବୁ ଘରକୁ ପାଇପ ପାଣି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୩ା୧୦(ବ୍ୟୁରୋ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭୁବନେଶ୍ୱର ଓ ପୁରୀରେ ଟ୍ୟାପ୍ରୁ ପାନୀୟ ଜଳ ମିଶନ ‘ସୁଜଳ’ ଲୋକାର୍ପିତ କରିଛନ୍ତି। ଏହି ମିଶନ କାର୍ଯ୍ୟକାରୀ କରିବାରେ ଓଡ଼ିଶା...

ଘାରିଲାଣି ଷ୍ଟ୍ରଙ୍ଗ୍ରୁମ୍ ସୁରକ୍ଷା ଚିନ୍ତା
ଭୁବନେଶ୍ୱର, ୨୩ା୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ପାଇଁ ରାଜ୍ୟରେ ହେଉଥିବା ୫ ପର୍ଯ୍ୟାୟ ନିର୍ବାଚନର ୪ଟି ପର୍ଯ୍ୟାୟ ପାଇଁ ଭୋଟିଂ ଶେଷ ହୋଇଯାଇଛି। ଏହି...

ଦିଲ୍ଲୀରୁ ଫେରି ଶୁଦ୍ଧି ହେଲେ ଭୁଞ୍ଜିଆ ଦମ୍ପତି
ନୂଆପଡ଼ା ଅଫିସ,୪।୨: ଦିଲ୍ଲୀରେ ୭୪ତମ ଜାତୀୟ ସାଧାରଣତନ୍ତ୍ର ଦିବସରେ ନୂଆପଡ଼ା ଜିଲାର ଆଦିବାସୀ ଭୁଞ୍ଜିଆ ଦମ୍ପତି ଭୁଜବଲ ମାଝି ଓ କୁଞ୍ଜବାଇ ମାଝି ରାଜଅତିଥି ଭାବେ...

ପୋଲିସ ନଜରବନ୍ଦୀରେ ପୁରୁଷବନ୍ଧୁ
ଯୋଡ଼ା, ୪ା୧(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରର ମହିଳା ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁର ୩ଦିନ ପରେ ମଧ୍ୟ ମୃତ୍ୟୁର ରହସ୍ୟ ଉପରୁ ପରଦା...