Posted inଖେଳ

ଧୋନୀଙ୍କ ସପକ୍ଷରେ ସଚିନ

ବର୍ମିଂହାମ, ୩।୭ (ପି.ଟି.): ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଭେଟେରାନ ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟାଟିଂରେ କୌଣସି ତ୍ରୁଟି ଦେଖିବାକୁ ମିଳି ନ ଥିଲା ବୋଲି କ୍ରିକେଟ୍‌ କିମ୍ବଦନ୍ତୀ ସଚିନ ତେନ୍ଦୁଲକର କହିଛନ୍ତି। ନିକଟରେ ସଚିନ କିନ୍ତୁ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ପରେ ଧୋନୀଙ୍କୁ ତାଙ୍କ ଧିମା ବ୍ୟାଟିଂ ଲାଗି ସମାଲୋଚନା କରିଥିଲେ। ଧୋନୀଙ୍କର ‘ଇଚ୍ଛା ଶକ୍ତିର ଅଭାବ’ ରହିଛି ବୋଲି କହି ସଚିନ ସେତେବେଳେ ତାଙ୍କୁ ସମାଲୋଚନା କରିଥିଲେ।
ବିପକ୍ଷ ମ୍ୟାଚ୍‌ରେ ଧୋନୀ ୩୩ ବଲରୁ ୩୫ ରନ କରିଥିବାବେଳେ ଭାରତ ଶେଷ ୧୦ ଓଭରରୁ ମାତ୍ର ୬୩ ରନ ସଂଗ୍ରହ କରିବାରେ ସଫଳ ହୋଇଥିଲା। ଏହି ଧିମା ବ୍ୟାଟିଂକୁ ନେଇ ସୋସିଆଲ ମିଡିଆରେ ପ୍ରଶଂସକମାନେ ଧୋନୀଙ୍କୁ ସମାଲୋଚନା କରିବା ଆରମ୍ଭ କରି ଦେଇଛନ୍ତି। କିନ୍ତୁ ସଚିନ ଏହି ଇନିଂସକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରି ଧୋନୀଙ୍କ ସପକ୍ଷରେ ବାହାରିଛନ୍ତି। ‘ମୋତେ ଲାଗୁଛି ଏହା ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଥିଲା। ସେ (ଧୋନୀ) ତାହା କରିଛନ୍ତି, ଯାହା ଟିମ୍‌ ପାଇଁ ଠିକ୍‌ ଥିଲା। ଯଦି ସେ ୫୦ ଓଭର ପର୍ଯ୍ୟନ୍ତ କ୍ରିଜରେ ରହୁଛନ୍ତି, ତେବେ ତାଙ୍କ ସାଥୀରେ ଖେଳୁଥିବା ଅନ୍ୟ ଖେଳାଳିଙ୍କୁ ସାହାଯ୍ୟ କରିପାରିବେ। ତାଙ୍କଠାରୁ ଯାହା ଆଶା କରାଯାଉଥିଲା ସେ ତାହା କରିଛନ୍ତି’ ବୋଲି ସଚିନ ଏକ ସାକ୍ଷାତକାର ଅବସରରେ କହିଛନ୍ତି। ଏଥିସହ ଟିମ୍‌ ପ୍ରତି ଧୋନୀଙ୍କ ପ୍ରତିବଦ୍ଧତାକୁ ମଧ୍ୟ ସଚିନ ପ୍ରଶଂସା କରିଛନ୍ତି। ‘ଟିମ୍‌ ପ୍ରତି ଧୋନୀଙ୍କର ଏହା ପ୍ରତିବଦ୍ଧତା। ଯେଉଁ ସମୟରେ ଯାହା ଆବଶ୍ୟକତା ହେଉଥାଏ ତାହା କରିବାକୁ ହିଁ ପଡ଼ିଥାଏ। ମଙ୍ଗଳବାର ସେ ତାହାହିଁ କରିଛନ୍ତି’ ବୋଲି ମାଷ୍ଟର ବ୍ଲାଷ୍ଟର ଏହି ଅବସରରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଟକରେ ସେପ୍ଟେମ୍ବର ୨୭ରୁ ୩୦ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ ମ୍ୟାଚ

ଭୁବନେଶ୍ୱର, ୨୪।୮ (କ୍ରୀଡ଼ା ପ୍ରତିନିଧି): ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟର ଆଗାମୀ ସଂସ୍କରଣ ଭାରତର ୫ଟି ଭେନ୍ୟୁ କୋଲକାତା, ନୂଆଦିଲ୍ଲୀ, କଟକ, ଲକ୍ଷ୍ନୌ ଓ ଯୋଧପୁରରେ ଅନୁଷ୍ଠିତ...

ବିଶ୍ୱକପ୍‌ ଦଳରେ ସାମିଲ ହେବା ମାତ୍ରେ ରେକର୍ଡ କଲେ ୟୁନିଭର୍ସ ବସ୍‌

ନୂଆଦିଲ୍ଲୀ,୧୨।୯: ଏକ ସମୟ ଥିଲା ଯେତେବେଳେ ଟି-୨୦ କ୍ରିକେଟକୁ ଯୁବ ପ୍ରତିଭାଙ୍କ ଖେଳ ବୋଲି କୁହାଯାଉଥିଲା। ହେଲେ ୨୦୦୭ରେ ଟି-୨୦ ବିଶ୍ୱକପ୍‌ ଆୟୋଜନ ସହ ବିଶ୍ୱର...

ବ୍ଲ୍ୟୁ ଜର୍ସିରେ ଅନ୍ତିମ ମ୍ୟାଚ୍‌

ନୂଆଦିଲ୍ଲୀ,୧୦।୭: ଠିକ୍‌ ଦୁଇ ବର୍ଷ ତଳେ ୨୦୧୯ ଜୁଲାଇ ୧୦ରେ ନ୍ୟୁଜିଲାଣ୍ଡ ଠାରୁ ସେମିଫାଇନାଲରେ ପରାସ୍ତ ହୋଇ ଆଇସିସି ଦିନିକିଆ ବିଶ୍ୱକପ୍‌ରୁ ବିଦାୟ ନେଇଥିଲା ଟିମ୍‌...

ବୋଲର ଗୋଇଠା ମାରିବାରୁ ପାକିସ୍ତାନ ବ୍ୟାଟ୍ସମ୍ୟାନ ମାରିବାକୁ ବ୍ୟାଟ ଉଠାଇଥିଲେ

କ୍ରିକେଟରେ ବହୁ ବାର ଖେଳାଳିଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ଦେଖିବାକୁ ମିଳେ। ବେଳେବେଳେ ଖେଳାଳିମାନେ ବାକ୍‌ ଯୁଦ୍ଧରୁ ଆଗକୁ ବଢ଼ିଯାଆନ୍ତି। ସେହିଭଳି ଏକ ଘଟଣା ୧୯୮୧...

କୋଭିଡ୍‌-୧୯ ଟେଷ୍ଟରେ ସ୍ମିଥ୍‌, ଆର୍ଚର, ବଟଲର ପାସ୍‌

ଦୁବାଇ,୨୦।୯(ପି.ଟି.): ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌, ତାରକା ବୋଲର ଜୋଫ୍ରା ଆର୍ଚର ଓ ଜୋଶ ବଟଲର ବାଧ୍ୟତାମୂଳକ କୋଭିଡ୍‌-୧୯ ଟେଷ୍ଟରେ ନେଗେଟିଭ ବୋଲି କୁହାଯାଇଛି। ଫଳରେ ଏମାନେ...

ଶୂନରେ ଅଟିକିଛି ଟିମ୍‌ ଇଣ୍ଡିଆ

ଦୁବାଇ,୩୧।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ଆଉ ଏକ ବୃହତ୍‌ ପରାଜୟର ସମ୍ମୁଖୀନ ହୋଇଛି ଟିମ୍‌ ଇଣ୍ଡିଆ। ପାକିସ୍ତାନ ଠାରୁ ୧୦ ଉଇକେଟରେ ପରାସ୍ତ ଥିବା ଭାରତୀୟ...

ଭାରତୀୟ ପୁରୁଷ ହକି ଦଳର ଅଧିନାୟକଙ୍କୁ କୋରନା

ନୂଆଦିଲ୍ଲୀ, ୭ା୮(ପି.ଟି.)-ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂ ଓ ଅନ୍ୟ ୩ଜଣ ଖେଳାଳି କରୋନା ପଜିଟିଭ୍‌ ବୋଲି ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ...

ଆୟର୍ଲାଣ୍ଡ ବିପକ୍ଷ ଟେଷ୍ଟରୁ ଓହରିଲେ ଆଣ୍ଡରସନ

ଲଣ୍ଡନ, ୨୩।୭ (ଏଏଫ୍‌ପି)- ଘରୋଇ ଇଂଲଣ୍ଡ ଓ ଆୟର୍ଲାଣ୍ଡ ମଧ୍ୟରେ ଏକମାତ୍ର ଟେଷ୍ଟ ମ୍ୟାଚ୍‌ ବୁଧବାରଠାରୁ ସ୍ଥାନୀୟ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଆରମ୍ଭ ହେବ। ତେବେ...

Advertisement
Archives

Model This Week