ଧୋନୀଙ୍କ ସପକ୍ଷରେ କୋହଲି

ବର୍ମିଂହାମ,୧ା୭- ଏଠାରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଦଳ ୩୧ ରନ୍‌ରେ ପରାଜିତ ହୋଇଛି। ଅନ୍ତିମ ଓଭରଗୁଡ଼ିକରେ ମହେନ୍ଦ୍ର ସିଂ ଧୋନୀଙ୍କ ଧିମା ବ୍ୟାଟିଂ ଏହି ପରାଜୟର ମୁଖ୍ୟ କାରଣ ବୋଲି ପୂର୍ବତନ କ୍ରିକେଟର ଓ ପ୍ରଶଂସକ ସମାଲୋଚନା କରୁଛନ୍ତି। ହେଲେ ଭାରତୀୟ ଅଧିନାୟକ ବିରାଟ କୋହଲି ମେଣ୍ଟର ଧୋନୀଙ୍କୁ ସମର୍ଥନ ଦେଇଛନ୍ତି। ଧୋନୀ ବଡ଼ ହିଟ୍‌ ପାଇଁ ପ୍ରାୟସ କରିଥିଲେ, କିନ୍ତୁ ତାହା ହୋଇ ନ ଥିଲା। ଇଂଲଣ୍ଡ ବୋଲରମାନେ ମାପିଚୁପି ବୋଲିଂ କରିଥିଲେ। ଏଣୁ ଇନିଂସର ଅନ୍ତିମ ଭାଗରେ ବ୍ୟାଟିଂ କରିବା କଷ୍ଟକର ଥିଲା। ପରବର୍ତ୍ତୀ ମ୍ୟାଚ୍‌ରେ ଆମେ ଉନ୍ନତ ପ୍ରଦର୍ଶନ କରିବାକୁ ଉଦ୍ୟମ କରିବୁ ବୋଲି ମ୍ୟାଚ୍‌ ପରେ କୋହଲି କହିଛନ୍ତି। ସେ ଏଜ୍‌ବାଷ୍ଟନ ଗ୍ରାଉଣ୍ଡକୁ ସମାଲୋଚନା କରି କହିଛନ୍ତି, ଏଭଳି ଫ୍ଲାଟ ପିଚ୍‌ରେ ଟସ୍‌ ବହୁତ ଗୁରୁତ୍ୱପୂର୍ଣ୍ଣ। ଗ୍ରାଉଣ୍ଡର ଗୋଟିଏ ପକ୍ଷର ସୀମା ବହୁତ ଛୋଟ। ଫଳରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଭାରତୀୟ ସ୍ପିନରଙ୍କୁ କ୍ରମାଗତ ସୁଇପ ଶଟ୍‌ ଲଗାଇଥିଲେ। ମାତ୍ର ମିଟର ୫୯ ବାଉଣ୍ଡ୍ରି ଥିବାରୁ ଏଥିରେ ଫିଲ୍ଡର କିମ୍ବା ବୋଲର କିଛି ପାରି ନ ଥିଲେ। ଉଲ୍ଲେଖଥାଉ କି, ହାର୍ଦ୍ଦିକ ପାଣ୍ଡ୍ୟା ୪୫ତମ ଓଭରର ୫ମ ବଲରେ ଆଉଟ୍‌ ହୋଇଥିଲେ। ଏହିଠାରୁ ଟିମ୍‌ ଇଣ୍ଡିଆକୁ ଜିତିବା ଲାଗି ବଳକା ୩୧ ବଲରେ ୭୧ ରନ୍‌ ଦରକାର ଥିଲା। ୧୩ ବଲରୁ ୧୬ ରନ୍‌ କରିଥିବା ଧୋନୀଙ୍କ ସହ କ୍ରିଜ୍‌ରେ ଯୋଗଦେଇଥିଲେ କେଦାର ଯାଦବ। ଏହି ଭାଗୀଦାରିରେ ଗୋଟିଏ ଛକା, ୩ ଚୌକା, ୨୦ ସିଙ୍ଗଲ କରିବା ସହ ୭ ଡଟ୍‌ ବଲ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗିଲଙ୍କୁ ୫ ହଜାର ଟଙ୍କା ଦେଲେ ଅଭିଷେକ ଶର୍ମାଙ୍କ ପିତା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୭।୯: ଟିମ ଇଣ୍ଡିଆର ଅଧିନାୟକ ଶୁବମନ ଗିଲଙ୍କ ମୋଟ ସମ୍ପତ୍ତି ୮୦ କୋଟି ବୋଲି ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ୫,୦୦୦ ତାଙ୍କ ପାଇଁ ବିଶେଷ…

ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ ଖେଳିବେନି ଆୟର: ତାଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୭।୯: ଭାରତୀୟ ଦଳ ସେପ୍ଟେମ୍ବର ୨୭ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକ ଦିନିକିଆ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏହି ସିରିଜରେ ଟିମ ଇଣ୍ଡିଆର…

ଫାଇନାଲ ମଝିରେ ତିଲକ-ସୂର୍ଯ୍ୟବଂଶୀଙ୍କ ମଧ୍ୟରେ ହାଇଭୋଲଟେଜ୍‌ ଡ୍ରାମା! ମଇଦାନରେ ଘଟିଲା… ଭିଡିଓ ଭାଇରାଲ

ଚେନ୍ନାଇ,୭।୯: ଚେନ୍ନାଇର ଏମ.ଏ. ଚିଦାମ୍ବରମ ଷ୍ଟାଡିୟମରେ ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯାଉଛି। ମ୍ୟାଚର ପ୍ରଥମ ଦିନରେ…

ଇତିହାସ ରଚିବା ପରେ ହଠାତ୍‌ ପଡ଼ିଆ ଛାଡ଼ିଦେଲେ ଇଶାନ କିଶାନ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୭।୯: ଭାରତୀୟ ଷ୍ଟାର୍‌ କ୍ରିକେଟର୍‌ ତଥା ପୂର୍ବ ଜୋନର ଅଧିନାୟକ ଇଶାନ କିଶାନ ପୁଣି ଥରେ ପ୍ରମାଣ କରିଛନ୍ତି ଯେ ସେ ଜଣେ ମ୍ୟାଚ ବିଜେତା ଖେଳାଳି।…

PCB ଛାଡିବା ପରେ ପାକିସ୍ତାନ କ୍ରିକେଟର ଚିଠା ଖୋଲିଲେ ମିସବା, ହେଲାଣି ଚର୍ଚ୍ଚା

ଇସଲାମାବାଦ,୭।୯: ପାକିସ୍ତାନ କ୍ରିକେଟରେ କ’ଣ ଘଟୁଛି? ଦଳ ଏବଂ ଚୟନ କମିଟି ପରିବର୍ତ୍ତନ କରିବା ଦ୍ୱାରା ପାକିସ୍ତାନ କ୍ରିକେଟ ଦଳର ବର୍ତ୍ତମାନ ଏବଂ ଭବିଷ୍ୟତ ପରିବର୍ତ୍ତନ ହେବ…

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ICC ଏକ ଯୋଜନା ପ୍ରସ୍ତୁତ କରିଛି

ନୂଆଦିଲ୍ଲୀ,୭।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି କୌଣସି ଦ୍ୱିପାକ୍ଷିକ କିମ୍ବା ତ୍ରି-ସିରିଜ ଖେଳାଯାଇ ନାହିଁ। ଭାରତ ଏପରି କାର୍ଯ୍ୟକ୍ରମକୁ ନିରନ୍ତର ମନା କରିଆସିଛି,…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri