Posted inଖେଳ

’ଧୋନୀଙ୍କୁ ୭ନଂରେ ଛାଡ଼ିବା ନିଷ୍ପତ୍ତି ଏକା ମୋର ନ ଥିଲା‘

ମୁମ୍ବାଇ,୨।୮- ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପ୍‌ ସେମିଫାଇନାଲରେ ମହେନ୍ଦ୍ର ସିଂ ଧୋନୀଙ୍କୁ ୭ ନଂରେ ବ୍ୟାଟିଂ ପାଇଁ ଛାଡ଼ିବା ନେଇ ଚାଲିଥିବା ଚର୍ଚ୍ଚା ଏପର୍ଯ୍ୟନ୍ତ ଥମି ନାହିଁ। ଏ ଘଟଣା ସମ୍ପର୍କରେ ପ୍ରଥମ ଥର ଲାଗି ମୁହଁ ଖୋଲିଛନ୍ତି ବ୍ୟାଟିଂ କୋଚ୍‌ ସଞ୍ଜୟ ବାଙ୍ଗର। ଏହି ନିଷ୍ପତ୍ତି ମୁଁ ଏକାକୀ ନେଇ ନ ଥିଲି। ଆମେ ପରିସ୍ଥିତିକୁ ମୂଲ୍ୟାୟନ କରିବା ପରେ ଧୋନୀଙ୍କୁ ୭ନଂରେ ବ୍ୟାଟିଂ ପାଇଁ ଛାଡ଼ିବା ନିଷ୍ପତ୍ତି ନେଇଥିଲୁ। ବିଶ୍ୱକପ୍‌ ଆରମ୍ଭରୁ ବ୍ୟାଟିଂ ଗ୍ରୁପକୁ କେତେକ ନିର୍ଦ୍ଦିଷ୍ଟ ଦାୟିତ୍ୱ ଦିଆଯାଇଥିଲା। ଏପରି କି ମ୍ୟାଚ୍‌ର ସ୍ଥିତି ଅନୁଯାୟୀ ଆମେ ମଧ୍ୟକ୍ରମର ୫ମ, ୬ଷ୍ଠ ଓ ୭ମରେ କେଉଁ ବ୍ୟାଟ୍ସମ୍ୟାନ ଖେଳିବେ ତାହା ଆମେ ବିଚାର କରୁଥିଲୁ। ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ପରେ ଧୋନୀଙ୍କୁ ନିମ୍ନ କ୍ରମରେ ଛଡ଼ାଯିବା ନେଇ ଅଧିନାୟକ ବିରାଟ କୋହଲିଙ୍କ ସହ ଆଲୋଚନା ପରେ ଧାର୍ଯ୍ୟ ହୋଇଥିଲା। କାରଣ ୩୫ରୁ ଶେଷ ଓଭର ପର୍ଯ୍ୟନ୍ତ ଧୋନୀଙ୍କ ଉପସ୍ଥିତି ଦରକାର ଥିଲା। ନିମ୍ନ କ୍ରମର ବ୍ୟାଟ୍ସମ୍ୟାନଙ୍କ ସହ ବ୍ୟାଟିଂ କରିବାର ଧୋନୀଙ୍କ ବେଶ୍‌ ଦକ୍ଷତା ରହିଛି। ଏଣୁ ତାଙ୍କୁ ୭ମ ସ୍ଥାନରେ ବ୍ୟାଟିଂ କରିବାକୁ ଛଡ଼ା ଯାଇଥିଲା। ଗୋଟିଏ ପରେ ଗୋଟିଏ ଉଇକେଟ ପଡ଼ିବା କାରଣରୁ ଦୀନେଶ କାର୍ତ୍ତିକଙ୍କୁ ୫ମ କ୍ରମରେ ଛଡ଼ା ଯାଇଥିଲା। ଆଉ ଧୋନୀଙ୍କୁ ମ୍ୟାଚ୍‌ ଶେଷ କରିବା ଲାଗି ରଖାଯାଇଥିଲା। ଏହାକୁ କୋଚ୍‌ ରବି ଶାସ୍ତ୍ରୀ ଟିମ୍‌ ମ୍ୟାନେଜମେଣ୍ଟ ନିଷ୍ପତ୍ତି ଥିତ୍ଲା ବୋଲି କହିଥିଲେ। ହେଲେ ମୁଁ ଜାଣିପାରୁ ନାହିଁ ଏଥିନେଇ କେବଳ ମୋତେ କାହିଁକି ଦାୟୀ କରାଯାଉଛି ବୋଲି ସେ କହିଛନ୍ତି। ଉଲ୍ଲେଖଥାଉ କି, ତାଙ୍କ କାର୍ଯ୍ୟକାଳରେ ଭାରତୀୟ ଦଳ ୫୦ ଟେଷ୍ଟ ଓ ୧୧୯ ଦିନିକିଆ ଖେଳିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌: ଲାୟନ୍ସକୁ ହରାଇଲା ଚିତାସ

ଭୁବନେଶ୍ୱର,୩।୧(ସ୍ପୋର୍ଟ୍ସ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌ରେ ଶନିବାର ଓଡ଼ିଶା ଚିତାସ...

ସବୁଠାରୁ ମହଙ୍ଗା ଖେଳାଳି, ହେଲେ ପୁରା ସିଜନରେ ଫ୍ଲପ୍‌

ମୁମ୍ବାଇ,୧୮।୫: ଚଳିତ ଆଇପିଏଲ୍‌ ୨୦୨୨ ନିଲାମରେ ସବୁଠାରୁ ମହଙ୍ଗା ଖେଳାଳି ଥିଲେ ଇଶାନ କିଶନ। ମୁମ୍ବାଇ ଇଣ୍ଡିଆନ୍ସ ଏହି ଯୁବ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ୧୫ କୋଟି...

ଜଣଙ୍କ ପାଇଁ ଅନ୍ୟ ଖେଳାଳିଙ୍କୁ ସାମ୍ପେନ୍‌ ଖୋଲିବାକୁ ମନା କଲେ

ହୋବାର୍ଟ,୧୭।୧: ନିକଟରେ ଶେଷ ହୋଇଥିବା ଆଶେସ ସିରିଜ୍‌ରେ ଅଷ୍ଟ୍ରେଲିଆକୁ ୪-୦ରେ ବିଜୟୀ କରାଇବା ପରେ ଅନେକ କ୍ରିକେଟ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି ଅଧିନାୟକ ପାଟ କୁମିନ୍ସ।...

କମେଣ୍ଟ୍ରି କରିପାରନ୍ତି ଧୋନୀ

ନୂଆଦିଲ୍ଲୀ,୬।୧୧- ୨୦୧୪ରେ ଅନ୍ତର୍ଜାତୀୟ ଟେଷ୍ଟରୁ ସନ୍ନ୍ୟାସ ନେଇସାରିଥିବା ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନୂଆ କ୍ୟାରିୟରର ଆରମ୍ଭ କରିବାକୁ ଯାଉଛନ୍ତି। ତାଙ୍କୁ ନିକଟ...

ଦୀପାଙ୍କୁ ଖେଳ ରତ୍ନ, ଜାଡେଜାଙ୍କ ସମେତ ୧୯ କ୍ରୀଡ଼ାବିତଙ୍କୁ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ,୧୮।୮(ପି.ଟି.)- ତାରକା ରେସଲର ବଜରଙ୍ଗ ପୁନିଆଙ୍କ ସମେତ ପାରା ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ଦୀପା ମଲିକ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧୀ...

ତ୍ରିରାଷ୍ଟ୍ରୀୟ ମହିଳା ଟି୨୦: ହାରିଲା ଭାରତ

କାନବେରା,୨।୨(ପି.ଟି.)- ଚଳିତ ତ୍ରିରାଷ୍ଟ୍ରୀୟ ମହିଳା ଟି୨୦ ସିରିଜ୍‌ରେ ଭାରତୀୟ ଦଳ ପ୍ରଥମ ପରାଜୟ ବରଣ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୪ ଉଇକେଟରେ ଭାରତକୁ...

ରଣଜୀ ଟ୍ରଫି: ରୋମାଞ୍ଚକ ମୋଡରେ ଫାଇନାଲ ମ୍ୟାଚ୍‌

ରାଜକୋଟ୍‌,୧୨।୩ (ପି.ଟି.)- ଦେଶର ସର୍ବବୃହତ୍‌ ଘରୋଇ କ୍ରିକେଟ ଟୁର୍ନାମେଣ୍ଟ ରଣଜୀ ଟ୍ରଫିର ଫାଇନାଲ ମ୍ୟାଚ୍‌ ରୋମାଞ୍ଚକ ମୋଡରେ ପହଞ୍ଚିଛି। ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଗ୍ରାଉଣ୍ଡରେ...

ଗାଭାସ୍କରଙ୍କ ବଡ଼ ଭବିଷ୍ୟବାଣୀ: ଦିନିକିଆ ତ୍ରିଶତକ ହାସଲ କରିପାରିବେ ଏହି ଖେଳାଳି

ନୂଆଦିଲ୍ଲୀ,୨୮।୧୨: ଭାରତୀୟ ଦଳ ବାଂଲାଦେଶି ବିପକ୍ଷରେ ଟେଷ୍ଟ ସିରିଜ ବିଜୟ ସହିତ ୨୦୨୨ କ୍ୟାଲେଣ୍ଡର ବର୍ଷ ଶେଷ କରିଛି। ଏହି ବିଜୟ ସହ ଭାରତ ବିଶ୍ୱ...

Advertisement
Archives

Model This Week