Posted inଖେଳ

ଧୋନୀଙ୍କୁ ଗମ୍ଭୀରଙ୍କ ପ୍ରଶଂସା

ନୂଆଦିଲ୍ଲୀ,୨୭।୭- ପୂର୍ବତନ ଭାରତୀୟ ଓପନର ଗୌତମ ଗମ୍ଭୀର ଭେଟେରାନ ଉଇକେଟ କିପର ମହେନ୍ଦ୍ର ସିଂ ଧୋନୀଙ୍କ ଭାରତୀୟ ଆର୍ମିରେ କାର୍ଯ୍ୟ କରିବାକୁ ପ୍ରଶଂସା କରିଛନ୍ତି। ଗମ୍ଭୀରଙ୍କ ଅନୁଯାୟୀ, ଧୋନୀଙ୍କ ନିଷ୍ପତ୍ତି ଦେଶର ବହୁ ଯୁବକଙ୍କୁ ଆର୍ମିରେ ଯୋଗଦେବାକୁ ଅନୁପ୍ରାଣିତ କରିବ। ତେଣୁ ପୂର୍ବତନ ଭାରତୀୟ ଅଧିନାୟକ ଧୋନୀ ଓ୍ବେଷ୍ଟଇଣ୍ଡିଜ ଗସ୍ତରୁ ଓହରିଯାଇଛନ୍ତି। ଏବେ ସେ ଜଣେ ସେନା ଯବାନ ଭାବେ ଦେଶର ସେବା କରିବେ। ଏହି ଭେଟେରାନ କ୍ରିକେଟର କଶ୍ମୀର ଭ୍ୟାଲିଠାରେ ଭିକ୍ଟରି ଫୋର୍ସ ଅଂଶ ହୋଇ ଯବାନଙ୍କ ସହ ରହିବେ। ଦେଶର ଅନ୍ୟତମ ଲୋକପ୍ରିୟ କ୍ରିକେଟରଙ୍କୁ ପାଟ୍ରୋଲିଂ କରୁଥିବାର ଦେଖିବାକୁ ମିଳିବ। ଏହାକୁ ପ୍ରଶଂସାକରି ଗମ୍ଭୀର କହିଛନ୍ତି, ଧୋନୀଙ୍କ ନିଷ୍ପତ୍ତି ପ୍ରଶଂସନୀୟ। ଏହା ଦ୍ୱାରା ସେ ନିଜର ଦେଶପ୍ରେମ ପ୍ରଦର୍ଶନ କରିଛନ୍ତି। ମୁଁ ବହୁ ଥର କହିଛି, ଯଦି ଧୋନୀଙ୍କୁ ଭାରତୀୟ ସେନା ୟୁନିଫର୍ମ ପିନ୍ଧିବାର ଅଛି, ତେବେ ସେନା ଯବାନଙ୍କ ସହ ସମୟ ବିତାଇବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱରେକର୍ଡ ହାସଲ କଲେ କୋହଲି, ବହୁ କିମ୍ବଦନ୍ତୀଙ୍କୁ ପଛରେ ପକାଇଲେ

ଚେନ୍ନାଇରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ତାଙ୍କ ନାମରେ ଏକ ସ୍ବତନ୍ତ୍ର ରେକର୍ଡ...

ବିମାନରେ ହଜିଗଲା ଏହି କ୍ରିକେଟର୍‌ଙ୍କ ବ୍ୟାଗ୍‌

ଲଣ୍ଡନ,୬।୮: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଥିବା ଆଶେସ ସିରିଜ ଶେଷ ହୋଇଛି ଏବଂ ନିଜ ଘରୋଇ ଗ୍ରାଉଣ୍ଡରେ ଇଂଲଣ୍ଡ ଦଳ ପାଞ୍ଚ ମ୍ୟାଚ ବିଶିଷ୍ଟ...

ତ୍ରିରାଷ୍ଟ୍ରୀୟ ମହିଳା ଟି୨୦: ହାରିଲା ଭାରତ

କାନବେରା,୨।୨(ପି.ଟି.)- ଚଳିତ ତ୍ରିରାଷ୍ଟ୍ରୀୟ ମହିଳା ଟି୨୦ ସିରିଜ୍‌ରେ ଭାରତୀୟ ଦଳ ପ୍ରଥମ ପରାଜୟ ବରଣ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୪ ଉଇକେଟରେ ଭାରତକୁ...

ରେକର୍ଡ ବର୍ଷା କଲେ ଗିଲ୍‌

ଅହମ୍ମଦାବାଦ,୨।୨: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୧୬୮ ରନରେ ପରାସ୍ତ କରିଛି। ଟି-୨୦ରେ ନ୍ୟୁଜିଲାଣ୍ଡ ଉପରେ ଟିମ...

ଖରାପ ବ୍ୟାଟିଂ ସତ୍ତ୍ୱେ ଶୁଭମନ ଗିଲ୍‌ଙ୍କୁ ମିଳିଲା ଖାସ୍‌ ସମ୍ମାନ

ଲଣ୍ଡନ,୨୯।୬: ଭାରତୀୟ କ୍ରିକେଟ୍‌ ଦଳର ଓପନର୍‌ ଶୁଭମନ ଗିଲ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ବ୍ୟାଟ୍ସମ୍ୟାନ ଭାବେ ବିଫଳ ହୋଇଥାଇ ପାରନ୍ତି, କିନ୍ତୁ ଫିଲ୍ଡିଂ ପାଇଁ...

ବାଂଲାଦେଶକୁ ହରାଇଲା ଭାରତ

ହାଙ୍ଗଝୋ,୨୨ା୯(ପି.ଟି.):ଚାଇନାର ହାଙ୍ଗଝୋରେ ଅନୁଷ୍ଠିତ ଏସିଆନ୍‌ ଗେମ୍ସ ଫୁଟବଲରେ ବାଂଲାଦେଶକୁ ପରାସ୍ତ କରି ନକ୍‌ଆଉଟ ଆଶା ଉଜ୍ଜୀବିତ ରଖିଛି ଭାରତ। ଅଧିନାୟକ ସୁନୀଲ ଛେତ୍ରୀଙ୍କ ଗୋଲ୍‌ ବଳରେ...

ହନୁମାନ ମନ୍ଦିର ଯାଏ ରେସ୍‌ଲରଙ୍କ ଶୋଭାଯାତ୍ରା

ନୂଆଦିଲ୍ଳୀ,୧୮ା୫(ପି.ଟି.): ଭାରତୀୟ ରେସ୍‌ଲିଂ ଫେଡେରେଶନ (ଡବ୍ଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ଯୌନ ନିର୍ଯାତନା ମାମଲାରେ ନୂଆଦିଲ୍ଲୀର ଯନ୍ତରମନ୍ତର ଆନ୍ଦୋଳନରତ ଖେଳାଳିମାନେ ସମର୍ଥକଙ୍କ ସହିତ କନ୍ନଟ...

ଦର୍ଶକଙ୍କ ଉପସ୍ଥିତିରେ ଖେଳାଯିବ ଆଇ-ଲିଗ୍‌ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୪: ଦୁଇ ବର୍ଷ ବ୍ୟବଧାନରେ ପ୍ରଥମଥର ପାଇଁ ଦର୍ଶକଙ୍କ ଉପସ୍ଥିତିରେ ଖେଳାଯିବ ଆଇ-ଲିଗ୍‌ ମ୍ୟାଚ୍‌। ତେବେ ଷ୍ଟାଡିୟମର କିଛି ନିର୍ଦ୍ଦିଷ୍ଟ ଷ୍ଟାଣ୍ଡ ଏବଂ ସେକ୍‌ଶନରେ ଦର୍ଶକଙ୍କୁ...

Advertisement
Archives

Model This Week