ଧୋନୀଙ୍କୁ କିମ୍ବଦନ୍ତୀ କହିଲେ ଅଖତର

ମାଞ୍ଚେଷ୍ଟର,୧୧ା୭- ଚଳିତ ବିଶ୍ୱକପ୍‌ ସେମିଫାଇନାଲରେ ଭାରତୀୟ ଦଳ ୬ ରନ୍‌ରେ ୩ ଉଇକେଟ ହରାଇ ନିଶ୍ଚିତ ପରାଜୟ ମୁହଁା ହୋଇଥିଲା। ରବୀନ୍ଦ୍ର ଜାଡେଜା ଓ ମହେନ୍ଦ୍ର ସିଂ ଧୋନୀ ଲଢ଼ୁଆ ବ୍ୟାଟିଂ ମ୍ୟାଚ୍‌ରେ ଭାରତର ବିଜୟ ହେବାର ସମ୍ଭାବନା ସୃଷ୍ଟି କରିଥିଲା। ହେଲେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ ୧୮ ରନ୍‌ରେ ପରାଜୟ ବରଣ କରିଥିଲା। ଭାରତୀୟ ଦଳର ପ୍ରଦର୍ଶନକୁ ପୂର୍ବତନ ପାକିସ୍ତାନ ପେସର ଶୋଏବ ଅଖତର ପ୍ରଶଂସା କରିବା ସହ ମହେନ୍ଦ୍ର ସିଂ ଧୋନୀଙ୍କୁ କିମ୍ବଦନ୍ତୀ ବୋଲି କହିଛନ୍ତି। ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ଥିଲା। ଉପର କ୍ରମର ବ୍ୟାଟ୍ସମ୍ୟାନ ଉଇକେଟ ଫୋପାଡ଼ି ଚାଲିଯିବା ପରେ ନିମ୍ନକ୍ରମରେ ଜାଡେଜା ଓ ଧୋନୀ ଭଲ ବ୍ୟାଟିଂ କରିଥିଲେ। ମୋ ମତରେ ଅଧିନାୟକ ବିରାଟ କୋହଲି ଭୁଲ୍‌ ନିଷ୍ପତ୍ତିର ଶିକାର ହୋଇଛନ୍ତି। ବଲ ଉଇକେଟ ଉପରେ ଅଳ୍ପ ବାଜିଥିଲା। କିନ୍ତୁ ଫିଲ୍ଡ ଅମ୍ପାୟର ଆଉଟ୍‌ ଦେଇଥିବାରୁ ଡିଆରଏସ୍‌ ବ୍ୟବହାର କରିବା ସତ୍ତ୍ୱେ କୋହଲିଙ୍କୁ ପ୍ୟାଭିଲିଅନ ଫେରିବାକୁ ପଡ଼ିଥିଲା। ଜାଡେଜା ଆଟାକିଂ ଖେଳିଥିଲେ ଓ ଧୋନୀ ଭାରତୀୟ ଦଳର ବିଜୟ ଆଶା ଉଜ୍ଜୀବିତ ରଖିଥିଲେ। ଯେଉଁ ବଲ ଛକା ହେବା କଥା ଜାଡେଜା ସେଥିରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ଧୋନୀ ଡାଇଭ ମାରିଥିଲେ ଆଉଟ୍‌ ହେବାରୁ ବର୍ତ୍ତି ଯାଇପାରିଥାନ୍ତେ ବୋଲି ନିଜ ୟୁଟ୍ୟୁବ ଚ୍ୟାନେଲରେ ଅଖତର କହିଛନ୍ତି। ସେ ଆହୁରି ଉଲ୍ଲେଖ କରିଛନ୍ତି, ୩୮ ବର୍ଷୀୟ ଧୋନୀ ଜଣେ କିମ୍ବଦନ୍ତୀ। ସେ କ୍ରିକେଟର ଅନ୍ୟତମ ଆମ୍ବାସାଡର। ଧୋନୀ କ୍ରିଜ୍‌ରେ ଥିବା ପର୍ଯ୍ୟନ୍ତ ମ୍ୟାଚ୍‌ ଭାରତ ସପକ୍ଷରେ ଥିଲା। ଦୁର୍ଭାଗ୍ୟବଶତଃ ସେ ଦଳକୁ ଫାଇନାଲ ଦେଇ ପାରି ନ ଥିଲେ। ଦଳୀୟ ପ୍ରଦର୍ଶନରେ ଭାରତୀୟ ପ୍ରଶଂସକଙ୍କୁ ଗର୍ବିତ ହେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

‘ବ୍ୟାଡ୍‌ ଲାଇଟ୍‌’ ନିୟମ ପରିବର୍ତ୍ତନ ଚାହାନ୍ତି ହୁସେନ

ସାଉଥାମ୍ପଟନ, ୧୦ା୭ (ପି.ଟି.)-‘ବ୍ୟାଡ୍‌ ଲାଇଟ୍‌’ ନିୟମ ବର୍ଷ ବର୍ଷ ଧରି ଟେଷ୍ଟ ମ୍ୟାଚଗୁଡ଼ିକୁ ପ୍ରଭାବିତ କରିଆସୁଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏହି ନିୟମର ପରିବର୍ତ୍ତନ...

ପିଇବା ପାଣିରେ କାର୍‌ ଧୋଇ ଦଣ୍ଡିତ କୋହଲି

ନୂଆଦିଲ୍ଲୀ, ୮ା୬- ପିଇବା ପାଣି ନଷ୍ଟ କରିବାରୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଜରିମାନା ଦେବାକୁ ପଡ଼ିଛିି। ଗୁରୁଗ୍ରାମସ୍ଥିତ ବାସଭବନ ଡିଏଲ୍‌ଏଫ୍‌ ଫେଜ...

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଏହି ନିବେଦନ କଲେ କ୍ରିକେଟର ସୁରେଶ ରାଇନା

ଜଳନ୍ଧର,୧।୯: ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ ପଞ୍ଜାବ ପୋଲିସ ନିକଟରେ ସହାୟତା ପାଇଁ ନିବେଦନ କରିଛନ୍ତି।...

ପଞ୍ଚମ ବିଜୟ ସହ ଶୀର୍ଷରେ ଦିଲ୍ଲୀ

ଶାରଜା, ୧୦।୧୦- ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୪୬ ରନରେ ହରାଇ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲର ଶୀର୍ଷକୁ ଫେରିଛି।...

ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଗୁଜରାଟ

ମୁମ୍ବାଇ,୩।୫: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ମଙ୍ଗଳବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୪୮ତମ ମ୍ୟାଚ ଗୁଜରାଟ ଟାଇଟାନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି। ଗୁଜରାଟ ଟାଇଟାନ୍ସର...

ଇଣ୍ଡୋନେସିଆ ମାଷ୍ଟର୍ସ: ଯୋଗ୍ୟତା ପର୍ଯ୍ୟାୟରେ ହାରିଲେ ଲକ୍ଷ୍ୟ

ଜାକର୍ତ୍ତା, ୧୪।୧ (ପି.ଟି.)- ଯୁବ ଭାରତୀୟ ଶଟ୍‌ଲର ଲକ୍ଷ୍ୟ ସେନ୍‌ ଓ ଶୁଭଙ୍କର ଦେ ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ମୁଖ୍ୟ ପର୍ଯ୍ୟାୟକୁ ପ୍ରବେଶ କରିବାରେ...

ଟି-୨୦ ବିଶ୍ୱକପ୍‌ ପାଇଁ ଭାରତ ଆର୍ମି ପକ୍ଷରୁ ଅଫିଶିଆଲ୍‌ ଆନ୍ଥେମ୍‌ ଲଞ୍ଚ୍‌

ନୂଆଦିଲ୍ଲୀ,୧୬।୧୦: ଅକ୍ଟୋବର ୧୬ ଅର୍ଥାତ୍‌ ଆଜିଠାରୁ ଟି-୨୦ ବିଶ୍ୱକପ ୨୦୨୨ ଯୋଗ୍ୟତା ପର୍ଯ୍ୟାୟ ଆରମ୍ଭ ହୋଇଛି। ଏଥିସହିତ ଭାରତୀୟ ଦଳ ୨୩ ଅକ୍ଟୋବରରେ ପାକିସ୍ତାନ ବିପକ୍ଷ...

ଭାରତ- ପାକ୍‌ ଡେଭିସ୍‌ କପ୍‌ ଟାଇ ନିରପେକ୍ଷ ଭେନ୍ୟୁକୁ ସ୍ଥାନାନ୍ତର

ନୂଆଦିଲ୍ଲୀ,୫।୧୧(ପି.ଟି.)- ନିରାପତ୍ତା ତଥା ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଭାରତ- ପାକିସ୍ତାନ ଡେଭିସ କପ୍‌ ମ୍ୟାଚ୍‌ ନିରପେକ୍ଷ ଭେନ୍ୟୁକୁ ସ୍ଥାନାନ୍ତର କରାଯାଇଛି। ବିଶ୍ୱ ଟେନିସର ସର୍ବୋଚ୍ଚ...

Advertisement
Archives

Model This Week