ଧୂଷୁରୀରେ ଭାଜପାର ବିଜୟ ସଂକଳ୍ପ ସମାବେଶ: ‘ସରକାର ପରିବର୍ତ୍ତନ ନିଶ୍ଚିତ’

ଧାମନଗର, ୨୭।୪ (ଡି.ଏନ.ଏ.) – ଭଦ୍ରକ ଜିଲା ଧାମନଗର ନିର୍ବାଚନମଣ୍ଡଳୀର ଧୂଷୁରୀ ବାସନ୍ତୀ ପଡ଼ିଆରେ ଭାଜପାର ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ୍‌ ଓରାମ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟରେ ଅପାରଗ ନବୀନ ସରକାରଙ୍କ ଯିବାର ସମୟ ଆସିଯାଇଛି ବୋଲି କହିଥିଲେ। ଚଳିତ ସାଧାରଣ ନିର୍ବାଚନରେ ସରକାର ପରିବର୍ତ୍ତନ ନିଶ୍ଚିତ। ଏଣୁ ରାଜ୍ୟ ଭାଜପାର ଜଣେ ଟାଣୁଆନେତା ଭାବେ ପରିଚିତ ଧାମନଗର ବିଧାୟକ ପ୍ରାର୍ଥୀ ବିଷ୍ଣୁ ସେଠୀ ଓ ଭଦ୍ରକ ଏମ୍‌ପି ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କୁ ଭୋଟ ଦେଇ ଜିତାଇବାକୁ ମନ୍ତ୍ରୀ ନିବେଦନ କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଓ ରାଜ୍ୟ ନାରୀନେତ୍ରୀ ପିଙ୍କି ପ୍ରଧାନ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଜିଲାପରିଷଦ ସଭ୍ୟା ରଞ୍ଜିତା ସ୍ବାଇଁ ଯୋଗଦେଇ ବିଜେଡିର ଜଣେ ନେତାଙ୍କର ବିଷ୍ଣୁଙ୍କ ପ୍ରତି ବିଶ୍ୱାସଘାତକତା ମହଙ୍ଗା ପଡ଼ିବ ବୋଲି ବକ୍ତବ୍ୟ ରଖିଥିଲେ। ପୂର୍ବତନ ଏମ୍‌ପି ଐର ଖାରବେଳ ସ୍ବାଇଁ ରାଜ୍ୟରେ ନବୀନ ସରକାରଙ୍କ ଅଫିସରମାନଙ୍କ ରାଜ୍‌ ଚାଲିଛି ବୋଲି କହିଥିଲେ। ବିଧାୟକ ପ୍ରାର୍ଥୀ ବିଷ୍ଣୁ ତାଙ୍କ ବକ୍ତବ୍ୟରେ କହିଥିଲେ, ସେ ଏକ ଦଶନ୍ଧି ଧରି ଧାମନଗରବାସୀଙ୍କ ସହିତ ସୁଖଦୁଃଖରେ ଠିଆ ହୋଇଛନ୍ତି। ଦୁଇଥର ସେ ଅଳ୍ପ ବ୍ୟବଧାନରେ ପରାଜିତ ହୋଇଥିବାବେଳେ ଚଳିତ ନିର୍ବାଚନରେ ତାଙ୍କୁ ଭୋଟର ନିଶ୍ଚିତ ଭାବେ ଆଶୀର୍ବାଦ କରିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ଅଶୋକ କୁମାର ପୁହାଣ ଏଥିରେ ଅଧ୍ୟକ୍ଷତା କରିଥିଲେ। ଅଭିନେତ୍ରୀ ନିଲୁ, ଚତୁର୍ଭୁଜ ନାୟକ, ଜିଲାପରିଷଦ ସଭ୍ୟ ମନୋଜ ମଲ୍ଲିକ, ସୁରତ ସେଠୀ, ଉମାମଣି ସାହୁ, ଜିଲା ମିଡିଆ ସେଲ୍‌ ସଂଯୋଜକ ବୈକୁଣ୍ଠନାଥ ସାହୁ ପ୍ରମୁଖ ସମାବେଶରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ଯୋଗାଣ ଓ ଖାଉଟି ବିଭାଗ ପକ୍ଷରୁ ବିଭିନ୍ନ ଗୋଦାମରେ ଚଢ଼ାଉ

ବାହାନଗା,୧୧।୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକର ବିଭିନ୍ନ ଗୋଦାମ ଉପରେ ଜିଲା ଯୋଗାଣ ଓ ଖାଉଟି ବିଭାଗ ପକ୍ଷରୁ ଶନିବାର ଚଢ଼ାଉ କରାଯାଇଛି। କରୋନା ଭାଇରସ୍‌...

ଶିମିଳିପାଳରୁ ୩ ଶିକାରୀ ଗିରଫଦେଶୀ ବନ୍ଧୁକ ଜବତ

ଉଦଳା,୧୧ା୬(ଡି.ଏନ.ଏ)- ମୟୂରଭଞ୍ଜ ଜିଲା ଶିମିଳିପାଳ କୋର ଏରିଆରେ ରବିବାର ବିଳମ୍ବିତ ରାତିରେ ବନବିଭାଗ ଏବଂ ଏସଟିଆର ଟିମ୍‌ ମିଳିତ ଚଢାଉ କରି ୩ ଶିକାରୀଙ୍କୁ ଗିରଫ...

ଭୋଗରାଇ କଲେଜରେ ତାଲା

ଭୋଗରାଇ, ୧୮।୨(ଡି.ଏନ.ଏ.)-ବାଲେଶ୍ୱର ଜିଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗ୍ରାମ୍ୟ ଉଚ୍ଚଶିକ୍ଷା ପ୍ର୍ରତିଷ୍ଠାନ (ଆର୍‌ଆଇଏଚ୍‌ଏସ୍‌) ମହାବିଦ୍ୟାଳୟ ଛାତ୍ରୀଛାତ୍ରମାନେ ନାଟ୍ୟ ସଂସଦ ବାର୍ଷିକ ଉତ୍ସବରେ ଓଲିଉଡ଼ର ନାମୀଦାମୀ ଷ୍ଟାର ଏବଂ...

ଭାଜପା ନେତା ଜୟନାରାୟଣ ମହାନ୍ତିଙ୍କ ପୁଅଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ: ୧୦ ଫୁଟ୍‌ ତଳକୁ ଖସିଲା ଗାଡ଼ି

ବାଲେଶ୍ୱର ଅଫିସ,୨।୧- ବାଲେଶ୍ୱର ଜିଲା ଜଳେଶ୍ୱରର ପୂର୍ବତନ ବିଧାୟକ ତଥା ଭାଜପା ନେତା ଜୟନାରାୟଣ ମହାନ୍ତିଙ୍କ ପୁଅ ଦିବ୍ୟକାମ ମହାନ୍ତିଙ୍କ କାର୍‌ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଛି।...

ଉଦାହରଣ ପାଲଟିଲେ ସରପଞ୍ଚ

ଖଇରା, ୧୫।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ନହଙ୍ଗ ପଞ୍ଚାୟତର ସରପଞ୍ଚ ରାଜଶ୍ରୀ ଦାସ ନିଜ ପଞ୍ଚାୟତବାସୀଙ୍କ ସୁରକ୍ଷା ପାଇଁ ନିଜେ ଅଣ୍ଟା ଭିଡି ଅନ୍ୟମାନଙ୍କ...

ନେଳିଆବାଗରେ ଆବଦ୍ଧାଞ୍ଚଳ ଅବଧି ବଢ଼ିଲା

ବାଲେଶ୍ୱର ଅଫିସ, ୪ା୫-ବାଲେଶ୍ୱର ଜିଲାର ପ୍ରଥମ କରୋନା ସଂକ୍ରମିତ ନେଳିଆବାଗର ଜଣେ ୫୮ ବର୍ଷୀୟ ବୟସ୍କ ଚିହ୍ନଟ ହେବା ପରେ ଉକ୍ତ ଅଞ୍ଚଳକୁ ଗତ ଏପ୍ରିଲ...

ଓଲଟିଲା ଯାତ୍ରୀବାହୀ ବସ୍‌

ବାଲେଶ୍ୱର,୧୪ା୭(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ଜଳେଶ୍ୱର ୬୦ ନମ୍ବର ଜାତୀୟ ରାଜପଥ ଆମ୍ବଳିଅଠା ବାଇପାସ ନିକଟରେ ଶୁକ୍ରବାର ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ୍‌ ଓଲଟି...

ଧାନକଟାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣ, ଚାଷୀଙ୍କ ମୃତ୍ୟୁ

ବସ୍ତା, ୧୦।୫ (ଡି.ଏନ.ଏ)- ବସ୍ତା ବ୍ଲକ ଅନ୍ତର୍ଗତ ପହଣା ଗ୍ରାମରେ ଧାନକଟାକୁ କେନ୍ଦ୍ର କରି ଆକ୍ରମଣ ଯୋଗୁ ଗରାଙ୍ଗ ସୁର (୬୦) ନାମକ ଜଣେ ଚାଷୀଙ୍କର...

Advertisement
Archives

Model This Week