ଦିଗପହଣ୍ଡି,୨୦ା୯(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ବମକେଇ ଗଁାରେ ଧୂପକାଠି ଫ୍ୟାକ୍ଟ୍ରି ପ୍ରତିଷ୍ଠା କରାଇ ଦେବା ନଁାରେ ଜଗନ୍ନାଥ ପ୍ରଧାନଙ୍କଠାରୁ ବ୍ରହ୍ମପୁର ସହରର ଜଣେ ବ୍ୟକ୍ତି ପ୍ରାୟ ୩ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ବମକେଇ ଗଁାର ଜଗନ୍ନାଥ ଏନେଇ କେ.ନୂଆଗଁା ଥାନାରେ ଏତଲା ଦେବା ପରେ ଆଇଆଇସି ମାଧବାନନ୍ଦ ନାୟକ ଘଟଣାର ତଦନ୍ତ କରି ମାମଲା ନଂ.୧୭୮/୧୯ ଦଫା ୪୨୦/୫୦୬ ଅନୁଯାୟୀ ଅଭିଯୁକ୍ତଙ୍କ ନାଁରେ ମକଦ୍ଦମା ରୁଜୁ କରିଛନ୍ତି। ଗତ ପ୍ରାୟ ୨ ବର୍ଷ ପୂର୍ବେ ଜଗନ୍ନାଥ ଓ ତାଙ୍କ ଅନ୍ୟ ଜଣେ ସାଙ୍ଗଙ୍କ ସରଳତାର ସୁଯୋଗ ନେଇ ବ୍ରହ୍ମପୁରର ଜଣେ ବ୍ୟକ୍ତି ଧୂପକାଠି ମେଶିନ ପ୍ରସ୍ତୁତି ସାମଗ୍ରୀ ବାବଦକୁ ପ୍ରାୟ ୩ ଲକ୍ଷ ଟଙ୍କା ଠକି ନେଇଥିଲେ। କିଛିଦିନ ପରେ ମେଶିନ ଖରାପ ହୋଇଯାଇଥିଲା। ଜଗନ୍ନାଥ ଏନେଇ ତାଙ୍କ ସହ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ସେ ଆଉ ତାଙ୍କୁ ଧରାଛୁଆଁଁ ଦେଉ ନ ଥିଲେ। ପରେ ଅର୍ଥ ଫେରସ୍ତ ମାଗିବାରୁ ସେ ତାଙ୍କୁ ଧମକ ଦେଉଥିବା ଏତଲାରେ ଉଲ୍ଲେଖ ରହିଛି।
Posted inଆମ ଜିଲା ଖବର, ଗଞ୍ଜାମ View All
ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍
ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…
କଣ୍ଟେନର ଖୋଲିଲା, ବାହାରିଲା ୨୦ କୁଇଣ୍ଟାଲ ଗୋମାଂସ”
ଖୋର୍ଦ୍ଧା, ୬ା୧୦ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି ପୁଲିସ ଏକ କଣ୍ଟେନରରୁ ପ୍ରାୟ ୨୦ କୁଇଣ୍ଟାଲ…
ଇନଷ୍ଟାଗ୍ରାମ ଆଇଡି ହ୍ୟାକ୍ କରି ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ, ଧରାପଡିବା ପରେ…..
ଆନନ୍ଦପୁର,୬ା୧୦(ସୁଶାନ୍ତ କୁମାର ସାହୁ ): ଇନଷ୍ଟାଗ୍ରାମ ଆଇଡି ହ୍ୟାକ କରି ଜଣେ ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରିବା ଅଭିଯୋଗରେ ଘଷିପୁରା ପୋଲିସ ଜଣେ ଯୁବକକୁ ଗିରଫ…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛୁଇବନ୍ଧରେ ଟ୍ରକକୁ ପିଟିଲା ପିକଅପ୍, ଦୁଇ ମୃତ
ବଲାଙ୍ଗୀର,୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ଏନ୍ଏଚ୍-୨୬ର ଛୁଇଁବନ୍ଧ ନିକଟରେ ମଙ୍ଗଳବାର ସକାଳୁ ଭୟଙ୍କର ଦୁର୍ଘଟଣା ହୋଇଛି । ପିକଅପ୍ ଗାଡ଼ି ଟ୍ରକକୁ ପଛରୁ ଧକ୍କା ଦେବା…
ଦଶହରା ପୂର୍ବରୁ କଫ ସିରପ୍ କାରବାର ଠାବ: ୩୧୫୬ ବୋତଲ କଫ୍ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ
ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍ ସିରପ୍ ଜବତ କରିଛି। କଫ୍ ସିରପ୍ ବୋଝେଇ ଏକ…
ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…
ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…
SCB ମେଡିକାଲ୍ କ୍ୟାମ୍ପସ୍ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…
କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…
୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ
ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

