ଧାରଣା ପୂର୍ବରୁ ନିଲାମ ହେଲା ୫ ପୋଖରୀ

ରଣପୁର,୩୧।୮(ସ୍ବ.ପ୍ର.)-ବାରମ୍ବାର ପୋଖରୀ ନିଲାମ ବାତିଲ ହେବା ପରେ ରଣପୁର ବ୍ଲକ ବୃନ୍ଦାବନପୁରରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ପଞ୍ଚାୟତବାସୀ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଅପରାହ୍ନରେ ଧାରଣା ଦେବା ପାଇଁ ସଜବାଜ ହେଉଥିବାବେଳେ ବିବାଦୀୟ ପୋଖରୀ ସମେତ ୫ପୋଖରୀ ନିଲାମ ହୋଇଛି । ସମୟ ଅଭାବରୁ ନିଲାମ ହୋଇ ପାରି ନଥିବା ପୋଖରୀ ପରବର୍ତ୍ତୀ ସମୟରେ ନିଲାମ କରାଯିବ ବୋଲି କୁହାଯିବା ପରେ ଉତ୍ତେଜନା ହ୍ରାସ ପାଇଥିଲା ।
ସୂଚନା ଅନୁସାରେ, ବୃନ୍ଦାବନପୁର ପଞ୍ଚାୟତର ୧୩ଟି ୱାର୍ଡ ଓ ୯ ରାଜସ୍ବ ଗଁାରେ କୋଚିଲା ସାହି ପୋଖରୀ ଲେଖନପୁର, ଗଁାମୁଣ୍ଡ ଗାଡିଆ ପୋଖରୀ ଲେଖନପୁର, କୁଣ୍ଡାଗରମ ପୋଖରୀ ବିନୋଦପଡା, ବ୍ରଜସୁନ୍ଦରପୁର ପୋଖରୀ, ଅଁଳାପଲ୍ଲୀ ପୋଖରୀ, ମାଳୁଆ ପୋଖରୀ ତାରପଲ୍ଲୀ, ଗୋଟ ପୋଖରୀ, ଅରାକାଠ ପୋଖରୀ ଗାଈଝର, ରାମଚଣ୍ଡୀ ପୋଖରୀ ପାଇକେରାପୁର ପରି ୯ ପୋଖରୀ ରହିଛି । ପଞ୍ଚାୟତର ୯ଟି ପୋଖରୀ ନିଲାମ ନିମନ୍ତେ ରଣପୁର ବିଡିଓ ରଶ୍ମିରେଖା ଦାସ ନିର୍ଦ୍ଦେଶ ଦେଇଥିଲେ। ପରେ ପଞ୍ଚାୟତ ପକ୍ଷରୁ ଗତ ଜୁଲାଇ ୨୫ରେ ନିଲାମ ହେବା ପାଇଁ ନୋଟିସ ଲଗା ଯାଇଥିଲା । ପ୍ରଶାସନିକ ଅଧିକାରୀ ନ ଆସିବାରୁ ପୋଖରୀ ନିଲାମ ବାତିଲ୍‌ ହୋଇଥିଲା । ଲୋକମାନେ ଅସନ୍ତୋଷ ବ୍ୟକ୍ତ କରି ଫେରିଥିଲେ । ପୁଣି ଚଳିତମାସ ୧୩ରେ ପଞ୍ଚାୟତ ପୋଖରୀ ନିଲାମ ନୋଟିସ୍‌ ଦେଇଥିଲା । ତାହା ପୁଣି ବାତିଲ୍‌ ହୋଇଥିଲା । ବାରମ୍ବାର ନିଲାମ ବାତିଲ୍‌ ପରେ ପଞ୍ଚାୟତବାସୀ ରଣପୁର ବିଡିଓଙ୍କୁ ଫେରାଦ ହୋଇଥିଲେ । ବିଡିଓଙ୍କ ପତ୍ରାଙ୍କ ନଂ ୧୬୮୧ରେ ଅଗଷ୍ଟ ୩୦ରେ ପୋଖରୀ ପୁଣି ନିଲାମ ହେବବୋଲି ନୋଟିସ୍‌ ହୋଇଥିଲା । ଶୁକ୍ରବାର ପୁଣି ପ୍ରଶାସନିକ ଅଧିକାରୀ ନ ଆସିବାରୁ ପୋଖରୀ ନିଲାମ ବାତିଲ ହେଲା । ନିଲାମ ବାତିଲ ହେବା ପ୍ରଚାର ପରେ ଚାପା ଉତ୍ତେଜନା ଦେଖା ଦେଇଥିଲା । ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁନୀଲ କୁମାର ବେହେରା କୁହନ୍ତି ବ୍ଲକ ପ୍ରଶାସନର କୌଣସି ଉଚ୍ଚ ଅଧିକାରୀ ନଆସିବାରୁ ନିଲାମ ବାରମ୍ବାର ବାତିଲ୍‌ କରିବାକୁ ପଡୁଥିଲା । ପଞ୍ଚାୟତବାସୀ ଧାରଣା ଦେବା ପାଇଁ ପ୍ରସ୍ତୁତ ହେବା ଓ ଉତ୍ତେଜନା ବଢ଼ିବା ଦେଖି ଅପରାହ୍ନରେ ୫ଟି ପୋଖରୀ ନିଲାମ ହୋଇଛି । ସରପଞ୍ଚ ସୌଦାମିନୀ ପ୍ରଧାନଙ୍କୁ ପଚାରିବାକୁ ସେ କହିଥିଲେ ବାରମ୍ବାର ନିଲାମ ନୋଟିସ ହୋଇଥିଲେ ମଧ୍ୟ ରାଜନୈତିକ ଚାପରେ ପୋଖରୀ ନିଲାମ ହେଉ ନଥିଲା । ଚାପା ଉତ୍ତେଜନା ପ୍ରକାଶ ପାଇବା ଓ ଆନ୍ଦୋଳନ ପାଇଁ ପ୍ରୟାସ ହେବା ଜାଣିପାରି ତରବରିଆ ପୋଖରୀ ନିଲାମ କରିଛନ୍ତି। ବିବାଦୀୟ ପୋଖରୀ ନିଲାମ ହୋଇଥିବାରୁ ଅନ୍ୟ ପୋଖରୀ ନିଲାମ କରିବାରେ ଆଉ ଅସୁବିଧା ହେବ ନାହିଁ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ହେବାକୁ ଯାଇଥିଲେ ଗୋବର୍ଦ୍ଧନ, ଅତର୍କିତ ଆକ୍ରମଣ କଲା ଭାଲୁ, ଆଉ ତା’ ପରେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍‌ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ…

ବଡ଼ ଖବର: ଅକ୍ଟୋବର ୧ରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର, କେନ୍ଦ୍ର ସରକାର ନେଲେ କଡ଼ା ଆକ୍ସନ

ନୂଆଦିଲ୍‌ଲୀ,୩୦।୯: କେନ୍ଦ୍ର ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ଅକ୍ଟୋବର ୧ ତାରିଖରୁ ଏଲପିଜି ସବସିଡି (LPG Subsidy) ପାଇଁ ଇ-କେୱାଇସି (e-KYC) ବାଧ୍ୟତାମୂଳକ କରିଛନ୍ତି। ଏହି ସମୟରେ…

ଦାଉ ସାଧୁଛି ମହାନଦୀ ବନ୍ୟା: ନଷ୍ଟ ହେଉଛି ଫସଲ, ଆନ୍ଦୋଳନ ଚେତାବନୀ ଦେଇ ଚାଷୀ କହିଲେ…

ମଜାକାଳପଡ଼ା,୩୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳୀ ସ୍ଲୁଇସ୍‌କ୍ରିକ ଖୋଲାପଡିଛି। ଏହାଦ୍ୱାରା ମହାନଦୀରେ ଆସିଥିବା ଚତୁର୍ଥ ବନ୍ୟା ଜଳ ପ୍ରବେଶ କରି ଚାଷୀଙ୍କ ଧାନ…

୫ ରାଶି ଉପରେ ଶନିଙ୍କ କୋପଦୃଷ୍ଟି: ୧୧ ଡିସେମ୍ୱର ପର୍ଯ୍ୟନ୍ତ ରହିବାକୁ ହେବ ସତର୍କ, ଆରମ୍ଭ ହେଲା ଘୋର ଶନିଦଶା!

ଶନି ଗ୍ରହ ୨୭ ଜୁଲାଇ ୨୦୨୬ରେ ବକ୍ରୀ ହୋଇଥିଲେ। ଏବେ ୧୧ ଡିସେମ୍ୱରରେ ଶନି ମାର୍ଗୀ ହେବେ। ଏହି ସମୟ ମଧ୍ୟରେ ଶନିଙ୍କର ବକ୍ରୀ ଚଳନ ୫ଟି…

ଭୟାବହ ଅଗ୍ନିକାଣ୍ଡ: ଶୋ-ରୁମରେ ୫୦ରୁ ଅଧିକ ବାଇକ ଭସ୍ମ

ବାଲେଶ୍ୱର, ୩୦।୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ…

ପହଲଗାମ ଆକ୍ରମଣର ପ୍ରତିଶୋଧ ନେଲା ଭାରତ: ଟଳିପଡ଼ିଲେ ମୂସା

ଶ୍ରୀନଗର,୩୦।୯: ଜମ୍ମୁ-କଶ୍ମୀରର ବଡଗାମ ଜିଲାରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ୟୁସମର୍ଗ ଅଞ୍ଚଳରେ ଚାଲିଥିବା ତଲାସୀ ଅଭିଯାନ ବେଳେ ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା (LeT)ର…

ଓଡ଼ିଶା ପାଇଁ ଗୌରବ ଆଣିଲେ ଆଶୀର୍ବାଦ: ମାଉଣ୍ଟ ମଚୋଇ-୨ ଶିଖରରେ ଉଡ଼ାଇଲେ ତ୍ରିରଙ୍ଗା

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲିତା ଟୁକୁରା ଗ୍ରାମର ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର ପ୍ରାୟ ୫,୧୩୦ ମିଟର(୧୬,୮୩୦ ଫୁଟ) ଉଚ୍ଚତାବିଶିଷ୍ଟ ଜମ୍ମୁ-କଶ୍ମୀରର ମାଉଣ୍ଟ ମଚୋଇ-୨…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?