ଧଳାବାଘ ସମ୍ରାଟ ହାଡ଼ଜନିତ ରୋଗରେ ଆକ୍ରାନ୍ତ

ବାରଙ୍ଗ,୩୦ା୬(ଡି.ଏନ୍‌.ଏ.): ନନ୍ଦନକାନନର ଅନ୍ୟତମ ଆକର୍ଷଣୀୟ ଧଳାମହାବଳ ବାଘ ସମ୍ରାଟକୁ ଏବେ ଆଉ ଦର୍ଶକ ଦେଖିପାରିବେ ନାହିଁ। ଅସୁସ୍ଥ ଥିବା କାରଣରୁ ତାକୁ କିଛିଦିନ ପାଇଁ ବିଶ୍ରାମ ଦିଆଯିବ। ଏନକ୍ଲୋଜରର ପଛପଟ ବ୍ୟାକକ୍ରଲରେ ତାକୁ ରଖାଯିବାକୁ ନନ୍ଦନକାନନ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ସ୍ବାସ୍ଥ୍ୟରେ ତା’ର ଉନ୍ନତି ଆଣିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡିଛି। ଗୁରୁବାର ଡାକ୍ତରଖାନାରେ ସମ୍ରାଟର ହୋଇଥିବା ଏକ୍ସରେ ରିପୋର୍ଟ ଶନିବାର ଓୟୁଏଟିରୁ ଆସିବା ପରେ ଏଭଳି ପଦକ୍ଷେପ ନିଆଯାଇଛି।

ଗତ ୩ ମାସ ହେବ ସମ୍ରାଟ ଛୋଟେଇ ଛୋଟେଇ ଚାଲୁଥିବାବେଳେ ତା’ର ଚିକିତ୍ସା ସତ୍ତ୍ୱେ ସ୍ବାସ୍ଥ୍ୟରେ ଉନ୍ନତି ହୋଇ ନ ଥିଲା। ଗୁରୁବାର ଓୟୁଏଟି ସର୍ଜରୀ ବିଭାଗର ପ୍ରଫେସର ଇନ୍ଦ୍ରମଣି ନାଥଙ୍କ ନେତୃତ୍ୱରେ ୫ଜଣିଆ ଦଳ ସମ୍ରାଟର ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରି ରକ୍ତନମୁନା ସଂଗ୍ରହ କରିବାସହ ବାମପଛପଟର ୧୨ଟି ସ୍ଥାନରେ ଏକ୍ସରେ କରିଥିଲେ। ଏହି ଏକ୍ସରେ ରିପୋର୍ଟ ଶନିବାର ଓୟୁଏଟି ତରଫରୁ ନନ୍ଦନକାନନକୁ ହସ୍ତାନ୍ତର କରାଯାଇଛି। ରିପୋର୍ଟ ଦେଖିବା ପରେ ସମ୍ରାଟ ଅଷ୍ଟିଓପୋରୋସିସ୍‌ ରୋଗରେ ଆକ୍ରାନ୍ତ ହୋଇଛି। ଏହା ହାଡ଼ଜନିତ ରୋଗ ଅଟେ। ସଂକ୍ରମଣ ନ ହେଲେ ମଧ୍ୟ ପୂର୍ବଜଙ୍କଠାରେ ଏପରି ରୋଗଥିଲେ ତାହା ପିଲାଙ୍କଠାରେ ଦେଖାଯିବା ସମ୍ଭାବନା ରହିଥାଏ। ଏନକ୍ଲୋଜର ପଛ ବ୍ୟାକକ୍ରଲରେ ସମ୍ରାଟକୁ ରଖିବା ସହ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତା’ର ଚିକିତ୍ସା କରାଯିବ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲେ ଓଡ଼ିଆ ଛାତ୍ର ଅଶ୍ୱଥ ନାରାୟଣ

ଭୁବନେଶ୍ୱର, ୨୯।୮(ବ୍ୟୁରୋ): ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଚଳିତବର୍ଷ ସର୍ବାଧିକ ପଦକ ଜିତି ସ୍ବତନ୍ତ୍ର ସ୍ଥାନ ଅଧିକାର କରିିଛି ଭାରତ। ରୁଷିଆର କାଜାନ୍‌ ସହରରେ ଅନୁଷ୍ଠିତ ୪୫ତମ...

ମନ୍ତ୍ରୀ, ବିଧାୟକଙ୍କ ସମେତ ଭାଜପା ରାଜ୍ୟ ସଭାପତିଙ୍କୁ କରୋନା

ଭୁବନେଶ୍ୱର ୧୫।୯(ବ୍ୟୁରୋ):ରାଜ୍ୟର ଏକାଧିକ ନେତା ଓ ମନ୍ତ୍ରୀ ବର୍ତ୍ତମାନ କରୋନା ସଂକ୍ରମଣର ଶୀକାର ହେଉଛନ୍ତି। ଲଗାତର ଭାବେ ଏହିଭଳି ଖବର ସାମ୍ନାକୁ ଆସୁଥିବା ବେଳେ ସୋମବାର...

ମରାମତି ହେଲାନି ରତ୍ନଭଣ୍ଡାର: ମହାପ୍ରଭୁଙ୍କ ରତ୍ନଅଳଙ୍କାରକୁ ଅଣଦେଖା

ପୁରୀ ଅଫିସ, ୨୧।୬: ମହାପ୍ରଭୁଙ୍କ ଦୁର୍ମୁଲ୍ୟ ରତ୍ନଅଳଙ୍କାର ରହିଛି ରତ୍ନଭଣ୍ଡାରରେ। ଶେଷ ଥର ପାଇଁ ୧୯୮୫ ମସିହାରେ ଖୋଲାଯାଇଥିଲା ଭିତର ରତ୍ନଭଣ୍ଡାର। ଦୀର୍ଘବର୍ଷ ହେଲାଣି ରତ୍ନଭଣ୍ଡାର...

୫ ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର, ୧୧।୭(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଟ୍ରପ୍‌ ଲାଇନ୍‌ ସକ୍ରିୟ ରହିଛି। ବର୍ତ୍ତମାନ ସମୁଦ୍ର ପତ୍ତନରେ ଥିବା ପୂର୍ବ-ପଶ୍ଚିମ ଲଘୁଚାପ ରେଖା ଉତ୍ତରପଶ୍ଚିମ ରାଜସ୍ଥାନରୁ ଓଡ଼ିଶା...

ଶ୍ରୀମନ୍ଦିରରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ : ଗୋଇନ୍ଦା ରିପୋର୍ଟ ପରେ ସୁରକ୍ଷା କଡ଼ାକଡ଼ି

ପୁରୀ ଅଫିସ, ୨।୮ : ଶ୍ରୀମନ୍ଦିର ଅସୁରକ୍ଷିତ। ଆତଙ୍କବାଦୀମାନେ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିପାରନ୍ତି। ରାଜ୍ୟ ଗୋଇନ୍ଦା ବିଭାଗ ପକ୍ଷରୁ ଏମିତି ଏକ ରିପୋର୍ଟ ଗୁରୁବାର...

ପ୍ରସୂତୀ-ସ୍ତ୍ରୀ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଆଶିଷ କୁମାର ଦେଙ୍କ ପରଲୋକ

କଟକ ଅଫିସ, ୩।୧୦: ବରିଷ୍ଠ ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଫେସର ଆଶିଷ କୁମାର ଦେ ଆଉ ନାହାନ୍ତି। କଟକ ତୁଳସୀପୁର ସ୍ଥିତ...

‘ସବୁ ବର୍ଗର କଲ୍ୟାଣ ହିଁ ପ୍ରକୃତ ବିକାଶ’

ଭୁବନେଶ୍ୱର, ୧୨।୬(ବ୍ୟୁରୋ): ଶାନ୍ତି ଓ ଭାଇଚାରା ପାଇଁ ଓଡ଼ିଶା ପ୍ରସିଦ୍ଧ। ବିଭିନ୍ନ କମ୍ୟୁନିଟି ମଧ୍ୟରେ ସଦ୍‌ଭାବ ପାଇଁ ଓଡ଼ିଶା ସାରା ଦେଶରେ ଆଦର୍ଶ ବୋଲି ମୁଖ୍ୟମନ୍ତ୍ରୀ...

ଚିଠି ଲେଖିଲେ ସ୍ବରାଷ୍ଟ୍ର ସଚିବ: ନାରୀ ସୁରକ୍ଷା ଦିଗରେ ଖିଲାପ କଲେ ଦଣ୍ଡିତ ହେବେ ପୋଲିସ

ଭୁବନେଶ୍ୱର,୭।୧୨(ବ୍ୟୁରୋ): ସାରା ଦେଶରେ ଏବେ ନାରୀ ନିର୍ଯାତନା ପ୍ରମୁଖ ପ୍ରସଙ୍ଗ ହୋଇ ଉଭା ହେଲାଣି। ରାଜ୍ୟଗୁଡ଼ିକରେ ମଧ୍ୟ ମହିଳା ଏବଂ ଶିଶୁମାନଙ୍କ ପ୍ରତି ବଳାତ୍କାର, ଅପହରଣ...

Advertisement
Archives

Model This Week