ଧରିତ୍ରୀ ପ୍ରଭାବ: ଗରିବ ପାଇଲେ ଖାଦ୍ୟ ସାମଗ୍ରୀ

ବଲାଙ୍ଗୀର ଅଫିସ, ୪ା୪- କରୋନା ଲକ୍‌ଡାଉନ୍‌କୁ ନେଇ ଗରିବ ଲୋକେ
ବଡ ଅସୁବିଧାରେ ପଡିଛନ୍ତି । ଦିନମଜୁରିଆ ଭାବେ କାମ କରି ପରିବାର ପୋଷୁଥିବା ଲୋକେ ରୋଜଗାର ବନ୍ଦ ହୋଇଯିବା ପରେ ଖାଦ୍ୟ ଚିନ୍ତାରେ ପଡିଛନ୍ତି । ବିଶେଷକରି ମହିଳା ଶ୍ରମିକଙ୍କ ଉପରେ ନିର୍ଭରଶୀଳ ପରିବାର ଗୁଡିକ ସବୁଠୁ ବେଶୀ କଷ୍ଟରେ ରହିଛନ୍ତି । ଏଭଳି କିଛି ନିହାତି ଗରିବ ପରିବାରଙ୍କ ସମ୍ପର୍କରେ ଧରିତ୍ରୀରେ ଖବର ପରିବେଷଣ ପରେ କିଛି ଯୁବ ସ୍ୱେଚ୍ଛାସେବୀ ସେହି ଗରିବ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଖାଦ୍ୟ ସାମଗ୍ରୀ ଦେଇ ମାନବିକତାର ପରିଚୟ ଦେଇଛନ୍ତି । ବଲାଙ୍ଗୀର ସହର ରାଜୀବନଗରର ଦୁଇଜଣ ମହିଳା ଶ୍ରମିକଙ୍କ ପାରିବାରିକ ଦୁଃଖ ଓ କଷ୍ଟକୁ ନେଇ ଗୁରୁବାର ଧରିତ୍ରୀରେ ଖବର ପରିବେଷଣ କରାଯାଇଥିଲା । ରାଜୀବନଗରର ଭିନ୍ନକ୍ଷମ ଶିବ ବିଶି (୬୫)ଙ୍କ ସ୍ତ୍ରୀ ଯଜ୍ଞ ବିଶି ଦିନମଜୁରିଆ ଭାବେ କାମ କରି ତାଙ୍କ ସ୍ୱାମୀ ଓ ପରିବାର କଥା ବୁଝାଉଥିଲେ । ସ୍ୱାମୀଙ୍କ ଭତ୍ତାକାର୍ଡରେ ୨ ହଜାର ଟଙ୍କା ପାଇଥିଲେ । ସେଥିରୁ ଋଣର ସୁଧ ବାବଦକୁ ୪ ଶହ ଟଙ୍କା ପରିଶୋଧ କରିଦେଲେ । ସେମାନଙ୍କ ପିଡିଏସ୍ କାର୍ଡଟିକୁ ବନ୍ଧକ ପକାଇଛନ୍ତି । ଲକ୍‌ଡାଉନ୍ କାରଣରୁ କୌଣସି ରୋଜଗାର କରିନପାରି ଘରେ ରହିଛନ୍ତି । ସେହିପଡାର ଭୁବନ ନାଗ (୫୫) ମଧ୍ୟ ଜଣେ ଭିନ୍ନକ୍ଷମ । ତାଙ୍କ ଆଖିକୁ ଦେଖାଯାଏନାହିଁ । ଗୋଟିଏ ଆଖିକୁ ଅସ୍ତ୍ରୋପଚାର କରିଛନ୍ତି । ତାଙ୍କୁ ଭତ୍ତା ମିଳେ ନାହିଁ । ତାଙ୍କ ସ୍ତ୍ରୀ କେତକୀ ନାଗଙ୍କ ଭରସାରେ ତାଙ୍କ ପରିବାର ଚଳେ । ଘରେ ୧୩ ବର୍ଷର ପୁଅ ଅଛି । ଲକ୍‌ଡାଉନ୍ ଯୋଗୁଁ କେତକୀ କାମ କରି ଯାଇପାରିଲେ ନାହିଁ । ପିଡିଏସ୍ ଚାଉଳ ମଧ୍ୟ ସରିଗଲା । ଏହି ଦୁଇ ଭିନ୍ନକ୍ଷମ ପରିବାରଙ୍କ ନିଜଘର ନାହିଁ । ଭଡାଘରେ ରହୁଛନ୍ତି । ଉଭୟ ପରିବାର ଦୁଇଓଳି ଭଲକରି ଖାଇବାକୁ ପାଉନଥିବା ଜଣାଇଥିଲେ । ଏସମ୍ପର୍କରେ ଖବର ପରିବେଷଣ ପରେ ଲକଡାଉନ୍ ସମୟରେ ଗରିବଙ୍କ ପ୍ରକୃତ ଚିତ୍ର ଉଜାଗର ହୋଇଥିଲା । ଧରିତ୍ରୀରୁ ଖବର ଜାଣିବା ପରେ ବଲାଙ୍ଗୀର ୟୁଥ୍ ଆକ୍ସନ କମିଟିର ସନ୍ତୋଷ ପଟ୍ଟନାୟକ ଓ ନୀଳାଦ୍ରୀ ଦେହୁରୀ ଚାଉଳ, ଡାଲି ଓ ଅନ୍ୟ ଖାଦ୍ୟ ସାମଗ୍ରୀ ଧରି ଉଭୟ ମହିଳା ଶ୍ରମିକ ଯଜ୍ଞ ବିଶି ଓ କେତକୀ ନାଗଙ୍କ ଘରକୁ ଯାଇ ଦେଇ ଆସିଥିଲେ । ଏଥିରେ ଅଳ୍ପ କେତେଦିନ ଚଳି ଯାଇପାରିବେ ବୋଲି ଉଭୟ ଯଜ୍ଞ ଓ କେତକୀ କହିଛନ୍ତି । ତେବେ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ସେମାନେ ନିବେଦନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

ବର୍ଷାରେ ବେହାଲ କେସିଙ୍ଗା, ରେଳ ଷ୍ଟେଶନରେ ପାଣି ଗଳୁଥିବାରୁ ଯାତ୍ରୀ ହନ୍ତସନ୍ତ

କେସିଙ୍ଗା,୫।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନକୁ ଗତ ମାସ ୨୬ ତାରିଖରେ ଜେନେରାଲ ମେନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆର…

ସମ୍ପତ୍ତି ପାଇଁ ସୈତାନ ସାଜିଲେ ଆପଣା ଭାଇ: ପରସ୍ପରକୁ ହତ୍ୟା ଉଦ୍ୟମ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମରେ ଗତ ଏପ୍ରିଲ ୨୧ ତାରିଖ  ସକାଳେ ପୈତୃକ ସମ୍ପତ୍ତି ପାଇଁ ପାରିବାରିକ…

ଚିଠା ଭୋଟର ତାଲିକା ପ୍ରକାଶ, ବାଦ୍ ପଡିଲେ ୩୬,୩୪୨

ଭଞ୍ଜନଗର,୫।୭(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ୩ଟି ନିର୍ବାଚନ ମଣ୍ଡଳୀ ଭଞ୍ଜନଗର, ଆସ୍କା ଏବଂ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଥିବା ଇ.ଆର୍.ଓ ମାନଙ୍କ ଦ୍ଵାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri