ଧରିତ୍ରୀ ପ୍ରଭାବ: ଅଙ୍ଗନୱାଡି କର୍ମୀଙ୍କ ଉପରେ ବର୍ଷିଲେ ଡବ୍ଲ୍ୟୁସିଡିଓ 

ବିଞ୍ଝାରପୁର,୧୩ା୧୦(ଡି.ଏନ.ଏ)- ବିଞ୍ଝାରପୁର ବ୍ଲକ ମହିଳା ଓ ସମନ୍ବିତ ଶିଶୁ ବିକାଶ ବିଭାଗର କାର୍ଯ୍ୟକଳାପକୁ ନେଇ ‘ଧରିତ୍ରୀ’ରେ ଗତ ୧୯ତାରିଖରେ ଖବର ପ୍ରକାଶିତ ହୋଇଥିଲା। ସେଥିରେ ବିଞ୍ଝାରପୁର ବ୍ଲକରେ ଚାଲୁଥିବା ଦୁଇଟି ଅଙ୍ଗନୱାଡି କେନ୍ଦ୍ର ଓ ଏଥିରେ ହେଉଥିବା ଅନିୟମିତତା ସମ୍ପର୍କରେ ପ୍ରକାଶ ପାଇଥିଲା। ଏହାର ପ୍ରଭାବ ଶୁକ୍ରବାର ଦେଖିବାକୁ ମିଳିଛି। ଏହି ଖବରର ସତ୍ୟାସତ୍ୟ ଜାଣିବାକୁ ଶୁକ୍ରବାର ଜିଲା ମହିଳା ଓ ଶିଶୁ ବିକାଶ ଅଧିକାରୀ (ଡବ୍ଲ୍ୟୁସିଡିଓ) ବିଜୟାଲକ୍ଷ୍ମୀ ପଣ୍ଡା ବିଞ୍ଝାରପୁର ବ୍ଲକର ଉକ୍ତ ୨ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନରେ ଆସି ତଦନ୍ତ କରି ଫେରିଯାଇଛନ୍ତି। ଏହି ଦୁଇଟି କେନ୍ଦ୍ର ହେଲା ଆଉଁରୀ ପଞ୍ଚାୟତର କରପଦା-୧ ଓ ଉଦ୍ରଙ୍ଗ ପଞ୍ଚାୟତର ସାଇକୂଳ-୧ କେନ୍ଦ୍ର। ଡବ୍ଲ୍ୟୁସିଡିଓଙ୍କ ଏହି ତଦନ୍ତ ସମୟରେ କରପଦା ଅଙ୍ଗନୱାଡି କେନ୍ଦ୍ରର ପରିଚାଳନା ସମ୍ପର୍କରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିଥିଲା। ଧରିତ୍ରୀରେ ପ୍ରକାଶିତ ଖବରରେ ସତ୍ୟତା ଥିବା ତଦନ୍ତ ସମୟରେ ଜାଣିବାକୁ ପାଇଥିଲେ। ଏହି ତଦନ୍ତ ସ୍ଥାନୀୟ ଗ୍ରାମବାସୀଙ୍କ ଉପସ୍ଥିତିରେ ହୋଇଥିଲା। କରପଦା ଅଙ୍ଗନୱାଡି କେନ୍ଦ୍ରରେ କର୍ମୀ ଜଣକ ଅନ୍ୟ ବିଦ୍ୟାଳୟର ୫ରୁ ୬ଜଣ ପିଲାଙ୍କୁ ବସାଇ କେନ୍ଦ୍ର ଖୋଲା ରଖୁଥିଲାବେଳେ ପ୍ରକୃତରେ କେନ୍ଦ୍ର ଆଦୌ ଖୋଲାଯାଏ ନାହିଁ ଓ କେନ୍ଦ୍ରରେ ହେଉଥିବା ଅନିୟମିତତା ସମ୍ପର୍କରେ ଡବ୍ଲ୍ୟୁସିଡିଓଙ୍କ ନିକଟରେ ଗ୍ରାମବାସୀ ଫେରାଦ ହୋଇଥିଲେ। ଏପରିକି ଏହି କେନ୍ଦ୍ରରୁ ଶିଶୁଙ୍କ ଭୋଜନ ପାଇଁ ଆସୁଥିବା ଚାଉଳ, ଡାଲିକୁ କେତେଜଣ ରାଜନୈତିକ ବ୍ୟକ୍ତି ନେଇଯାଉଥିବା ଜାଣିବାକୁ ମିଳିଥିଲା। ଏହି ତଦନ୍ତ ସମୟରେ ଡବ୍ଲ୍ୟୁସିଡିଓ ଉକ୍ତ ଅଙ୍ଗନୱାଡି କର୍ମୀଙ୍କ ଉପରେ ବର୍ଷିବା ସହିତ କେନ୍ଦ୍ରର ସମସ୍ତ କାଗଜପତ୍ର ଜବତ କରି ନେଇଥିଲେ। ସେହିପରି ଉଡ୍ରଙ୍ଗ ଗ୍ରାପର ସାଇକୁଳ-୧ ଅଙ୍ଗନୱାଡି କେନ୍ଦ୍ର ତଦନ୍ତ ସମୟରେ ବହୁ ଅନିୟମିତତା ହୋଇଥିବା ଡବ୍ଲ୍ୟୁସିଡିଓ ଜାଣିବାକୁ ପାଇଥିଲେ। ତଦନ୍ତ ସମ୍ପର୍କରେ ଡବ୍ଲ୍ୟୁସିଡିଓ ବିଜୟାଲକ୍ଷ୍ମୀ ପଣ୍ଡାଙ୍କୁ ପଚାରିବାରେ, ବିଞ୍ଝାରପୁର ବ୍ଲକରେ ‘କାଗଜକଲମରେ ଚାଲିଛି ମହିଳା ଓ ଶିଶୁ ବିକାଶ’ ଶୀର୍ଷକ ଧରିତ୍ରୀରେ ପ୍ରକାଶିତ ପରେ ତଦନ୍ତ କରିବାକୁ ଆସିଥିଲେ। ତେବେ ତଦନ୍ତର ବିବରଣୀ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବେ ବୋଲି ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଆ ପ୍ରବାସୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ; ୬ ଗୁରୁତର

ବଇଣ୍ଡା,୧୪।୫(ଡି.ଏନ୍‌.ଏ.)-ଅନୁଗୋଳ ଜିଲା ବଇଣ୍ଡା-ଆଠମଲ୍ଲିକ ପୂର୍ତ୍ତବିଭାଗ ରାସ୍ତାର ଠାକୁରଗଡ଼ ଥାନା ଷୋଳପଦା କଲେଜ ପରିସରରେ ଆନ୍ଧ୍ରରୁ ଫେରନ୍ତା ଓଡ଼ିଆ ପ୍ରବାସୀ ଶ୍ରମିକଙ୍କୁ ନେଇ ଆସୁଥିବା ଏକ ଉଇଁଗର...

୩ ପିଲାର ବାପା ସହିତ ୨ ପିଲାର ମା’ ଫେରାର

ବାହାନଗା, ୯ା୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖନ୍ତାପଡା ଥାନା ଅଞ୍ଚଳର ଜଣେ ୨ ସନ୍ତାନର ମା’ ଜଣେ ୩ ସନ୍ତାନଙ୍କ ବାପା ସହ ଫେରାର ହୋଇଯିବା ଘଟଣା ସ୍ଥାନୀୟ...

୧୩,୫୩୨ ପିଲାଙ୍କୁ ମିିଳିନି ବହି

ଜଗତ୍‌ସିଂହପୁର ଅଫିସ, ୧୦ା୬: ରାଜ୍ୟ ସରକାର ଶିକ୍ଷା ଉପରେ ପ୍ରାଧାନ୍ୟ ଦେଇ ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ ମାଧ୍ୟମରେ ପ୍ରଚୁର ଅର୍ଥ ବ୍ୟୟ କରୁଛନ୍ତି। ଖାଲି ଶିକ୍ଷକ...

‘୫-ଟି’କୁ ଆସୁ କପିଳାସ ପୀଠ

ଢେଙ୍କାନାଳ ଅଫିସ, ୧୦।୮ ଐତିହ୍ୟସମ୍ପନ୍ନ ମଠ ମନ୍ଦିରଗୁଡ଼ିକର ବିକାଶ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେଉଛନ୍ତି। ପ୍ରାଚୀନ, କିମ୍ବଦନ୍ତୀପୂର୍ଣ୍ଣ ପୀଠକୁ ‘୫-ଟି’ ଅନ୍ତର୍ଭୁକ୍ତ କରାଯାଇ...

ଚପଲ ଦୋକାନ ଜଳିଗଲା

ଖଜୁରିପଡ଼ା(ଡି.ଏନ.ଏ.)/ବଲସକୁମ୍ପା,୧ା୨-ଖଜୁରିପଡ଼ା ବଜାରରେ ଥିବା ଏକ ଚପଲ ଦୋକାନରେ ଶୁକ୍ରବାର ବିଳମ୍ବିତ ରାତିରେ ନିଆଁ ଲାଗିଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ସମ୍ପୂର୍ଣ୍ଣ ଜଳିଯାଇଛି। ଅଗ୍ନିଶମ କର୍ମଚାରୀମାନେ...

ଓଡ଼ିଆ ଶିକ୍ଷକଙ୍କ ଭାଷା ବୁଝୁନାହାନ୍ତି ପିଲା

ମାଥିଲି,୧୯ା୧୧(ଡି.ଏନ.ଏ.)- ଏବେ ସୁଦ୍ଧା ଲୋକଙ୍କ ନିକଟରେ ପହଞ୍ଚତ୍ପାରିନି ମୌଳିକ ସୁବିଧା। ଶିକ୍ଷା ବ୍ୟବସ୍ଥାର ବିକଳ ରୂପ ଦେଖିବାକୁ ମିଳିଛି ମାଲକାନଗିରି ଜିଲା ମାଥିଲି ବ୍ଲକରେ। ବ୍ଲକର...

ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀଙ୍କ ସନ୍ଦେହଜନକ ମୃତ୍ୟୁ

ଧର୍ମଶାଳା,୧୬ା୧୦(ଡି.ଏନ୍‌.ଏ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକର ଗ୍ରାମସେବିକା ତଥା ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ବୁଧବାର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ସ୍ଥାନୀୟ...

ବନ୍ଧବାହାଲ, ନୂଆଡିହିର ଶତାଧିକ କର୍ମୀ କଂଗ୍ରେସରେ ଯୋଗଦେଲେ

ଝାରସୁଗୁଡ଼ା ଅଫିସ୍‌,୨୩ା୫: ବ୍ରଜରାଜନଗର ଉପନିର୍ବାଚନ ପ୍ରଚାର ଏବେ ଜୋର ଧରିଛି। ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାପାଇଁ ବିଭିନ୍ନ ରାଜନୈତିକ ଦଳ ତରଫରୁ ରଣନୀତି ପ୍ରସ୍ତୁତ ଚାଲିଛି। ଏହି...

Advertisement
Archives

Model This Week