ଧରିତ୍ରୀ ଖବରକୁ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ କଲେ ସାମାଜିକ କର୍ମୀ

ବରଗଡ଼ ଅଫିସ୍‌,୧୨।୫- ପୁରୀ ଜିଲା କୋଣାର୍କ ନିକଟ ଅଚ୍ୟୁତପୁରର ଏକ ଇଟାଭାଟିରେ କାମ କରୁଥିବା ବରଗଡ଼ ଜିଲା ପାଇକମାଲ ଥାନା ଅନ୍ତର୍ଗତ ଛେତଗାଁର ୩୫ଜଣ ଶ୍ରମିକ ପିଲାଛୁଆ ଧରି ଏକ ବସଭଡ଼ା କରି ସୋମବାର ରାତିରେ ଏଠାକୁ ଆସିଥିଲେ। ସେମାନଙ୍କୁ ସ୍ଥାନୀୟ ଏକ ସ୍କୁଲର କ୍ବାରାଣ୍ଟାଇନ ସେଣ୍ଟରରେ ରଖାଯାଇଛି। ତେବେ ବସ୍‌ଭଡ଼ା ବାବଦକୁ ଶ୍ରମିକମାନେ ନିଜ ରୋଜଗାର ୩୨ହଜାର ଟଙ୍କା ଦେଇଥିଲେ। ଗୋଟିଏ ପଟେ ଲକ୍‌ ଡାଉନ୍‌ ଯୋଗୁ ସେମାନେ ବେରୋଜଗାର ହୋଇଥିବାବେଳେ ଅନ୍ୟପଟେ ଦାଦନ ଖଟି ରୋଜଗାର କରିଥିବା ଟଙ୍କା ବସ୍‌ଭଡ଼ାରେ ସରିଯାଇଛି। ଫଳରେ ଏବେ ସେମାନଙ୍କ ପରିବାର ଗୁଜୁରାଣ ଏହି ପ୍ରବାସୀ ଶ୍ରମିକଙ୍କ ପାଇଁ ମୁସ୍କିଲ ହୋଇପଡ଼ିଛି । ଏ ନେଇ ମଙ୍ଗଳବାର ଧରିତ୍ରୀରେ ବସ୍‌ଭଡ଼ାରେ ସରିଗଲା ରୋଜଗାର ଟଙ୍କା ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା। ଏହି ଖବରକୁ ବରଗଡ଼ ଜିଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମର ସାମାଜିକ କର୍ମୀ ଦିବସ କୁମାର ସାହୁ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ କରି ସମ୍ପୃକ୍ତ ଶ୍ରମିକଙ୍କୁ ସ୍ଥାନୀୟ କର୍ମନିଯୁକ୍ତି ଦେବା ସହିତ ସହାୟତା ପ୍ରଦାନ କରିବାକୁ ନିବେଦନ କରିଛନ୍ତି।

ପ୍ରକାଶ ଯେ, ସମ୍ପୃକ୍ତ ଶ୍ରମିକମାନେ ଅଚ୍ୟୁତପୁରର ଏକ ଅସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଥିଲେ। ଏହା ଜାଣିବା ପରେ ସାମାଜିକ କର୍ମୀ ସାହୁ ପୁରୀ ଜିଲା ପ୍ରଶାସନ ସହିତ ଯୋଗାଯୋଗ କରିବାରୁ ତାଙ୍କୁ ସେଠାକାର ପଞ୍ଚାୟତ ଅଫିସରେ ଆଶ୍ରୟ ଦେଇ ଖାଇବା, ପିଇବା ବ୍ୟବସ୍ଥା କରାଯାଇଥିଲା। ସେହିପରି ଆଇଜି ଅମିତାଭ ଠାକୁରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସେ ସମ୍ପୃକ୍ତ ଶ୍ରମିକଙ୍କୁ ଗାଁକୁ ପଠାଇବା ବ୍ୟବସ୍ଥା କରିଥିଲେ। ମାତ୍ର ଶ୍ରମିକମାନଙ୍କୁ ବସ୍‌ଭଡ଼ା ଖର୍ଚ୍ଚ ବହନ କରିବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଡାକ୍ତର ମାଗୁଥିଲେ ଲାଞ୍ଚ, ସାମ୍ନାକୁ ଆସିଲା ଘଟଣା

କେନ୍ଦୁଝର,୧୮ା୩(ସ୍ବ.ପ୍ର.): ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଦେବା ପାଇଁ ଡାକ୍ତର  ଲାଞ୍ଚ ନେବା ଘଟଣାର ଭିଡିଓ ଭାଇରାଲ ହେବା ଚର୍ଚ୍ଚାର ବିଷୟ ହୋଇଛି। ଷ୍ଟିଙ୍ଗ ଅପରେଶନରେ ଜଣେ...

ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ, ବାଇକ୍‌ ଆରୋହୀ ମୃତ

କେନ୍ଦୁଝର,୧୦ା୧୧(ସ୍ବ.ପ୍ର.): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ଜିଟି ପେଟ୍ରୋଲ ପମ୍ପ ନିକଟରେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ।...

କାଲେରୁ ସେତୁ ଉଦ୍‌ଘାଟିତ

କାଲିମେଳା/ଏମ୍‌ଭି-୭୯(ଡି.ଏନ୍‌.ଏ.): ବହୁ ପ୍ରତିକ୍ଷୀତ କାଲେରୁ ସେତୁ ଗୁରୁବାର ଉଦ୍‌ଘାଟିତ ହୋଇଛି। ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ଏହି ସେତୁର ଉଦ୍‌ଘାଟନ ବେଳେ ଉଭୟ ଓଡିଶା...

କରୋନା ମାଡ଼ରେ ରୋଜଗାର ଠପ୍‌: ସ୍କୁଲ ଫି’ ଛାଡ଼ କରିବାକୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ ଅଫିସ,୨୩।୪- କରୋନା ମୁକାବିଲା ନିମନ୍ତେ ଜାରି ଲକଡାଉନ୍‌ ଯୋଗୁ ଲୋକଙ୍କ ରୋଜଗାର ବନ୍ଦ ହୋଇଯାଇଛି। ନିଜେ ବଞ୍ଚିବା କଷ୍ଟକର ହୋଇପଡ଼ିଛି। ଏପରିସ୍ଥଳେ ସେମାନେ ନିଜ...

ଭାଗବତ ଟୁଙ୍ଗି ନିର୍ମାଣ କଲେ ମହିଳା

ବନ୍ତଳା, ୯।୭ (ଡି.ଏନ୍‌.ଏ.) ଅନୁଗୋଳ ବ୍ଲକ ବଡ଼କେରା ପଞ୍ଚାୟତ ପାଞ୍ଜିଆସାହି ଗ୍ରାମବାସୀଙ୍କ ଦୀର୍ଘ ବର୍ଷର ସ୍ବପ୍ନ ସାକାର ହୋଇଛି। ଗ୍ରାମ୍ୟ ମହିଳା ପରିଚାଳନା କମିଟି ସଦସ୍ୟାମାନେ...

ଖୋଲିପାରୁନି ଜଳଛତ୍ର

କେନ୍ଦୁଝର, ୧୪।୪ (ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡୁଛନ୍ତି। ତାପାମାତ୍ରା ପାଖାପାଖି ୩୮ ଡିଗ୍ରୀ ଉପରେ ରହୁଥିବାରୁ ଘରୁ ବାହାରିବା କଷ୍ଟକର...

ଶିକ୍ଷକଙ୍କ ନିଲମ୍ବନ ପ୍ରତିବାଦରେ ବିଦ୍ୟାଳୟରେ ତାଲା

ନାଉଗାଁ,୨୩।୮(ସ୍ବ.ପ୍ର.): ନାଉଗାଁ ବ୍ଲକ ଗଜରାଜପୁର ପଞ୍ଚାୟତରେ ଥିବା ଗୋପାଳଜୀଉ ଉ.ପ୍ରା. ବିଦ୍ୟାଳୟର ସହକାରୀ ଶିକ୍ଷକ ଉମାକାନ୍ତ ଆଚାଯର୍‌ୟଙ୍କୁ ନିଳମ୍ବନ କରିବା ପ୍ରତିବାଦରେ ଗୁରୁବାର ଛ୍ରାତ୍ରୀଛାତ୍ର, ଅଭିଭାବକ...

ବିଦ୍ୟାଳୟରେ ପାଞ୍ଚ ମାସ ମଧ୍ୟାହ୍ନ ଭୋଜନ ବନ୍ଦ: ଜିଲାପାଳଙ୍କ ନିକଟରେ ଅଭିଯୋଗ କଲା ପରିଚାଳନା କମିଟି

ବରୀ,୨|୮(ସ୍ବ.ପ୍ର)- ବରୀ ବ୍ଲକ ଅଧୀନ ବାଲିବିଲି ପଞ୍ଚାୟତର କ୍ଷେମେଶ୍ୱର ପ୍ରାଥମିକ ବିଦ୍ୟାଳୟରେ ପାଞ୍ଚ ମାସ ହେବ ମଧ୍ୟାହ୍ନ ଭୋଜନ ବନ୍ଦ ରହିଥିବା ଗୁରୁବାର ଯାଜପୁର ଜିଲାପାଳଙ୍କ...

Advertisement
Archives

Model This Week