ଧରାପଡ଼ିଲେ ସାରା-କାର୍ତ୍ତିକ!

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିମାନେ ତାଙ୍କ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚିତ ତା’ଠାରୁ ଅଧିକ ଚର୍ଚ୍ଚିତ ତାଙ୍କ ରିଲେସନଶିପକୁ ନେଇ। ନିକଟରେ ସାରା ଅଲ୍ଲି ଖାଁ ଓ କାର୍ତ୍ତିକ ଆର୍ଯ୍ୟନଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏହାକୁ କିନ୍ତୁ ଉଭୟ ଏଡାଇ ଯାଉଥିଲେ। ଏହାପରେ କିନ୍ତୁ ଉଭୟଙ୍କୁ ବିଭିନ୍ନ ସମୟରେ ସ୍ପଟ କରାଯାଉଥିବାରୁ ଉଭୟଙ୍କ ରିଲେସନଶିପକୁ ନେଇ ଗସିପ୍‌ ହେଉଥିଲା। ନିକଟରେ ବିଦେଶରେ ଛୁଟିକାଟି ଫେରିଥିବା ସାରାଙ୍କୁ ରିସିଭ୍‌ କରିବାକୁ କାର୍ତ୍ତିକ ବିମାନ ବନ୍ଦରରେ ପହଞ୍ଚିଥିବା ବେଳେ କ୍ୟାମେରାଠାରୁ ଉଭୟ ଦୂରେଇ ରହିବାକୁ ଚେଷ୍ଟା କରିଥିଲେ। ଏବେ ପୁଣିଥରେ ଆଉ ଏକ ନୂଆ ଖବର ଆସିଛି। କାର୍ତ୍ତିକ କୁଆଡେ ତାଙ୍କର ପ୍ରତିଟି କାମ ପୂର୍ବରୁ ଭିଡିଓ କଲ୍‌ କରି ସାରାଙ୍କ ମତ ଲୋଡୁଛନ୍ତି। ନିକଟରେ କାର୍ତ୍ତିକ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ର ଶୁଟିଂ କରିବା ପୂର୍ବରୁ ସେ କରିଥିବା ହେୟାର ଷ୍ଟାଇଲ, କଷ୍ଟ୍ୟୁମକୁ ନେଇ ଭିଡିଓ କଲ୍‌ ମାଧ୍ୟମରେ ସାରାଙ୍କ ମତ ନେଇଥିଲେ। ଆଉ ପ୍ରତିଦିନ କୁଆଡେ ଉଭୟ ଭିଡିଓ କଲ୍‌ ମାଧ୍ୟମରେ ପରସ୍ପର ସହ କଥା ହୁଅନ୍ତି ବୋଲି ଏବେ ଜଣାପଡିଛି। ଏମିତି ଖବର ଆସିବା ପରେ ଏବେ ପୁଣି ଥରେ ଏମାନଙ୍କ ରିଲେସନଶିପକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତ୍ରୀ ହେବା ପୂର୍ବରୁ ପାଇଲଟ୍‌ଙ୍କୁ ବିବାହ କରିଥିଲେ ଏହି ବୋଲ୍ଡ ନାୟିକା: ଏବେ ୪୪ବର୍ଷରେ ବି ଉଡାଉଛନ୍ତି ହୋସ୍‌

ବମ୍ବେ: ବର୍ଷ ୨୦୨୦ର ଶେଷଦିନରେ ହଟ୍‌ ଫଟୋକୁ ନେଇ ଚର୍ଚ୍ଚାରେ ମଲ୍ଲିକା ଶେରାଓ୍ବତ। ନିଜର ସୋସିଆଲ ପୃଷ୍ଠାରେ ବିକିନି ପିନ୍ଧା ଫଟୋ ଶେୟାର କରିଛନ୍ତି ୪୪...

ବଲିଉଡରେ ବର୍ଷେ ପୂରିଲା

ମୁମ୍ବାଇ: ବଲିଉଡରେ ଅଭିନୟ ଜୀବନର ୧ବର୍ଷ ପୂରଣ କରିଛନ୍ତି ଅଭିନେତ୍ରୀ ଜାହ୍ନବୀ କପୁର ଏବଂ ଅଭିନେତା ଇଶାନ ଖଟ୍ଟର। ଦୁହେଁ ଅଭିନୟ କରିଥିବା ଧଡକ ଫିଲ୍ମର...

ବଲିଉଡ୍‌ରେ ସଫଳତାର ସହ ୩୦ ବର୍ଷ ପୂରଣ କଲେ ଅଜୟ: ପ୍ରଥମ ସିନେମାରେ ଅକ୍ଷୟଙ୍କୁ କରିଥିଲେ ରିପ୍ଲେସ୍‌

ସିଂଘମ୍‌ ଷ୍ଟାର ଅଜୟ ଦେବ୍‌ଗନ୍‌ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ସଫଳତାର ସହ ୩୦ ବର୍ଷ ପୂରଣ କରିଛନ୍ତି। ‘ତାନାଜୀ: ଦି ଅନସଙ୍ଗ ଓ୍ବାରିୟର’ ଅଜୟଙ୍କ କ୍ୟାରିୟରର ୧୦୦ତମ...

ବ୍ରେକ୍‌ଫାଷ୍ଟରୁ ଡିନର ପର୍ଯ୍ୟନ୍ତ କେଉଁ ଅଭିନେତ୍ରୀଙ୍କ କ’ଣ ପସନ୍ଦ? ଜାଣନ୍ତୁ…

ସୁସ୍ଥ ଏବଂ ସୁନ୍ଦର ଚେହେରା ପାଇଁ ବଲିଉଡ୍‌ର ଅଭିନେତ୍ରୀମାନେ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେଇଥାନ୍ତି। ଦୀପିକା ପାଦୁକୋନ୍‌ ହୁଅନ୍ତୁ କି ଆଲିଆ ଭଟ୍ଟ। ବ୍ରେକ୍‌ଫାଷ୍ଟରୁ...

ଅଣ୍ଡରଓ୍ବାଲର୍‌ଡଙ୍କ ପ୍ରେମରେ ପଡି କ୍ୟାରିୟର୍‌ ବରବାଦ୍‌ କରିଦେଇଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମୋନିକା ବେଦି ଆଜି ତାଙ୍କର ୪୬ ତମ ଜନ୍ମଦିନ ପାଳନ କରୁଛନ୍ତି। ମୋନିକା ବଲିଉଡ୍‌ ଇଣ୍ଡଷ୍ଟ୍ରିର ସବୁଠାରୁ ଦାମୀ ଅଭିନେତ୍ରୀମାନଙ୍କ ମଧ୍ୟରୁ...

ଦୁଇ ମିନିଟର ଭିଡିଓ ବଦଳାଇଲା ଜୀବନ: ଷ୍ଟେଶନରେ ଗୀତ ଗାଇ ଗୁଜୁରାଣ ମେଣ୍ଟାଉଥିବା ରାନୁ ଏବେ ଷ୍ଟାର, ଦଶ ବର୍ଷ ପରେ ଭେଟିଲେ ଝିଅଙ୍କୁ

ମୁମ୍ବାଇ: ଦୁଇ ମିନିଟର ଭିଡିଓ ବଦଳାଇଛି ଜୀବନ। ରାନୁ ମାରିୟା ମଣ୍ଡଳ ପଶ୍ଚିମବଙ୍ଗର ରାଣାଘାଟ ଷ୍ଟେଶନରେ ବସି ଗାଉଥିବା ବେଳର ଏକ ଭିଡିଓକୁ ଯାତ୍ରୀ ଅତିନ୍ଦ୍ର...

ଅପେକ୍ଷା ତିନିବର୍ଷର

ୟା ଭିତରେ ତିନିବର୍ଷ ବିତିଗଲାଣି। ହେଲେ ଗୋଟିଏ ଯୋଡ଼ିକୁ ବଡ଼ ପରଦାରେ ଦେଖିବାକୁ ମିଳି ନ ଥିଲା। କାରଣ କ’ଣ ? ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶନାରେ...

ପ୍ରେମଦିବସରେ ରୋମାଣ୍ଟିକ ହେଲେ ସୋନମ-ଆନନ୍ଦ

ବମ୍ବେ: ଭ୍ୟାଲେଣ୍ଟାଇନ୍ସ ଡେ’ ଅଥବା ପ୍ରେମଦିବସକୁ ନେଇ ଯୁବପୀଢ଼ୀଙ୍କ ମଧ୍ୟରେ ଭିନ୍ନ କ୍ରେଜ। ଏଥିରୁ ବା ବଲିଉଡ ଅଭିନେତା/ଅଭିନେତ୍ରୀ ବାଦ ପଡ଼ିବେ କିଭଳି। ନିଜ ନିଜ...

Play 250+ Trending Games
Archives

Model This Week

Why Dharitri