ଧନୁରାଶିକୁ ବୃହସ୍ପତି ଚଳନ

ଦୋଳଗୋବିନ୍ଦ ପଣ୍ଡା

ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା ଅନୁସାରେ ଦେବଗୁରୁ ବୃହସ୍ପତି ତା୩୦ା୦୬ା୨୦୨୦-ମଙ୍ଗଳବାର ପ୍ରାତଃ ଘ୦୫ା୨୧ରେ ବକ୍ରଗତିରେ ମକରରାଶିରୁ ଉତ୍ତରାଷାଢ଼ା ନକ୍ଷତ୍ର ଧନୁରାଶିକୁ ଚଳିବେ। ବୃହସ୍ପତି ଗୋଟିଏ ରାଶିରେ ହାରାହାରି ୧୩ ମାସ ଅବସ୍ଥାନ କରିଥାନ୍ତି। ସ୍ବାଭାବିକ, ବକ୍ର ଓ ଅତିଚାର ଆଦି ଗତି ଦୃଷ୍ଟିରୁ ଏଥିରେ କିଛିଟା ତାରତମ୍ୟ ଦେଖାଦେଇପାରେ। ଏହାପରେ ପୁଣି ସେ ୨୦୨୦ ନଭେମ୍ବର ୨୦ ତାରିଖ ଦିବା ଘ୦୧ା୨୨ରେ ଧନୁରାଶି ତ୍ୟାଗ କରି ମକରରାଶିକୁ ଚଳିବେ। ସେଠାରେ ସେ ୨୦୨୧ ଏପ୍ରିଲ ୫ ତାରିଖ ରାତ୍ରି ୧୨ା୨୪ ପର୍ଯ୍ୟନ୍ତ ରହି କୁମ୍ଭରାଶିକୁ ଚଳିବେ। ବୃହସ୍ପତି ଏହା ପୂର୍ବରୁ ତା୦୫ା୧୧ା୨୦୧୯ରୁ ୨୯ା୦୩ା୨୦୨୦ ପର୍ଯ୍ୟନ୍ତ ଧନୁରାଶିରେ ଥିଲେ। ଏହି ରାଶିରେ ଥିବାବେଳେ ସେ ଯେଉଁ ରାଶିକୁ ଯାହା ଫଳ ଦେଇଥିଲେ ବର୍ତ୍ତମାନ ଯେ ଧନୁରାଶିରେ ରହି ସେଇଆ ଫଳ ଦେବେ ତାହା ନୁହେଁ। କାରଣ ବ୍ୟକ୍ତିଗତ ଦଶାଫଳ ଓ ଅନ୍ୟ ଗ୍ରହର ବେଧ ମଧ୍ୟ ଉକ୍ତ ଫଳକୁ ପ୍ରଭାବିତ କରିପାରେ।
ଗୋଚରଫଳ ବିଚାରରେ ବ୍ୟକ୍ତିଗତ ଅଷ୍ଟକବର୍ଗ, ଦଶାଫଳ ଏବଂ ଗ୍ରହବେଧ ବିଚାର କରିବା ଆବଶ୍ୟକ। ତା’ଛଡ଼ା ଜନ୍ମରାଶି ସହ ଜନ୍ମଲଗ୍ନରୁ ମଧ୍ୟ ବିଚାର କରାଯାଇଥାଏ। ମନେକର ଜଣକର ଧନୁରାଶି ଓ ମୀନଲଗ୍ନ। ବର୍ତ୍ତମାନ ବୃହସ୍ପତି ଧନୁକୁ ଚଳିଲା ପରେ ଏ ପ୍ରକାର ବୃହସ୍ପତିଙ୍କୁ କୁହାଯିବ ଧନୁରାଶିବାଲାଙ୍କର ଜନ୍ମବୃହସ୍ପତି। ଶାସ୍ତ୍ରରେ ଅଛି- ‘ଜନ୍ମରାଶୌ ସୁରାଚାର୍ଯ୍ୟେ ରାମୋ ରାଜା ବନଂ ଗତଃ’- ଅର୍ଥାତ୍‌ ଜନ୍ମରାଶିରେ ବୃହସ୍ପତି ଥିବାବେଳେ ରାଜା ରାମଙ୍କୁ ରାଜ୍ୟ ହରାଇ ବନବାସ ଦୁଃଖ ଭୋଗ କରିବାକୁ ପଡ଼ିଥିଲା। ତେଣୁ ଜନ୍ମବୃହସ୍ପତି ଅର୍ଥ, ସମ୍ପଦ, ରାଜ୍ୟ, ପଦପଦବୀ ନାଶ କରିଥାନ୍ତି। କିନ୍ତୁ ଉପରୋକ୍ତ ବ୍ୟକ୍ତିଙ୍କର ତାହା ହେବ ନାହିଁ। କାରଣ ବୃହସ୍ପତି ତାଙ୍କର ଜନ୍ମଲଗ୍ନ ମୀନରୁ ଦଶମ ଭାବରେ ଅବସ୍ଥାନ କରୁଛନ୍ତି ଏବଂ ତାଙ୍କର ଶୁଭଦୃଷ୍ଟି ଦ୍ୱିତୀୟ (ଧନ ଭାବ), ଚତୁର୍ଥ (ସୁଖ, ଜମିବାଡ଼ି, ଗାଡ଼ି) ଓ ଷଷ୍ଠ (ଚାକିରି, ରୋଗ, ଶତ୍ରୁ, ଋଣ) ଭାବକୁ ରହିଥିବାରୁ ସେହିସବୁ ଭାବର ଶୁଭଫଳ ମିଳିବ। ତାଙ୍କର ଚାକିରି ଓ କର୍ମ କ୍ଷେତ୍ରରେ ଉନ୍ନତି ହେବ। ରୋଗ, ଋଣ ଓ ଶତ୍ରୁ ନାଶ ହେବ। ଧନ, ସୁଖ, ଗାଡ଼ି, ଜମି ଇତ୍ୟାଦି ଲାଭ ହେବ। ଗୃହନିର୍ମାଣାଦି ବଡ଼କାର୍ଯ୍ୟ ପାଇଁ ଋଣସୂତ୍ରରେ ଅର୍ଥଲାଭର ମଧ୍ୟ ସମ୍ଭାବନା ଅଛି। ଜନ୍ମରାଶିଠାରୁ ଜନ୍ମଲଗ୍ନ ଅଧିକ ବଳବାନ ହୋଇଥିଲେ ଏହି ଫଳ ମିଳିବା ନିଶ୍ଚିତ। ବିଶିଷ୍ଟ ଜ୍ୟୋତିର୍ବିଦ୍‌ କୃଷ୍ଣମୂର୍ତ୍ତି ତ କେବଳ ଲଗ୍ନରୁ ହିଁ ବିଚାର କରିବାକୁ ପରାମର୍ଶ ଦେଇଛନ୍ତି।
ତା’ଛଡ଼ା ଜ୍ୟୋତିଷଶାସ୍ତ୍ରରେ ଆଉ ଏକ ପାଠ ଅଛି ଯାହାର ନାମ ଅଷ୍ଟକବର୍ଗ ବିଚାର। ଲଗ୍ନ ଓ ଗ୍ରହଗୁଡ଼ିକର ପାରସ୍ପରିକ ସ୍ଥିତିକୁ ନେଇ ତାହା ବିଚାର କରାଯାଇଥାଏ। ବ୍ୟକ୍ତିଗତ ଜାତକରେ ବୃହସ୍ପତିଙ୍କ ଅଷ୍ଟକବର୍ଗରେ ଯଦି ସେ ଧନୁରାଶିରେ ଚାରୋଟିରୁ ଅଧିକ ଅର୍ଥାତ୍‌ ପାଞ୍ଚୋଟି, ଛଅଟି ବା ସାତୋଟି ଶୁଭବିନ୍ଦୁ ପାଇଥାନ୍ତି ତେବେ ଜନ୍ମବୃହସ୍ପତି ହେଲେ ବି ସେ ଶୁଭଫଳ ଦେବେ। ପୁଣି ଶୁଭସ୍ଥାନସ୍ଥ ଗ୍ରହ ବି ଶୁଭଫଳ ଦେଇପାରନ୍ତି ନାହିଁ ଯଦି ସେ ନୀଚସ୍ଥ, ଅସ୍ତଂଗତ ବା ଅନ୍ୟ ପ୍ରକାରେ ଦୁର୍ବଳ ହୋଇଥାନ୍ତି କିମ୍ବା ତାଙ୍କର ବେଧସ୍ଥାନରେ ଅନ୍ୟ ଗ୍ରହ ଅବସ୍ଥାନ କରିଥାନ୍ତି।
ଶାସ୍ତ୍ରରେ ଅଛି- ”ଜୀବେ ଦ୍ୱିତୀୟେ ଧନଧାନ୍ୟଭୋଗୀ, ସୁତାର୍ଥଲାଭୋ ନବପଞ୍ଚକେଷୁ। ଯାମିତ୍ରସଂସ୍ଥେ ବିପୁଳା ଚ ଲକ୍ଷ୍ମୀଶ୍ଚୈକାଦଶେ ସର୍ବଫଳଂ ଦଦାତି।ା“ ଅର୍ଥାତ୍‌ ବୃହସ୍ପତି ଜନ୍ମରାଶିରୁ ଦ୍ୱିତୀୟରେ ଥିଲେ ଧନଧାନ୍ୟଭୋଗୀ କରାନ୍ତି, ନବମ ବା ପଞ୍ଚମରେ ଥିଲେ ସୁତ ଓ ଅର୍ଥଲାଭ କରାନ୍ତି, ସପ୍ତମରେ ଥିଲେ ବିପୁଳ ଲକ୍ଷ୍ମୀର ଅଧିକାରୀ କରାନ୍ତି ଏବଂ ଏକାଦଶରେ ଥିଲେ ଉପରୋକ୍ତ ସବୁ ସୁଫଳ ଜାତକ ପାଇଥାଏ। ଅର୍ଥାତ୍‌ ବୃହସ୍ପତି ମେଷ, ମିଥୁନ, ସିଂହ, ବିଛା ଓ କୁମ୍ଭ ରାଶିର ଗୋଚରରେ ଶୁଭଫଳ ପ୍ରଦାନ କରିବେ। ଏତଦ୍‌ଭିନ୍ନ ରାଶିମାନଙ୍କର ଅଶୁଭଫଳ ପ୍ରଦାନ କରିବେ। ଶାସ୍ତ୍ରରେ ଅଶୁଭସ୍ଥାନସ୍ଥ ବୃହସ୍ପତିଙ୍କ ଫଳ ବିଷୟରେ ଲେଖାଅଛି- ”ଜନ୍ମରାଶୌ ସୁରାଚାର୍ଯ୍ୟେ ରାମୋ ରାଜା ବନଂ ଗତଃ, ତୃତୀୟେ ଚ ବଳିର୍ବଦ୍ଧୋ ଚତୁର୍ଥେ ବିଂଶଲୋଚନଃ। ଦ୍ୱାଦଶେ ସଗରୋ ରାଜା ଦଶମେ ମଧୁକୈଟଭୌ, ଅଷ୍ଟମେ କୁରୁରାଜା ଚ ଷଷ୍ଠେ କର୍ଣ୍ଣୋ ନିପାତିତଃ।ା“ ମୋଟ ଉପରେ ବୃହସ୍ପତି ଜନ୍ମରାଶିରେ ରହିଲେ ଭୟ, ଦ୍ୱିତୀୟରେ ରହିଲେ ଧନଧାନ୍ୟ ଲାଭ, ତୃତୀୟରେ ଶରୀରପୀଡା, ଚତୁର୍ଥରେ ଧନହାନି, ଅପ୍ରିୟତା, ପଞ୍ଚମରେ ସନ୍ତାନସୁଖ ଓ ଧନସମ୍ପଦ ଲାଭ, ଷଷ୍ଠରେ ରୋଗ ଓ ଶତ୍ରୁବୃଦ୍ଧି, ସପ୍ତମରେ ଲକ୍ଷ୍ମୀପ୍ରାପ୍ତି, ସମ୍ମାନଲାଭ, ଅଷ୍ଟମରେ ସ୍ବାସ୍ଥ୍ୟ ଓ ସମ୍ପଦ ନାଶ, ନବମରେ ଧନଲାଭ, ଦଶମରେ ପ୍ରଣୟଭଙ୍ଗ, ପ୍ରୀତିନାଶ, ଏକାଦଶରେ ଧନ ଓ ସମ୍ମାନ ପ୍ରାପ୍ତି ଏବଂ ଦ୍ୱାଦଶରେ ବ୍ୟୟ ବୃଦ୍ଧି ଓ ଶରୀର କ୍ଳେଶ ପରି ଫଳ ପ୍ରଦାନ କରିଥାନ୍ତି।
ଗ୍ରହ କେଉଁ ରାଶିର କେଉଁ ନକ୍ଷତ୍ରକୁ ଚଳୁଛନ୍ତି ଏବଂ କର୍ତ୍ତାଙ୍କ ଜନ୍ମନକ୍ଷତ୍ର କ’ଣ ତାହା ଉପରେ ମଧ୍ୟ ସେ ଶୁଭ କି ଅଶୁଭ ଫଳ ଦେବେ ତାହା ନିର୍ଭର କରେ। ଏହା ଜାଣିବା ପାଇଁ ଏକ ସୂତ୍ର ଅଛି। ଗ୍ରହର ଚଳନ ନକ୍ଷତ୍ର ସଂଖ୍ୟା (ବର୍ତ୍ତମାନ ବୃହସ୍ପତିଙ୍କ ଚଳନ ନକ୍ଷତ୍ର ସଂଖ୍ୟା ୨୧), କର୍ତ୍ତାଙ୍କ ଜନ୍ମନକ୍ଷତ୍ର ସଂଖ୍ୟା ଓ ଜନ୍ମରାଶି ସଂଖ୍ୟାକୁ ମିଶାଇ ମିଶାଣଫଳକୁ ୮ ଦ୍ୱାରା ଭାଗ କରନ୍ତୁ। ଭାଗଶେଷ ୧ ରହିଲେ ପ୍ରୀତିଲାଭ, ୨ ରହିଲେ ତୀର୍ଥଦର୍ଶନ, ୩ ରହିଲେ ଲକ୍ଷ୍ମୀପ୍ରାପ୍ତି, ୪ ରହିଲେ ଦ୍ରବ୍ୟହାନି, ୫ ରହିଲେ ଦୁଃଖଲାଭ, ୬ ରହିଲେ ଭୂମି ଓ ଅର୍ଥଲାଭ, ୭ ରହିଲେ କଳହ ଓ ସମ୍ମାନହାନି ଏବଂ ଶୂନ ରହିଲେ ଶସ୍ତ୍ରାଘାତ।
ଗ୍ରହ ଚଳନ ସମୟରେ ଚନ୍ଦ୍ର କେଉଁ ରାଶିରେ ଅଛି ତାହା ମଧ୍ୟ ବିଚାର୍ଯ୍ୟ। ଯଦି ବୃହସ୍ପତି ଚଳନ ସମୟରେ କର୍ତ୍ତାଙ୍କ ଜନ୍ମରାଶିକୁ ଚନ୍ଦ୍ର ଶୁଭ ଥିବେ ତେବେ ବୃହସ୍ପତି ଶୁଭ ହୋଇଥିଲେ ପୂର୍ଣ୍ଣ ଶୁଭ ଏବଂ ଅଶୁଭ ହୋଇଥିଲେ ଅଧା ଅଶୁଭ ଫଳ ଦେବେ। ଚନ୍ଦ୍ର ଅଶୁଭ ହୋଇଥିଲେ ଶୁଭ ବୃହସ୍ପତି ଅଧା ଶୁଭ ଏବଂ ଅଶୁଭ ବୃହସ୍ପତି ପୂର୍ଣ୍ଣ ଅଶୁଭ ଫଳ ଦେବେ। ଉପରେ ବୃହସ୍ପତିଙ୍କ ଧନୁକୁ ଚଳନ ସମୟ ଯାହା ଲେଖା ଅଛି ସେହି ସମୟରେ ଚନ୍ଦ୍ର ତୁଳାରାଶିରେ ଥିବେ। ସୁତରାଂ ମେଷ, ମିଥୁନ, ସିଂହ, କୁମ୍ଭ ରାଶିର ଗୋଚରରେ ଶୁଭ ଏବଂ ଚନ୍ଦ୍ର ଶୁଭ ହେତୁ ଅତିଶୁଭ ଫଳ ପ୍ରଦାନ କରିବେ। ବିଛା ରାଶିର ଗୋଚରରେ ଶୁଭ ଓ ଚନ୍ଦ୍ର ଅଶୁଭ ହେତୁ ମଧ୍ୟମ ଶୁଭଫଳ ପ୍ରଦାନ କରିବେ। ବୃଷ, କନ୍ୟା, ତୁଳା, ଧନୁ ଓ ମକର ରାଶିର ଗୋଚରରେ ଅଶୁଭ ମାତ୍ର ଚନ୍ଦ୍ର ଶୁଭ ହେତୁ ସମଫଳ ପ୍ରଦାନ କରିବେ। କର୍କଟ ଓ ମୀନ ରାଶିର ଗୋଚରରେ ଅଶୁଭ ଏବଂ ଚନ୍ଦ୍ର ଅଶୁଭ କାରଣରୁ ଅତି ଅଶୁଭଫଳ ପ୍ରଦାନ କରିବେ।
୨, ୫, ୭, ୯, ୧୧ ବୃହସ୍ପତିଙ୍କର ଶୁଭସ୍ଥାନ ହୋଇଥିବା ବେଳେ ତାଙ୍କର ବେଧସ୍ଥାନଗୁଡ଼ିକ ହେଉଛି ଯଥାକ୍ରମେ ୧୨, ୪, ୩, ୧୦, ୮। ଏଠାରେ ବିଛାରାଶିକୁ ୨ୟ ବୃହସ୍ପତି କିନ୍ତୁ ୧୨ଶ ବେଧସ୍ଥାନରେ ଚନ୍ଦ୍ର ଏବଂ ମେଷରାଶିକୁ ୯ମ ବୃହସ୍ପତି କିନ୍ତୁ ୧୦ ବେଧସ୍ଥାନରେ ଶନି ଥିବାରୁ ୨ୟ ଓ ୯ମ ପରି ଶୁଭସ୍ଥାନସ୍ଥ ବୃହସ୍ପତି ମଧ୍ୟ ଶୁଭଫଳ ଦେଇପାରିବେ ନାହିଁ।
ଅଶୁଭ ବୃହସ୍ପତିଙ୍କ ପ୍ରତିକାର ପାଇଁ ଗୁଡ, ହଳଦୀଖଣ୍ଡ, ହଳଦିଆ ଧାନ, ହଳଦିଆ ବସ୍ତ୍ର, ପଦ୍ମରାଗ ମଣି, ଲୁଣ ଆଦି ଗ୍ରହବିପ୍ରଙ୍କୁ ଦକ୍ଷିଣା ସହ ଦାନ କରାଯାଏ। ଏତଦ୍‌ବ୍ୟତୀତ ବ୍ରହ୍ମଯଷ୍ଟି ମୂଳକୁ ବ୍ରାହ୍ମଣଙ୍କ ଦ୍ୱାରା ନିଜ ନାମ, ଗୋତ୍ରରେ ଅଭିମନ୍ତ୍ରିତ କରାଇ ୧୦୮ ଆହୁତି ପ୍ରଦାନପୂର୍ବକ ହୋମ କରାଇ ସ୍ତ୍ରୀଲୋକମାନେ ବାମ ଏବଂ ପୁରୁଷଲୋକମାନେ ଦକ୍ଷିଣବାହୁରେ ଧାରଣ କଲେ ଅଶୁଭଫଳ ହ୍ରାସ ପାଇଥାଏ। ଜପ ମନ୍ତ୍ର: ‘ଓଁ ବୃଂ ବୃହସ୍ପତୟେ ନମଃ।’
ଶେଷରେ ଏତିକି କହିବା କଥା ଯେ, ମଣିଷ ତା’ର କର୍ମ ଅନୁସାରେ ଫଳ ପାଇଥାଏ। ଗ୍ରହମାନେ କେବଳ ଅନୁପ୍ରେରିତ କରନ୍ତି। ଯେଉଁମାନେ ସତ୍‌ନିଷ୍ଠ, ଆଦର୍ଶନିଷ୍ଠ, ଗୁରୁନିଷ୍ଠ ସେମାନେ ଖରାପ ଅନୁପ୍ରେରଣାର ବଶୀଭୂତ ହୁଅନ୍ତି ନାହିଁ। ସେମାନେ ପରିବେଶରୁ ଖରାପ କିଛି ଗ୍ରହଣ କରନ୍ତି ନାହିଁ। ତେଣୁ ସେମାନେ ଗ୍ରହଦୋଷ (ଗ୍ରହଣ କରିବାର ଦୋଷ)ରେ ପୀଡ଼ିତ ହୁଅନ୍ତି ନାହିଁ। ଆଦର୍ଶନିଷ୍ଠ ହୁଅନ୍ତୁ, ସତ୍‌କର୍ମ କରନ୍ତୁ, ସବୁ ପ୍ରକାର ଖରାପଠାରୁ ଦୂରରେ ରହନ୍ତୁ, ଗ୍ରହଦୋଷର କୁପ୍ରଭାବ ଦ୍ୱାରା କ୍ଷତିଗ୍ରସ୍ତ ହେବେ ନାହିଁ।
ଶ୍ରୀରାମନଗର, ଭୁବନେଶ୍ୱର, ମୋ-୭୦୦୮୯୬୦୫୦୨, ଇମେଲ୍‌: dolagovinda@gmail.com


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri