‘ଧଡକନ’ଫିଲ୍ମର ସିକ୍ୱୁଏଲରେ ନିଜ ପୁଅକୁ ଦେଖିବାକୁ ଚାହୁଁଛନ୍ତି ସୁନିଲ

ମୁମ୍ବାଇ: ଅକ୍ଷୟ କୁମାର, ସୁନିଲ ସେଟ୍ଟି ଓ ଶିଳ୍ପା ସେଟ୍ଟିଙ୍କ ଅଭିନୀତ ଫିଲ୍ମ ‘ଧଡକନ’ ଦିନେ ବକ୍ସ ଅଫିସରେ ଭଲ ବିଜନେସ୍‌ କରିଥିବା ବେଳେ ଦର୍ଶକେ ଏହାକୁ ଖୁବ୍‌ ପସନ୍ଦ ମଧ୍ୟ କରିଥିଲେ। ଏବେ ଏହି ଫିଲ୍ମର ସିକ୍ୱୁଏଲ ନିର୍ମାଣ କିରାଯିବ ବୋଲି ଶୁଣିବାକୁ ମିଳିଛି। ଏହାକୁ ନେଇ କିଛିଦିନ ହେବ କିଛି ନା କିଛି ଖବର ଆସୁଥିବା ବେଳେ ଏବେ ଏହାର ଅଭିନେତା ସୁନିଲ ସେଟ୍ଟି କହିଛନ୍ତି ‘ଧଡକନ’ ସିକ୍ୱୁଏଲରେ କାମ କରିବାର ବୟସ ଅତିକ୍ରମ କରିଗଲାଣି। ତେଣୁ ଏହି ସିକ୍ୱୁଏଲରେ ଯଦି ମୋର ପୁଅ ଓ ଅକ୍ଷୟଙ୍କ ପୁଅଙ୍କୁ ଲିଡ୍‌ ରୋଲରେ ନିଆଯାଆନ୍ତା ତେବେ ଦର୍ଶକେ ଏହାକୁ ବେଶ୍‌ ପସନ୍ଦ କରନ୍ତେ। ଏବେ ଶିଳ୍ପାଙ୍କ ଝିଅ ଖୁବ୍‌ ଛୋଟ ହୋଇଥିବାରୁ ସେ ତାଙ୍କ ନାମ ପ୍ରସ୍ତାବ ଦେଇପାରୁ ନାହାନ୍ତି। ନ ହେଲେ ଶିଳ୍ପାଙ୍କ ଝିଅଙ୍କୁ ମଧ୍ୟ ସୁନିଲ ‘ଧଡକନ’ ର ସିକ୍ୱୁଏଲରେ ଦେଖିବାକୁ ଚାହିଁଥାଆନ୍ତେ ବୋଲି ନିକଟରେ ଏକ ସାକ୍ଷାତ୍‌କାରରେ କହିଛନ୍ତି। ‘ଧଡକନ’ ଫିଲ୍ମରୁ ହିଁ ତାଙ୍କର କ୍ୟାରିୟର ଆରମ୍ଭ ହୋଇଥିଲା ବୋଲି ସୁନିଲ କୁହନ୍ତି। କାରଣ ଏହା ପୂର୍ବରୁ ତାଙ୍କ ଫିଲ୍ମ ଦେଖି ଅନେକ କହୁଥିଲେ ତାଙ୍କୁ ଅଭିନୟ ଜଣା ନାହିଁ ବୋଲି। କିନ୍ତୁ ‘ଧଡକନ’ ତାଙ୍କ କ୍ୟାରିୟରକୁ ବଦଳାଇ ଦେବାସହ ତାଙ୍କ ପାଇଁ ଏକ ନୂଆ ପରିଚୟ ଆଣିଦେଇଥିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ହଠାତ୍‌ ୱାଙ୍ଗଚୁକଙ୍କୁ ଭେଟିବାକୁ ଗଲେ ଜେପି ନଡ୍ଡା: ବଢିଲା…

ନୂଆଦିଲ୍ଲୀ,୨୨।୭: ଜଳବାୟୁ କର୍ମୀ ଏବଂ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ…

ଅଟକରୁ ମୁକ୍ତ ହେବା ପରେ ୪ ବଡ଼ ସର୍ତ୍ତ ରଖିଲେ ରାହୁଲ ଗାନ୍ଧୀ, ସରକାରଙ୍କୁ ପଶିଲା ଭୟ

ନୂଆଦିଲ୍ଲୀ,୨୨।୭: NEET-UG ପରୀକ୍ଷାରେ ଅନିୟମିତତା ଏବଂ ଛାତ୍ରୀଛାତ୍ରଙ୍କ ଉପରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶର ରାଜଧାନୀରେ ରାଜନୈତିକ ପାରା ଚଢ଼ିବାରେ ଲାଗିଛି। ଲୋକ ସଭାର ବିରୋଧୀ…

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri