‘ଧଡକନ’ଫିଲ୍ମର ସିକ୍ୱୁଏଲରେ ନିଜ ପୁଅକୁ ଦେଖିବାକୁ ଚାହୁଁଛନ୍ତି ସୁନିଲ

ମୁମ୍ବାଇ: ଅକ୍ଷୟ କୁମାର, ସୁନିଲ ସେଟ୍ଟି ଓ ଶିଳ୍ପା ସେଟ୍ଟିଙ୍କ ଅଭିନୀତ ଫିଲ୍ମ ‘ଧଡକନ’ ଦିନେ ବକ୍ସ ଅଫିସରେ ଭଲ ବିଜନେସ୍‌ କରିଥିବା ବେଳେ ଦର୍ଶକେ ଏହାକୁ ଖୁବ୍‌ ପସନ୍ଦ ମଧ୍ୟ କରିଥିଲେ। ଏବେ ଏହି ଫିଲ୍ମର ସିକ୍ୱୁଏଲ ନିର୍ମାଣ କିରାଯିବ ବୋଲି ଶୁଣିବାକୁ ମିଳିଛି। ଏହାକୁ ନେଇ କିଛିଦିନ ହେବ କିଛି ନା କିଛି ଖବର ଆସୁଥିବା ବେଳେ ଏବେ ଏହାର ଅଭିନେତା ସୁନିଲ ସେଟ୍ଟି କହିଛନ୍ତି ‘ଧଡକନ’ ସିକ୍ୱୁଏଲରେ କାମ କରିବାର ବୟସ ଅତିକ୍ରମ କରିଗଲାଣି। ତେଣୁ ଏହି ସିକ୍ୱୁଏଲରେ ଯଦି ମୋର ପୁଅ ଓ ଅକ୍ଷୟଙ୍କ ପୁଅଙ୍କୁ ଲିଡ୍‌ ରୋଲରେ ନିଆଯାଆନ୍ତା ତେବେ ଦର୍ଶକେ ଏହାକୁ ବେଶ୍‌ ପସନ୍ଦ କରନ୍ତେ। ଏବେ ଶିଳ୍ପାଙ୍କ ଝିଅ ଖୁବ୍‌ ଛୋଟ ହୋଇଥିବାରୁ ସେ ତାଙ୍କ ନାମ ପ୍ରସ୍ତାବ ଦେଇପାରୁ ନାହାନ୍ତି। ନ ହେଲେ ଶିଳ୍ପାଙ୍କ ଝିଅଙ୍କୁ ମଧ୍ୟ ସୁନିଲ ‘ଧଡକନ’ ର ସିକ୍ୱୁଏଲରେ ଦେଖିବାକୁ ଚାହିଁଥାଆନ୍ତେ ବୋଲି ନିକଟରେ ଏକ ସାକ୍ଷାତ୍‌କାରରେ କହିଛନ୍ତି। ‘ଧଡକନ’ ଫିଲ୍ମରୁ ହିଁ ତାଙ୍କର କ୍ୟାରିୟର ଆରମ୍ଭ ହୋଇଥିଲା ବୋଲି ସୁନିଲ କୁହନ୍ତି। କାରଣ ଏହା ପୂର୍ବରୁ ତାଙ୍କ ଫିଲ୍ମ ଦେଖି ଅନେକ କହୁଥିଲେ ତାଙ୍କୁ ଅଭିନୟ ଜଣା ନାହିଁ ବୋଲି। କିନ୍ତୁ ‘ଧଡକନ’ ତାଙ୍କ କ୍ୟାରିୟରକୁ ବଦଳାଇ ଦେବାସହ ତାଙ୍କ ପାଇଁ ଏକ ନୂଆ ପରିଚୟ ଆଣିଦେଇଥିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାହାରୁଖଙ୍କ ସୁପରହିଟ ଫିଲ୍ମକୁ ପ୍ରତ୍ୟାଖ୍ୟାନ କରିଥିଲେ ଜୁହି ଚାୱଲା: ଜାଣନ୍ତୁ କାହିଁକି

ବଲିଉଡ୍‌ ଅଭିନେତ୍ରୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଥାଏ। ମାଧୁରୀ ଦୀକ୍ଷିତ ଏବଂ ଜୁହି ଚାୱଲାଙ୍କ ମଧ୍ୟରେ କିଛି ସମାନ ଘଣଟା ଘଟିଥିବା ଶୁଣିବାକୁ ମିଳିଥିଲା। ଯଦିଓ...

ଏହି ଲୋକପ୍ରିୟ ଅଭିନେତ୍ରୀଙ୍କୁ ବଲିଉଡ୍‌ର ଲେଡି ଅମିତାଭ ବଚ୍ଚନ କୁହାଯିବାପରେ , ରାଗିକି ବିଗ୍‌ ବି କହିଥିଲେ ଏମିତି

ବଲିଉଡ୍‌ ଅଭିନେତ୍ରୀ ଶ୍ରୀଦେବୀ ତାଙ୍କ ଅଭିନୟରେ କେବଳ ଅଭିନେତ୍ରୀମାନଙ୍କୁ ନୁହେଁ ବରଂ ବଡ଼ ବଡ଼ ଅଭିନେତାଙ୍କୁ ମଧ୍ୟ ପଛରେ ପକେଇ ଦେଉଥିଲେ। ସେ ବଲିଉଡର ପ୍ରଥମ...

ଶହନାଜ ଗିଲଙ୍କ ଅଲ ବ୍ଲାକ ଲୁକ୍‌

ମୁମ୍ବାଇ: ପଞ୍ଜାବି ସିଙ୍ଗର ଶହନାଜ ଗିଲ ଏବେ ଖୁବ୍ ଚର୍ଚ୍ଚାରେ । ପଞ୍ଜାବର କ୍ୟାଟ୍ରିନା କୈଫ ଭାବେ ପରିଚିତ ଶହନାଜ ବିଗ୍ ବସ୍ ୧୩ରେ ବି...

ଜଣେ ଗର୍ଭବତୀ ମହିଳା ପାଇଁ ଏହା ସବୁଠାରୁ ରୋମାଞ୍ଚକ ଖେଳ: କାହିଁକି ଏପରି କହିଲେ ଅନୁଷ୍କା

ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବିଆର)ର ବିଜୟକୁ ନେଇ ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ବହୁତ ଖୁସି ଅଛନ୍ତି।...

ପ୍ରଖ୍ୟାତ ଅଭିନେତା ଶ୍ରୀରାମ ଲାଗୁଙ୍କ ପରଲୋକ

ନୂଆଦିଲ୍ଲୀ,୧୮।୧୨:ବଲିଉଡର ପ୍ରଖ୍ୟାତ ଅଭିନେତା ଶ୍ରୀରାମ ଲାଗୁଙ୍କ ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ଘଟିଛି। ତାଙ୍କୁ ୯୨ ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ପୁନେସ୍ଥିତ...

ତମନ୍ନାଙ୍କ ଘରକୁ ପଶିଲା କରୋନା: ପୋଷ୍ଟ ଲେଖି ପ୍ରଶଂସକଙ୍କୁ କଲେ ଏଭଳି ନିବେଦନ

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ସିନେମାର ଭେଟେରାନ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ମାତାପିତା କରୋନା ପଜିଟିଭ୍‌ ହୋଇଛନ୍ତି। ତାଙ୍କ ପିତାମାତାଙ୍କଠାରେ କରୋନାଙ୍କର ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଥିଲା।...

ଅକ୍ଟୋବରରେ ରିଲିଜ ହେବ ‘ତେଜସ’, ପାଇଲଟ ଭୂମିକାରେ ନଜର ଆସିବେ କଙ୍ଗନା

ମୁମ୍ବାଇ: ଏବେ ଫିଲ୍ମ ‘ଚନ୍ଦ୍ରମୁଖୀ ୨’ ସହିତ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ବକ୍ସ ଅଫିସରେ ଧମାଲ କରୁଛନ୍ତି। ତାଙ୍କ ଅଭିନୀତ ଫିଲ୍ମ ‘ତେଜସ’ ଅକ୍ଟୋବରରେ...

ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ସଲମାନ, ଅକ୍ଷୟ କୁମାର

ମୁମ୍ବାଇ,୩ା୬: ବାଲେଶ୍ୱର ଜିଲା ବାହାନଗା ଷ୍ଟେଶନ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଶାଲିମାର-ଚେନ୍ନାଇ ସେଣ୍ଟ୍ରାଲ କରମଣ୍ଡଳ ଏକ୍ସପ୍ରେସ୍‌(୧୨୮୪୧) ଓ ବେଙ୍ଗାଲୁରୁ-ହାଓ୍ବଡ଼ା ସୁପରଫାଷ୍ଟ...

Advertisement
Archives

Model This Week