ଦ.ପୂ. ରେଳପଥ ଜିଏମ୍‌ଙ୍କ ବଡ଼ବିଲ ଗସ୍ତ: ବଡ଼ବିଲ-ବାଂଶପାଣି ରେଳପଥ ଦାବି ଦୋହରାଇଲା ବିକାଶ ପରିଷଦ

ବଡ଼ବିଲ,୨୯।୯(ସ୍ବ.ପ୍ର.)- ଦ.ପୂ. ରେଳବାଇ ଜିଏମ ସଞ୍ଜୟ କୁମାର ମହାନ୍ତି ଶନିବାର ସାରେ କେନ୍ଦୁଝର ଜିଲା ବଡ଼ବିଲ ରେଳଷ୍ଟେଶନ ପରିଦର୍ଶନରେ ଆସି ପହଞ୍ଚିଥିଲେ। ଏହି ଅବସରରେ ବଡ଼ବିଲ ବିକାଶ ପରିଷଦର ସଦସ୍ୟଙ୍କ ସମେତ ସ୍ଥାନୀୟ ଲୋକେ ତାଙ୍କୁ ଭେଟି ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ। ଜିଏମଙ୍କ ସହ ଆଲୋଚନା ଅବସରରେ ବଡ଼ବିଲ-ବାଂଶପାଣି ରେଳପଥ ସଂଯୋଗୀକରଣ ଦାବିକୁ ଦୋହରାଇଥିଲା ବିକାଶ ପରିଷଦ। ଏଥିସହ ଷ୍ଟେଶନ ପରିସରରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପାର୍କିଂ ବ୍ୟବସ୍ଥା ସମେତ ପ୍ରବେଶ ଓ ପ୍ରସ୍ଥାନ ପଥ, ବିଶ୍ରାମ କକ୍ଷ, ବାକି ଥିବା ପ୍ଲାଟଫର୍ମର ଛପର ନିର୍ମାଣ ଲାଗି ଦାବି କରାଯାଇଥିଲା। ସେହିପରି ବଡବିଲର ଦଇୁଟି ଲେଭଲ କ୍ରସିଂ ନିକଟରେ ଫ୍ଲାଇ ଓଭର ନିର୍ମାଣ କାର୍ଯ୍ୟ ଦୀର୍ଘ ୧ ବର୍ଷ ହେବ ଆରମ୍ଭ ହୋଇଥିଲେ ମଧ୍ୟ ମନ୍ଥର ଗତିରେ କାମ ଚାଲିଥିବାରୁ ଏହାକୁ ତ୍ୱରାନ୍ବିତ କରିବା ସକାଶେ ଦାବି କରାଯାଇଥିଲା।
ଜିଏମ ମହାନ୍ତି ଏସବୁ ଦାବି ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଥିଲେ। ଉଲ୍ଲେଖନୀୟ ଯେ, ବଡ଼ବିଲ-ବାଂଶପାଣି ରେଳପଥ ସଂଯୋଗୀକରଣ ଲାଗି ବଡ଼ବିଲ ବିକାଶ ପରିଷଦ ୩ ବର୍ଷ ତଳେ ଦାବିପତ୍ର ପ୍ରଦାନ କରିଥିଲା। ରେଳବାଇ କର୍ତ୍ତୃପକ୍ଷଙ୍କ ଅବହେଳା ପ୍ରତିବାଦରେ ଧାରଣା ଆନ୍ଦୋଳନ କରାଯାଇଥିଲା। ଏହି ରେଳପଥ ନିର୍ମାଣ ହେଲେ ଅଞ୍ଚଳର ବିକାଶ ତ୍ୱରାନ୍ବିତ ହେବ ବୋଲି ପରିଷଦ ଜଣାଇଥିଲା। ଏଯାଏ ସର୍ଭେ କାର୍ଯ୍ୟ ହୋଇ ନ ଥିବାରୁ ପରିଷଦର ସଦସ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ। ଜିଏମ ମହାନ୍ତି ଆଲୋଚନା ପୂର୍ବରୁ ଷ୍ଟେଶନ ପରିସର ବୁଲି ଦେଖିଥିଲେ। ରାତ୍ର ପ୍ରାୟ ସାଢେ ୮ଟା ବେଳେ ଟ୍ରେନ ଯୋଗେ ଫେରି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସର ବଡ଼ଧରଣ ଚଢ଼ାଉ: ୮୦ ଲକ୍ଷ ଟଙ୍କାର ୮୦ଟି ବ୍ୟାଙ୍କ ଆକାଉଣ୍ଟ ଜବତ, ୧୧ ଗିରଫ

ହାଟଡିହୀ/ଛେନାପଦୀ, ୧୮/୫ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲାରେ ବାଲି ବ୍ୟବସାୟୀ ଓ ମାଫିଆଙ୍କ ବିରୋଧରେ ପୋଲିସ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ଜିଲା ଏସ୍‌ପି…

ନିଆରା ଢଙ୍ଗରେ କଳାକାର କଲେ ପ୍ରତିବାଦ: ମୃଦଙ୍ଗ, ଝାଞ୍ଜରେ କମ୍ପିଉଠିଲା ବ୍ଲକ ପରିସର

ହାଟଡିହୀ/ଛେନାପଦୀ, ୧୮।୫ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲାର ହାଟଡିହୀ ବ୍ଲକ ବିଡ଼ିଓ କାର୍ଯ୍ୟାଳୟ ସମ୍ମୁଖରେ କଳାକାରମାନେ ଦେଇଥିବା ଧାରଣା ସୋମବାର ପ୍ରତ୍ୟାହୃତ ହୋଇଛି। ଉପଯୁକ୍ତ ପଦକ୍ଷେପ…

କେନ୍ଦୁଝରରେ ଚାଞ୍ଚଲ୍ୟ, ବନ୍ଧୁକ ଦେଖାଇ ଲୁଟି ନେଲେ ୮ ଲକ୍ଷ ଭତ୍ତା ଟଙ୍କା

କେନ୍ଦୁଝର,୧୮।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ବାଉରୀ ପଦା ପଞ୍ଚାୟତର ପିଇଓଙ୍କ ଠାରୁ ଭତ୍ତା ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଫାଙ୍କା ଗୁଳି ଚାଳନା କରି…

ମଦ୍ୟପଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଅଭିଯାନ, ୨୦ରୁ ଉର୍ଦ୍ଧ୍ବ ଅଟକ

ହାଟଡିହୀ/ଛେନାପଦୀ,୧୮।୫(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପୋଲିସ ସର୍ବସାଧାରଣ ସ୍ଥାନରେ ଖୋଲାଖୋଲି ମଦ୍ୟପାନ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଏକ କାର୍ଯ୍ୟାନୁଷ୍ଠାନ ଅଭିଯାନ ଆରମ୍ଭ କରିଛି…

ସକାଳୁ ସକାଳୁ ବ୍ଲକ ଉପାଧ୍ୟକ୍ଷଙ୍କ ଘରେ ଚଢ଼ାଉ, ସ୍ପେଶାଲ ସ୍କ୍ବାଡ୍‌ ନିଯୁକ୍ତ ହୋଇ…

କେନ୍ଦୁଝର/ହାଟଡିହୀ/ଛେନାପଦୀ/ବଞ୍ଚୋ ,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡ଼ା/ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଏକାଧିକ ଟିମ୍‌ ଗଠନ କରି ଆନନ୍ଦପୁର…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

ଧାରଣାରେ ବସିଲେ କଳାକାର, ପ୍ରତ୍ୟାହୃତ ପାଇଁ ଆସୁଛି ଧମକ, ଧାରଣାସ୍ଥଳରେ…

ହାଟଡିହୀ,୧୭ା୫(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଡିଓଙ୍କ ଅଫିସ ସମ୍ମୁଖରେ କଳାକାରମାନେ ଧୂ ଧୂ ଖରା, ଗୁଳୁଗୁଳିରେ ଚଳିତ ମାସ ଗତ ୧୫ରୁ ଧାରଣା…

ମହଜୁଦ୍‌ ଅଛି ପର୍ଯ୍ୟାପ୍ତ ତେଲ, ଆତଙ୍କିତ ନ ହେବାକୁ ଅନୁରୋଧ

ବଞ୍ଚୋ,୧୭ା୫(ପ୍ରଦୋଷ କୁମାର ବିଶ୍ୱାଳ):କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ରହିଥିବା ସୂଚନା ମିଳିଛି। ଇନ୍ଧନ ସଙ୍କଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri