Posted inଖେଳ

ଦ୍ୱିତୀୟ ଟି୨୦: ଭାରତର ସହଜ ବିଜୟ

ଇନ୍ଦୋର, ୮।୧(ପି.ଟି.)- ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ପରେ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଉପଯୋଗୀ ବ୍ୟାଟିଂ ବଳରେ ଭାରତ ସ୍ଥାନୀୟ ହୋଲକାର ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚରେ ଶ୍ରୀଲଙ୍କାକୁ ୭ ଉଇକେଟରେ ପରାସ୍ତ କରିଛି। ଶ୍ରୀଲଙ୍କା ପକ୍ଷରୁ ଧାର୍ଯ୍ୟ ୧୪୩ ରନ ବିଜୟ ଲକ୍ଷ୍ୟକୁ ଭାରତ ୧୭.୩ ଓଭରରେ ୩ ଉଇକେଟ ହରାଇ ହାସଲ କରିଛି। ଫଳରେ ଟିମ୍‌ ଇଣ୍ଡିଆ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀଲାଭ କରିଛି। ଗୁଆହାଟୀରେ ରବିବାର ଅନୁଷ୍ଠିତ ପ୍ରଥମ ଟି୨୦ ବର୍ଷା କାରଣରୁ ବାତିଲ ହୋଇଥିଲା।
ଲୋକେଶ ରାହୁଲ ଓ ଶିଖର ଧାଓ୍ବନ ଓପନିଂ ଯୋଡ଼ିରେ ୫୫ ବଲ୍‌ରୁ ୭୧ ରନ ସଂଗ୍ରହ କରି ଦଳର ବିଜୟ ପାଇଁ ପଥ ପରିଷ୍କାର କରିଥିଲେ। ଆକ୍ରମଣାତ୍ମକ ଖେଳି ୩୨ ବଲ୍‌ରୁ ୬ ଚୌକା ସହାୟତାରେ ୪୫ ରନ କରିଥିବାବେଳେ ରାହୁଲ ଓ୍ବାନିନ୍ଦୁ ହସରଙ୍ଗାଙ୍କ ବଲ୍‌ରେ ବୋଲ୍ଡ ହୋଇ ପ୍ୟାଭିଲିୟନ ଫେରିଥିଲେ। ୨୯ ବଲ୍‌ରୁ ୨ ଚୌକା ସହ ୩୨ ରନ କରିଥିବା ଧାଓ୍ବନ ଓ୍ବାନିନ୍ଦୁଙ୍କ ଦ୍ୱିତୀୟ ଶିକାର ହେବାରୁ ୧୧.୨ ଓଭରରେ ଭାରତ ସ୍କୋର ୮୬/୨ ହୋଇଥିଲା। ଶ୍ରେୟାସ ଆୟାରଙ୍କ ସହ କ୍ରିଜ୍‌ରେ ଯୋଗଦେଇ ଅଧିନାୟକ ବିରାଟ କୋହଲି ଦ୍ରୁତ ହାରରେ ରନ ସଂଗ୍ରହ ସହ ଦଳର ବିଜୟକୁ ସହଜ କରି ଦେଇଥିଲେ। ଭାରତ ବିଜୟ ଲକ୍ଷ୍ୟଠାରୁ ୬ ରନ ଦୂରରେ ଥିବାବେଳେ ବଡ଼ ଶଟ୍‌ ଖେଳିବାକୁ ଯାଇ ଆୟାର ଲାହିରୁ କୁମାରଙ୍କ ବଲ୍‌ରେ ଆଉଟ ହୋଇଥିଲେ। ସେ ୨୬ଟି ବଲ୍‌ର ସମ୍ମୁଖୀନ ହୋଇ ୩ ଚୌକା ଓ ୧ ଛକା ସହାୟତାରେ ୩୪ ରନ କରିଥିଲେ। ଏହି ଓଭରରେ ରିଷଭ ପନ୍ତ ଏକ ସିଙ୍ଗଲ ନେଇଥିବାବେଳେ କୋହଲି ତୃତୀୟ ବଲ୍‌ରେ ଛକା ମାରି ମ୍ୟାଚର ରୋମାଞ୍ଚକ ପରିସମାପ୍ତି ଘଟାଇଥିଲେ। ୧୭ଟି ବଲ୍‌ ଖେଳିଥିବା ବିରାଟ ୧ ଚୌକା ଓ ୨ ଛକା ସହ ୩୦ ରନ କରି ଅପରାଜିତ ରହିଥିଲେ।
ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଶ୍ରୀଲଙ୍କା ଭଲ ଆରମ୍ଭ କରିଥିଲେ ମଧ୍ୟ ଭାରତୀୟ ବୋଲରଙ୍କ ସମ୍ମୁଖୀନ ହୋଇ ନ ପାରି ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ଫଳରେ ଦଳ ବଡ଼ ସ୍କୋର ହାସଲ କରିପାରି ନ ଥିଲା। ଦଳ ତରଫରୁ ଉଇକେଟକିପର ବ୍ୟାଟ୍ସମ୍ୟାନ କୁଶଲ ପେରେରା ୨୮ଟି ବଲ୍‌ ଖେଳି ୩ଟି ଛକା ସହ ସର୍ବାଧିକ ୩୪ ରନ ସଂଗ୍ରହ କରିଥିଲେ। ଓପନର ଦନୁଷ୍କା ଗୁଣତିଲକା ୨୦, ଅଭିଷ୍କା ଫର୍ନାଣ୍ଡୋ ୨୨ ରନ ଥିଲେ। ଭାରତ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ସର୍ବାଧିକ ୩, ନବଦୀପ ସଇନୀ ଓ କୁଲଦୀପ ଯାଦବ ୨ଟି ଲେଖାଏ, ଯଶପ୍ରୀତ ବୁମ୍‌ରା ଓ ଓ୍ବାଶିଂଟନ ସୁନ୍ଦର ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର
ଶ୍ରୀଲଙ୍କା ୨୦ ଓଭରରେ ୧୪୨/୯(ପେରେରା-୩୪, ଅଭିଷ୍କା-୨୨, ଶାର୍ଦ୍ଦୁଳ-୩/୨୩, ସଇନୀ-୨/୧୮, କୁଲଦୀପ-୨/୩୮, ବୁମ୍‌ରା-୧/୩୨, ସୁନ୍ଦର-୧/୨୯)। ଭାରତ ୧୭.୩ ଓଭରରେ ୧୪୪/୩(ଲୋକେଶ-୪୫, ଆୟାର-୩୪, ଧାଓ୍ବନ-୩୨, କୋହଲି-୩୦*, ଓ୍ବାନିନ୍ଦୁ ହସରଙ୍ଗା-୨/୩୦, ଲାହିରୁ କୁମାର-୧/୩୦)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମ୍‌ସିଏ ନିର୍ବାଚନରେ ଭୋଟ ଦେଇପାରିବେ ତେନ୍ଦୁଲକର, ଭେଙ୍ଗସରକର

ମୁମ୍ବାଇ,୧।୧୦(ପିଟି): ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଓ ଦୀଲିପ ଭେଙ୍ଗସରକରଙ୍କ ସହ ୩୯ ଜଣ ଅନ୍ତର୍ଜାତୀୟ କ୍ରିକେଟର ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମ୍‌ସିଏ) ନିର୍ବାଚନରେ ଭୋଟ...

ୟୁଥ୍‌ ଲିଗ୍‌ ନିମନ୍ତେ ଫାଓ ଏକାଡେମୀ ଦଳ ଘୋଷିତ

କଟକ ଅଫିସ,୨୧ା୪-  ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ(ଏଆଇଏଫ୍‌ଏଫ) ଆନୁକୂଲ୍ୟରେ ଜାମସେଦପୁରଠାରେ ଆସନ୍ତା ୨୨ରୁ ହିରୋ ୟୁଥ୍‌ ଲିଗ୍‌ ଆରମ୍ଭ ହେବ। ଏଥିନିମନ୍ତେ ଶନିବାର ଫାଓ ଏକାଡେମୀ...

ହାଇଦ୍ରାବାଦର ସହଜ ବିଜୟ

ହାଇଦ୍ରାବାଦ, ୧୮।୪ (ପି.ଟି.)- ଘରୋଇ ପରିବେଶରୁ ଫାଇଦା ଉଠାଇ କେନ୍‌ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ସନ୍‌ରାଇଜର୍ସ ହାଇଦ୍ରାବାଦ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୩ତମ ମ୍ୟାଚ୍‌ରେ...

କୋହଲିଙ୍କ ଟେକ ରଖିଲେ ଏହି କ୍ରିକେଟର୍‌

ଶାରଜା,୬।୧୦: ଅକ୍ଟୋବର ୧୭ରୁ ଟି-୨୦ ବିଶ୍ୱକପ ୨୦୨୧ ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ଟି -୨୦ ବିଶ୍ୱକପ ଜିତିବା ପାଇଁ ଭାରତ ଏକ ଶକ୍ତିଶାଳୀ...

ଫିଞ୍ଚ୍‌ଙ୍କ ଶତକ: ଇଂଲଣ୍ଡକୁ ହରାଇ ସେମିରେ ଅଷ୍ଟ୍ରେଲିଆ

ଲଣ୍ଡନ, ୨୬।୬(ପି.ଟି.)- ଅଧିନାୟକ ଆରୋନ ଫିଞ୍ଚ୍‌ଙ୍କ ଶତକ ଓ ପରେ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ମଙ୍ଗଳବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଆୟୋଜକ ଇଂଲଣ୍ଡକୁ ୬୪...

ପୁଅ ବିଶ୍ୱର ଜଣେ ସର୍ବଶ୍ରେଷ୍ଠ କ୍ରିକେଟର, କୋଟି କୋଟି ଟଙ୍କା ରୋଜଗାର: ବାପା ଏବେ ବି ରେଳ ଷ୍ଟେଶନରେ ବିକୁଛନ୍ତି ବିସ୍କୁଟ

କୁହାଯାଏ, ପୁଅ କିମ୍ବା ଝିଅଟିଏ ଯଦି ରୋଜଗାରକ୍ଷମ ହୋଇ ନିଜ ଆୟରେ ଚଳିବା ସହ ପରିବାର ଚଳାଇଥାନ୍ତି ସେତେବେଳେ ମାବାପାଙ୍କ ଦୁଃଖ ଦୂର ହୁଏ। କିନ୍ତୁ...

ପଦ୍ମ ଧରିଲେ ସାଇନା ନେହଓ୍ବାଲ

ନୂଆଦିଲ୍ଲୀ, ୨୯।୧: ଭାରତର ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ ବୁଧବାର ଭଉଣୀ ଚନ୍ଦ୍ରାଂଶୁ ନେହଓ୍ବାଲଙ୍କ ସହ ଭାଜପାରେ ଯୋଗଦେଇଛନ୍ତି। ଭାଜପାର ଦିଲ୍ଲୀ କାର୍ଯ୍ୟାଳୟଠାରେ ଦଳର...

ପ୍ରିୟଙ୍କା ଚୋପ୍ରାଙ୍କ ପ୍ରଶ୍ନ ଶୁଣି ବିରାଟ କୋହଲି ଦେଇଥିଲେ ଏମିତି ଉତ୍ତର

ଆଜିକାଲି ବିଭିନ୍ନ ସେଲିବ୍ରିଟି ସୋସିଆଲ ମିଡିଆରେ ସକ୍ରିୟ ରହୁଛନ୍ତି। ନୂଆ ଏବଂ ପୁରୁଣା ସ୍ମୃତିକୁ ଉଜାଗର କରିବା ପାଇଁ ବଲିଉଡ୍‌ ସେଲିବ୍ରିଟିମାନେ ନିଜର ଫଟୋ କିମ୍ବା...

Advertisement
Archives

Model This Week