Posted inଖେଳ

ଦ୍ୱିତୀୟ ଆଶେସ ଟେଷ୍ଟ: ଇଂଲଣ୍ଡ ଦଳରୁ ମୋଇନ୍‌ ବାଦ୍‌

ଲଡର୍‌ସ,୧୦।୮- ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଆଶେସ୍‌ ଟେଷ୍ଟ ମ୍ୟାଚ୍‌ ପାଇଁ ଇଂଲଣ୍ଡ ଏକ ୧୨ ଜଣିଆ ଦଳ ଘୋଷଣା କରିଛି। ଏହି ଦଳରୁ ଅଲରାଉଣ୍ଡର ମୋଇନ ଅଲିଙ୍କୁ ବାଦ୍‌ ଦିଆଯାଇଛି। ମୋଇନଙ୍କ ସମେତ ଅଭିଜ୍ଞ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଏବଂ ଓଲି ଷ୍ଟୋନ୍‌ଙ୍କ୍‌ୁ ମଧ୍ୟ ଦଳରୁ ବାଦ୍‌ ଦିଆଯାଇଛି। ଦୁର୍ବଳ ଫର୍ମ ପାଇଁ ମୋଇନଙ୍କୁ ବାଦ୍‌ ଦିଆଯାଇଛି। ସେ ଗତ ୮ଟି ଟେଷ୍ଟ ଇନିଂସରେ ୪ଥର ଖାତା ଖୋଲିପାରି ନ ଥିଲେ। ସେହିପରି ଇଞ୍ଜୁରି କାରଣରୁ ଆଣ୍ଡରସନ ଓ ଷ୍ଟୋନ ବାଦ୍‌ ପଡିଛନ୍ତି। ମୋଇନଙ୍କ ସ୍ଥାନରେ ଜ୍ୟାକ୍‌ ଲିଚ୍‌ଙ୍କୁ ଦଳରେ ସାମିଲ କରାଯାଇଛି। ଗତ ମାସରେ ଅନୁଷ୍ଠିତ ଆୟର୍ଲାଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟରେ ଦମ୍‌ଦାର ପ୍ରଦର୍ଶନ କରି ଲିଚ୍‌ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ। ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ସୁଯୋଗ ଦିଆଯାଇଛି। ଫଳରେ ଆର୍ଚର ପ୍ରଥମ ଆଶେସ୍‌ ଟେଷ୍ଟ ଖେଳିବା ସ୍ପଷ୍ଟ ହୋଇଛି।
ଘୋଷିତ ଇଂଲଣ୍ଡ ଦଳ: ଜୋ ରୁଟ (ଅଧିନାୟକ), ଜୋଫ୍ରା ଆର୍ଚର, ଜନ୍ନି ବେୟାରଷ୍ଟୋ, ଷ୍ଟୁଆର୍ଟ ବ୍ରଡ, ରୋରି ବନର୍‌ସ, ଜୋସ୍‌ ବଟଲର, ସାମ କୁରାନ, ଜୋ ଡେନଲି, ଜ୍ୟାକ୍‌ ଲିଚ୍‌, ଜାସନ ରୟ, ବେନ୍‌ ଷ୍ଟୋକ୍ସ ଓ କ୍ରିସ୍‌ ଓ୍ବକ୍ସ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦ୍ୱିତୀୟ ଟି୨୦ରେ ଭାରତ ବିଜୟୀ

ରାଜକୋଟ, ୮ା୧୧-ରୋହିତ ଶର୍ମା (୮୫ରନ, ୪୩ବଲ, ୬ ଚୌକା, ୬ ଛକା) ଏବଂ ଶିଖର ଧାଓ୍ବନ (୩୧ରନ, ୨୭ ବଲ୍‌, ୪ଚୌକା)ଙ୍କ ଶତକୀୟ ଭାଗୀଦାରି ସହାୟତାରେ...

ଚହଲଙ୍କ ଶର୍ଟଲେସ୍‌ ଫଟୋ ଶେୟାର କରି ଏମିତି କହିଲେ ରୋହିତ ଶର୍ମା

ଘରୋଇ ମାଟିରେ ଅଷ୍ଟ୍ରେଲିଆକୁ ୨-୧ରେ ପରାସ୍ତ କରିବା ପରେ ଟିମ୍‌ ଇଣ୍ଡିଆରେ ଏବେ ବର୍ଷର ପ୍ରଥମ ବିଦେଶ ଗସ୍ତକୁ ସଫଳ କରିବା ପାଇଁ ଉଦ୍ୟମ ଆରମ୍ଭ...

ଅଧିନାୟକ ଭାବେ କୋହଲି ଥିଲେ ଏମିତି, ରାହୁଲ ଦେଲେ ବଡ଼ ବୟାନ

ପର୍ଲ,୧୯।୧: ବୁଧବାରଠାରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ର ପ୍ରଥମ ମୁକାବିଲା ଖେଳାଯିବ। ଏଥିରେ ଜଣେ ଅଧିନାୟକ ଭାବେ ନୁହେଁ,...

ଓ୍ବେଷ୍ଟଇଣ୍ଡିଜ୍‌ର ବିପଜ୍ଜନକ ଖେଳ ନେଇ ଫିଞ୍ଚ୍‌ ଚିନ୍ତିତ

ନଟିଂହାମ, ୬।୬ (ଏଏଫ୍‌ପି)- ଚଳିତ ବିଶ୍ୱକପ୍‌ରେ ଗୁରୁବାର ଅଷ୍ଟ୍ରେଲିଆ ଓ ଓ୍ବେଷ୍ଟଇଣ୍ଡିଜ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ସ୍ଥାନୀୟ ଟ୍ରେଣ୍ଟ ବ୍ରିଜ୍‌ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌...

ଏହି ଖେଳାଳିଙ୍କୁ ଟିମ୍‌ ଇଣ୍ଡିଆରେ ମିଳିଲାନି ଏଣ୍ଟ୍ରି : ମୁହଁ ଖୋଲିଲେ ଗମ୍ଭୀର

ଇଂଲଣ୍ଡରେ ହେବାକୁ ଥିବା ଆଗାମୀ ବିଶ୍ୱକପ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା ହୋଇଛି। ଲଗାତାର ଟିମ୍‌ରେ ଖେଳି ଆସୁଥିବା ରିଷଭ୍‌ ପନ୍ତ ଏବଂ ଅବନ୍ତି ରାୟଡୁଙ୍କୁ...

ଫୁଟ୍‌ବଲର ମାର୍ଟାଙ୍କୁ କରୋନା

ସାଓପାଉଲୋ, ୨୩ା୧୧ (ଏପି)-କରୋନା ସଂକ୍ରମିତ ହୋଇଥିବାରୁ ଛଅ ଥର ଓ୍ବାଲର୍‌ଡ ପ୍ଲେୟର ଅଫ୍‌ ଦି ଇୟର ମାର୍ଟା ଇକ୍ୱେଡର ବିପକ୍ଷ ବ୍ରାଜିଲର ଦୁଇଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ...

ଟସ୍‌ ଜିତିଲା ଭାରତ, ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି…

ଡବଲିନ୍‌, ୨୮।୬ : ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଚାଲିଥିବା ଦୁଇ ଟି -୨୦ ମ୍ୟାଚ ସିରିଜର ଦ୍ୱିତୀୟ ତଥା ଶେଷ ମ୍ୟାଚ ମଙ୍ଗଳବାର ଡବଲିନ୍‌ରେ...

ଟସ୍‌ ଜିତି ବୋଲିଂ କରିବ ହାଇଦ୍ରାବାଦ

ମୁମ୍ବାଇ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ସୋମବାର ୨୧ତମ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଅଧିନାୟକ କେନ୍‌ ଓ୍ବିଲିୟମ୍‌ସନ୍‌ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ...

Advertisement
Archives

Model This Week